Top 10 News: ୩୧ ଜାନୁଆରୀ ସୁଦ୍ଧା ଇ-କେୱାଇସି ନ କଲେ କଟିବ ରାସନ କାର୍ଡ, ଭୁବନେଶ୍ବରରେ ରାଷ୍ଟ୍ରପତି, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2594760

Top 10 News: ୩୧ ଜାନୁଆରୀ ସୁଦ୍ଧା ଇ-କେୱାଇସି ନ କଲେ କଟିବ ରାସନ କାର୍ଡ, ଭୁବନେଶ୍ବରରେ ରାଷ୍ଟ୍ରପତି, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ରସୁଲଗଡ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ମାନଙ୍କୁ ପୋଲିସ୍ ଗିରଫ କରିଛି। ବୁଧବାର ଦିନ ରାଜଧାନୀ ଭୁବନେଶ୍ୱରରେ ପୋଲିସ ମିତ୍ର ହତ୍ୟା ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଗିରଫ କରିଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 News Headlines 9 January 2025

Top 10 News Headlines 9 January 2025: H1.Bhubaneswar Murder Case: ରାଜଧାନୀ ରସୁଲଗଡରେ ପୋଲିସ ମିତ୍ର ସହଦେବ ନାୟକ ହତ୍ୟାକାଣ୍ଡ ମାମଲାରେ ଗୁରୁବାର ଆଉ ୨ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି । ଏହି ଦୁଇ ଅଭିଯୁକ୍ତ ଦମ୍ପତି ହୋଇଥିବା ବେଳେ ସେମାନଙ୍କ ନାମ ରାକେଶ ନାୟକ ଓ ଲକି ନାୟକ । ଗତକାଲି ଘଟଣା ପରେ ୩ ଜଣକୁ ଗିରଫ କରାଯାଇଥିଲା। ଏଥିରେ ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀଧର ନାୟକ, ତାଙ୍କ ପତ୍ନୀ ଲିପିକା ନାୟକ ଓ ସହଯୋଗୀ ରକି ନାୟକ ଥିଲେ। ତେବେ ଆଜିର ଗିରଫଦାରୀକୁ ମିଶାଇ ଅଭିଯୁକ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଛି।

H2. CBSE CTET December 2024 Result: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୯ ଜାନୁଆରୀ ୨୦୨୫ ରେ ଡିସେମ୍ବର ୨୦୨୪ ରେ ଅନୁଷ୍ଠିତ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (CTET) ର ଫଳାଫଳ ଅଧିକାରିକ ଭାବରେ ଘୋଷଣା କରିଛି। ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଏବେ CTETର ଅଫିସିଆଲ୍ ୱେବସାଇଟ୍ ctet.nic.in ରେ ନିଜର ଫଳାଫଳ ଦେଖିପାରିବେ।

H3. e-KYC deadline set by Odisha for ration card: ରାସନ କାର୍ଡକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୩୧ ଜାନୁଆରୀ ସୁଦ୍ଧା ଯଦି ଇ-କେୱାଇସି ନକରୁଛନ୍ତି ତେବେ ଆପଣଙ୍କ ରାସନ କାର୍ଡ କଟିଯିବ। ଆଉ ମିଳିବନି ରାସନ। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ଯୋଗାଣ ମନ୍ତ୍ରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୪୯ ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାଁନ୍ତି। 

H4. PM Modi Inaugurated Prabasi Bhartiya Divas: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରଠାରେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦ୍‍ଘାଟନ କରିଛନ୍ତି। ଏହି ଅବସରରେ ସେ ଭାରତ ଓ ଭାରତର ସଂସ୍କୃତିକୁ ସେମାନେ ରହୁଥିବା ଦେଶରେ ପ୍ରଭାବୀ ଢଙ୍ଗରେ ପ୍ରସାର ପାଇଁ ଆହ୍ୱାନ ଦେଇଛନ୍ତି। ଭାରତକୁ ୨୦୪୭ ସୁଦ୍ଧା ବିକଶିତ ଭାରତରେ ପରିଣତ କରିବା ପାଇଁ ନିଜକୁ ଅନ୍ତର୍ଭୁକ୍ତ କରିବା ଲାଗି କହିଛନ୍ତି। 

H5. President Murmu arrives in Bhubaneswar: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆଜି ପହଞ୍ଚିଛନ୍ତି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ରାଷ୍ଟ୍ରପତି ସିଧା ରାଜଭବନ ଅଭିମୁଖେ ଯାତ୍ରା କରିଛନ୍ତି । କହିରଖୁଛୁ ଯେ ଶୁକ୍ରବାର ଦିନଜନତା ମୈଦାନରେ ଜାରି ରହିଥିବା ୧୮ତମ ‘ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ’ର ଅନ୍ତିମ ଦିନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଂଶଗ୍ରହଣ କରିବେ।

