Allowances of SoG: ଏସ୍‍ଓଜିଙ୍କ ରିସ୍କ ଆଲାନ୍ସ ୮ ହଜାରରୁ ୨୫ ହଜାରକୁ ବଢ଼ାଇଲେ ରାଜ୍ୟ ସରକାର
Advertisement
Article Detail0/zeeodisha/odisha2611618

Allowances of SoG: ଏସ୍‍ଓଜିଙ୍କ ରିସ୍କ ଆଲାନ୍ସ ୮ ହଜାରରୁ ୨୫ ହଜାରକୁ ବଢ଼ାଇଲେ ରାଜ୍ୟ ସରକାର

ରାଜ୍ୟ ସରକାର ସ୍ୱତନ୍ତ୍ର ଅପରେସନ୍‍ ଗ୍ରୁପ୍‍ ( ଏସ୍‍ଓଜି) ଯବାନଙ୍କ କ୍ଷତି ଆଶଙ୍କା ଭତ୍ତା ବା ରିସ୍କ ଆଲାଓ୍ୱାନ୍ସକୁ ବୃଦ୍ଧି କରିଛନ୍ତି। ଆଗକୁ ନକ୍ସଲ ବିରୋଧୀ ଅପରେସନରେ ଯିବା ବେଳେ ନିଜର ମନୋବଳ ଯେମିତି ଦୁର୍ବଳ ନହେବ ସେ ନେଇ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। 

Allowances of SoG: ଏସ୍‍ଓଜିଙ୍କ ରିସ୍କ ଆଲାନ୍ସ ୮ ହଜାରରୁ ୨୫ ହଜାରକୁ ବଢ଼ାଇଲେ ରାଜ୍ୟ ସରକାର

Allowances of SoG: ଭୁବନେଶ୍ୱର: ରାଜ୍ୟ ସରକାର ସ୍ୱତନ୍ତ୍ର ଅପରେସନ୍‍ ଗ୍ରୁପ୍‍ ( ଏସ୍‍ଓଜି) ଯବାନଙ୍କ କ୍ଷତି ଆଶଙ୍କା ଭତ୍ତା ବା ରିସ୍କ ଆଲାଓ୍ୱାନ୍ସକୁ ବୃଦ୍ଧି କରିଛନ୍ତି। ଆଗକୁ ନକ୍ସଲ ବିରୋଧୀ ଅପରେସନରେ ଯିବା ବେଳେ ନିଜର ମନୋବଳ ଯେମିତି ଦୁର୍ବଳ ନହେବ ସେ ନେଇ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ଏହାସହ ସୂଚନା ଦେଇଛନ୍ତି ଯେ ଆଗକୁ ନକ୍ସଲଙ୍କୁ ନିପାତ କରିବାକୁ ରାଜ୍ୟ ସରକାର ବଡ଼ ଭୂମିକା ନେବାକୁ ଯାଉଛନ୍ତି। 

 

ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ର କୁଲାରିଘାଟ ଅଞ୍ଚଳରେ ନକ୍ସଲଙ୍କ କାର୍ଯ୍ୟକଳାପ ବିଷୟରେ ସୂଚନା ପାଇଁ ଛତିଶଗଡ଼ ପୁଲିସ ଏସ୍‍ଓଜି ଏବଂ ସିଆର୍‍ପିଏଫ୍‍ ମିଳିତ ଭାରବେ ଅପରେସନ୍‍ ଆରମ୍ଭ କରିଥିଲେ। ଏହି ଅପରେସନରେ ୧୪ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା। ତିନିଦିନ ଧରି ଏହି ଅପରେସନ୍‍ ନିରନ୍ତର ଭାବେ ଚାଲିଥିଲା। ଏହାର ସମୀରକ୍ଷା କରିବା ସମୟରେ ମୁଖ୍ୟମନ୍ତ୍ରୀ ଏସ୍‍ଓଜି ଯବାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ସେମାନଙ୍କୁ ମିଳୁଥିବା  କ୍ଷତି ଆଶଙ୍କ ଭତ୍ତା ବା ରିସ୍କ ଆଲାଓ୍ୱାନ୍ସକୁ ବୃଦ୍ଧି ପାଇଁ ଘୋଷଣା କରିଥିଲେ।