1.Odisha News: ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବ ଅବସରରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସର୍ବପ୍ରଥମେ ଏହି ପବିତ୍ର ମାଟିରୁ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଣିପାତ କରୁଛି। ଆପଣମାନଙ୍କୁ ମୋର ଆନ୍ତରିକ ଶୁଭେଛା ଓ ଅଭିନନ୍ଦନ ଜଣାଉଛି। ଏହି ଅବସରରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ପ୍ରତିଷ୍ଠାତା ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କୁ ପ୍ରଣାମ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ।
2.Big News:ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅମର୍ଦ୍ଦା ନିକଟରେ ଜରୁରୀ ଅବତରଣ କରିଛି ନୌସେନା ହେଲିକପ୍ଟର। ୫ମିନିଟ୍ ରହିବା ପରେ ପୁଣି ଉଡ଼ିଲା କରିଥିଲା ହେଲିକପ୍ଟର। ଜରୁରୀ ଅବତରଣରର କାରଣ ଅସ୍ପଷ୍ଟ। ତେବେ ବିମାନଟି କାହିଁକି ଜରୁରୀ ଅବତରଣ କଲା ତାର କାରଣ ଜଣାପଡ଼ିନାହିଁ। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଏହି ହେଲିକପ୍ଟରରେ ୩ଜଣ ନୌସେନା ଅଧିକାରୀ ଥିଲେ।
3. Vigilance Raid:ଶେଷରେ ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଭିଜିଲାନ୍ସ ଅଧିକାରୀମାନେ ଆଜି ବିଶ୍ୱନାଥ ପାତ୍ରଙ୍କୁ ଗିରଫ କରିଛନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଜୟପୁରରେ ଥିବା ତିନି ମହଲା ଘର, ଗଂଜାମ ବେଲଗୁଣ୍ଠାରେ ଥିବା ଦୁଇ ମହଲା ପୈତୃକ ଘର , ଭୁବନେଶ୍ୱର ନିଳାଦ୍ରୀ ବିହାର ସ୍ଥିତ ସମ୍ପର୍କୀୟ ଘରେ,ଜୟପୁର ବ୍ଲକରେ ଥିବା କାର୍ଯ୍ୟାଳୟ, ଜୟପୁର ମୁନିସିପାଲିଟିରେ ଥିବା କାର୍ଯ୍ୟାଳୟରେ ଚଢାଉ। ଚଢଉ କରିଥିଲା।
4.Weather Report: ଦିଲ୍ଲୀ-ଏନସିଆର ହେଉ କିମ୍ବା ୟୁପି-ବିହାର… ବର୍ତ୍ତମାନ ସବୁଆଡ଼େ ଥଣ୍ଡା ଅନୁଭୁତ ହେଉଛି। ସକାଳ ଏବଂ ସନ୍ଧ୍ୟାରେ ଥଣ୍ଡା ଏବଂ ଦିନରେ ସୂର୍ଯ୍ୟକିରଣ ସହିତ ପାଗ ଶିତଳ ଅନୁଭୁତ ହେଉଛି। କିନ୍ତୁ ଏବେ ଶିତର ପ୍ରକୋପ ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଡିସେମ୍ବର ମାସ ଆରମ୍ଭ ହେବା ମାତ୍ରେ ଶୀତର ପ୍ରକୋପ ଆରମ୍ଭ ହୋଇଯାଇଛି।ବର୍ତ୍ତମାନ ଶୀତଳ ପବନ ବହିବା ଆରମ୍ଭ ହୋଇଛି। ବୁଧବାର ସକାଳେ ଦିଲ୍ଲୀ-ଏନସିଆରରେ ହାଲୁକା ଥଣ୍ଡା ପବନ ବହିବାରେ ଲାଗିଛି। ଓଡ଼ିଶା ସମେତ ୟୁପି-ବିହାରର ପାଗରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି। ଲୋକମାନେ ବର୍ତ୍ତମାନ ଅଧିକ ଥଣ୍ଡା ଅନୁଭବ କରୁଛନ୍ତି।
5.Odisha assembly session 2024: ନୂଆଦିଲ୍ଲୀ: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ବା ଏହାର ସଦର ମହକୂମା ଫୁଲବାଣୀକୁ କେବେ ରେଳ ସଂଯୋଗ ହେବ। ତାହା ନେଇ ପୁଣି ଆଶଙ୍କା ସୃଷ୍ଟି କରୁଛି। ଏପରିକି ଖୋଦ ରେଳମନ୍ତ୍ରୀ ମଧ୍ୟ ନିର୍ଦ୍ଦିଷ୍ଟ ଉତ୍ତର ରଖିପାରିନାହାନ୍ତି। ମୋଦି ସରକାର ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିବା ପରେ ଓଡିଶାକୁ ନୂଆ ରେଳ ପ୍ରକଳ୍ପ ପାଇଁ ୨୦ ହଜାର ଟଙ୍କା ଆବଣ୍ଟନ କରିଥିଲେ ମଧ୍ୟ କେବେ କନ୍ଧମାଳକୁ ରେଳ ଛୁଇଁବ ତାହା ନେଇ ସୃଷ୍ଟି ହୋଇଥିବା ପ୍ରଶ୍ନବାଚୀ ଅମିଂମାଶିତ ରହିଛି।
