Top 10 News: ଆଜି ବିଧାନସଭା ଅଧିବେଶନ ପୁଣିଥରେ ସରଗରମ ହୋଇପାରେ। ଗୃହରେ ଆଳୁ ଦର ବୃଦ୍ଧି, ସରକାରଙ୍କ ବିଫଳତା ଏବଂ ପୋଲାଭରମ ଜଳ ବିଦ୍ୟୁତ୍ ପ୍ରକଳ୍ପକୁ ନେଇ ଆଜି ବିରୋଧୀ ସରକାରଙ୍କୁ ଘେରି ପାରନ୍ତି। ପୂର୍ବରୁ ପୋଲାଭରମ ପ୍ରସଙ୍ଗରେ କଂଗ୍ରେସ ଏକ ଗୃହ କମିଟି ଗଠନ କରି ଆଲୋଚନା କରିବାକୁ ଦାବି କରିଛି।
Trending Photos
1.Assembly Updates: ଆଜି ବିଧାନସଭା ଅଧିବେଶନ ପୁଣିଥରେ ସରଗରମ ହୋଇପାରେ। ଗୃହରେ ଆଳୁ ଦର ବୃଦ୍ଧି, ସରକାରଙ୍କ ବିଫଳତା ଏବଂ ପୋଲାଭରମ ଜଳ ବିଦ୍ୟୁତ୍ ପ୍ରକଳ୍ପକୁ ନେଇ ଆଜି ବିରୋଧୀ ସରକାରଙ୍କୁ ଘେରି ପାରନ୍ତି। ପୂର୍ବରୁ ପୋଲାଭରମ ପ୍ରସଙ୍ଗରେ କଂଗ୍ରେସ ଏକ ଗୃହ କମିଟି ଗଠନ କରି ଆଲୋଚନା କରିବାକୁ ଦାବି କରିଛି। ଅପରପକ୍ଷେ ବିଜେଡି ପ୍ରତିନିଧିମାନେ ରାଜ୍ୟସଭାରେ ପୋଲାଭରମ ପ୍ରକଳ୍ପ ରାଜ୍ୟରପ୍ରାୟ ୭ ହଜାର ଲୋକଙ୍କୁ ଜୀବୀକା ହରାଇବା ପାଇଁ ବାଧ୍ୟ କରିବ ବୋଲି କହିଛନ୍ତି। କେନ୍ଦ୍ର ସରକାର ବଜେଟରା ପୋଲାଭଳରମ ପାଇଁ ଆକୁଣ୍ଠ ସମର୍ଥନ ଓ ସହଯୋଗ ବ୍ୟକ୍ତ କରିଥିବାରୁ ବିରୋଧୀ ସରକାରଙ୍କୁ ଘେରି ପାରନ୍ତି।
2.Loksabha Updates: ଲୋକସଭାରେ ଆଜି ଦିଲ୍ଲୀ କୋଚିଂ ସେଣ୍ଟରରେ ପାଣି ପଶି ୩ ଛାତ୍ରଙ୍କ ମୃତ୍ୟୁ ପ୍ରସଙ୍ଗକୁ ଉଠାଇପାରନ୍ତି ବିରୋଧୀ। ଶାସକ ଦଳ ମଧ୍ୟ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଦୋଷ ଦେଇପାରନ୍ତି। ଅପରପକ୍ଷେ ବଜେଟ୍ ଆଲୋଚନା, ବିଭିନ୍ନ ଦସ୍ତାବିଜ୍ ଉପସ୍ଥାପନ ନେଇ ଆଜି ଲୋକସଭାରେ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।
3.Hirakud Dam opened 20 Gates: ହୀରାକୁଦ ବନ୍ଧ ଗତକାଲି ୨୦ଟି ଗେଟ୍ ଖୋଲିଥିବାରୁ ଆଜି ବନ୍ୟା ଜଳ ତଳ ମୁଣ୍ଡରେ ପହଞ୍ଚିବ। ଏହି କାରଣରୁ ଆଜି ତଳ ମୁଣ୍ଡ ଅଞ୍ଚଳକୁ ସତର୍କ ରହିବାକୁ କୁହାଯାଇଛି। ନଦୀ ଅବବାହିକାରେ ଗୃହପାଳିତ ପ୍ରାଣୀଙ୍କୁ ନ ଚରାଇବା, ନଦୀ ଭିତରକୁ ନଯିବା ଲାଗି ଜିଲ୍ଲା ପ୍ରଶାସନ ସତର୍କ କରାଇଛନ୍ତି।
4.Paris Olympics 2024: ପ୍ୟାରିସ ଅଲମ୍ପିକ୍ ୨୦୨୪ରେ ଭାରତକୁ ଗତକାଲି ପ୍ରଥମ ସଫଳତା ମିଳିଛି। ୧୦ ମିଟର ଏୟାର ପିସ୍ତଲ ଚାଳନାରେ ଭାରତର ମନୁ ଭାକରଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ଏହା ଭାରତର ପ୍ରଥମ ପଦକ। ମନୁ ପ୍ରଥମ ଭାରତୀୟ ମହିଳା ଭାବେ ଏହି ପଦକ ହାସଲ କରିଛନ୍ତି। ଆଜି ୧୦ ମିଟର ଏୟାର ରାଇଫଲ୍ ଚାଳନା ପ୍ରତିଯୋଗୀତା ରହିଛି। ଏଥିରେ ଭାରତର ରମିତା ଜିନ୍ଦଲ ଏବଂ ଅର୍ଜୁନ ବୁବୁତା ପ୍ରତିନିଧିତ୍ୱ କରୁଛନ୍ତି।
5.Car Hits Kawarias in Odisha, 2 Died: କଟକ ନିଣ୍ଚିନ୍ତକୋଇଲିଠାରେ ଏକ କାର କାଉଡ଼ିଆଙ୍କ ଉପରକୁ ମାଡ଼ିଯିବାରୁ ଦୁଇଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ନିଶ୍ଚିନ୍ତକୋଇଲି-କନ୍ଦ୍ରାପଡ଼ା ରାସ୍ତାର ତହସିଲ ଛକଠାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ତିନିଜଣ କାର ଆରୋହୀ ଆହତ ହୋଇ ଚିକିତ୍ସାଧୀନ ରହିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା କାଉଡ଼ିଆ ରହିଛନ୍ତି। ସେମାନେ ପାଣିଭାର ନେଇ ନିକଟସ୍ଥ ଶିବ ମନ୍ଦିରକୁ ଯାଉଥିଲେ।
