Puri News: ଶ୍ରୀମନ୍ଦିର ବାହାରେ ଓ୍ବାଚ୍ ଟାଓ୍ବାର ଲଗାଇବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ଏହା ହେଲେ ଡ୍ରୋନ୍ କେଉଁଠୁ ଆସୁଛି, ତାକୁ ଉଚ୍ଚତାରୁ ନିରିକ୍ଷଣ କରାଯାଇପାରିବ। ସେହିପରି, ଗର୍ଭଗୃହ ଫଟୋ ଭାଇରାଲ୍ ହେବାର ତଦନ୍ତ କରୁଛି ପୋଲିସ୍। ଯିଏ ବି ଏହା କରିଛି ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀମନ୍ଦିର ସୁରକ୍ଷା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ। ଚାରି ଦୁଆରରେ ସିସିଟିଭି ଜରିଆରେ କାଡ ଯାଂଚ ହେଉଛି ବୋଲି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ୍ ହରିଚନ୍ଦନ କହିଛନ୍ତି।