Accident News: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଟ୍ରାକ୍ଟର ଚାପାରେ ପ୍ରାଣ ହରାଇଲେ ଡ୍ରାଇଭର
Advertisement
Article Detail0/zeeodisha/odisha2143196

Accident News: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଟ୍ରାକ୍ଟର ଚାପାରେ ପ୍ରାଣ ହରାଇଲେ ଡ୍ରାଇଭର

Accident News: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧୀନରେ ଥିବା ଟେମରି ଗ୍ରାମ ଠାରେ ଟ୍ରାକ୍ଟର ଚାପାରେ ଡ୍ରାଇଭରର ମୃତ୍ୟୁ ଘଟିଛି । ଡ୍ରାଇଭର ଜଣକ ହେଲେ ପଣ୍ଡକୁଳ ଗ୍ରାମର କାଲେଶ୍ବର ଗୋପାଳଙ୍କ ପୁଅ ପିଙ୍କୁ ଗୋପାଳ (୨୫)। ସେ ଚଣା ବୋଝେଇ କରିବାକୁ ଟ୍ରାକ୍ଟରକୁ ବିଲକୁ ନେଉଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା ।

Accident News: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଟ୍ରାକ୍ଟର ଚାପାରେ ପ୍ରାଣ ହରାଇଲେ ଡ୍ରାଇଭର

Accident News: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧୀନରେ ଥିବା ଟେମରି ଗ୍ରାମ ଠାରେ ଟ୍ରାକ୍ଟର ଚାପାରେ ଡ୍ରାଇଭରର ମୃତ୍ୟୁ ଘଟିଛି । ଡ୍ରାଇଭର ଜଣକ ହେଲେ ପଣ୍ଡକୁଳ ଗ୍ରାମର କାଲେଶ୍ବର ଗୋପାଳଙ୍କ ପୁଅ ପିଙ୍କୁ ଗୋପାଳ (୨୫)। ସେ ଚଣା ବୋଝେଇ କରିବାକୁ ଟ୍ରାକ୍ଟରକୁ ବିଲକୁ ନେଉଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା । ଟ୍ରାକ୍ଟର ତଳେ ଡ୍ରାଇଭର ଜଣଙ୍କ ଚାପି ହୋଇ ରହିଯାଇଥିଲା। ଖବର ପାଇ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଦଶପୁର ଫାଣ୍ଡିକୁ ଖବର ଦେଇଥିଲେ।

ଖବର ପାଇ ଗୋଳାମୁଣ୍ଡା ଆଇଆଇସି(IIC) ଶ୍ୱେତାପଦ୍ମା ସେଠ ସହ ଦଶପୁର ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । କିଛି ସମୟ ପରେ ଅଗ୍ନିଶମ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରିଥିଲେ । ପରେ ଡ୍ରାଇଭରର ବାପା ମାଁଙ୍କୁ ଖବର ଦିଆଯାଇଥିଲା । ଖବର ପାଇ ମୃତକ ବାପା ମାଁ ଘଟଣା ସ୍ଥଳରେ ପହଞ୍ଚି ଉପସ୍ଥିତ ଥିବା ଥାନା ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗ ପାଇ ଗୋଳାମୁଣ୍ଡା ପୋଲିସ କେଶ ନଂ ୪୧/୨୪ରେ ଏକ ମାମଲା ରୁଜୁ କରି ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଲୟକୁ ପଠାଇଥିବା ବେଳେ ଟ୍ରାକ୍ଟରଟି ଜବତ କରି ଥାନାକୁ ନେଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଟ୍ରାକ୍ଟର ନଂ ଓଡି ୦୮ ଏଚ ୩୦୧୩ ବୋଲି ସୂଚନା ମିଳିଛି