ଅଣହିନ୍ଦୁ ପ୍ରବେଶ ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି
Advertisement
Article Detail0/zeeodisha/odisha2140497

ଅଣହିନ୍ଦୁ ପ୍ରବେଶ ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି

Puri News: ରବିବାର ଦିନ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ ଅଣହିନ୍ଦୁ । ଘଟଣା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ମନ୍ଦିର ନିକଟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ସିଂହଦ୍ୱାର ସାମ୍ନାରେ ଅଧିକ ସୁରକ୍ଷାକର୍ମୀଙ୍କୁ ନିଯୋଜିତ କରାଯାଇଛି । ଭକ୍ତଙ୍କୁ ଯାଞ୍ଚ କରିବା ବ୍ୟବସ୍ଥା ମଧ୍ୟ କଡାକଡି ହୋଇଥିବା ଦେଖିବାକୁ ମିଳିଛି । 

ଅଣହିନ୍ଦୁ ପ୍ରବେଶ ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି

Puri Jagannath Temple: ରବିବାର ଦିନ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ ଅଣହିନ୍ଦୁ । ଘଟଣା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ମନ୍ଦିର ନିକଟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ସିଂହଦ୍ୱାର ସାମ୍ନାରେ ଅଧିକ ସୁରକ୍ଷାକର୍ମୀଙ୍କୁ ନିଯୋଜିତ କରାଯାଇଛି । ଭକ୍ତଙ୍କୁ ଯାଞ୍ଚ କରିବା ବ୍ୟବସ୍ଥା ମଧ୍ୟ କଡାକଡି ହୋଇଥିବା ଦେଖିବାକୁ ମିଳିଛି । 

ସୂଚନାଯୋଗ୍ୟ, ଗତକାଲି ଜଣେ ହିନ୍ଦୁ ବ୍ୟକ୍ତିଙ୍କ ସହିତ ୩ ଜଣ ଅଣହିନ୍ଦୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ । ସମସ୍ତ ଅଣହିନ୍ଦୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ । କେବଳ ସେତିକି ନୁହେଁ ସମସ୍ତେ ଆନନ୍ଦ ବଜାରରେ ପହଞ୍ଚି ଅବଢା ଖାଇବା ସହ ହାତରେ ଅବଢା କୁଡୁଆ ଧରି ଫେରିଥିଲେ । ପରିକ୍ରମା ମାର୍ଗ ନିକଟରେ ସେମାନେ ବସି କଥାବାର୍ତ୍ତା ହେଉଥିବା ସମୟରେ ଲୋକମାନେ ସେମାନଙ୍କୁ ଅଣହିନ୍ଦୁ ବୋଲି ସନ୍ଦେହ କରିଥିଲେ । ତାପରେ ସେମାନଙ୍କର ପରିଚୟ ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ, ସେମାନେ ଅଣହିନ୍ଦୁ । ଏହା ଜଣାପଡିବା ପରେ ଏ ସମ୍ପର୍କରେ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା । ବର୍ତ୍ତମାନ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟପଟେ ସମସ୍ତ ଅଭିଯୁକ୍ତ ପୁରୀର ଏକ ହୋଟେଲରେ ରହୁଥିବା ଜଣାପଡିଛି । ସମସ୍ତଙ୍କର ପସପୋର୍ଟ ଯାଞ୍ଚ କରିବା ପାଇଁ ଅଭିଯୁକ୍ତଙ୍କ ସହ ପୋଲିସ ପୁରୀ ହୋଟେଲରେ ପହଞ୍ଚିଥିଲା । ଜଣେ ଅଣହିନ୍ଦୁଙ୍କ କହିବାନୁଯାୟୀ, ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ଯାଇପାରିବେ ନାହିଁ ବୋଲି ସେ ଜାଣିନାହାନ୍ତି । ସେ କ୍ଷମା ପ୍ରାର୍ଥନା କରିବା ସହ ଆଉ କେବେ ଶ୍ରୀମନ୍ଦିର ଭିତରକୁ ଯିବେନାହିଁ ବୋଲି କହିଛନ୍ତି । ଅନ୍ୟପଟେ ବର୍ତ୍ତମାନ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏତେ ସୁରକ୍ଷା ବ୍ୟବସ୍ଥା ଥାଇ ଏପରି କିପରି ସମ୍ଭବ ହୋଇପାରୁଛନ୍ତି ଏନେଇ ସାଧାରଣଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି ।

Also Read- ଆପଣଙ୍କ ଟୋଲ ଟଙ୍କା ସଞ୍ଚୟ କରିବ Google Maps, ଜାଣନ୍ତୁ ଏହି ପ୍ରକ୍ରିୟା

Also Read- Crime News: ୩ ସ୍କୁଲ୍ ଛାତ୍ରୀଙ୍କୁ ଏସିଡ୍ ମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି