Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
Advertisement
Article Detail0/zeeodisha/odisha2574245

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
1.Kazakhstan Plane Crash:ନୂଆଦିଲ୍ଲୀ: ଆଜି ପବିତ୍ର ବଡ଼ଦିନ ଅବସରରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କାଜାଖିସ୍ତାନର ଅକ୍ଟୋ ସହରରୁ ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି। ତେବେ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ମୃତାହତ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ତଥାପି କିଛି ଲୋକ ବଞ୍ଚିଥିବା ନେଇ ପ୍ରାରମ୍ଭିକ ସୂଚନା ଦେଇଛି ମଧ୍ୟ ଏସିଆର ଜରୁରୀକାଳୀନ ମନ୍ତ୍ରଣାଳୟ। ଏହି ଦୁର୍ଘଟଣାର କିଛି ସମୟ ମଧ୍ୟରେ ଜରୁରୀକାଳୀନ ସେବା ଗୁଡିକ ସେଠାରେ ଉପଲବ୍ଧ କରାଇ ଦିଆଯାଇଥିବା ନେଇ ସୂଚନା ରହିଛି। ସେପଟେ ଏହି ଦୁର୍ଘଟଣାର ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି। 
 
2.Road Accident: ଯାତ୍ରୀମାନଙ୍କ ସହିତ ଭାରସାମ୍ୟ ହରାଇ ଏକ ବସ୍ ଉତ୍ତରପ୍ରଦେଶର ନୈନିତାଲରେ ଏକ ଖାଲରେ ପଡ଼ିଯିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ବସ୍ ଖାଲରେ ଖସିଯିବା ପରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। କିନ୍ତୁ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଦୁର୍ଘଟଣାରେ ସିଏମ ପୁଷ୍କର ସିଂ ଧାମି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଘଟଣା ସ୍ଥଳକୁ NDRF ମଧ୍ୟ ପଠାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
 
3.Volcanic Eruption: ବିଶ୍ବ ଅନେକ ଆଗ୍ନେୟଗିରି ଉଦଗୀକରଣ ଦେଖିସାରିଲାଣି। ଆଗକୁ ଯେ, କେତେ  ଦେଖିବ, ତାହାର ହିସାବ ନାହିଁ। ତେବେ, ଇଣ୍ତୋନେସିଆର ମାଉଣ୍ଟ ତମ୍ବୋରା ଭଳି ଆଉ ଏ-କ ଅତି ଶକ୍ତିଶାଳୀ ଆଗ୍ନୟଗିରି  ଉଦଗୀକରଣ  ଦେଖିବାକୁ ଯାଉଛି ବିଶ୍ବ।  ଏହି ପରବର୍ତ୍ତୀ ଆଗ୍ନେୟଗିରି  ଉତ୍ୟନ୍ତ ଭୟଙ୍କର ହେବ।  ଏହା ଏଭଳି ବିପର୍ଯ୍ୟୟ ଆଣିବ। ଯାହାର ସାମ୍ନା କରିବା କଷ୍ଟକର ହୋଇପଡିବ।  ବିଶ୍ବ ପାଣିପାଗ ଗଣିତକୁ ଏହା ଏକଳ୍ପନୀୟ ମାତ୍ରାରେ ବିଗାଡିଦେବ। ବର୍ଷା ହଜିଯିବ ଏବଂ ବରଫ ଯୁଗ ଘୋଟି ଆସିବ ବୋଲି ଏକ ସଦ୍ୟ ରିପୋର୍ଟ ରୁ ଜଣାପଡିଛି। ଇତିହାସ କୁହେ, ମାଉଣ୍ଟ ତମ୍ବୋରରେ ଯେବେ ଆଗ୍ନେୟ ଗିରି  ଉଦଗୀରଣ ହୋଇଛି। ବିଶ୍ବ ବଦଳିଛି।  ବାୟୁ ମଣ୍ତଳ ଭୟଙ୍କର ରୂପ ନେଇଛି। 
 
4.Akasa Air Fined: ଆକାଶ ଏୟାରଲାଇନ୍ସ ଉପରେ ମୋଟା ଅଙ୍କର ଜୋରିମାନା ଲଗାଇଲା ଡିଜିସିଏ। ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ଡିଜିସିଏ (DGCA)।  ସେପ୍ଟେମ୍ବରରେ ବେଙ୍ଗାଲୁରୁ ବିମାନ ବନ୍ଦରରେ ବିମାନ ଚଳାଚଳରୁ ବଞ୍ଚିତ ହୋଇଥିବା କିଛି ଯାତ୍ରୀଙ୍କୁ ଠିକ୍ ସମୟରେ କ୍ଷତିପୂରଣ ଦେଇ ନ ଥିବାରୁ ଏହି ଜରିମାନା ଲାଗୁ କରାଯାଇଛି। ଗତ କିଛି ମାସ ମଧ୍ୟରେ, କିଛି ନିୟମ ଉଲ୍ଲଂଘନ ଅଭିଯୋଗ ହେତୁ ଆକାଶ ଏୟାରଲାଇନ୍ସ ବେଶ୍ ଚର୍ଚ୍ଚାରେ ରହିଥିଲା। 
 
