Top 10 News Headlines: ମୃତ ସହଦେବ ନାୟକଙ୍କ ପରିବାର ଶନିବାର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 11 January 2025: H1. Naveen Patnaik meets kin of slain Police Mitra: ମୃତ ସହଦେବ ନାୟକଙ୍କ ପରିବାର ଶନିବାର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହାପରେ ଶୁଦ୍ଧି କର୍ମ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ୫୦ ହଜାର ଟଙ୍କା ସହାୟତା ଦେଇଛନ୍ତି। ଭୁବନେଶ୍ୱର ରସୁଲଗଡ଼ ଓଭରବ୍ରିଜ୍ ହତ୍ୟାର ଶିକାର ହୋଇଥିବା ସହଦେବଙ୍କ ପତ୍ନୀ ଓ ଦୁଇ ଝିଅ ଆଜି ସନ୍ଧ୍ୟାରେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।
H2. CM Majhi inaugurates Orissa HC’s judicial archives centre: ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟିକ ଅଭିଲେଖାଗାର ନ୍ୟାୟପାଳିକାର ପ୍ରଗତିଶୀଳ ଦୃଷ୍ଟିକୋଣର ପ୍ରତିଫଳନ। ଏହା ନ୍ୟାୟ ପ୍ରଶାସନଠାରୁ ଆଗକୁ ଯାଇ ଇତିହାସ, ସଂସ୍କୃତି ଓ ଶିକ୍ଷାର ପରିସରକୁ ବ୍ୟାପକ କରିବ । ନ୍ୟାୟିକ ଦସ୍ତାବିଜ, ରେକର୍ଡ ଏବଂ କଳାକୃତିର ସଂରକ୍ଷଣ ଦିଗରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଯୁଗ ଯୁଗ ଧରି ଆଇନ ଗବେଷକ, ଛାତ୍ର ଏବଂ ଐତିହାସିକମାନଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ ହୋଇରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
H3. odisha weather report: ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଭାଗ ଆସନ୍ତାକାଲି ଠାରୁ ଶୀତର ପ୍ରକୋପ କମିବ ବୋଲି ଆକଳନ କରିଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ ଆଜି ବିଶେଷକରି କୋରାପୁଟ, ଢେଙ୍କାନାଳ, ସମ୍ବଲପୁର , ସୁନ୍ଦରଗଡ, କନ୍ଧମାଳ ଓ ଅନୁଗୁଳରେ ଘନ କୁହୁଡିର ଦୃଶ୍ୟକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି ହୋଇଛି। ହାଲୁକା ଶୀତ ସହ ଘନ କୁହୁଡି ରାଜ୍ୟବାସୀଙ୍କୁ କଲବଲ କରୁଥିବା ବେଳେ ୧୩ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି଼ ରହିବ ବୋଲି ଜଣାପଡିଛି।
H4. Curfew imposed in some areas of Balasore: ବାଲେଶ୍ବରରେ ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଜାରି କରିଛି ପ୍ରଶାସନ । ଅରଡ଼ ବଜାର ଠାରୁ ପରିବା ମାର୍କେଟ ଅଞ୍ଚଳ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହୋଇଛି । ଆସନ୍ତାକାଲି ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ବୋଲି ସୂତନା ମିଳିଛି । ରେଳ ଲାଇନ୍ ସଂପ୍ରସାରଣ ପାଇଁ ପ୍ରଶାସନ ପକ୍ଷରୁ ବସ୍ତି ଉଚ୍ଛେଦ କରାଯାଉଛି । ହରିପୁରରୁ ଦର୍ଜିପୋଖରୀ, କସମିଳା ଠାରୁ ଫୁଲାଡି ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା ଲାଗିଛି । ସେହିପରି ନୂଆବଜାର ରେଳ ଫାଟକ, ନୂଆବଜାର ପରିବା ମାର୍କେଟରେ ମଧ୍ୟ କର୍ଫ୍ୟୁ ଜାରି ରହିଛି ।
