Puri News: ସାରା ରାଜ୍ୟରୁ ଆସିଥିବା ଅର୍ପଣ ଚାଉଳରୁ ପ୍ରସ୍ତୁତ ହେବ କନିକା (kechudi) ଓ ଖେଚୁଡି (kechudi)। ଏହି କାନିକା ଓ ଖେଚୁଡି଼ ମହାପ୍ରଭୁଙ୍କୁ (lord Jagannath) ଲାଗି ହେବା ପରେ ଭକ୍ତଙ୍କୁ ବଣ୍ଟାଯିବ। ଶ୍ରୀମନ୍ଦିରର ପଶ୍ଚିମ , ଉତ୍ତର ଓ ଦକ୍ଷିଣ ଦ୍ବାରରେ ଦର୍ଶନ ସାରି ବାହାରୁଥିବା ଭକ୍ତଙ୍କୁ ଏହି ମହାପ୍ରସାଦ ବଣ୍ଟାଯିବ।
Trending Photos
Puri News: ସାରା ରାଜ୍ୟରୁ ଆସିଥିବା ଅର୍ପଣ ଚାଉଳରୁ ପ୍ରସ୍ତୁତ ହେବ କନିକା (kechudi) ଓ ଖେଚୁଡି (kechudi)। ଏହି କାନିକା ଓ ଖେଚୁଡି଼ ମହାପ୍ରଭୁଙ୍କୁ (lord Jagannath) ଲାଗି ହେବା ପରେ ଭକ୍ତଙ୍କୁ ବଣ୍ଟାଯିବ। ଶ୍ରୀମନ୍ଦିରର ପଶ୍ଚିମ , ଉତ୍ତର ଓ ଦକ୍ଷିଣ ଦ୍ବାରରେ ଦର୍ଶନ ସାରି ବାହାରୁଥିବା ଭକ୍ତଙ୍କୁ ଏହି ମହାପ୍ରସାଦ ବଣ୍ଟାଯିବ। ଏହି ନିଷ୍ପତିକୁ ବି ସୁଆର ଓ ମହାସୁଆର ନିଯୋଗ ସମର୍ଥନ ଜଣାଇଛି। ରବିବାର ସକାଳ ଧୂପ ଠାରୁ ଭଅଣ୍ତ ଶେଷ ହେବା ପର୍ଯ୍ୟନ୍ତ ଭକ୍ତଙ୍କୁ ଏହି ମହାପ୍ରସାଦ ବଣ୍ଟାଯିବ। ଏନେଇ ଚାଉଳ ବି ଶ୍ରୀମନ୍ଦିରରେ ପହଂଚିସାରିଛି। ପ୍ରଥମ କରି ଗଂଜାମରୁ ଆସିଥିବା ଅର୍ପଣ ଚାଉଳରେ କାନିକା ଓ ଖେଚୁଡି ପ୍ରସ୍ତୁତ ହୋଇ ବଣ୍ଟାଯିବ ବୋଲି ସୁଆର ନିଯୋଗ ସଭାପତୁ ପଦ୍ମନାଭ ମହାସୁଆର କହିଛନ୍ତି।
ALSO READ: Today Horoscope: ଏହି ସବୁ ରାଶିଙ୍କ ପାଇଁ ବେଶ୍ ଖାସ୍ ରହିବ ରବିବାର, ବ୍ୟବସାୟରେ ହେବ ଅଧିକ ଲାଭ!
ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ଶନିବାର ସୁଆର ମହାସୁଆର ନିଯୋଗର ବୈଠକ ଡକାଯାଇ ଥିଲା। ସଭାପତି ଶ୍ରୀ ମହାସୁଆର କହିଛନ୍ତି ଯେ, ବୈଠକରେ ଅର୍ପଣ ଚାଉଳରୁ ପ୍ରସ୍ତୁତ ଖେଚୁଡି ଓ କାନିକା ଭକ୍ତଙ୍କୁ ବାଣ୍ଟିବା ନିଷ୍ପତିକୁ ସମସ୍ତେ ସ୍ବାଗତ କରିଥିଲେ। ଶ୍ରୀ ମହାସୁଆର କହିଛନ୍ତି ଯେ, ଏହାର ତତ୍ତ୍ବାବଧାନ ପାଇଁ ଏକ ସବ୍ କମିଟି ଗଠନ କରାଯାଇଛି। ଯେଉଁଥିରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସହ ସୁଆର ମହାସୁଆର ନିଯୋଗର ସଭାପତି, ସମ୍ପାଦକ, ସହକାରୀ ସମ୍ପାଦକ, ପୂର୍ବତନ ସଭାପତି ଓ ପୂର୍ବତନ ସମ୍ପାଦକ ପ୍ରମୁଖ ରହିଛନ୍ତି। ଆନନ୍ଦ ବଜାରରେ ଯେଉଁ ସୁପକାର ମାନେ ମହାପ୍ରସାଦ ବିକ୍ରି କରୁଛନ୍ତି। ସେମାନେ ଅର୍ପଣ ଚାଉଳରୁ କାନିକା ଓ ଖେଚୁଡି ପ୍ରସ୍ତୁତ କରିବେ।
ଗଂଜାମରୁ ଆସିଥିବା ଏକ ଟ୍ରକ୍ ଚାଉଳ ଶ୍ରୀ ମନ୍ଦିରରେ ପହଞ୍ଚିଛି। ରବିବାର ଆର୍ଥାତ୍ ଆଜି ସକାଳୁ ଏହି ଚାଉଳ ସୁପକାରମାନଙ୍କୁ ବଣ୍ଟାଯିବ। ପର୍ଯ୍ୟାୟକ୍ରମେ ପ୍ରତି ଧୂପରେ କନିକା ଓ ଖେଚୁଡି଼ ପ୍ରସ୍ତୁତ କରି ସକାଳ ଧୂପ ପରଠାରୁ ସଂନ୍ଧ୍ୟା ଧୂପ ପର୍ଯ୍ୟନ୍ତ ଭକ୍ତଙ୍କୁ ବଣ୍ଟାଯିବ। ରବିବାର ପ୍ରାୟ ୬୦ ହାଣ୍ତି କାନିକା ଆଜି ଭକ୍ତଙ୍କୁ ବଣ୍ଟାଯିବାର ଯୋଜନା ରହିଛି। ଏହି ପ୍ରସାଦ ବାଣ୍ଟିବାକୁ ବୋଝିଆମାନଙ୍କୁ ନିଯୋଜିତ କରାଯିବ। ଶ୍ରୀ ମହାସୁଆର କହିଛନ୍ତି, ଗଂଜାମରୁ ଆସିଥିବା ଚାଉଳ ଆମେ ଅନୁଧ୍ୟାନ କରିଥିଲୁ। ସମସ୍ତେ ଭଲ ଅରୁଆ ଚାଉଳ ଦେଇଛନ୍ତି। ବାକୁ କାନିକା ଓ ଖେଚୁଡି଼ ପ୍ରସ୍ତୁତ ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇବାକୁ ଶ୍ରୀମନ୍ଦିର ପ୍ରଶାସନକୁ (Shree Jagannatha Temple Administration, Puri) ଚିଠି କରିଛୁ। ଏହାସହ ପ୍ରତିଦିନ ବି ପ୍ରାୟ ୧୦ ହଜାର ଲୋକଙ୍କ ପାଇଁ ମାଗଣା ମହାପ୍ରସାଦ ବାଣ୍ଟିବା ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛୁ।