Top 10 News: ଅଲିମ୍ପିକ୍ସରେ ଭାରତୀୟ ହକି ରଚିଲା ଇତିହାସ, ରାଜ୍ୟରେ ଆଉ ଖୋଲିବନି ମଦ ଦୋକାନ, ପଢ଼ନ୍ତୁ ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2375112

Top 10 News: ଅଲିମ୍ପିକ୍ସରେ ଭାରତୀୟ ହକି ରଚିଲା ଇତିହାସ, ରାଜ୍ୟରେ ଆଉ ଖୋଲିବନି ମଦ ଦୋକାନ, ପଢ଼ନ୍ତୁ ୧୦ ବଡ଼ ଖବର

Top 10 News Headlines: ଭାରତୀୟ ହକି ଦଳ ସ୍ପେନକୁ ୨-୧ ରେ ପରାସ୍ତ କରି ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 News Headlines 8 Augsut 2024

Top 10 News Headlines 8 Augsut 2024: H1. Minister Krushna Chandra Patra On Potato crisis: ଆଳୁକୁ ନେଇ ବ୍ୟବସାୟୀ ଓ ସାଧାରଣ ଜନତା ଚିନ୍ତାରେ। ଏଥିପାଇଁ ଦିନେ ଦୁଇ ଦିନ ସମୟ ଲାଗିବ। ଲୋକେ ଆଳୁର ଅଭାବ ନେଇ ଆତଙ୍କିତ ହୁଅନ୍ତୁ ନାହିଁ। ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରୁ ଆଳୁ ଆସିବ। ଏନେଇ କଥାବାର୍ତ୍ତା ଚାଲିଛି ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। 

H2. High court notice to deputy chief minister: ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ପରାଜିତ ବିଜେଡି ପ୍ରାର୍ଥୀ ସରୋଜ ମେହେର ଦାଖଲ କରିଥିବା ଅଭିଯୋଗ ଆଧାରରେ ଏହି ନୋଟିସ୍ ଜାରି କରାଯାଇଛି। କେ.ଭି. ସିଂହଦେଓଙ୍କ ନିର୍ବାଚନୀ ସତ୍ୟପାଠରେ ସମ୍ପତ୍ତି ତାଲିକା ଭୁଲ ଦର୍ଶାଯାଇଥିବା ବିଜେଡି ପ୍ରାର୍ଥୀ ସରୋଜ ମେହେର କୋର୍ଟରେ ଅଭିଯୋଗ କରିଛନ୍ତି। ତେବେ ୩୦ ଅଗଷ୍ଟ ମଧ୍ୟରେ ଏହାର ଜବାବ ଦେବାକୁ ଶ୍ରୀ ସିଂହଦେଓଙ୍କୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। 

H3. Vigilance Arrests Athagarh BDO in DA Case: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି। ବୁଧବାର ପ୍ରଦୀପଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ ଓ ଆଠଗଡ଼ ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏହା ସହିତ ଆଜି ଭୁବନେଶ୍ବର ଏସବିଆଇ ମୁଖ୍ୟ ଶାଖାରେ ଥିବା ତାଙ୍କର ଲକରକୁ ମଧ୍ୟ ଯାଞ୍ଚ କରିଥିଲା। ଏହା ପରେ ଡାଇରେକ୍ଟ ଆକ୍ସନ ଚାର୍ଜରେ ବିଡିଓଙ୍କୁ ବାନ୍ଧିଛି ଭିଜିଲାନ୍ସ। 

H4. No more new liquor shops in Odisha: ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ। ଏଥିସହ ଚୋରା ମଦ କାରବାର ବି ସମ୍ପୂର୍ଣ୍ଣ ବନ୍ଦ ହେବ। ଏଥିପାଇଁ ଅବକାରୀ ନୀତିରେ ଆଗକୁ ଆମୂଳଚୁଳ ପରିବର୍ତ୍ତନ କରାଯିବ। ଆସନ୍ତା ବର୍ଷା ଯେଉଁ ମଦନୀତି ହେବ, ସେଥିରେ ଓଡ଼ିଶାରୁ ଚୋରମଦ ବିକ୍ରି ବନ୍ଦ କରିବାକୁ ନୀତି ପ୍ରଣୟନ କରାଯିବ। ଆଜି ଏପରି ବଡ଼ ମନ୍ତବ୍ୟ ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରାଜ୍ୟରେ ଚୋରା ମଦ ବିକ୍ରି କିପରି ବନ୍ଦ ହେବ ତାହା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିବା ଆଇନମନ୍ତ୍ରୀ କହିଛନ୍ତି।

