1-Banaka lagi ritual: ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ନ କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । । ଏହା ଏକ ଗୁପ୍ତ ସେବା ଓ ଏକ ସ୍ୱତନ୍ତ୍ର ନୀତି ହୋଇଥିବାରୁ ଅପରାହ୍ନ ୫ ଟା ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ଘଣ୍ଟା ଧରି ଏହି ନୀତି ଚାଲିବାକୁ ଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ଏହାପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ ।
2-Pollution: ବାୟୁ ପ୍ରଦୂଷଣ କ୍ଷେତ୍ରରେ ଓଡ଼ିଶାରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୫ ବର୍ଷ ଭିତରେ ବ୍ୟାପକ ପଦକ୍ଷେପ ଓ କୋଟି କୋଟି ଟଙ୍କା ଖର୍ଚ୍ଚସତ୍ତ୍ୱେ ରାଜ୍ୟରେ ପ୍ରଦୂଷଣ ମାତ୍ରା କମିବାତ ଦୂରର କଥା ନିୟନ୍ତ୍ରଣ ବି ହେଉନାହିଁ, ଯାହା ସ୍ପଷ୍ଟ କରୁଛି ଯେ, ରାଜ୍ୟରେ ଯେଉଁ ଖର୍ଚ୍ଚ ଏଥିଲାଗି ହୋଇଛି ତାହା କେବଳ କାଗଜପତ୍ରରେ। ଏହି ଚେଷ୍ଟା ଦ୍ୱାରା ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା କମିପାରୁଛି କିନ୍ତୁ ଓଡ଼ିଶାର ୫ ପ୍ରମୁଖ ସହରରେ ଏତେ ଧୂଳି କଣିକା ବାୟୁରେ ମିଶୁଛି ଯେ ତାହା ଶ୍ୱାସରୋଗକୁ ପ୍ରସାରିତ କରିବାରେ ସହାୟକ ହେଉଛି।
3-Puri Airport: ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର କେବେ ହେବ? ଭୂମି ଅଧିଗ୍ରହଣ , ବିସ୍ଥାପନ ଓ ଥଇଥାନ କିପରି ହେବ ଏବଂ ସର୍ବୋପରି ପାଣ୍ଠି କେଉଁଠୁ ଆସିବ ତାହା ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ। ଏକଦା ପୁରୀ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦରକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ଏହାର ଭାଗ୍ୟକୁ ଏବେ ରାଜ୍ୟ ଉପରେ ନ୍ୟସ୍ତ କରି ନିଜେ ହାଲୁକା ହୋଇଛନ୍ତି କେନ୍ଦ୍ର ସରକାର।
4-Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ତେବେ, ଏହାରି ଭିତରେ ଆଂଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ଆସନ୍ତା ୨୮ ଓ ୨୯ ତାରିଖରେ ରାଜ୍ୟରେ ହାଲୁକା ବର୍ଷା ହୋଇପାରେ। ୨୮ରେ ଭଦ୍ରକ,କେନ୍ଦ୍ରାପଡା, ପୁରୀ, ବାଲେଶ୍ବର, ଜଗତସିଂହପୁର, ଗଂଜାମ ଓ ଗଜପତିରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଏହା ପୂର୍ବାନୁମାନ କରିଛି।
5- Sujata Karthikeyan: ବହୁ ଚର୍ଚ୍ଚିତ ଆଇଏଏସ ଅଫିସର ତଥା ପରେ ବିଜେଡିରେ ଯୋଗ ଦେଇ ଦଳ ପାଇଁ ନୂଆ ଚ୍ୟାଲେଞ୍ଜ ହାତକୁ ନେଇଥିବା ନେତା ଭିକେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଛୁଟି ଆବେଦନକୁ ଖାରଜ କରିଛନ୍ତି ରାଜ୍ୟ ସରକାର । ସୂଚନା ମୁତାବକ, ବିଜେଡିର ପରାଜୟ ପରଠୁ ଛୁଟିରେ ଥିଲେ ଆଇଏଏସ ଅଫିସର ସୁଜାତା । ତେବେ ଏହି ଛୁଟି ଅବଧିକୁ ଆଉ ୬ ମାସ ପର୍ଯ୍ୟନ୍ତ ବଢାଇବା ପାଇଁ ଆବେଦନ କରିଥିଲେ । କିନ୍ତୁ ତାହାକୁ ରାଜ୍ୟ ସରକାର ଖାରଜ କରିଦେଇଛନ୍ତି । କେବଳ ସେତିକି ନୁହେଁ, ନଭେମ୍ବର ୨୭ ତାରିଖ ବୁଧବାର ଦିନରୁ ଚାକିରିରେ ଯୋଗଦେବାକୁ ସରକାରୀ ସ୍ତରରୁ ପରାମର୍ଶ ଦିଆଯାଇଛି । ଆପଣଙ୍କୁ କହିରଖୁଛୁ ଯେ, ମେ ୩୧ ତାରିଖରୁ ୬ ମାସ ପର୍ଯ୍ୟନ୍ତ ଛୁଟିରେ ଯାଇଥିଲେ ସୁଜାତା ।
