Srimandir: ସମ୍ପୂର୍ଣ୍ଣ ଉତ୍କଳୀୟ ଭାସ୍କର୍ଯ୍ୟ କଳାରେ ନିର୍ମିତ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର, ଜାଣନ୍ତୁ ଏହାର ସ୍ୱତନ୍ତ୍ରତା
Advertisement
Article Detail0/zeeodisha/odisha1969295

Srimandir: ସମ୍ପୂର୍ଣ୍ଣ ଉତ୍କଳୀୟ ଭାସ୍କର୍ଯ୍ୟ କଳାରେ ନିର୍ମିତ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର, ଜାଣନ୍ତୁ ଏହାର ସ୍ୱତନ୍ତ୍ରତା

Srimandir: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ପୂର୍ଣ୍ଣ ଭାବେ ଉତ୍କଳୀୟ ଭାସ୍କର୍ଯ୍ୟକଳାରେ ନିର୍ମିତ। ଆସନ୍ତୁ ନଜର ପକାଇବା ଏହାର ସ୍ୱତନ୍ତ୍ରତା ଉପରେ...

 

ସୌଜନ୍ୟ- ସୋସିଆଲ ମିଡି଼ଆ

Srimandir: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ପୂର୍ଣ୍ଣ ଭାବେ ଉତ୍କଳୀୟ ଭାସ୍କର୍ଯ୍ୟକଳାରେ ନିର୍ମିତ। ଆସନ୍ତୁ ନଜର ପକାଇବା ଏହାର ସ୍ୱତନ୍ତ୍ରତା ଉପରେ...

୧-ପଞ୍ଚରଥ ଶୈଳୀ: ରେଖାକୃତି ଶ୍ରୀମନ୍ଦିରରେ ୨ଟି ଅନୁରାହା, ୨ଟି କୋଣ ଏବଂ ୧ଟି ରାହା ପାଗ ଥିବାରୁ ଏହାକୁ ପଞ୍ଚରଥ ଶୈଳୀ କୁହାଯାଏ। 
୨-ଉଚ୍ଚତା: ଓଡ଼ିଶା ଜିଲ୍ଲା ଗେଜେଟିୟର ଅନୁସାରେ ଶ୍ରୀ ଜଗନ୍ନାଥ ମନ୍ଦିର ହେଉଛି ସବୁଠାରୁ ଉଚ୍ଚ ମନ୍ଦିର। ଏହାର ଉଚ୍ଚତା ରାସ୍ତାଠାରୁ  ୨୧୪ ଫୁଟ ୮ ଇଞ୍ଚ। 
୩-କ୍ଷେତ୍ରଫଳ: ସମୁଦାୟ ୧୦ ଏକର ଜମିରେ ଅବସ୍ଥିତ ଶ୍ରୀକ୍ଷେତ୍ରର ମହାନ ହିନ୍ଦୁ ପୀଠ ଶ୍ରୀଜଗନ୍ନାଥ ମନ୍ଦିର। 
୪-୪ ମଣ୍ଡପ: ଶ୍ରୀମନ୍ଦିରର ୪ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଗର୍ଭଗୃହ, ଜଗମୋହନ, ନାଟ ମଣ୍ଡପ, ଓ ଭୋଗ ମଣ୍ଡପ। 
୫-ତିନିପଟେ ଜଗମୋହନ: ଉତ୍ତର ଓ ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ତିନୋଟି ଦୁଇ ମହଲା ପୀଢ଼ ମନ୍ଦିର ରହିଛି ଯାହାକୁ ଜଗମୋହନ କୁହାଯାଏ। 
୬-ପାର୍ଶ୍ୱଦେବ: ତିନି ଜଗମୋହନରେ ଯାଥାକ୍ରମେ ବାମନ, ବରାହ ଓ ନୃସିଂହ ଦେବ ପୂଜା ପାଆନ୍ତି।  
୭-ଗଙ୍ଗବଂଶ ଓ ସୂର୍ଯ୍ୟବଂଶ: ଗଙ୍ଗବଂଶୀ ଚୋଡ଼ଗଙ୍ଗଙ୍କ ସମୟରେ ମୁଖ୍ୟମନ୍ଦିର ଓ ଜଗମୋହନ ନିର୍ମାଣ ହୋଇଥିବା ବେଳେ ସୂର୍ଯ୍ୟବଂଶୀ ପୁରୁଷାତ୍ତମ ଦେବ ନାଟ ମଣ୍ଡପ ଓ ପ୍ରତାପ ରୁଦ୍ର ଦେବ ଭୋଗ ମଣ୍ଡପ ନିର୍ମାଣ କରିଥିଲେ।   
୮-ମୁଦ ବ୍ୟବହାର: ଶ୍ରୀମନ୍ଦିର ଗଠନରେ ଲୁହା ବିମ୍‍ ବ୍ୟବହାର କରାଯାଇଛି। ଏହି ଅନନ୍ୟ ନିର୍ମାଣକୁ ମୁଦ ଶୈଳୀ କୁହାଯାଏ।  
୯-ତିନି ପ୍ରକାର ପଥର: ମାଙ୍କଡ଼ା ପଥରରେ ମୂଳଦୁଆ, ବଉଳମାଳାରେ ମନ୍ଦିର ଏବଂ କଳାମୁଗୁନି ପଥରରେ ଦ୍ୱାର ବନ୍ଧ, ସିଂହାସନ ଓ ପାର୍ଶ୍ୱଦେବଦେବୀ ନିର୍ମିତ। 
୧୦-ସଂରକ୍ଷଣ: ଦେଉଳକୁ ଲୁଣି ପବନରୁ ରକ୍ଷା କରିବା ପାଇଁ ପ୍ରଥମ ଥର ପାଇଁ ୧୫୦୪ରୁ ୧୫୩୨ ମସିହା ମଧ୍ୟରେ ଚୂନ ଆସ୍ତରଣ ଦିଆଯାଇଥିଲା। ଏବେ ତାହାକୁ କାଢ଼ି ଆଧୁନିକ ସଂରକ୍ଷଣ ଶୈଳୀ ବ୍ୟବହାର କରାଯାଉଛି।