H6. Night Bazaar Offers more discount in Bhubaneswar: ପ୍ରବାସୀ ଭାରତୀୟ ଦିବସ ଅବସରରେ ଭୁବନେଶ୍ୱରରେ ବୟନିକା ଆରମ୍ଭ କରିଛି ରାତ୍ରୀ ବଜାର। ଏହା ରାତି ୧୧ଟାରୁ ସକାଳ ୭ଟା ଯାଏ ଖୋଲା ରହିବ। ଏହି ସମୟରେ ବୟନିକାର ମୁଖ୍ୟ ଅନନ୍ୟ କେନ୍ଦ୍ରକୁ କୌଣସି ହସ୍ତବୁଣା ସାମଗ୍ରୀ କିଣିଲେ ସେଥିରେ ଅଧିକ ୫ ପ୍ରତିଶତର ଡିସ୍‍କାଉଣ୍ଟ ଘୋଷଣା କରାଯାଇଛି। ଅର୍ଥାତ୍‍ ଗ୍ରାକ ସାଧାରଣ ଡିସ୍‍କାଉଣ୍ଟ ୧୦ ପ୍ରତିଶତ ପରେ ୨୦ ପ୍ରତିଶତ ଏବଂ ଅଧିକ ୫ ପ୍ରତିଶତ ଲେଖାଏଁ ଦୁଇଥର ରିହାତି ଲାଭ କରିବେ।

H7. Tirupati stampede: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗୁରୁବାର ଦିନି କହିଛନ୍ତି ଯେ ତିରୁପତିରେ ଦଳାଚକଟା ଘଟଣାରେ ସେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେବେ, ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ସେ କହିଛନ୍ତି ଯେ ଜିଲ୍ଲା ପୋଲିସ ଅଧିକ୍ଷକଙ୍କ ସମେତ ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ବଦଳି କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ନାଇଡୁ କହିଛନ୍ତି ଯେ ସେ ଅବହେଳା ପାଇଁ ଜଣେ ଡିଏସ୍ପିଙ୍କ ସମେତ ଦୁଇ ଜଣ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

H8. Top passports 2025 ranking: ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଥିବା ଦେଶ ତାଲିକାରେ ଭାରତ ୮୫ତମ ସ୍ଥାନରେ ରହିଛି। ଭାରତୀୟ ପାସପୋର୍ଟ ଧାରକମାନେ ବର୍ତ୍ତମାନ ଭିସା ବିନା ୫୭ଟି ଦେଶକୁ ଯାତ୍ରା କରିପାରିବେ। ଏଥର ପାକିସ୍ତାନର ଅବସ୍ଥା ଖରାପ ଅଛି। ଏହା ୟେମେନ ସହିତ ୧୦୩ତମ ସ୍ଥାନରେ ଅଛି। ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ସିଙ୍ଗାପୁର ପ୍ରଥମ ସ୍ଥାନରେ ଅଛି। ଏହା ପରେ ଜାପାନ ଦ୍ୱିତୀୟ ସ୍ଥାନରେ ଅଛି।

H9. Maha Kumbh Mela 2025: ପ୍ରସିଦ୍ଧ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଆଦାନୀ ଗ୍ରୁପ୍, ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କନସିୟସନେସ (ଇସ୍କନ) ସହଯୋଗରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ମହାପ୍ରସାଦ ସେବା ଆୟୋଜନ କରିଛି। ଏହି ସେବା ଅଧୀନରେ ପ୍ରତିଦିନ ପ୍ରାୟ ୧ ଲକ୍ଷ ଭକ୍ତଙ୍କୁ ମହାପ୍ରସାଦ ବଣ୍ଟନ କରାଯିବ। ମହାପ୍ରସାଦରେ ରୋଟି, ଡାଲମା, ଭାତ, ପନିପରିବା ଏବଂ ମିଠା ରହିବ। 

H10. India Squad For Champions Trophy 2025: ବୋର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ହାତରୁ ୧-୩ ରେ ପରାଜୟ ପରେ ଭାରତୀୟ କ୍ରିକେଟ୍ ଦଳ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହା ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ବିପକ୍ଷରେ ଟି-୨୦ ଏବଂ ଦିନିକିଆ ସିରିଜ୍ ମଧ୍ୟ ଖେଳିବାକୁ ପଡିବ। ବର୍ତ୍ତମାନ ଟିମ୍ ଇଣ୍ଡିଆରେ କେଉଁ ଖେଳାଳିଙ୍କୁ ସ୍ଥାନ ମିଳିବ ତାହାକୁ ନେଇ ଏକ ନୂତନ ଅପଡେଟ୍ ଆସିଛି। ସୂତ୍ର ଅନୁସାରେ ମହମ୍ମଦ ଶାମିଙ୍କ ସମେତ ୩ ଜଣ ବରିଷ୍ଠ ଖେଳାଳିଙ୍କୁ ଚାମ୍ପିଅନ୍ସ ଟ୍ରଫି ଦଳରୁ ବାଦ ଦିଆଯାଇପାରେ।