Top 10 News Headlines: ନିକଟରେ ଆମ୍ବ ଟାକୁଆ ଖାଇ ଦୁଇଜଣ ଆଦିବାସୀ ମହିଳା ମୃତ୍ୟୁବରଣ କରିଥିଲେ। ଏହି ଘଟଣାରେ ରାଜ୍ୟ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ମୋହନ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 8 November 2024: H1. CM majhi review meeting on state power supply: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ରାଜ୍ୟରେ ବିଦ୍ୟୁତ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷାରେ ଶକ୍ତି ବିଭାଗ ଉପରେ ନ୍ୟସ୍ତ ଥିବା ଶକ୍ତି ଉତ୍ପାଦନ, ବିଦ୍ୟୁତ ସରବରାହ ଓ ବଣ୍ଟନ ବ୍ୟବସ୍ଥା ଉପରେ ବିଷଦ ଆଲୋଚନା ହୋଇଥିଲା। ଆଲୋଚନାରୁ ଜଣାଯାଇଛି ଯେ ରାଜ୍ୟରେ ପ୍ରାୟ ୧ କୋଟି ବିଦ୍ୟୁତ ଉପଭୋକ୍ତା ଅଛନ୍ତି। ସେମାନଙ୍କ ପାଇଁ ନିରବଚ୍ଛିନ୍ନ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।
H2. Naveen Patnaik targets Mohan Majhi government: ନିକଟରେ ଆମ୍ବ ଟାକୁଆ ଖାଇ ଦୁଇଜଣ ଆଦିବାସୀ ମହିଳା ମୃତ୍ୟୁବରଣ କରିଥିଲେ। ଏହି ଘଟଣାରେ ରାଜ୍ୟ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ମୋହନ ସରକାରଙ୍କୁ ସମାଲୋଚନା କରିଛନ୍ତି। ଶୁକ୍ରବାର ଦିନ ନିଜ ଏକ୍ସରେ ଏକ ପୋଷ୍ଟ କରି ପୂର୍ବ ମୁଖ୍ୟମନ୍ତ୍ରୀ ତଥା ରୋଧୀଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ ଆମ୍ବ ଟାକୁଆ ଖାଇ କନ୍ଧମାଳର ଦୁଇ ଆଦିବାସୀ ମହିଳା ପ୍ରାଣ ହରାଇବା ଅତ୍ୟନ୍ତ ଦୁଃଖଦ କଥା। ଏକ ନମ୍ବର୍ ରାଜ୍ୟ ଭାବେ କେନ୍ଦ୍ର ସରକାରଙ୍କଠାରୁ ସମ୍ମାନିତ ହେବାରୁ ଆସି ଆଜି ଏପରି ସ୍ଥିତିରେ ପହଞ୍ଚିବା ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟଜନକ।
H3. Odisha Govt on High School Teachers: ହାଇସ୍କୁଲ୍ ଶିକ୍ଷକ ଓ କର୍ମଚାରୀଙ୍କୁ ମିଳିବ ଗୃହ ନିର୍ମାଣ ପାଇଁ ଅଗ୍ରୀମ ଟଙ୍କା। ନୂଆ ଜମି କିଣିବା ଲାଗି ମଧ୍ୟ ଅଗ୍ରୀମ ଟଙ୍କା ଦିଆଯିବ। ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ଏବଂ ନିର୍ମିତ ହୋଇଥିବା କୋଠା କିଣିବା ଲାଗି ମଧ୍ୟ ଅଗ୍ରୀମ ଅର୍ଥ ମିଳିବ। ଏସବୁ ପାଇଁ ଆବେଦନକାରୀମାନେ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ (ଡିଇଓ)ଙ୍କୁ ଚିଠି କରାଯାଇଛି।
H4. Lal Krishna Advani turns 97: କେନ୍ଦ୍ର ତଥା ବହୁ ରାଜ୍ୟରେ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ଶୁକ୍ରବାର ୯୭ ବର୍ଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ର କ୍ୟାବିନେଟର ଅନେକ ସଦସ୍ୟ ତାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ଏବଂ ବିଜେପି ସଂଗଠନର ବିସ୍ତାରରେ ତାଙ୍କର ଅବଦାନକୁ ମନେ ପକାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଜଣେ ବରିଷ୍ଠ ବିଜେପି ନେତାଙ୍କ ଘରକୁ ଯାଇ ତାଙ୍କୁ ଭେଟିଥିଲେ।
H5. Aligarh Muslim University Minority Status: ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ସଂଖ୍ୟାଲଘୁ ସ୍ଥିତି ଯଥା AMU ଅକ୍ଷୁର୍ଣ୍ଣ ରହିବ। ଏହି ମାମଲାରେ କୋର୍ଟ ନିଜର ୧୯୬୭ ନିଷ୍ପତ୍ତି ବଦଳାଇଛନ୍,ତି ଯେଉଁଥିରେ କୁହାଯାଇଛି ଯେ ଏମୟୁ ଏକ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନର ମାନ୍ୟତା ଦାବି କରିପାରିବ ନାହିଁ। କୋର୍ଟ ତାଙ୍କ ନିଷ୍ପତ୍ତିରେ ଧାରା ୩୦ କୁ ମଧ୍ୟ ଉଲ୍ଲେଖ କରିଛନ୍ତି।
