1.Odisha Budget 2025: ୨୦୨୫ ଓ ୨୬ ବର୍ଷ ଲାଗି ଆଜି ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଅର୍ଥବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟରେ କ'ଣ ଘୋଷଣା କରିବେ ତା ଉପରେ ରହିଛି ସମସ୍ତଙ୍କ ନଜର। ଚଳିତ ବଜେଟ୍ ୩ ଲକ୍ଷ କୋଟି ଛୁଇଁବା ସମ୍ଭାବନା ରହିଛି।
2.Budget Briefcase: ଓଡ଼ିଆ ଅସ୍ମିତା ଓ ପରିଚୟ ବିଷୟକୁ ପ୍ରାଧାନ୍ୟ ଦେଇ ଶାସନ କ୍ଷମତାକୁ ଆସିଥିବା ବିଜେପି ସରକାର ରାଜ୍ୟର ବଜେଟ୍ ବାକ୍ସର ରଙ୍ଗକୁ ବଦଳାଇଛନ୍ତି। ପାରମ୍ପରିକ ଭାବେ ନାଲି ଅଥବା ମେରୁନ୍ ରଙ୍ଗରେ ପ୍ରତି ବଜେଟ୍ ଅଧିବେଶନରେ ଆସୁଥିବା ଏହି ବଜେଟ୍ ବାକ୍ସକୁ ସମ୍ବଲପୁରୀ ବସ୍ତ୍ର ଭଳି ସଜ୍ଜା ଯାଇଥିବା ଦେଖିବାକୁ ମିଳିଛି। ଏହି ବାକ୍ସକୁ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟପାଳ ହରିବାବୁ କୁମ୍ଭମ୍ ପାଟିଙ୍କୁ ପ୍ରଦାନ କରିଛନ୍ତି।
3.Sexual Harassment: ରାଜ୍ୟର କେଉଁ ହସ୍ପିଟାଲ୍ରେ କେତେ ମହିଳା ନିର୍ଯାତନାର ଶିକାର ହୋଇଛନ୍ତି। ପୁଣି ସେଥିରୁ କେତେ ମହିଳା ଶାରିରୀକ ଏବଂ କେତେ ମହିଳା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ଏଭଳି ଏକ ପ୍ରଶ୍ଜନ ପଚାରିଛନ୍ତି ବିରୋଧୀ ଦଳର ନେତ୍ରୀ ତଥା ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକ। ଏହି ମାମଲାଭିତରେ ସବୁଠାରୁ ଅଧିକ କାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲାରେ। ଭଞ୍ଜନଗର ସବ୍ଡିଭିଜନ୍ ହସ୍ପିଟାଲରେ ସବୁଠାରୁ ଅଧିକ ୬ ଜଣ ମହିଳା ଯୌନ ନିର୍ଯାତନାର ସମ୍ମୁଖୀନ ହୋଇଛନ୍ତି। ଏଥିରୁ ୫ଟିରେ ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଛି। ସେହିପରି ଢେଙ୍କାନାଳରେ ୧, ଯାଜପୁରରେ ୧, ପୁରୀରେ ୧ ଏବଂ କଟକର ଏସି୍ସିବି ମେଡିକାଲ୍ କଲେଜରେ ୨ ଜଣ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ସେହିପରି ବ୍ରହ୍ମପୁର କ୍ୟାଟ୍ସ ଆୟୁରବେଦିକ କଲେଜରେ ୨ଜଣ, ବଲାଙ୍ଗୀରରେ ୨ ଜଣ, ଢେଙ୍କାନାଳରେ ଜଣେ ମହିଳାଙ୍କୁ ଶାରିରୀକ ନିର୍ଯାତନା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି।
