Israel-Hamas War Latest Update: ଗତ ଅକ୍ଟୋବର ୭ ତାରିଖରୁ ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଆସିଛି ଏକ ବଡ଼ ଖବର।
Trending Photos
Israel Hamas War Ceasefire Deal: ପ୍ରାୟ ମାସେରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଆସିଛି ବଡ଼ ଖବର। ଯାହା ସମଗ୍ର ବିଶ୍ୱକୁ ଆଶ୍ୱସ୍ତି ପ୍ରଦାନ କରିଛି। ଇସ୍ରାଏଲ-ହମାସ ମଧ୍ୟରେ ୪ ଦିନିଆ ଯୁଦ୍ଧ ବିରାମ ନଭେମ୍ବର ୨୪ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଯୁଦ୍ଧ ଆରମ୍ଭରୁ ଇସ୍ରାଏଲ୍ ପାଲେଷ୍ଟାଇନ ଗାଜା ଅଞ୍ଚଳରେ ହମାସ ଆତଙ୍କବାଦୀ ସଙ୍ଗଠନକୁ ମୂଳପୋଛ କରିବା ପାଇଁ ଜୋରଦାର ଆକ୍ରମଣ କରିବା ଜାରିରଖିଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନରେ ଉତ୍ତର ଗାଜା କ୍ଷେତ୍ର ପ୍ରାୟତଃ ଧୂଳିସାତ ହୋଇଯାଇଛି। ସେପଟେ ଉଭୟ ଇସ୍ରାଏଲ-ହମାସ ଅସ୍ଥାୟୀ ଅସ୍ତ୍ରବିରତି ଘୋଷଣା କରିଛନ୍ତି।
ଯୁଦ୍ଧ ବିରାମ ପ୍ରଦାନ କରିବ ଆଶ୍ୱସ୍ତି
ଇସ୍ରାଏଲ ଉପରେ ଆକ୍ରମଣ କରିବା ସମୟରେ ହମାସ ଦ୍ୱାରା ବନ୍ଧକ ହୋଇଥିବା ଲୋକଙ୍କୁ ମୁକ୍ତ କରିବା ପାଇଁ ଯୁଦ୍ଧ ବିରାମ କରାଯାଇଛି। ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ବିରାମ ହେବା ଦ୍ୱାରା ଗାଜା ଅଞ୍ଚଳରେ ରହୁଥିବା ପାଲେଷ୍ଟାଇନୀୟ ନାଗରିକଙ୍କୁ ଆଶ୍ୱସ୍ତି ମିଳିବେ ବୋଲି ଆଶା କରାଯାଉଛି। ଏହା ସହିତ ହମାସ ଦ୍ୱାରା ବନ୍ଧକ ରହିଥିବା ପରିବାର ଲୋକଙ୍କ ପାଇଁ ଯୁଦ୍ଧ ବିରାମ ଏକ ଆଶାର କିରଣ ଭାବେ ଉଭା ହୋଇଛି। ଉଭୟ ଇସ୍ରାଏଲ-ହମାସ ମଧ୍ୟରେ ହୋଇଥିବା ବୁଝାମାଣା ସର୍ତ୍ତ ଅନୁଯାୟୀ ଉଭୟ ପକ୍ଷ ୪ ଦିନ ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଏନେଇ ହୋଇଥିବା ଚୁକ୍ତିନାମା ଅନୁସାରେ ଇସ୍ରାଏଲ ଦ୍ୱାରା ବନ୍ଦୀ ହୋଇଥିବା ପାଲେଷ୍ଟାଇନ ବନ୍ଦୀଙ୍କୁ ମଧ୍ୟ ମୁକ୍ତ କରାଯିବ।
ଯୁଦ୍ଧ ବିରାମ ଲାଗି କିଏ କରିଥିଲେ ମଧ୍ୟସ୍ଥତା?
ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ବିରାମ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା, ଇଜିପ୍ଟ ଏବଂ କତାର ମଧ୍ୟସ୍ଥତା କରିଥିଲେ। ନଭେମ୍ବର ୨୨ ତାରିଖ ବୁଧବାର ଏ ସମ୍ପର୍କରେ ଘୋଷଣା କରାଯାଇଥିଲା। ଅନେକ ସପ୍ତାହ ଧରି ଚାଲିଥିବା ଗୁପ୍ତ ଆଲୋଚନା ପରେ ଏନେଇ ନିଷ୍ପତ୍ତି ନିଆଯାଇଥିଲା।
ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତିରେ ସ୍ଥାନ ପାଇଲା କେଉଁ ପ୍ରସଙ୍ଗ?
ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତିରୁ ବାଦ ପଡ଼ିଲା କେଉଁ ପ୍ରସଙ୍ଗ?