H5. Parliament Session Updates: ଗୁରୁବାର ଲୋକସଭାରେ ଉପସ୍ଥାପିତ ହୋଇଥିବା ୱାକଫ ସଂଶୋଧନ ବିଲ୍ ୨୦୨୪ ଉପରେ ବିରୋଧୀ ଦଳର କଡ଼ା ବିରୋଧକୁ ଦୃଷ୍ଟିରେ ରଖି ମୋଦି ସରକାର ବର୍ତ୍ତମାନ ଏହି ବିଲ୍କୁ ମିଳିତ ସଂସଦୀୟ କମିଟି (ଜେପିସି) କୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି।

H6. RBI Monetary Policy: ଚେକ୍ କ୍ଲିଅରିଂ ବର୍ତ୍ତମାନ କିଛି ଘଣ୍ଟା ମଧ୍ୟରେ ଘଟିବ। ଚେକ୍ କ୍ଲିୟରାନ୍ସ ସମୟକୁ କିଛି ଘଣ୍ଟାକୁ ହ୍ରାସ କରିବା ଓ ଏହା ସହ ଜଡିତ ବିପଦକୁ ହ୍ରାସ କରିବା ଲକ୍ଷ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ପଦକ୍ଷେପ ନେବାକୁ ଘୋଷଣା କରିଛି। ବର୍ତ୍ତମାନ ଚେକ୍ ଜମା ଠାରୁ କ୍ଲିୟରାନ୍ସ ଯାଞ୍ଚ କରିବାକୁ ଦୁଇ ଦିନ ଲାଗିଥାଏ। କିନ୍ତୁ ନୂଆ ସିଷ୍ଟମରେ ଜମା ହେବାର କିଛି ଘଣ୍ଟା ମଧ୍ୟରେ ଚେକ୍ 'କ୍ଲିୟର' ହେବ।

H7. Japan Earthquake: ଗୁରୁବାର ଦିନ ଜାପାନରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଦକ୍ଷିଣ-ପଶ୍ଚିମ ଜାପାନରେ ୭.୧ ମ୍ୟାଗ୍ନିଚ୍ୟୁଡର ଭୂକମ୍ପରେ ଲୋକମାନେ ଥରି ଉଠିଥିଲେ। ଭୂକମ୍ପ ଯୋଗୁଁ ଜାପାନରେ ସୁନାମି ଚେତାବନୀ ମଧ୍ୟ ଜାରି କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ କିମ୍ବା ଦେଶରେ କୌଣସି ବଡ଼ କ୍ଷୟକ୍ଷତିର ଖବର ଆସିନାହିଁ।

H8. Naga Chaitanya, Sobhita Dhulipala are engaged: ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ସୁପରଷ୍ଟାର ନାଗାର୍ଜୁନଙ୍କ ବଡ଼ ପୁଅ ତଥା ଅଭିନେତା ନାଗା ଚୈତନ୍ୟ। ନାଗା ଚୈତନ୍ୟ ଏବଂ ଅଭିନେତ୍ରୀ ଶୋଭିତା ଧୁଲିପାଲା ଶେଷରେ ସେମାନଙ୍କ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି। ଆଜି ଅର୍ଥାତ୍ ଅଗଷ୍ଟ ୮ରେ ଏହି କପଲ୍ ପରିବାର ମଧ୍ୟରେ ସେମାନଙ୍କ ଏନଗେଜମେଣ୍ଟ ଶେଷ ହୋଇଛି।

H9. India vs Spain Bronze Medal Match: ପ୍ୟାରିସ୍ ଅଲିମ୍ପିକ୍ସର ହକି ବ୍ରୋଞ୍ଜ ପଦକ ମ୍ୟାଚ୍ ଭାରତ ଓ ସ୍ପେନ୍ ମଧ୍ୟରେ ଖେଳାଯାଇଥିଲା। ଭାରତ ଏହି ମ୍ୟାଚକୁ ୨-୧ ରେ ଜିତି ବ୍ରୋଞ୍ଜ ପଦକ ହାସଲ କରିଛି। ଦୀର୍ଘ ସମୟ ପରେ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ ଗେମ୍ସରେ ପଦକ ଜିତିଛି। ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ଭାରତ ହକିରେ ବ୍ରୋଞ୍ଜ ପଦକ ଜିତିଥିଲା।

H10. PM congratulates Indian Hockey team: ଭାରତୀୟ ହକି ଦଳ ସ୍ପେନକୁ ୨-୧ ରେ ପରାସ୍ତ କରି ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛି। ଏହି ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି। ଏହି ବିଜୟ ଆଗାମୀ ପିଢ଼ି ଦ୍ୱାରା ସ୍ମରଣୀୟ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।