4.KIIT Student Death: ରାଜ୍ୟର ପ୍ରମୁଖ ବେସରକାରୀ ବିଶ୍ୱବିଦ୍ୟାଳୟ କିଟରୁ ସମସ୍ତ ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଛାଡ଼ି ଘରକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି କର୍ତ୍ତୃପକ୍ଷ। ଏପରିକି ଏହି ଛାତ୍ରଛାତ୍ରୀମାନଙ୍କୁ ବସ୍ ଯୋଗେ କଟକ ରେଳ ଷ୍ଟେସନରେ ଛଡ଼ାଯାଉଛି। ପ୍ରାୟ ୫ ହଜାରରୁ ଅଧିକ ନେପାଳୀ ଛାତ୍ରଛାତ୍ରୀଙ୍କୁ ଜବରଦସ୍ତ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ହୋଇଥିବା ଅଭିଯୋଗ ହୋଇଛି। ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପରେ ଏହି ପଦକ୍ଷେପ ନେଇଛନ୍ତି କର୍ତ୍ତୃପକ୍ଷ।
5.Shocking News: ମହିସୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ପରେ ଏଠାରେ ଚାଞ୍ଚଲ୍ୟ ଖେଲିଯାଇଛି। ଉକ୍ତ ଚାରି ଜଣଙ୍କ ମୃତ୍ୟୁକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି। ପୋଲିସ ବର୍ତ୍ତମାନ ଫୋରେନସିକ୍ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ କମିଶନର ସୀମା ଲାଟକର, ଡିସିପି ଜାନଭୀ ଏବଂ ବିଦାରଣ୍ୟପୁରମ୍ ଇନ୍ସପେକ୍ଟର ମୋହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତକଙ୍କ ମଧ୍ୟରେ ଚେତନ (୪୫), ତାଙ୍କ ପତ୍ନୀ ରୁପାଲି (୪୩), ମାଆ ପ୍ରିୟମ୍ବଦା (୬୨) ଏବଂ ପୁଅ କୁଶଲ (୧୫) ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଚେତନ ଜଣେ ବ୍ୟବସାୟୀ ଥିଲେ, ତାଙ୍କୁ ଏବଂ ଫାଶୀରେ ଝୁଲୁଥିବା ଅବସ୍ଥାରେ ତାଙ୍କ ମାଆ ପ୍ରିୟମ୍ବଦାଙ୍କୁ ନିକଟସ୍ଥ ଆପାର୍ଟମେଣ୍ଟରେ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ସଙ୍କଳ୍ପ ସେରେନ ଆପାର୍ଟମେଣ୍ଟରେ ପତ୍ନୀ ଓ ପୁଅଙ୍କ ମୃତ ଦେହ ମିଳିଥିଲା।
6.CBSE Paper Leak Case: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଚଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପେପର ଲିକ୍ ଅଭିଯୋଗକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛି। ବୋର୍ଡ ଏହି ଦାବିଗୁଡ଼ିକୁ "ନିରାଧାର" ବୋଲି କହିଛି ଏବଂ ଜୋର ଦେଇ କହିଛି ଯେ ଏହା ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବାର ଏକ ପ୍ରୟାସ।
7.Delhi-NCR Earthquake: ଫେବ୍ରୁଆରୀ ୧୭ ତାରିଖ ସକାଳେ ସମଗ୍ର ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପ ଏତେ ତୀବ୍ର ଥିଲା ଯେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସମସ୍ତେ ନିଜକୁ ବଞ୍ଚାଇବା ପାଇଁ ଘରୁ ଓ କୋଠା ବାହାରକୁ ଦୌଡ଼ି ଆସିଥିଲେ। ସମସ୍ତଙ୍କ ମୁହଁରେ ଚିନ୍ତା ଓ ଭୟ ସ୍ପଷ୍ଟ ଦେଖାଯାଉଥିଲା। ଯଦିଓ ଭୂମିକମ୍ପର ତୀବ୍ରତା ଅଧିକ ନଥିଲା, କିନ୍ତୁ ଭୂମିକମ୍ପ ଏତେ ତୀବ୍ର ଥିଲା ଯେ ଶୋଇଥିବା ଲୋକଙ୍କ ଶଯ୍ୟା ଦୋହଲିବାକୁ ଲାଗିଥିଲା । କବାଟ ଓ ଝରକା ଗୁଡ଼ିକ ଥରିବାକୁ ଲାଗିଥିଲା, ଯାହାଫଳରେ ଲାଗୁଥିଲା ଯେ ଏହାର ତୀବ୍ରତା ଯଥେଷ୍ଟ ଅଧିକ।