H5. BJP releases 2nd candidates list for Delhi polls: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଜାରି କରିଛି। ବିଜେପିର ଦ୍ୱିତୀୟ ତାଲିକାରେ କପିଲ ମିଶ୍ରଙ୍କ ନାମ ସାମିଲ ଅଛି। ତାଙ୍କୁ କରାୱଲ ନଗରରୁ ଟିକେଟ୍ ଦିଆଯାଇଛି, ଯେତେବେଳେ ରାଜ କରଣ ଖତ୍ରୀଙ୍କୁ ନରେଲାରୁ ଏବଂ ସୂର୍ଯ୍ୟ ପ୍ରକାଶ ଖତ୍ରୀଙ୍କୁ ତିମାରପୁରରୁ ପ୍ରାର୍ଥୀ କରାଯାଇଛି। ବିଜେପିର ଏହି ଦ୍ୱିତୀୟ ତାଲିକାରେ ପାଞ୍ଚ ଜଣ ମହିଳା ପ୍ରାର୍ଥୀଙ୍କ ନାମ ମଧ୍ୟ ସାମିଲ ଅଛି।
H6. Ceiling slab collapses at Kannauj railway station: ଶନିବାର ଦିନ ଅପରାହ୍ନରେ ୟୁପିର କନୌଜରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ରେଳ ଷ୍ଟେସନରେ ଏକ ନିର୍ମାଣାଧୀନ କୋଠାର ଲିଣ୍ଟେର ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୩୦ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ରେଳବାଇ, ପ୍ରଶାସନ ଏବଂ ପୋଲିସ ଅଧିକାରୀମାନେ ତୁରନ୍ତ ଷ୍ଟେସନରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
H7. Anand Mahindra Reply amid LnT 90 Hours Statement: ୱାର୍କ-ଲାଇଫ୍ ବାଲାନ୍ସ ଉପରେ ବିତର୍କ ମଧ୍ୟରେ ଅନେକ ପ୍ରମୁଖ ଶିଳ୍ପପତି କାର୍ଯ୍ୟ ସମୟ ବୃଦ୍ଧି କରିବାକୁ ପରାମର୍ଶ ଦେଉଛନ୍ତି। ଏସବୁ ମଧ୍ୟରେ ମହିନ୍ଦ୍ରା ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଶନିବାର ଦିନ କହିଛନ୍ତି ଯେ ସେ କାର୍ଯ୍ୟ ସମୟ ବଦଳରେ କାମର ଗୁଣବତ୍ତା ଉପରେ ବିଶ୍ୱାସ କରନ୍ତି।
H8. Tiku Talsania hospitalised: ଅନେକ ହିନ୍ଦୀ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ ନିଜ ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିବା ଅଭିନେତା ଟିକୁ ତାଲସାନିଆଙ୍କ ହୃଦଘାତ ହୋଇଥିବା ଜଣାପଡ଼ିଛି। ଅଭିନେତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହେବା ପରେ ତାଙ୍କୁ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
H9. CAG Report On Delhi Liquor Policy: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି। ଏହା ପୂର୍ବରୁ ଅରବିନ୍ଦ କେଜରିୱାଲଙ୍କୁ ନେଇ ଏକ ଟେନସନ୍ ବଢ଼ାଇବା ପରି ରିପୋର୍ଟ ସାମ୍ନାକୁ ଆସିଛି। ଶୀଶମହଲ ପରେ ଶନିବାର ଦିନ ସିଏଜି ରିପୋର୍ଟ ଆସିଛି। ରିପୋର୍ଟରେ କୁହାଯାଇଛି ଯେ ଦିଲ୍ଲୀ ସରକାରଙ୍କ ବର୍ତ୍ତମାନ ବନ୍ଦ ହୋଇଯାଇଥିବା ଉତ୍ପାଦ ଶୁଳ୍କ ନୀତିରେ ଅନେକ ତ୍ରୁଟି ରହିଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ ଅରବିନ୍ଦ କେଜରିୱାଲ ପ୍ରଶାସନ କ୍ଷତିରେ ଥିବା ସତ୍ତ୍ୱେ କିଛି ବିଡରଙ୍କୁ ଲାଇସେନ୍ସ ପ୍ରଦାନ କରିଥିଲା, ଯାହା ଅନେକ ପ୍ରଶ୍ନ ଉଠାଇଥାଏ।
H10. India Squad announced: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଏକ ୧୫ ଜଣିଆ ଦଳ ଚୟନ କରାଯାଇଛି। ଏଥିରେ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଚୟନ କରାଯାଇଛି। ସେ ଦୁଇ ବର୍ଷ ପରେ ଭାରତୀୟ ଟି-୨୦ ଦଳକୁ ଫେରିଛନ୍ତି। ମହମ୍ମଦ ଶାମି ଶେଷ ଥର ପାଇଁ ୨୦୨୨ ରେ ଟି-୨୦ ବିଶ୍ୱକପ୍ ଖେଳିଥିଲେ।