Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
Advertisement
Article Detail0/zeeodisha/odisha2622383

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
1.Puri News: ପୁରୀ: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ  ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ନାମରେ ଥିବା ଜମି ବେଆଇନ୍ ଭାବରେ ଜବରଦଖଲ କରି ପ୍ଲଟିଂ କରି ବିକ୍ରି ପାଇଁ ଉଦ୍ୟମ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି। ଏନେଇ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁମ୍ଭାରପଡା ଥାନାରେ ଏତଲା ଦାଖଲ କରାଯାଇଛି । ଏହି ଅଭିଯୋଗ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଙ୍କ ନଜରକୁ ଆସିବା ପରେ ସେ ଏନେଇ ପ୍ରାଥମିକ ତଦନ୍ତ କରିବାକୁ ଉନ୍ନୟନ ପ୍ରଶାସକ ଏବଂ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଘଟଣା ସମ୍ପର୍କରେ ପୁରୀ ଆରକ୍ଷୀ ଅଧିକ୍ଷକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। 
 
2.ISRO creates history: ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ସକାଳ ୬.୨୩ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ NVS-02 ବହନ କରି ଏହାର GSLV-F15କୁ ସଫଳତାର ସହ ଉତକ୍ଷେପଣ କରିଛି। ଏହା ଦେଶର ମହାକାଶ କେନ୍ଦ୍ରରୁ ISROର ଶହେତମ ପ୍ରକ୍ଷେପଣ। ଇସ୍ରୋର ଏହି ମିଶନ ସଫଳ ହୋଇଛି। ମିଶନ ସମ୍ପର୍କରେ ଇସ୍ରୋ କହିଛି ଯେ ମିଶନ ସଫଳ ହୋଇଛି। ଭାରତ ମହାକାଶ ନେଭିଗେସନରେ ନୂତନ ଶିଖର ଛୁଇଁଛି। 
 
3.Mahakumbh Stampede News:ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ଘଟଣା ପରେ ସଙ୍ଗମ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ଆଜି ମୌନୀ ଅମାବାସ୍ୟା ରହିଥିବାରୁ ସଙ୍ଗମ ଅଭିମୁଖେ ଯାଉଥିବା ସମୟରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳଚକଟା ହୋଇଥିବାର ଖବର ସାମ୍ନାକୁ ଆସିଛି। ଏହି ଘଟଣା ରାତି ପ୍ରାୟ ସାଢେ ଗୋଟାଏରୁ ଦୁଇଟା ମଧ୍ୟରେ ଘଟିଥିବା ଦେଖିବାକୁ ମିଳିଛି। ସରକାରୀ ସ୍ତରରେ ମୃତାହତଙ୍କ ସଂଖ୍ୟା ସାମ୍ନାକୁ ଆସିନଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୭ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି। ସେପଟେ ୫୦ରୁ ଅଧିକ ସଂଖ୍ୟାରେ ଆହତ ହୋଇଥିବା ନେଇ ସୂଚନା ରହିଛି। ଆହତମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 
 