8.Aadhar Updates: ଭୁବନେଶ୍ୱର: ପ୍ରତି ୬ ମାସରେ ଥରେ ଅର୍ଥାତ୍ ବର୍ଷକୁ ଦୁଇଥର ଆଧାର ସଂଶୋଧନ ପାଇଁ ପଞ୍ଚାୟତରେ କ୍ୟାମ୍ପ ପଡ଼ିବ। ଏପରିକି ଭିନ୍ନକ୍ଷମ ଲୋକଙ୍କ ଆଧାର ସଂଶୋଧନ ଲାଗି ସରକାର ସ୍ବତନ୍ତ୍ର ବ୍ୟବସ୍ଥାକୁ ଲାଗୁ କରିବା ଲାଗି ବ୍ୟାପକ କରିବା ଲାଗି ସରକାର ପଦକ୍ଷେପ ନେବେ। ଏହି ସମୟରେ ଯେଉଁମାନଙ୍କ ବାୟୋମାଟ୍ରିକ୍ ବ୍ୟବସ୍ଥାରେ ସଂଶୋଧନ କାର୍ଯ୍ୟ ହୋଇପାରୁ ନାହିଁ ସେମାନଙ୍କୁ ସୁବିକଳ୍ପ ଯୋଗ ମିଳିବ ବୋଲି ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।
9.Migrant Indian: ନୂଆଦିଲ୍ଲୀ: ୧୧୬ ଅବୈଧ ପ୍ରବାସୀ ଭାରତୀୟଙ୍କୁ ନେଇ ଶନିବାର ବିଳମ୍ବିତ ରାତିରେ ଆଉ ଏକ ଆମେରିକୀୟ ସେନା ବିମାନ ପଞ୍ଜାବର ଅମୃତସରରେ ଅବତରଣ କରିଛି। ଏହି ବିମାନରେ କିନ୍ତୁ ଆମେରିକା ଭାରତୀୟଙ୍କ ପ୍ରତି କୋହଳ ମନୋଭାବ ଦେଖାଇଥିବା ଜଣାପଡିଛି। ଏହି ଦ୍ୱିତୀୟ ଆମେରିକୀୟ ସାମରିକ ବିମାନରୁ ଓହ୍ଲାଇଥିବା ନିର୍ବାସିତଙ୍କ ମଧ୍ୟରେ ଥିବା ମହିଳା ଏବଂ ପିଲାମାନଙ୍କୁ 'ଉଡ଼ାଣ ସମୟରେ ଶିକୁଳିରେ ବାନ୍ଧି ଦିଆ ଯାଇନଥିଲା।' ରବିବାର ଦିନ ସୂତ୍ରଗୁଡ଼ିକ ଏହି ସୂଚନା ଦେଇଛନ୍ତି। ମହିଳା ଏବଂ ଶିଶୁ ସମେତ ୧୧୬ ଜଣ ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ C-୧୭ ବିମାନଟି ଶନିବାର ବିଳମ୍ବିତ ରାତିରେ ଅମୃତସର ବିମାନବନ୍ଦରରେ ଅବତରଣ କରିଥିଲା ଏବଂ ନିର୍ବାସିତ ହୋଇଥିବା ପୁରୁଷମାନେ ଦାବି କରିଥିଲେ ଯେ ଯାତ୍ରା ସମୟରେ ସେମାନଙ୍କୁ ଶିକୁଳିରେ ବାନ୍ଧି ଦିଆଯାଇଥିଲା।
10.Accident News: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଚାନ୍ଦପୁର ଛକ ରାସ୍ତାରେ ଥିବା କୃପାଳୁ ରାଇସ ମିଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରଂଗ୍ ରୁଟରେ ଟ୍ରକ ଆସି ଏକ କାରକୁ ଧକ୍କା ଦେବା କାରଣରୁ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି। ଟ୍ରକଟି ଭାରସ୍ୟାମ ହରାଇ ଦୁର୍ଘଟଣା ଘଟାଇଥିବା କୁହାଯାଉଛି ।ସୂଚନା ମୁତାବକ, ଦୁଇ ମୃତକଙ୍କ ମଧ୍ୟରେ ରହିଛନ୍ତି ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ଡିଏସ୍ପି ବଳରାମ ନାୟକ ଏବଂ ତାଙ୍କର ଜଣେ ସମ୍ପର୍କୀୟ କୃଷ୍ଣଚନ୍ଦ୍ର ନାୟକ।