Top 10 News Today:୮ରେ ମିଳିବ ସୁଭଦ୍ରା କିସ୍ତି, ଆଜି ତୃତୀୟ ଅମୃତ ସ୍ନାନ ଓ ସକାଳର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2629003

Top 10 News Today:୮ରେ ମିଳିବ ସୁଭଦ୍ରା କିସ୍ତି, ଆଜି ତୃତୀୟ ଅମୃତ ସ୍ନାନ ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today:୮ରେ ମିଳିବ ସୁଭଦ୍ରା କିସ୍ତି, ଆଜି ତୃତୀୟ ଅମୃତ ସ୍ନାନ ଓ ସକାଳର ୧୦ ବଡ଼ ଖବର
1. Today in History: ଆଜି ମାଘ ଷଷ୍ଠୀ। ଏହାକୁ ସ୍କନ୍ଦ ଷଷ୍ଠୀ ଭାବେ ଗ୍ରହଣ କରାଯାଏ। ଏହିଦିନ ରାକ୍ଷାସ ସୁରପଦମନକୁ ଦମନ କରି ଭଗବାନ କାର୍ତ୍ତିକେୟ ବିଶ୍ୱଶାନ୍ତି ପାଇଁ କାର୍ଯ୍ୟ କରିଥିଲେ। ଏଣୁ ଏହି ଦିନଟିକୁ କାର୍ତ୍ତିକେୟ ଉପାସନାରେ କେହି କେହି ବ୍ୟକ୍ତ କରିଥାଆନ୍ତି। ୧୯୧୬ ମସିହା ଆଜିର ଦିନରେ ବନାରସ୍‍ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ସେହିପରି ଭାରତର ସାମରିକ ଶକ୍ତିକୁ ବୃଦ୍ଧି କରିବା ପାଇଁ ପ୍ରଥମ ଆଣବିକ ଶକ୍ତି ସମ୍ପନ୍ନ ବୁଡ଼ା ଜାହାଜ ଆଇଏନ୍‍ଏସ୍‍ ଚକ୍ରକୁ ୧୯୮୮ ମସିହା ଫେବୃୟାରୀ ୩ ତାରିଖରେ ସାମିଲ କରାଯାଇଥିଲା। 
 
2. Cooperation University Bill: ଆଜି ଦେଶରେ ପ୍ରଥମ ସମବାୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ବିଧେୟକ ଆଣିବେ ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ। ତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟ ବିଧେୟକ ନାମରେ ଏହାକୁ ନାମିତ କରାଯାଇଛି। ସଂଶୋଧିତ କାର୍ଯ୍ୟସୂଚୀରେ ଏହା ସ୍ଥାନୀତ କରାଯାଇଥିବା ଜଣାପଡ଼ିଛି। 
 
3. CM’s Grievance: ଆଜି  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାଧାରଣଙ୍କ ଅଭିଯୋଗ ଶୁଣିବେ। ଜୁଲାଇ ୧ ତାରିଖରୁ ପ୍ରତି ସୋମବାର ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଖୋଦ୍‍ ମୁଖ୍ୟମନ୍ତ୍ରୀ ଉପସ୍ଥିତ ହେବାକୁ ପ୍ରତିଶୃତି ଦେଇଛନ୍ତି। କିନ୍ତୁ  ଏ ଭିତରେ ୩୧ଟି ସୋମବାର ଭିତରୁ ମାତ୍ର ୭ ଦିନ ଏହି ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ହୋଇଛନ୍ତି। ଆଜିର ଅଭିଯୋଗ ଶୁଣାଣୀ ଅଷ୍ଟମ ଅଭିଯୋଗ ଶୁଣାଣି ହେବ। ଏଥିଲାଗି ୧୦୦୦ ଅଭିଯୋଗ କର୍ତ୍ତାଙ୍କ ଆବେଦନକୁ ଗ୍ରହଣ କରାଯାଇଛି। ସେମାନେ ସିଧାସଳଖ ନିଜର ଦୁଃଖ କାହାଣୀ ମୁଖ୍ୟମନ୍ତ୍ରୀଙ୍କୁ ବଖାଣି ସହାୟତା ମାଗିବେ। ଦିନ ୧୧ଟାରେ ଅଭିଯୋଗ ଶୁଣାଣି ଆରମ୍ଭ ହେବ। 
 
