Virat kohli injury: ନାଗପୁରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ODI ମ୍ୟାଚ୍ ରେ ବିରାଟ କୋହଲିଙ୍କୁ ଟିମ୍ ଇଣ୍ଡିଆର ପ୍ଲେଇଂ ୧୧ରେ ସ୍ଥାନ ମିଳିନାହିଁ। ଟସ୍ ସମୟରେ ଅଧିନାୟକ ରୋହିତ ମଧ୍ୟ କୋହଲିଙ୍କ ଅନୁପସ୍ଥିତି ନେଇ ମଧ୍ୟ ସୂଚନା ଦେଇଥିଲେ।
Trending Photos
India vs England 1st ODI: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ୍ ଗରୁବାର ନାଗପୁରରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଯଶସ୍ୱୀ ଜୟସୱାଲ ଏବଂ ହର୍ଷିତ ରାଣା ଡେବ୍ୟୁ କରିବାର ସୁଯୋଗ ପାଇଥିବାବେଳେ, ଆଘାତ ଯୋଗୁଁ ବିରାଟ କୋହଲି ଏହି ମ୍ୟାଚ୍ ରୁ ବାଦ ପଡିଛନ୍ତି। ବିରାଟଙ୍କ ଆଘାତ ଏବେ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆର ଟେନସନ୍ ବଢ଼ାଇ ଦେଇଛି।
ବିରାଟଙ୍କ ଆଣ୍ଠୁରେ ଲାଗିଛି ଆଘାତ: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ପ୍ରଥମ ODI ମ୍ୟାଚ୍ ଖେଳୁନାହାଁନ୍ତି। କୋହଲିଙ୍କ ଆଣ୍ଠୁରେ ଆଘାତ ଲାଗିଛି ଯାହା ଯୋଗୁଁ ତାଙ୍କୁ ପ୍ରଥମ ମ୍ୟାଚ୍ ରୁ ଦୂରେଇ ରହିବାକୁ ପଡିଛି। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏହି ସିରିଜ୍ ବହୁତ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ ସମସ୍ତ ଖେଳାଳିଙ୍କ ପାଇଁ ଏହି ସିରିଜ୍ ଖେଳିବା ବହୁତ ଗୁରୁତ୍ୱପୂର୍ଣ୍ଣ।
NO VIRAT KOHLI TODAY.
- Kohli is struggling with knee issues. pic.twitter.com/yh0lwYOWjg
— Mufaddal Vohra (@mufaddal_vohra) February 6, 2025
ଟସ୍ ସମୟରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା କହିଥିଲେ, “ଦୁର୍ଭାଗ୍ୟବଶତଃ ବିରାଟ ଖେଳୁନାହାଁନ୍ତି, ଗତକାଲି ରାତିରେ ତାଙ୍କର ଆଣ୍ଠୁ ସମସ୍ୟା ହୋଇଥିଲା।" ମ୍ୟାଚ୍ ପୂର୍ବରୁ କୋହଲିଙ୍କୁ ତାଙ୍କ ଆଣ୍ଠୁରେ ପଟି ଲଗାଇଥିବାର ଦେଖାଯାଇଥିଲା। ପ୍ରଥମ ODI ମ୍ୟାଚ୍ ରେ କୋହଲିଙ୍କ ଖେଳିବା ପାଇଁ ପ୍ରଶଂସକମାନେ ଅପେକ୍ଷା କରିଥିଲେ, କିନ୍ତୁ ଏବେ ପ୍ରଶଂସକଙ୍କ ଏହି ଅପେକ୍ଷା ଆହୁରି ଟିକେ ବଢ଼ିବାକୁ ଯାଉଛି। ଏବେ ଦେଖିବାକୁ ବାକି ରହିଲା ଯେ କୋହଲି କେବେ ପ୍ରତ୍ୟାବର୍ତ୍ତନ କରୁଛନ୍ତି?
ରୋହିତ ଆହୁରି କହିଛନ୍ତି, “ଆମେ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲୁ, କିନ୍ତୁ ଏହା ବିଶେଷ ଫରକ ପକାଏ ନାହିଁ। ଆରମ୍ଭରେ ବଲ୍ ସହିତ ଆକ୍ରମଣାତ୍ମକ ହେବା ଏବଂ ପରେ ଭଲ ପ୍ରଦର୍ଶନ କରିବା ଆବଶ୍ୟକ। କିଛି ସମୟ ବିରତି ନେବା ଭଲ। ଏହା ଏକ ନୂତନ ଆରମ୍ଭ ଏବଂ ଭଲ ପ୍ରଦର୍ଶନ କରିବାର ଏକ ମହାନ ସୁଯୋଗ।"
ଟି-୨୦ ଏବଂ ଟେଷ୍ଟରେ ଧମାକା ଦେଖାଇବା ପରେ, ଏବେ ଯଶସ୍ୱୀ ଜୟସୱାଲ ଏବଂ ହର୍ଷିତ ରାଣାଙ୍କୁ ଟିମ୍ ଇଣ୍ଡିଆ ପାଇଁ ଏକଦିବସୀୟ କ୍ରିକେଟରେ ଡେବ୍ୟୁ କରିବାର ସୁଯୋଗ ମିଳିଛି। ଯଶସ୍ୱୀ ଜୟସୱାଲ ଅଧିନାୟକ ରୋହିତ ଶର୍ମାଙ୍କ ସହ ଇନିଂସ ଓପନିଂ କରିବେ।