6.President Droupadi Murmu: ପାଞ୍ଚ ଦିନିଆ ଓଡି଼ଶା ଗସ୍ତରେ ଅଛନ୍ତି ମହାମହିମ। ପୁରୀ ଯାଇ ମହାପ୍ରଭୁଙ୍କ ଆର୍ଶିବାଦ ନେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ଚାଲି ଚାଲି ଆସି ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସାଙ୍ଗରେ ଥିଲେ ମୁଖ୍ୟମନ୍ତ୍ରୀ । ସିଂହଦ୍ୱାର ଠାରେ ମହାମହିମ ଙ୍କୁ ଖଣ୍ଡୁଆ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଭାରତର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁ ଙ୍କୁ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରଥମେ ପାଛୋଟି ନେଇଥିଲେ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ବରିଷ୍ଠ ସେବାୟତ ମାନେ ସ୍ଵାଗତ କରିଥିଲେ ।
7.School be closed: ଆସନ୍ତାକାଲି ପୁରୀ ପୌରପାଳିକାର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ସୂଚନା ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତ ଓ ନୌଦିବସ ପାଳନ ଉପଲକ୍ଷେ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ସରକାରୀ, ବେସରକାରୀ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ସ୍କୁଲ୍ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଏଥିସହ ନିକଟବର୍ତ୍ତୀ ମଦର୍ସ ପବ୍ଲିକ, ପ୍ରଭୁଶ୍ରୀ ଇଂଲିଶ ମିଡିୟମ ମଧ୍ୟ ବନ୍ଦ ରହିବ । କେବଳ ସେତିକି ନୁହେଁ, ଚନ୍ଦ୍ରଶେଖର ଏକାଡେମୀ, ସେଣ୍ଟ ଜାଭିୟର ସ୍କୁଲ ମଧ୍ୟ ବନ୍ଦ ରହିବ ।
8.Odisha News:ବଙ୍ଗଳାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରର ପ୍ରତିବାଦ ସହ ଅନୁପ୍ରବେଶକାରୀ ବାଂଲାଦେଶୀ ମାନଙ୍କ ବିରୁଦ୍ଧରେ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଶୋଭାଯାତ୍ରା ଓ ପ୍ରତିବାଦ ସଭା। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ।
9.Attack:କେନ୍ଦୁଝର ଜିଲ୍ଲା ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କୁଆଜ ଟୁମ୍ ଉପରେ ସଂଘବଦ୍ଧ ଆକ୍ରମଣ ଘଟଣାରେ ୬ଜଣଙ୍କୁ ଗିରଫ କରିଛି ଘସିପୁରା ପୋଲିସ୍ । ଏଥିସହ ସେମାନଙ୍କ ଅପରାଧ ଘଟାଇବା ସମୟରେ ବ୍ଯବହୃତ ଏକ ବ୍ରିଜା କାର ମଧ୍ଯ ଜବଦ ହୋଇଛି। ଗିରଫ ଅଭିଯୁକ୍ତମାନେ ମୁଖ୍ଯତଃ ଆନନ୍ଦପୁର ଓ ନନ୍ଦିପଦା ଥାନା ଅଞ୍ଚଳର ହୋଇଥିବା ସୂଚନା ଦେଇଛି ପୋଲିସ୍। ଗିରଫ ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଣ କରାଯିବା ତେବେ ଏହି ଘଟଣାରେ ପ୍ରାୟ ୧୫ ଜଣଙ୍କ ସମ୍ପୃକ୍ତି ଥିବାବେଳେ ବାକି ଲୋକଙ୍କୁ ଖୁବ୍ ସିଘ୍ର ଗିରଫ କରାଯିବ ବୋଲି ପେଲିସ୍ ପକ୍ଷରୁ ସୂଚନା ମିଳିଛି।
10.India vs Australia 2nd Test: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବୋର୍ଡର-ଗାଭାସ୍କର ଟ୍ରଫିକୁ ନେଇ ରୋମାଞ୍ଚ ଜାରି ରହିଛି। ଏହି ବ୍ଲକବଷ୍ଟର ଟେଷ୍ଟ ସିରିଜରେ ଉଭୟ ଦଳ ଆଡିଲେଡରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଖେଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ୬ ଡିସେମ୍ବର ୨୦୨୪ ରୁ ଆରମ୍ଭ ହେବାକୁଥିବା ଏହି ଦିବା-ରାତ୍ର ଟେଷ୍ଟ ମ୍ୟାଚରେ କ୍ୟାପଟେନ ରୋହିତ ଶର୍ମା ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନକୁ ଫେରୁଛନ୍ତି। କିନ୍ତୁ ଭେଟେରାନ ସ୍ପିନ୍ ବୋଲର ଆର ଅଶ୍ୱିନ୍ ଓ ରବିନ୍ଦ୍ର ଜାଡେଜାଙ୍କୁ ସୁଯୋଗ ମିଳିବା ଏହି ମ୍ୟାଚରେ କଷ୍ଟକର ହୋଇପାରେ।