H6. CJI Chandrachud's Last Day At Work: ସୁପ୍ରିମକୋର୍ଟରେ ଭାରତର ୫୦ ତମ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଆଜି ଶେଷ ଦିନ ଥିଲା। ଉଲ୍ଲେଖନୀୟ ଅବଦାନ ଏବଂ ନ୍ୟାୟପାଳିକାରେ ଦୃଢ଼ ମତ ପାଇଁ ଜଣାଶୁଣା ଚନ୍ଦ୍ରଚୁଡ ନିଜ କାର୍ଯ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ, ଯେଉଁଥିରେ ଅଯୋଧ୍ୟା ଜମି ବିବାଦ, ଧାରା ୩୭୦ ଏବଂ ସମଲିଙ୍ଗୀ ସମ୍ପର୍କର ଅପରାଧୀକରଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଚାର ମଧ୍ୟ ରହିଥିଲା।
H7. Athiya Shetty & Kl Rahul Pregnancy Annoucement: କେ.ଏଲ୍ ରାହୁଲଙ୍କ ପାଇଁ ୨୦୨୫ ବର୍ଷ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ବାସ୍ତବରେ କେ.ଏଲ୍ ରାହୁଲଙ୍କ ପତ୍ନୀ ତଥା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀ ଗର୍ଭବତୀ ଅଛନ୍ତି। ହଁ ଆଜ୍ଞା, ବିବାହର ଦୁଇ ବର୍ଷ ପରେ ଆଥିଆ ମା ହେବାକୁ ଯାଉଛନ୍ତି। ଏହି ଶୁଭ ଖବରକୁ ଉଭୟ କେ.ଏଲ୍ ରାହୁଲ ଏବଂ ଆଥିଆ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟରେ ସେୟାର କରିଛନ୍ତି। ସେମାନେ ଲେଖିଛନ୍ତି ଯେ ଆସନ୍ତା ବର୍ଷ ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଯାଉଛି।
H8. Jammu Kashmir Encounter: ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନା ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶୁକ୍ରବାର ଦିନ (୮ ନଭେମ୍ବର) ସୋପୋରରେ ହୋଇଥିବା ଏକ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବାବେଳେ ଶ୍ରୀନଗର ଗ୍ରେନେଡ ଆକ୍ରମଣରେ ଲଶ୍କର-ଏ-ତାଇବାଙ୍କର ତିନି ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରାଯାଇଛି।
H9. BCCI On Champions Trophy 2025: ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଭାଗ ନେବାକୁ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବ ନାହିଁ ବୋଲି ଭାରତୀୟ କ୍ରିକେଟ୍ ବୋର୍ଡ ସ୍ପଷ୍ଟ କରିଛି। ବିସିସିଆଇ କହିଛି ଯେ ଦଳ ଏହାର ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଖେଳିବ। କହିରଖୁଛୁ ଯେ ଚାମ୍ପିଅନ୍ସ ଟ୍ରଫି ଆସନ୍ତା ବର୍ଷ ଆରମ୍ଭରେ ଆୟୋଜିତ ହେବ ଏବଂ ପାକିସ୍ତାନରେ ଟୁର୍ଣ୍ଣାମେଣ୍ଟର ହୋଷ୍ଟିଂ ଅଧିକାର ରହିଛି।
H10. India vs South Africa 1st T20I: ଆଜିଠାରୁ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ଆରମ୍ଭ ହୋଇଛି। ଏହି ଚାରି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଡର୍ବାନର କିଙ୍ଗସମିଡ୍ ଠାରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ଆଡେନ ମାର୍କ୍ରାମ ଟସ୍ ଜିତି ବୋଲିଂ କରିବାକୁ ପସନ୍ଦ କରିଥିଲେ। ଆଜି ପୁଣିଥରେ ଟି-୨୦ ବିଶ୍ୱକପ ୨୦୨୪ ର ଫାଇନାଲିଷ୍ଟମାନେ ସଂଘର୍ଷ କରୁଛନ୍ତି ।