6-Subhadra Yojan: ରାଜ୍ୟରେ ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର । ସୁଭଦ୍ରା ଯୋଜନା ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆସନ୍ତା ମାର୍ଚ୍ଚ ୭ ତାରିଖରେ ସୁଭଦ୍ରା ପ୍ରଥମ କିସ୍ତିରେ ଶେଷ ପର୍ଯ୍ୟାୟ ଟଙ୍କା ଲୋକଙ୍କ ଆକାଉଣ୍ଟକୁ ଆସିବ । ଅର୍ଥାତ୍ ୨୦୨୫ ମାର୍ଚ୍ଚ ୭ ହେଉଛି ପ୍ରଥମ କିସ୍ତି ଆବେଦନର ଡେଡଲାଇନ ବା ଶେଷ ତାରିଖ। ଆଉ ମାର୍ଚ୍ଚ ୮ ତାରିଖରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିଯିବ । ତେବେ ୨ ଲକ୍ଷ ୬୭ ହଜାର ଅଯୋଗ୍ୟଙ୍କ ଭିତରୁ ଯେଉଁମାନଙ୍କର ଭୁଲ୍ ହୋଇଥିଲା, ସେମାନଙ୍କର ରିଭ୍ୟୁ ଚାଲିଛି । ୨୨ ପ୍ରତିଶତ କାମ ସମାଧାନ ହୋଇସାରିଛି , ଏବେ କେବଳ ଭେରିଫିକେସନ୍ ପରେ ସେମାନେ ଟଙ୍କା ପାଇବେ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।
7-Ratnabhandr:ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଛତିଶା ନିଯୋଗ ବୈଠକରେ ଏନେଇ ଆଲୋଚନା ହୋଇଛି ବୋଲି ଜିଲ୍ଲାପାଳ ସୂଚନା ଦେବା ସହ କହିଛନ୍ତି ଯେ, 'ମରାମତି ବେଳେ ନୀତିକାନ୍ତି ଓ ଦର୍ଶନରେ ଅସୁବିଧା ନ ହେବ ଗୁରୁତ୍ବ ଦିଆଯିବ' 'କେଉଁ ସମୟରେ ମରାମତି, କେତେ ସମୟ କାର୍ଯ୍ୟ ଚାଲିବ ଖସଡ଼ା ହେବ', ଏଥିପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ କମାଣ୍ଡରଙ୍କୁ ନେଇ କମିଟି ହୋଇଛି’
8-Loksabha: ଆଜି ଅଷ୍ଟାଦଶ ଲୋକସଭାର ତୃତୀୟ ଅଧିବେଶନର ଦ୍ୱିତୀୟ ଦିନ। ଆଜି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସ୍ୱରୁପ ଅର୍ଥମନ୍ତ୍ରୀ ବ୍ୟାଙ୍କିଙ୍ଗ୍ ସଂଶୋଧନ ବିଧେୟକ ୨୦୨୪କୁ ଗୃହରେ ଉପସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି। ବିଧେୟକ ପାଇଁ ଆଲୋଚନା ଓ ପାରିତ କରିବା ଲାଗି ଅର୍ଥମନ୍ତ୍ରୀ ପ୍ରସ୍ତାବ ଆଣିବେ। ସେହିପରି ଗୃହ ଯଦି ଠିକ୍ଠାକ୍ ଚାଲେ ତେବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇ ସଂଶୋଧନ ବିଧେୟକ ୨୦୨୪କୁ ଗୃହରେ ଆଲୋଚନା ଓ ପାରିତ ଲାଗି ପ୍ରସ୍ତାବ ଉପସ୍ଥାପନ କରିବେ। ଏହିସବୁ ପ୍ରସ୍ତାବ ସୋମବାରଦିନ ଆସିବାର ଥିଲା। କିନ୍ତୁ ଗୃହ କାର୍ଯ୍ୟ ମୁଲତବୀ ହେବା ହେତୁ ତାହାକୁ ଆଜିକୁ ଧାର୍ଯ୍ୟ କରାଯାଇଛି।
9-Kumbh Mela 2025: ଜାନୁୟାରୀ ୧୩ ତାରିଖରୁ ପ୍ରୟାଗରାଜ କୁମ୍ଭ ମେଳା । ସୁରକ୍ଷା ପାଇଁ ବ୍ୟବହାର ହେବ ଅତ୍ୟାଧୁନିକ ପ୍ରଯୁକ୍ତି। ମେଳାରେ ଅଗ୍ନିକାଣ୍ଡ ରୋକିବାକୁ ବ୍ୟବହାର ହେବ ରୋବୋଟିକ ଅଗ୍ନିଶମ ଇକ୍ୱିପମେଣ୍ଟ । ଏଥିପାଇଁ ସ୍ୱତନ୍ତ୍ର ତାଲିମପ୍ରାପ୍ତ ୨ ଶହ କମାଣ୍ଡୋ ମୁତୟନ ହେବେ ବୋଲି ଜଣାପଡିଛି । ପ୍ରଥମ ଥର ପାଇଁ କୁମ୍ଭ ମେଳାରେ ଏପରି ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର ହେବ ।
10-EC announces Rajya Sabha bypoll dates: ଡିସେମ୍ବର ୨୦ ତାରିଖରେ ହେବ ରାଜ୍ୟସଭା ପାଇଁ ଉପନିର୍ବାଚନ। ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡ଼ିଥିବା ୬ଟି ଆସନ ହେବ ଉପନିର୍ବାଚନ। ଏନେଇ ଆଜି କାର୍ଯ୍ୟନିର୍ଘଣ୍ଟ ପ୍ରକାଶ ପାଇଛି। ବିଜେଡିର ପୂର୍ବତନ ସାଂସଦ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଗୋଟିଏ ଆସନ ଖାଲିପଡ଼ିଛି। ଏଥିପାଇଁ ଡିସେମ୍ବର ୨୦ ତାରିଖରେ ରାଜ୍ୟସଭା ପାଇଁ ଉପନିର୍ବାଚନ ହେବ ।