Crime news: ସ୍ତ୍ରୀ କୁ ହତ୍ୟା ପାଇଁ ସ୍ଵାମୀ ରଚିଥିଲା ବ୍ଲୁ ପ୍ରିଣ୍ଟ
Advertisement
Article Detail0/zeeodisha/odisha2501871

Crime news: ସ୍ତ୍ରୀ କୁ ହତ୍ୟା ପାଇଁ ସ୍ଵାମୀ ରଚିଥିଲା ବ୍ଲୁ ପ୍ରିଣ୍ଟ

Crime news: ନିଜ ପତ୍ନୀଙ୍କୁ ରାସ୍ତାରୁ ହଟାଇବା ପାଇଁ ସ୍ଵାମୀ ଦୀର୍ଘ ୮ ଦିନରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା।ନନ୍ଦପୁର ଥାନା ଅନ୍ତର୍ଗତ ହାରିଆମୁଣ୍ଡା ଗ୍ରାମର ମହେନ୍ଦ୍ର ଖରା ଓ ତାଙ୍କ ପତ୍ନୀ ସାବିତ୍ରୀ ଖରା ନନ୍ଦପୁର କୁ ଆସିଥିଲେ ଆଧାର ଲିଙ୍କ ପାଇଁ। ତେବେ ସନ୍ଧ୍ୟା ସମୟରେ ଗ୍ରାମ କୁ ଯିବା ରାସ୍ତାରେ ଯେ ମୃତ୍ୟୁ ଅପେକ୍ଷା କରିଛି ଏହାର ଟେର ବି ପାଇ ନ ଥିଲେ ପତ୍ନୀ ସାବିତ୍ରୀ। ଖୋଦ ନିଜ ସ୍ବାମୀ ହିଁ ତାଙ୍କର ମୃତ୍ୟୁ ଦୂତ ଏହା ସେ କେବେ ବି ଭାବି ନ ଥିଲେ। 

Crime news: ସ୍ତ୍ରୀ କୁ ହତ୍ୟା ପାଇଁ ସ୍ଵାମୀ ରଚିଥିଲା ବ୍ଲୁ ପ୍ରିଣ୍ଟ

Crime news: (ନୀରଜ୍ ଶତପଥୀ) ଇଏ କୌଣସି ସହରାଞ୍ଚଳ ର ଘଟଣା ନୁହେଁ। ଗ୍ରାମାଞ୍ଚଳ ରେ ବି ଏମିତି ଘଟଣା ଏବେ ଦେଖିବାକୁ ମିଳିଲାଣି। କ୍ରାଇମ୍ ସିନ ଦେଖି ବୋଧହୁଏ ଏମିତି ବ୍ଲୁ ପ୍ରିଣ୍ଟ କରିଥିଲା ଆସାମୀ। ଘଟଣାକୁ ଅଞ୍ଜାମ ଦେବା ପାଇଁ ଦୁଇ ବିଶ୍ଵସ୍ତଙ୍କୁ ବି ବାଛି ଥିଲା।କୋରାପୁଟ ଜିଲ୍ଲାରେ ଏମିତି ବି ପ୍ରି ପ୍ଲାନ୍ ମର୍ଡର ହେବ ତାହା ପୁଣି ଗ୍ରାମାଚଳ ରେ କିଏ କେବେ ବି ଭାବି ନ ଥିଲେ। ନିଜ ପତ୍ନୀଙ୍କୁ ରାସ୍ତାରୁ ହଟାଇବା ପାଇଁ ସ୍ଵାମୀ ଦୀର୍ଘ ୮ ଦିନରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା।ନନ୍ଦପୁର ଥାନା ଅନ୍ତର୍ଗତ ହାରିଆମୁଣ୍ଡା ଗ୍ରାମର ମହେନ୍ଦ୍ର ଖରା ଓ ତାଙ୍କ ପତ୍ନୀ ସାବିତ୍ରୀ ଖରା ନନ୍ଦପୁର କୁ ଆସିଥିଲେ ଆଧାର ଲିଙ୍କ ପାଇଁ। ତେବେ ସନ୍ଧ୍ୟା ସମୟରେ ଗ୍ରାମ କୁ ଯିବା ରାସ୍ତାରେ ଯେ ମୃତ୍ୟୁ ଅପେକ୍ଷା କରିଛି ଏହାର ଟେର ବି ପାଇ ନ ଥିଲେ ପତ୍ନୀ ସାବିତ୍ରୀ। ଖୋଦ ନିଜ ସ୍ବାମୀ ହିଁ ତାଙ୍କର ମୃତ୍ୟୁ ଦୂତ ଏହା ସେ କେବେ ବି ଭାବି ନ ଥିଲେ। 

