School Shooting: ସ୍କୁଲରେ ଫୁଟିଲା ଗୁଳି, ୨ ଛାତ୍ର ମୃତ ଶିକ୍ଷକ ଆହତ
Advertisement
Article Detail0/zeeodisha/odisha1541765

School Shooting: ସ୍କୁଲରେ ଫୁଟିଲା ଗୁଳି, ୨ ଛାତ୍ର ମୃତ ଶିକ୍ଷକ ଆହତ

US School Shooting: ଆମେରିକାର ସ୍କୁଲରେ ଫୁଟିଲା ଗୁଳି । ୨ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ଜଣେ ଶିକ୍ଷକ ଗୁରୁତର ହୋଇଛନ୍ତି । ଆମେରିକାର ଲୋଓ୍ବାରେ ଥିବା ଏକ ସ୍କୁଲରେ ଏଭଳି ଅଘଟଣ ସାମ୍ନାକୁ ଆସିଛି । ଡେସ୍‌ ମୋଇନେସ ସ୍କୁଲରେ ଗୁଳିମାଡ଼ କରି ଫେରାର ହୋଇଯାଉଥିବା କାର୍‌କୁ ଲୋକ ଅଟକାଇ ୩ଜଣ ସନ୍ଦୀଗ୍ଧଙ୍କୁ ପୋଲିସ ଜିମା ଦେଇଛନ୍ତି ।

ସୌଜନ୍ୟ- ସୋସିଆଲ ମିଡିଆ

US School Shooting: ଆମେରିକାର ସ୍କୁଲରେ ଫୁଟିଲା ଗୁଳି । ୨ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ଜଣେ ଶିକ୍ଷକ ଗୁରୁତର ହୋଇଛନ୍ତି । ଆମେରିକାର ଲୋଓ୍ବାରେ ଥିବା ଏକ ସ୍କୁଲରେ ଏଭଳି ଅଘଟଣ ସାମ୍ନାକୁ ଆସିଛି । ଡେସ୍‌ ମୋଇନେସ ସ୍କୁଲରେ ଗୁଳିମାଡ଼ କରି ଫେରାର ହୋଇଯାଉଥିବା କାର୍‌କୁ ଲୋକ ଅଟକାଇ ୩ଜଣ ସନ୍ଦୀଗ୍ଧଙ୍କୁ ପୋଲିସ ଜିମା ଦେଇଛନ୍ତି । 

ଗୁଳିମାଡରେ ଥିବା ଏକାଧିକ ସନ୍ଦିଗ୍ଧଙ୍କୁ ପୋଲିସ ହେପାଜକୁ ନେଇଛି:
ନ୍ୟୁଜ୍ ଏଜେନ୍ସି ଆସୋସିଏଟେଡ୍ ପ୍ରେସ,ର ସୂଚନା ମୁତାବକ (Des Moines School) ଡେସ୍‌ ମୋଇନେସ ସ୍କୁଲରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା । ଏ-ହି ସମୟରେ କିଛି ସନ୍ଦୀଗ୍ଧ ସ୍କୁଲ ଭିତରକୁ ମାଡି ଆସିଥିଲେ । ପରେ ହଠାତ ବନ୍ଧୁକ ଦେଖାଇ ଆଖିବୁଜା ଗୁଳି ବର୍ଷଣ କରିଥିଲେ। ଏଥିରେ ଦୁଇଜଣ ଛାତ୍ରଙ୍କ ସମେତ ଜଣେ ଶିକ୍ଷକ ମଧ୍ୟ ଗୁରୁତର ହୋଇପଡିଥିଲେ । ଏନେଇ ଆତତାୟୀମାନେ ଖସି ଘଟଣାସ୍ଥଳରୁ ଫେରାର ହେବାକୁ ଚେଷ୍ଟା ମଧ୍ୟ କରୁଥିଲେ। କିନ୍ତୁ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରି ନେଇଥିଲେ ।

ଡାକ୍ତରଖାନାରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି:
ଗୁଳିମାଡର ଶୀକର ହୋଇଥିବା ୨ ଛାତ୍ର ଓ ଶିକ୍ଷକଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ  ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଗୁରୁତର ଥିବା ଶିକ୍ଷକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟ ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏବଂ ତାଙ୍କ ଶରୀରରେ ଗୁଳି ଲାଗିଥିବାରୁ ଅପରେସନ୍ କରାଯାଇଛି ।

Also Read: Crime News: ବନ୍ଧ୍ୟା ଦୋଷ ଦୂର କରିବା ପାଇଁ ବୋହୂ ସହ ଶାଶୁ କରୁଥିଲେ କିଛି ଏପରି କାମ, ଶୁଣିଲେ ଉଡିଯିବ ହୋସ୍

ଜଣେ ସନ୍ଦିଗ୍ଧ ପୋଲିସ ହେପାଜତରୁ ଖସି ପଳାଇଯାଇଛି : ତେବେ,ତିନି ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣ ଅଭିଯୁକ୍ତ ପୋଲିସ ହେପାଜତରୁ ଖସି ପଳାଇ ଯାଇଛି । ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାପା ମାରୁଛି । ଟ୍ରାକିଂ ମଧ୍ୟ କରୁଛି । ସନ୍ଦିଗ୍ଧଙ୍କ ଠାରୁ ମାରଣାନ୍ତ୍ର ମଧ୍ୟ ଜବତ କରିଛି । 

ନିକଟରେ ଆମେରିକାର କାଲିଫର୍ଣ୍ଣିଆରେ ଗୁଳିକାଣ୍ତ ହୋଇଥିଲା । ମେଣ୍ଟେରିଆ ପାର୍କରେ ଚୀନର ନୂଆବର୍ଷ ସମାରୋହ ଚାଲୁଥିବା ବେଳେ ହଠାତ୍ ଗୁଳିକାଣ୍ତ ହୋଇଥିବା ନେଇ ସୂଚନା ରହିଛି । ଯେଉଁଥିରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଥିଲେ । ରିପୋର୍ଟ ଅନୁସାରେ, ଆମେରିକାରେ କାଲିଫର୍ଣ୍ଣିଆ ସ୍ଥିତ ମେଣ୍ଟାରିଆ ପାର୍କରେ ଶନିବାର ଦିନ ଚୀନ ନବବର୍ଷ ପାଇଁ ହଜାର ହଜାର ସଂଖ୍ୟାର ଲୋକ ଏକାଠି ହୋଇଥିଲେ । ହଠାତ୍ ଜଣେ ବ୍ୟକ୍ତି ସେଠାରେ ଉପସ୍ଥିତ ଲୋକଙ୍କ ଉପରକୁ ହଠାତ୍ ଗୁଳିମାଡ଼ କରିଥିଲେ । ଯେଉଁଥିରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ କାର୍ଯ୍ୟ ଆରମ୍ଭ କରିବା ସହ ତଦନ୍ତ ମଧ୍ୟ ଆରମ୍ଭ କରିଥିଲା । ଏହି ଗୋଳିକାଣ୍ତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।