4.Mohan Bhagwat: ରାଷ୍ଟ୍ରୀୟ  ସ୍ବୟଂସେବକ ସଂଘ ସରସଂଘଚାଳକ ଡ. ମୋହନ ଭାଗବତ ୫ ଦିନିଆ ଓଡି଼ଶା ଗସ୍ତରେ ଆସି ଆସନ୍ତା ୩୦ ତାରିଖ ଦିନ ଭୁବନେଶ୍ବରରେ ପହଞ୍ଚିବେ।  ସେହିଦିନ ସଂନ୍ଧ୍ୟା ୬ ଘଟିକା ସମୟରେ  ଜୟଦେବ ଭବନରେ ରାଷ୍ଟ୍ରିୟ ସ୍ବଂୟ ସେବକ ସଂଘର ପୂର୍ବତନ ପ୍ରାନ୍ତ ସଂଘ ଚାଳନ ସ୍ବର୍ଗତ ଶିବରାମ୍ ମହାପାତ୍ରଙ୍କ ଉଦ୍ଦେଶ୍ୟରେ  ଅନୁଷ୍ଠିତ ହେବାକୁ ଥିବା ଶ୍ରଦ୍ଧାଞ୍ଜଳି ସଭାରେ ସେ ଭାଗ ନେବେ। ୩୧ ତାରିଖରୁ ଫେବୃଆରୀ  ୩ ତାରିଖ ପର୍ଯ୍ୟନ୍ତ ଉତ୍କଳ ବିପନ୍ନ ସହାୟତା ସମିତି ଠାରେ ଅନୁଷ୍ଠିତ ହେବାକୁ ଥିବା ସଂଗଠନକ ସାଂଗଠନିକ କାର୍ଯ୍ୟର ସମୀକ୍ଷା  ସଂଘର ଶତାଦ୍ଧୀ ବର୍ଷର ଯୋଜନା ବୈଠକରେ ଯୋଗଦାନ କରିବେ। ଏହି ଦିନମାନଙ୍କରେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। ଏହି ବୈଠକରେ କେବଳ ସାଂଗଠନିକ କାର୍ଯ୍ୟ ପାଇଁ ଉଦ୍ଧିଷ୍ଟ।  
 
5. Subhadra Scheme 2025: ଭୁବନେଶ୍ୱର: ସୁଭଦ୍ରା ଆବେଦନକାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାଙ୍କ ସେବା ବ୍ୟବସ୍ଥା କରିଛନ୍ତି ସରକାର। ଯେଉଁ ଆବେଦନକାରୀଙ୍କ ଏନପିସିଆଇ ଫେଲ ହେଉଛି, ସେମାନେ ଆଜି ଓ ଆସନ୍ତାକାଲି ଅର୍ଥାତ ୨୯ ଓ ୩୦ ତାରିଖରେ ଏହି ସ୍ୱତନ୍ତ୍ର ବ୍ୟବସ୍ଥାର ଲାଭ ଉଠାଇପାରିବେ। ଯେଉଁମାନେ ସୁଭଦ୍ରା ଯୋଜନାର ଏନପିସିଆଇ ସମ୍ପର୍କିତ କଲ ପାଇଛନ୍ତି ସେଇମାନେ ହିଁ ଏହାର ଲାଭ ନେଇପାରିବେ। ଯେଉଁମାନଙ୍କୁ ବ୍ୟାଙ୍କରୁ କଲ କିମ୍ବା ମେସେଜ ଆସିଛି ସେମାନେ ବ୍ୟାଙ୍କକୁ ଯାଇ ସେମାନଙ୍କର ଏନପିସିଆଇକୁ ପୁନର୍ବାର ଆକ୍ଟିଭ ବା ସକ୍ରି କରିବା ଲାଗି ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। 
 
6.Weather Update: ରାଜ୍ୟରୁ ଗାଏବ ହୋଇଯାଇଛି ଶୀତ। ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି ଘନ କୁହୁଡି। ଗତକିଛି ଦିନ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ କୁହୁଡି଼ ଦୃଶ୍ୟମାନ ହେଉଛି।  ଆଗକୁ ବି କୁହୁଡି଼ ରହିବ। ବୁଧବାର ଅର୍ଥାତ୍ ଆଜି  ଘନ କୁହୁଡି ଦୃଶ୍ୟମାନ ହେବ।  ଗଂଜାମ, ଗଜପତି, ମୟୂରଭଂଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁରରେ ଘନ କୁହୁଡି ରହିବ। ଉପକୂଳ ଓଡି଼ଶା ଓ ଦକ୍ଷିଣ ଓଡି଼ଶାର ବିଭିନ୍ନ ସ୍ଥାନରେ କୁହୁଡି଼ ଦେଖାଦେବ।  ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି।  
 
