Odisha News: ଆରମ୍ଭ ହେଲା ବିଧାନସଭା ଅଧିବେଶନ: ମଧ୍ୟଭାଗରେ ବିରୋଧୀ, ମୁଲତବୀ କଲେ ବାଚସ୍ପତି
Advertisement
Article Detail0/zeeodisha/odisha2531744

Odisha News: ଆରମ୍ଭ ହେଲା ବିଧାନସଭା ଅଧିବେଶନ: ମଧ୍ୟଭାଗରେ ବିରୋଧୀ, ମୁଲତବୀ କଲେ ବାଚସ୍ପତି

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରୁ ହିଁ ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ କ୍ରୀୟାଶୀଳ ହୋଇଛନ୍ତି। ଗୃହର ମଧ୍ୟ ଭାଗରେ ବିରୋଧ ପ୍ରଦର୍ାନ ଓ ବିକ ନାରାବାଜୀ ହେତୁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି।  

Odisha News: ଆରମ୍ଭ ହେଲା ବିଧାନସଭା ଅଧିବେଶନ: ମଧ୍ୟଭାଗରେ ବିରୋଧୀ, ମୁଲତବୀ କଲେ ବାଚସ୍ପତି

Odisha News: ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରୁ ହିଁ ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ କ୍ରୀୟାଶୀଳ ହୋଇଛନ୍ତି। ଗୃହର ମଧ୍ୟ ଭାଗରେ ବିରୋଧ ପ୍ରଦର୍ଶନ ଓ ନାରାବାଜୀ ହେତୁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି। 

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହରେ ଜାତୀୟ ସଙ୍ଗୀତ ଗାନ କରାଯାଇ ଅଧିବେଶନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାପରେ ଗୃହର ଦିବଂଗତ ପୂର୍ବତନ ସଦସ୍ୟଙ୍କ ପାଇଁ ଶୋକପ୍ରସ୍ତାବ ଆଗତ କରିଥିଲେ। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ସମେତ ଧନେଶ୍ୱର ମାଝି, ମକରଧ୍ୱଜ ପ୍ରଧାନ, ନିରଞ୍ଜନ ପ୍ରଧାନ, ଉତ୍କଳକେଶରୀ ପରିଡ଼ା ଏବଂ ପୂର୍ଣ୍ଣଚନ୍ଦ୍ର ମାଝିଙ୍କ ପରିବାରବର୍ଗଙ୍କୁ ଗୃହ ପକ୍ଷରୁ ସମବେଦନା ଜଣାଇବାକୁ ସମସ୍ତ ସଦସ୍ୟଙ୍କୁ ନିବେଦନ କରିଥିଲେ। ବିରୋଧୀ ଦଳ ନେତା ଓ କଂଗ୍ରେସ ଦଳ ନେତା ଏହାକୁ ସମର୍ଥନ କରିବା ପରେ ବାଚସ୍ପତି ସେମାନଙ୍କ ସ୍ମୃତିଚାରଣ କରି ଗୃହରେ  ଲକମିନିଟ ନୀରବ ପ୍ରାର୍ଥନା କରିଥିଲେ।

ଏହାପରେ ଆରମ୍ଭ ହୋଇଥିଲା ପ୍ରଶ୍ନୋତ୍ତରକାଳ। କିନ୍ତୁ ବିରୋଧୀ ବିଜେଡି ଓ କଂଗ୍ରେସ ପକ୍ଷରୁ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଲାଗି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଥମ ନିଜ ଆସନରେ ଠିଆ ହୋଇଥିଲେ। ହେଲେ ବାଚସ୍ପତି ତାଙ୍କୁ ପ୍ରଶ୍ନୋତ୍ତର କାଳରେ ଏ ବିଷୟରେ ଆଲୋଚନା ଲାଗି ଅନୁରୋଧ କରିଥିଲେ। ଗଣତାନ୍ତ୍ରିକ ଉପାୟରେ ବିରୋଧ ପ୍ରଦର୍ଶନ କରିବାକୁ ଯାଇ ଗୃହର ମଧ୍ୟଭାଗକୁ ଆସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଲାଗି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ପ୍ରଶ୍ନୋତ୍ତର କାର୍ଯ୍ୟ ଚାଲିଥିବାରୁ ଏହା ପରେ ଆଲୋଚନା ଲାଗି ଆଶ୍ୱାସନା ଦେଇଥିଲେ ବାଚସ୍ପତି। କିନ୍ତୁ ଏହାକୁ ଧ୍ୟାନ ନଦେଇ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିଲା। ହୋ ହଲ୍ଲା ଭିତରେ ବିଧାୟକ ପଦ୍ମଚରଣ ହାଇବ୍ରୁଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିଥିଲେ ମନ୍ତ୍ରୀ ରବି ନାୟକ। ହେଲେ ଗୃହରେ ହୋ ହଲ୍ଲା ବଢ଼ିବାରୁ ଶୃଙ୍ଖଳିତ କରିବାକୁ ଯାଇ ବାଚସ୍ପତି ଗୃହ କାର୍ଯ୍ୟକୁ ମୁଲତବୀ କରିଥିଲେ।

ସୂଚନାଯୋଗ୍ୟ ଏହି ଶୀତ ଅଧିବେଶନ ଡିସେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ସ୍ଥିର କରାଯାଇଥିବା ବେଳେ ଏହା ଦୀର୍ଘକାଳୀନ ଅଧିବେଶନ ହେବାକୁ ଯାଉଛି।