4. Subhadra Scheme: ଆସନ୍ତା ୮ ତାରିଖରେ ମିଳିବ ସୁଭଦ୍ର୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଯାଜପୁରରେ ଏକ ସମାରୋହ ଆୟୋଜନ କରି ରାଜ୍ୟ ସରକାର ଏହି ଅର୍ଥ ବଣତ୍ଟନ ଆରମ୍ଭ ହେବ। ଏନେଇ ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସରକାର ଏେହି ଆବଣ୍ଟନ ଲାଗି ୧୧ ହଜାର କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଯେଉଁମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଆଧାର ସଂଯୁକ୍ତ ରହିଛି ସେମାନଙ୍କୁ ଏହି ଅର୍ଥ ମିଳିବ। ଯେଉଁମାନଙ୍କର ନାହିଁ ସେମାନେ ତୁରନ୍ତ ତାହାର ସମାଧାନ କରିପାରିବେ। ପୁଣି ମାର୍ଚ୍ଚ ୩୦ ତାରିଖ ଯାଏ ଏହି ସମାଧାନ କରାଯାଇପାରିବ। ଏହା ହେଲେ  ୨୦୨୪ର ଦୁଇଟିଯାକ କିସ୍ତି ଅର୍ଥ ଏକ ସଙ୍ଗେ ମିଳିବ ବୋଲି ସେ କହିଛନ୍ତି। 
 
5. No WAQF Report Today: ଲୋକସଭାର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ଏକ ସଂଶୋଧିତ କାର୍ଯ୍ୟସୂଚୀରେ ଓ୍ୱାକଫ୍‍ ସଂଶୋଧନ ବିଧେୟକ ୨୦୨୪ ସମ୍ବନ୍ଧରେ ଗଠିତ ଯୁଗ୍ମ ସଂସଦୀୟ କମିଟି ରିପୋର୍ଟ ଆଜି ଉପସ୍ଥାପନ କରାଯିବ ନାହିଁ। ପୂର୍ବରୁ କମିଟିର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ଏହି ରିପୋର୍ଟ ଏବଂ ଏହି ସମ୍ବନ୍ଧୀୟ ତଥ୍ୟ ପ୍ରମାଣକୁ ଗୃହ ସମ୍ମୁଖରେ ଉପସ୍ଥାପନ କରିବା ଲାଗି କାର୍ଯ୍ୟ ନିର୍ଦ୍ଧାରଣ କରାଯାଇଥିଲା। 
 
6. Blow to NavIC: ଭାରତର ନିଜସ୍ୱ ଜିପିଏସ୍‍ ବ୍ୟବସ୍ଥା ‘ନାଭିକ୍‍’କୁ ଆଉଏକ ଝଟକା ଲାଗିଛି। ବୁଧବାରଦିନ ଇସ୍ରୋ ପକ୍ଷରୁ ଉତ୍‍କ୍ଷପଣ କରାଯାଇଥିବା ରକେଟରେ ବୈଷୟିକ ତ୍ରୁଟି ଯୋଗୁ ‘ନାଭିକ’କୁ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରିବା ସମ୍ଭବପର ହୋଇପାରି ନାହିଁ। ଏହି ଅସୁବିଧାକୁ ସୁଧାରିବା ଲାଗି ଇସ୍ରୋ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ଆପଣାଯାଉଥିବା ସ୍ପଷ୍ଟ କରାଯାଇଛି। ଏହି ଉପଗ୍ରହକୁ ୨୦୧୩ ମସିହାରେ ପ୍ରଥମେ ଉତକ୍ଷେପଣ କରାଯାଇଥିଲା।  ଏ ଭିତରେ ୧୧ଟି ଉତକ୍ଷେପଣ ହୋଇଛି ଯେଉଁଥିରୁ ୬ଟି ବିଫଳ ହୋଇଛି। 
 