7.BMC: ବିଏମ୍‌ସି ଓ ସିଏମ୍‌ସି କମିଶନରଙ୍କୁ ହାଇକୋର୍ଟଙ୍କ ତାଗିଦ। ଜବରଦଖଲ ଛଚ୍ଛେଦ ପାଇଁ ୧୫ ଦିନର ନୋଟିସ୍‌ ଦେବାକୁ ନିର୍ଦ୍ଦେଶ। ବିନା ନୋଟିସ୍‌ରେ ଉଭୟ ସହରାଞ୍ଚଳରେ ହୋଇପାରିବନି ଉଚ୍ଛେଦ। ଉଚ୍ଛେଦ ବେଳେ ପୌର ନିଗମ ଆଇନ ପାଳନକୁ ହାଇକୋର୍ଟଙ୍କ ଗୁରୁତ୍ୱ ଦିଆଯାଇଛି। ଡାକବାଜି ଯନ୍ତ୍ରରେ ପ୍ରଚାର ଉଚ୍ଛେଦକୁ ବିରୋଧ କରି ହୋଇଥିଲା ମାମଲା। ଫେବୃଆରୀ ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।
 
8.Odisha News: ମହିଳା ଉଦ୍ୟୋଗୀଙ୍କୁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ପ୍ରୋତ୍ସାହନ ଦେବେ। ଏଥିଲାଗି ଏକ ସ୍ୱତନ୍ତ୍ର ମହିଳି ଶିଳ୍ପ ପାର୍କ ରାଜ୍ୟରେ ପ୍ରତିଷ୍ଠା କରାଯିବ। ଏହା ସହ ଇପିକଲ୍‍ ପକ୍ଷରୁ ଏକ ସ୍ୱତନ୍ତ୍ର ମହିଳା ସେଲ୍‍ ଖୋଲାଯାଇ ଆଗ୍ରହୀ ଉଦ୍ୟୋଗୀ ମହିଳାଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଆଜି ମେକ୍‍ ଇନ୍‍ ଓଡ଼ିଶା କାର୍ଯ୍ୟକ୍ରମରେ ମହିଳା ଉଦ୍ୟୋଗୀଙ୍କ ସହ ଆଲୋଚନା କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। 
 
9.Congress: କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ଦିଲ୍ଲୀବାସୀଙ୍କୁ ୫ ଗ୍ୟାରେଣ୍ଟି । ସରକାର ଗଢ଼ିଲେ ମହିଳାଙ୍କୁ ମାସିକ ମିଳିବ ୨୫ଶହ ଟଙ୍କା,ସମସ୍ତଙ୍କ ପାଇଁ ୨୫ଲକ୍ଷ ପର୍ୟ୍ୟନ୍ତ ଜୀବନବୀମା। କୃତି ବିଦ୍ୟାର୍ଥୀଙ୍କୁ ୮ହଜାର ୫ଶହ ସ୍କଲାର-ସିଫ, ରାସନ କିଟ୍ ସାଙ୍ଗକୁ ମାଗଣା ଗ୍ୟାସ। ୩ଶହ ୟୁନିଟର ମାଗଣା ବିଜୁଳି।
 
10.Latest ICC T20I Rankings: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବୁଧବାର ଖେଳାଳିଙ୍କ ସଦ୍ୟତମ ର଼୍ୟାଙ୍କିଙ୍ଗ ଜାରି କରିଛି। ଇଂଲଣ୍ଡ ସ୍ପିନର ଆଦିଲ ରସିଦ ICC T20 ବୋଲରଙ୍କ ରାଙ୍କିଙ୍ଗରେ ଶ୍ରେଷ୍ଠତ୍ୱ ହାସଲ କରିଛନ୍ତି। ସେ ପୁଣି ଥରେ ନମ୍ବର-୧ ଟି-୨୦ ବୋଲର ହୋଇଛନ୍ତି। ସେ ୱେଷ୍ଟଇଣ୍ଡିଜ୍ ସ୍ପିନର ଅକିଲ ହୁସେନଙ୍କୁ ଦ୍ୱିତୀୟ ସ୍ଥାନକୁ ଠେଲି ଦେଇଛନ୍ତି। ଆଦିଲଙ୍କ ଖାତାରେ ବର୍ତ୍ତମାନ ୭୧୮ ରେଟିଂ ପଏଣ୍ଟ ଅଛି। ଆକିଲର ୭୦୭ ମାର୍କ ଅଛି।