6.Delhi Coaching Centre head held: ଦିଲ୍ଲୀସ୍ଥିର ‘ରାଓ’ସ କୋଚିଂ ସେଣ୍ଟରର ମାଲିକ ଅଭିଶେକ ଗୁପ୍ତା ଏବଂ ଦସପାଲ ସିଂହଙ୍କୁ ଗିରଫ କରିଛନ୍ତି। ପୁରୁଣା ରାଜେନ୍ଦ୍ର ନଗରଠାରେ ଚାଲୁଥିବା ‘‘ରାଓ’ସ ଆଇଏଏସ୍‘‘ ଠାରେ ଏହି କେନ୍ଦ୍ର ଚାଲୁଥିଲା। ଆଇନଗତ ଅନୁମତି ନଥିବା ଏକ ବେସମେଣ୍ଟରେ ଏହି କେନ୍ଦ୍ରର ତିନିଜଣ ଛାତ୍ରଙ୍କ ମୃତ୍ୟୁ ହେବା ସମସ୍ତଙ୍କୁ ଚକିତ କରିଛି। ଏହା ବେଆଇନ ଭାବେ ଚାଲୁଥିବା ନେଇ ଏମ୍ସିଡି କହିଛି।
7.Youth Forced to Battle Against Ukraine Died: ଋଷ-ୟୁକ୍ରେନ୍ ଯୁଦ୍ଧରେ ଆଉଜଣେ ଭାରତୀୟ ଟଳି ପଡ଼ିଛନ୍ତି। ତାଙ୍କ ନାଁ ହେଲା ରବି ମୌନ। ୨୨ ବର୍ଷର ଏହି ଯୁବକ ଋଷ ସେନା ପାଇଁ ଜବରଦସ୍ତି ଭର୍ତ୍ତି କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୌନଙ୍କ ଘର ହରିୟାଣାରେ। ମସ୍କୋରେ ଥିବା ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ତାଙ୍କ ମୃତ୍ୟୁକୁ ସ୍ପଷ୍ଟ କରିଛନ୍ତି। ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ସହ ଆଲୋଚନା ସମୟରେ ଋଷ ସେନାରେ କାର୍ଯ୍ୟ କରୁଥିବା ଭାରତୀୟ ଯୁବକଙ୍କ ବିଷୟରେ ଆଲୋଚନା କରିଥିଲେ।
8.No Grievance Today at CM’s Grievance Centre: ମୁଖ୍ୟମନ୍ତ୍ରୀଭ୍କ ଅଭିଯୋଗ ପ୍ରକୋଷ୍ଠ ଆଜି ବନ୍ଦ ରହିବ। ବିଧାନସଭା ଚାଲୁଥିବା କାରଣରୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ପାଇଁ ଆସିପାରିବେ ନାହିଁ। ଏନେଇ ପୂର୍ବରୁ ସୂଚନା ଦିଆଯାଇଥିଲା।
9.ଯେଉଁମାନଙ୍କୁ ନିମ୍ନ ଅଦାଲତରୁ ଜାମିନ ମିଳିବା ଉଚିତ ସେମାନଙ୍କୁ ପ୍ରକୃତରେ ଜାମିନ ଦିଆଯାଉନାହିଁ। ଏହି କାରଣରୁ ଆବେଦନକାରୀଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ ପଡ଼ୁଛି। ପୁଣି ଯେଉଁମାନେ ହାଇକୋର୍ଟରୁ ଜାମିନ ପାଇବେ, ସେଠାରେ ଜାମିନ ପାଇବେ ନାହିଁ ଏବଂ ଏହି କାରଣରୁ ସେମାନଙ୍କୁ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ପଡୁଛି। ଏହି ବିଳମ୍ବରେ ଯେଉଁମାନେ ଅବାଧରେ ଗିରଫ ହୋଇଛନ୍ତି ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ବୋଲି କହିଛନ୍ତି ସୁପ୍ରିମ କୋର୍ଟଙ୍କ ମୁଖ୍ୟ ବିଚାରପତି ଡିଓ୍ୱାଇ ଚନ୍ଦ୍ରଚୂଡ଼। ଏହାଦ୍ୱାରା ନିମ୍ନ ଅଦାଲତମାନଙ୍କ ବିଚାରପତିଙ୍କ ଉପରେ ଉଠିଛି ପ୍ରଶ୍ନ ଚିହ୍ନ।
10.World Tiger Day: ବିଶ୍ୱର ବିରଳ ଏବଂ ସବୁଠାରୁ ବିପଦରେ ଥିବା ବନ୍ୟପ୍ରାଣୀ ବାଘଙ୍କ ସୁରକ୍ଷା ତଥା ଏବଂଙ୍କ ବାବଦରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଉଛି। ଏହାର ଅବ୍ୟବହୁତ ପୂର୍ବରୁ ଓଡ଼ିଶାରେ ଏସିଆର ପ୍ରଥମ କଳା ବାଘ ସଫାରୀ ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ ମିଳିଛି।