କଙ୍ଗନା ରାଣାୱତଙ୍କୁ ନେଇ ବିବାଦୀୟ ପୋଷ୍ଟ ଉପରେ ସ୍ପଷ୍ଟୀକରଣ ଦେଲେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ
Advertisement
Article Detail0/zeeodisha/odisha2174048

କଙ୍ଗନା ରାଣାୱତଙ୍କୁ ନେଇ ବିବାଦୀୟ ପୋଷ୍ଟ ଉପରେ ସ୍ପଷ୍ଟୀକରଣ ଦେଲେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ

ସୁପ୍ରିୟା ଶ୍ରୀନେତଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ କଙ୍ଗନାଙ୍କୁ ନେଇ ଏକ ଆପତ୍ତିଜନକ ପୋଷ୍ଟ କରାଯାଇଥିଲା । କଙ୍ଗନା ଏହି ପୋଷ୍ଟଉପରେ କଡ଼ା ଜବାବ ଦେଇଛନ୍ତି। ଜଣେ ଅଭିନେତା ଭାବରେ ମୋର ଗତ ୨୦ ବର୍ଷର କ୍ୟାରିୟରରେ ମୁଁ ସବୁ ପ୍ରକାର ମହିଳାଙ୍କୁ ଚରିତ୍ରରେ ଅଭିନୟ କରିଛି । ଆମେ ଆମ ଝିଅମାନଙ୍କୁ ପକ୍ଷପାତର ବନ୍ଧନରୁ ମୁକ୍ତ କରିବା ଦରକାର । ଆମେ ସେମାନଙ୍କ ଶରୀରର ଅଙ୍ଗଗୁଡ଼ିକ ବିଷୟରେ ଉତ୍ସୁକତାଠାରୁ ଉପରକୁ ଉଠିବା ଉଚିତ। ପ୍ରତ୍ୟେକ ନାରୀ ତାଙ୍କର ସମ୍ମାନ ପାଇବାକୁ ଯୋଗ୍ୟ।

କଙ୍ଗନା ରାଣାୱତଙ୍କୁ ନେଇ ବିବାଦୀୟ ପୋଷ୍ଟ ଉପରେ ସ୍ପଷ୍ଟୀକରଣ ଦେଲେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ନେଇ ବିବାଦୀୟ ପୋଷ୍ଟକୁ ନେଇ ରାଜନୀତି ସରଗରମ ହୋଇଛି। ଏନେଇ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ମୋ ର ଫେସବୁକ ଏବଂ ଇନଷ୍ଟା ଆକାଉଣ୍ଟକୁ ଅନେକ ଲୋକ ଆକସେସ୍ କରିଛନ୍ତି । ସେମାନଙ୍କ ମଧ୍ୟରୁ କେହି ଜଣେ ଅତ୍ୟନ୍ତ ଘୃଣ୍ୟ ଏବଂ ଆପତ୍ତିଜନକ ପୋଷ୍ଟ କରିଥିଲେ। ବିବାଦୀୟ ପୋଷ୍ଟକୁ ଡିଲିଟ୍ କରାଯାଇଛି। ମୁଁ ମୋର ସମସ୍ତ ସାମର୍ଥ୍ୟ ସହିତ ବିଚାରଧାରାର ଲଢ଼େଇ ଲଢୁଛି କିନ୍ତୁ କୌଣସି ମହିଳାଙ୍କ ବିରୋଧରେ କେବେ ବି ଅଶ୍ଳୀଳ ବ୍ୟକ୍ତିଗତ ମନ୍ତବ୍ୟ ଦେବି ନାହିଁ । ମୁଁ ଏପରି କରିବାକୁ ଦୃଢ଼ ବିରୋଧ କରୁଛି।