5.Subhadra Yojana: ମାର୍ଚ୍ଚ ମାସରେ ସୁଭଦ୍ରାର ଦ୍ବିତୀୟ କିସ୍ତି ଟଙ୍କା। ଜାନୁଆରୀ(January) ଶେଷ ସୁଦ୍ଧା  ୧ କୋଟି ମହିଳାଙ୍କୁ  ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ମାର୍ଚ୍ଚରେ ଏକା ସାଙ୍ଗରେ କୋଟିଏ ହିତାଧିକାରୀଙ୍କୁ  ମିଳିବ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ(CM Mohan Majhi)। 
 
6.Chit Fund: ଚିଟଫଣ୍ଡ ଜମାକାରୀଙ୍କ ପାଇଁ ଖୁସିଖବର। ଖୁବଶୀଘ୍ର ଜମାକାରୀଙ୍କୁ ମିଳିବ ଚିଟଫଣ୍ଡ ଟଙ୍କା(chitfund Money)। ଏନେଇ ସରକାର ଚିନ୍ତା କରୁଛନ୍ତି। ଖୁବଶୀଘ୍ର ନୀତିଗତ ନିଷ୍ପତ୍ତି ନିଆଯାଇ ପୂରା ପ୍ରକ୍ରିୟାକୁ ଶେଷ କରାଯିବ। ଏକଥା କହିଛନ୍ତି  ରାଜ୍ୟ ବିଜେପି(BJP) ସଭାପତି ମନମୋହନ ସାମଲ। ଏହାସହ କମିଶନର ରିପୋର୍ଟ ସାର୍ବଜନୀନ ନେଇ ସରକାର ଅନୁଧ୍ୟାନ କରୁଛନ୍ତି।
 
7.Odisha News: ଭୁବନେଶ୍ୱର: ଭାରତର ସର୍ବବୃହତ୍‍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଆୟୁଷ ମନ୍ତ୍ରଣାଳୟ ସହ ଭାଗିଦାରୀରେ ଏହାର ‘ସ୍ୱର୍ଣ୍ଣ ପ୍ରାଶନ' ଅଭିଯାନର ଚତୁର୍ଥ ପର୍ଯ୍ୟାୟ ସଫଳତାର ସହ ଶେଷ କରିଛି, ଯାହା ୧୭ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ପାରିଛି। ଓଡ଼ିଶାର ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ୧୫ଟି ସରକାରୀ ବିଦ୍ୟାଳୟରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। 
 
8.Pakistan Air Strike: ନୂଆଦିଲ୍ଲୀ: ଆଫଗାନିସ୍ତାନର ପକତିକା ପ୍ରଦେଶର ବାରମଲ ଜିଲ୍ଲା ଉପରେ ପାକିସ୍ତାନ ଏୟାର ଷ୍ଟ୍ରାଇକ କରି ମହିଳା ଓ ଶିଶୁଙ୍କ ସମେତ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୪ ଡିସେମ୍ବର ରାତିରେ ପାକିସ୍ତାନ ଲାମନ ସମେତ ସାତୋଟି ଗାଁକୁ ଟାର୍ଗେଟ କରିଥିଲା। ଏହି ଗାଁରେ ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା। 
 
9.NDA leaders meeting: ବୁଧବାର ଭାରତୀୟ ଜନତା ପାର୍ଟି (ବିଜେପି) ଜାତୀୟ ସଭାପତି ଜେପି ନଡ୍ଡାଙ୍କ ବାସଭବନରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକର ଉଦ୍ଦେଶ୍ୟ ଥିଲା ସହଯୋଗୀ ଦଳ ମଧ୍ୟରେ ଉତ୍ତମ ସମନ୍ୱୟ ସୁନିଶ୍ଚିତ କରିବା। ଏହି ବୈଠକରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରାପୁଙ୍କ ସହ ବହୁ ବିଶିଷ୍ଟ ନେତା ଯୋଗ ଦେଇଥିଲେ।
 
10.IND vs AUS 4th Test: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବୋର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ ଆସନ୍ତାକାଲି ଠାରୁ ଅର୍ଥାତ୍ ୨୬ ଡିସେମ୍ବର ଆରମ୍ଭ ହେବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ଏହି ଟେଷ୍ଟ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ବକ୍ସିଂ ଡେରୁ ଆରମ୍ଭ ହେଉଛି। ଏହି ସିରିଜ୍ ବର୍ତ୍ତମାନ ବରାବର ରହିଛି ଏବଂ ଏଭଳି ପରିସ୍ଥିତିରେ ଉଭୟ ଦଳ ପାଇଁ ଏହି ଟେଷ୍ଟ ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ବକ୍ସିଂ ଡେ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ପ୍ଲେଇଂ ଇଲେଭେନ୍ ଘୋଷଣା କରିଛି, କିନ୍ତୁ ଟସ୍ ସମୟରେ ଇଣ୍ଡିଆ ପ୍ଲେଇଂ ଇଲେଭେନ୍ ଘୋଷଣା କରିବ।