7. Amrit Snan in Prayagraaj: ପ୍ରୟାଗରାଜର ସଙ୍ଗମସ୍ଥଳରେ ଆଜି ମହାକୁମ୍ଭ ଅବସରରେ ତୃତୀୟ ଅମୃତସ୍ନାନ ଆରମ୍ଭ ହୋଇଛି। ଦଳା ଚକଟା ପରେ ଏହା ପ୍ରଥମ ଅମୃତ ସ୍ନାନ। ଏହି ସ୍ନାନକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ ସ୍ୱଥନ୍ତ୍ର ଆଦେଶ ଜାରି କରାଯାଇଛି। ଗୋଟିକ ପରେ ଗୋଟିଏ ଆଖଡ଼ାକୁ ଅମୃତ ସ୍ନାନ ଲାଗି ଅନୁମତି ପ୍ରଦାନ କରାଯାଇଛି। ସବୁ ଆଖଡ଼ାକୁ ୪୦ ମିନିଟ ସମୟ ଦିଆଯାଇଛି।ମହା ନିର୍ବାଣୀ ଓ ଅଟଳ ଆଖଡ଼ା ରାତି ୪ଟାରୁ ସ୍ନାନ ଆରମ୍ଭ କରିଛନ୍ତି। 
 
8. JEE Main 2: ଏପ୍ରିଲ୍‍ ୧ରୁ ୮ ଯାଏ ଚାଲିବ ଜେଇଇ ମେନ୍‍-୨। ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଆଡମିଶନ ପାଇଁ ଏହି ପ୍ରବେଶିକା ପରୀକ୍ଷା ଜରୁରୀ। ଏଥିଲାଗି ଫେବୃୟାରୀ ୧ ତାରିଖରୁ ଆବେଦନ ଆାରମ୍ଭ ହୋଇଛି। ଏହା ୨୫ ତାରିଖ ଯାଏଁ ଚାଲିବ। ଜେଇଇ-୧ ଦେଇଥିବା ଛାତ୍ରଛାତ୍ରୀ ଚାହିଁଲେ ନିଜର ପୂର୍ବ ଆବେଦନ ସଂଖ୍ୟା ଏବଂ ପାସ୍‍ଓ୍ୱାର୍ଡ ଦେଇ ପୁଣିଥରେ ଆବେଦନ କରିପାରିବେ। 
 
9. Anti conversion Religious Bill:  ଉତ୍ତରାଖଣ୍ତରେ  ଏକକ ଦେଓ୍ୱାନୀ ଆଇନ ( ୟୁନିଫର୍ମ ସିଭିଲ୍‍ କୋଡ୍‍) ଲାଗୁ ହେବା ପରେ  ଆଜି ରାଜସ୍ଥାନରେ ବହୁଦିନ ହେଲା ଦାବି ହୋଇ ଆସୁଥିବା ଧର୍ମାନ୍ତରଣ ନିରୋଧୀ ବିଧେୟକ ଆଜି ଉପସ୍ଥାପନ ହୋଇପାରେ। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ମିଳିଛି। ଏହାସହ ଖୁବ୍‍ ଶୀଘ୍ର ରାଜସ୍ଥାନ ବିଧାନସଭାରେ ଲିଭ୍‍ଇନ୍‍ରେ ରହୁଥିବା ଲୋକଙ୍କ ବିରୁଦ୍ଧରେ ମଧ୍ୟ ଶକ୍ତ ଆଇନ ଆଣିପାରନ୍ତି ସରକାର। 
 
10. Weather report: ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇଛି। ହାରାହାରି ତାପମାତ୍ରା ୩୦ ଡିଗ୍ରୀରେ ପହଞ୍ଚିଛି। ସେହିପରି ଉତ୍ତର ଭାରତରେ ମଧ୍ୟ ଶୀତର ପ୍ରକୋପ ହ୍ରାସ ହୋଇଛି। ଚାରିଆଡ଼େ କୁହୁଡ଼ି ଦେଖା ଦେଇଥିବାରୁ ଆସନ୍ତା କିଛିଦିନ ଭିତରେ ବର୍ଷା ହେଲେ ଯାଇ ପାଣିପାଗରେ ସୁଧାର ଆସିବ ବୋଲି ଆଶା କରାଯାଇଛି। ଆଜି ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୩୫ ଡିଗ୍ରୀ ଓ ସର୍ବୋଚ୍ଚ ତାପମାତ୍ରା ୨୨ ଡିଗ୍ରୀ ରହିବା ଅନୁମାନ କରାଯାଉଛି।