Odisha News:(ଭୁବନେଶ୍ୱର) ଖୋର୍ଦ୍ଧା ରେଳମଣ୍ଡଳରେ ଚାକିରି କରୁଥିବା ଅବସ୍ଥାରେ ଦେହାନ୍ତ ଘଟିଥିବା କର୍ମଚାରୀଙ୍କ ପୁଅ, ଝିଅ, ପତ୍ନୀ ବା ପୋଷ୍ୟପୁତ୍ରଓ କନ୍ୟାଙ୍କ ନିଯୁକ୍ତି ନେଇ ବିଳମ୍ବିତ ମାମଲାଗୁଡ଼ିକର ବିଚାର ପାଇଁ ଏକ ସ୍ୱଥନ୍ତ୍ର ନିଯୁକ୍ତି ଅଦାଲତ ବସିବାକୁ ଯାଉଛି। ଆସନ୍ତା ୧୮ ତାରିଖରେ ଏହି ଅଦାଲତ ଅନୁଷ୍ଠିତ ହେବ। ଏଥିନେଇ ଯୋଗ୍ୟ ବ୍ୟକ୍ତିମାନେ ୧୧ ତାରିଖ ସୁଦ୍ଧା ନିଜର ସମସ୍ତ ପ୍ରମାଣପତ୍ର ସହ ଆବେଦନ କରିବାକୁ ରେଳବାଇ ପକ୍ଷରୁ କୁହାଯାଇଛି।
ରେଳବାଇ ସୂଚନା ଅନୁସାରେ, ନଭେମ୍ବର ୧୮ ତାରିଖ ରେ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ନିକଟ ଟ୍ରାଫିକ କଲୋନୀ କଲ୍ୟାଣ ମଣ୍ଡପରେ ଏହି ଅଦାଲତ ବସିବ। ବିଚାରାଧୀନ ଅନୁକମ୍ପା ନିଯୁକ୍ତି ମାମଲା ପାଇଁ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଏହାକୁ ପରିଚାଳନା କରୁଛନ୍ତି। ପୂର୍ବ କର୍ମଚାରୀଙ୍କ ପରିବାର ସଦସ୍ୟ, ଯେଉଁମାନେ ପୂର୍ବ ତଟ ରେଳବାଇ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେ କାର୍ଯ୍ୟ କରୁଥିଲେ ଏବଂ ସେମାନଙ୍କ ବିଚାରାଧୀନ ଅନୁକମ୍ପା ନିଯୁକ୍ତି ମାମଲାରେ ଅଭିଯୋଗ ରହିଥିଲେ ସେମାନେ ସେଗୁଡ଼ିକର ଆବେଦନ ପତ୍ର, ୧୧.୧୧.୨୦୨୪ , ସୁଧା, ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ, ପୂର୍ବ ତଟ ରେଳବାଇ, ଖୋର୍ଦ୍ଧା ରୋଡ଼ – ୭୫୨୦୫୦, କୁ ପଠାଇପାରିବେ।
ଆବେଦନ ପତ୍ର ସହିତ ମୃତ୍ୟୁ ପ୍ରମାଣପତ୍ର ବା ଡାକ୍ତରୀ ଅନୁପଯୁକ୍ତ ବର୍ଗୀକରଣ ପ୍ରମାଣପତ୍ର, ନିଖୋଜ ରେଳ କର୍ମଚାରୀଙ୍କ କ୍ଷେତ୍ରରେ ଏଫ୍. ଆଇ. ଆର୍., ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର, ବିସ୍ତୃତ ପରିବାର ଗଠନ ସମ୍ବନ୍ଧୀୟ ଦସ୍ତାବିଜ୍, ନିଯୁକ୍ତି ସହାୟତା ପାଇଁ ଆବେଦନ, ଜନ୍ମ ତାରିଖ/ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ବନ୍ଧୀୟ ପ୍ରମାଣପତ୍ର, ସେଟଲମେଣ୍ଟ କାଗଜପତ୍ର, ପ୍ରାର୍ଥୀଙ୍କ 3 ଟି ପ୍ରମାଣିତ ଫଟୋ, ପୋଷ୍ୟ ପୁତ୍ର/ଝିଅ କ୍ଷେତ୍ରରେ ବୈଧ ପୋଷ୍ୟ ଦଲିଲ ଏବଂ ସାନଙ୍କ ସପକ୍ଷରେ ଆବେଦନ କଲେ ବଯ଼ସ୍କମାନଙ୍କ ଠାରୁ କୌଣସି ଆପତ୍ତି ନାହିଁ ବୋଲି ପ୍ରମାଣପତ୍ର। ଆବେଦନକାରୀମାନେ ସମସ୍ତ ମୂଳ ଡକ୍ୟୁମେଣ୍ଟ ସହିତ 18.11.2024 ରେ ଅଦାଲତରେ ଯୋଗଦେବାକୁ ପଡିବ।