"ମୋତେ ଜାଣିଥିବା ସମସ୍ତେ ଭଲ ଭାବରେ ଜାଣନ୍ତି ଯେ ମୁଁ କୌଣସି ମହିଳାଙ୍କ ବିରୋଧରେ ବ୍ୟକ୍ତିଗତ ମନ୍ତବ୍ୟ ଦିଏ ନାହିଁ । ଏହା ଅନ୍ୟ ଏକ ଆକାଉଣ୍ଟରୁ କରାଯାଇଛି। ଏପରି କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ମୁଁ ଚେଷ୍ଟା କରୁଛି। ଏହାବ୍ୟତୀତ ମୋ ନାମର ଅପବ୍ୟବହାର କରି ସୃଷ୍ଟି ହୋଇଥିବା ଏକ ପ୍ୟାରୋଡି ଆକାଉଣ୍ଟ ମଧ୍ୟ ଏକ୍ସରେ ରିପୋର୍ଟ କରାଯାଇଛି ।

ପ୍ରତ୍ୟେକ ମହିଳା ସମ୍ମାନର ଯୋଗ୍ୟ, କଙ୍ଗନାଙ୍କ ଜବାବ
ସୁପ୍ରିୟା ଶ୍ରୀନେତଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ କଙ୍ଗନାଙ୍କୁ ନେଇ ଏକ ଆପତ୍ତିଜନକ ପୋଷ୍ଟ କରାଯାଇଥିଲା । କଙ୍ଗନା ଏହି ପୋଷ୍ଟଉପରେ କଡ଼ା ଜବାବ ଦେଇଛନ୍ତି। ଜଣେ ଅଭିନେତା ଭାବରେ ମୋର ଗତ ୨୦ ବର୍ଷର କ୍ୟାରିୟରରେ ମୁଁ ସବୁ ପ୍ରକାର ମହିଳାଙ୍କୁ ଚରିତ୍ରରେ ଅଭିନୟ କରିଛି । ଆମେ ଆମ ଝିଅମାନଙ୍କୁ ପକ୍ଷପାତର ବନ୍ଧନରୁ ମୁକ୍ତ କରିବା ଦରକାର । ଆମେ ସେମାନଙ୍କ ଶରୀରର ଅଙ୍ଗଗୁଡ଼ିକ ବିଷୟରେ ଉତ୍ସୁକତାଠାରୁ ଉପରକୁ ଉଠିବା ଉଚିତ। ପ୍ରତ୍ୟେକ ନାରୀ ତାଙ୍କର ସମ୍ମାନ ପାଇବାକୁ ଯୋଗ୍ୟ।

କଙ୍ଗନା ପୁଣି ମଧ୍ୟ ଲେଖିଛନ୍ତି ଯେ, ସେ ଜଣେ ନିରୀହ ଝିଅଠାରୁ ଆରମ୍ଭ କରି ଧାକଡ଼ର ଜଣେ ଆକର୍ଷଣୀୟ ଗୁପ୍ତଚର, ମଣିକର୍ଣ୍ଣିକାରେ ଦେବୀଙ୍କଠାରୁ ଚନ୍ଦ୍ରମୁଖୀରେ ରାକ୍ଷସ, ରଜ୍ଜୋର ଜଣେ ବେଶ୍ୟାଠାରୁ ଥାଲାଇଭିର ଜଣେ ବିପ୍ଳବୀ ନେତାର ଭୂମିକାରେ ଅଭିନୟ କରିଛନ୍ତି... ସେ ସବୁ ପ୍ରକାର ଚରିତ୍ରରେ ଅଭିନୟ କରିଛନ୍ତି। ଯୌନକର୍ମୀଙ୍କ ଆହ୍ୱାନପୂର୍ଣ୍ଣ ଜୀବନ କିମ୍ବା ପରିସ୍ଥିତିକୁ ଆମେ କୌଣସି ପ୍ରକାର ର ନିର୍ଯାତନା କିମ୍ବା ଅପମାନ ଭାବରେ ବ୍ୟବହାର କରିବା ଠାରୁ ଦୂରେଇ ରହିବା ଉଚିତ। ପ୍ରତ୍ୟେକ ମହିଳା ନିଜର ଅଧିକାର ପାଇବାକୁ ଯୋଗ୍ୟ

Also Read- ତାଣ୍ଡବ ରଚିଲା କାଳ ବୈଶାଖୀ: ଭଞ୍ଜନଗରରେ ୫୦ ଛେଳି ଏବଂ ରାଉରକେଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

Also Read- ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ପ୍ରତିନିଧିମଣ୍ଡଳୀ