Weather Update: ଟୁଇନ୍ ସିଟିରେ ଆରମ୍ଭ ହେଲା ବର୍ଷା, ୩ ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ଜାରି
Advertisement
Article Detail0/zeeodisha/odisha2479662

Weather Update: ଟୁଇନ୍ ସିଟିରେ ଆରମ୍ଭ ହେଲା ବର୍ଷା, ୩ ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ଜାରି

କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତର ରୂପ ନେବ। ଏହା ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ବାୟୁମଣ୍ଡଳର ଉପରି ଭାଗରେ ୫.୮ କିମି ଯାଏଁ ବ୍ୟାପ୍ତ ଅଛି ।

Weather Update: ଟୁଇନ୍ ସିଟିରେ ଆରମ୍ଭ ହେଲା ବର୍ଷା, ୩ ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ଜାରି

Weather Update: ଭୁବନେଶ୍ବର ଓ କଟକରେ ବର୍ଷା ସହ ବିଜୁଳି ଓ ଘଡଘଡି ଆରମ୍ଭ ହୋଇଯାଇଛି । ୨ ସହରକୁ ୩ ଘଣ୍ଟା ପାଇଁ ବର୍ଷା ଓ ଘଡଘଡି ନେଇ ଅରେଞ୍ଜ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ, କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତର ରୂପ ନେବ। ଏହା ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ବାୟୁମଣ୍ଡଳର ଉପରି ଭାଗରେ ୫.୮ କିମି ଯାଏଁ ବ୍ୟାପ୍ତ ଅଛି ।

ସମ୍ଭାବ୍ୟ ଲଘୁଚାପ ଓ ଅବପାତ ସମ୍ପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅକ୍ଟୋବର ୨୧ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଗତିପଥ ନେଇ ଆକଳନ କରାଯିବ । ଅକ୍ଟୋବର ୨୩ ତାରିଖ ବେଳକୁ ଲଘୁଚାପଟି ଅବପାତରେ ପରିଣତ ହୋଇପାରେ । ଫଳରେ ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିମି ରହିବାର ସମ୍ଭାବନା ଅଛି । ଅକ୍ଟୋବର ୨୨ ପରଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଛି । ସମୁଦ୍ର ମଧ୍ୟରେ ଯେଉଁ ମତ୍ସ୍ୟଜୀବୀମାନେ ଅଛନ୍ତି ସେମାନେ ଅକ୍ଟୋବର ୨୧ ସୁଦ୍ଧା କୂଳକୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି । ଅକ୍ଟୋବର ୨୩ରୁ ୨୫ ମଧ୍ୟରେ ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି ଆକଳନ କରାଯାଇଛି । କିନ୍ତୁ କେଉଁ ଜିଲ୍ଲାରେ କିପରି ପ୍ରଭାବ ରହିବ ତାହା ଲଘୁଚାପ ସୃଷ୍ଟି ପରେ ଜଣାପଡ଼ିବ । ଉତ୍ତର ଆନ୍ଧ୍ର, ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶ ଉପରେ ଲଘୁଚାପର ପ୍ରଭାବ ରହିପାରେ ।

Also Read- Weekly Family Horoscope: ନୂଆ ସପ୍ତାହରେ କିଏ ପାଇବ ପାରିବାରିକ ଖୁସି ? ଜାଣନ୍ତୁ

Also Read- ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିବା ମହଙ୍ଗା ପଡିଲା, ଅଭିନେତା ବୁଦ୍ଧାଦିତ୍ୟଙ୍କ ନାମରେ ଅଭିଯୋଗ