ପରିବାରରେ ମତ ପାର୍ଥକ୍ୟ ହୁଏ। ବଚସା ବି ହୁଏ। ବେଳେ ବେଳେ କଳହ ବି ହୁଏ। ତେବେ ଏହାର ପରିଣାମ ଯେ ମୃତ୍ୟୁ , ଏହା ସେ କେବେ ଭାବି ନ ଥିଲେ। ସ୍ଵାମୀ ମହେନ୍ଦ୍ର ଙ୍କ ବ୍ଲୁ ପ୍ରିଣ୍ଟ ଅନୁଯାୟୀ ହତ୍ୟା ଘଟଣାରେ ସହଯୋଗ କରିଥିବା ଦୁଇ ଜଣ ପୂର୍ବରୁ ପ୍ରସ୍ତୁତ ଥିଲେ ଖୁଡୁବି ଛକ ନିକଟରେ। ସ୍ଵାମୀ ସ୍ତ୍ରୀ ଯାଉଥିବା ବେଳେ ପୂର୍ବ ଯୋଜନା ଅନୁଯାୟୀ ଏକ ଠେଙ୍ଗା ରେ ସ୍ତ୍ରୀଙ୍କ ପଛ ପାଖ ମୁଣ୍ଡକୁ ପ୍ରହାର କରିଥିଲେ। ସ୍ତ୍ରୀ ସାବିତ୍ରୀ ତଳେ ପଡ଼ିଯିବା ପରେ ସ୍ଵାମୀ ତାଙ୍କୁ ମାରି ମାରି ଜୀବନରେ ମାଟି ଦେଇଥିଲେ। ପରେ ସ୍ଵାମୀ ମହେନ୍ଦ୍ର କହିବା ଅନୁଯାୟୀ ଗଛରେ ତାଙ୍କୁ ବାନ୍ଧି ଦେଇ ଦୁଇ ସହଯୋଗୀ ଫେରାର ହୋଇଥିଲେ।

ଘଟଣାର ତଦନ୍ତ ପ୍ରଥମେ ମୋବାଇଲ କଲ ଯାଞ୍ଚ କରି ନନ୍ଦପୁର ପୋଲିସ ଆରମ୍ଭ କରିଥିଲେ। ମୋବାଇଲ କଲ ରୁ ହିଁ ସବୁ କିଛି ଧରା ପଡ଼ି ଯାଇଥିଲା। ସୁନାବେଡ଼ା ଏସ ଡି ପି ଓ ମାନବ୍ରତା ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ନନ୍ଦପୁର ପୋଲିସ ଏହାର ତଦନ୍ତ କରି ଗୋଟିଏ ଦିନରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି। ଅନ୍ୟ ଦୁଇ ଅଭିଯୁକ୍ତ ମାଳି ଖୁଡ଼ୁବି ଗ୍ରାମର ମହେଶ ମାଳି ଓ ସୋମନାଥ ଭୋଇ। ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସବିଶେଷ ତଥ୍ୟ ସମ୍ପର୍କରେ ସୁନାବେଡ଼ା ଏସ ଡି ପି ଓ ସୂଚନା ଦେଇଛନ୍ତି।