G20 Summit 2023 Motive: ପ୍ରଥମରୁ ଏହି ସମ୍ମିଳନୀରେ କେବଳ ଆର୍ଥିକ ବ୍ୟବସ୍ଥା ଉପରେ ଆଲୋଚନା କରାଯାଉଥିଲା ପରେ ପରେ ସମୟ ସହ ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଏହି ଆଜେଣ୍ଡାରେ ବ୍ୟବସାୟ, ସ୍ୱାସ୍ଥ୍ୟ, କୃଷି, ଉର୍ଜା, ପର୍ଯ୍ୟାବରଣ, ଜଳବାୟୁ ପରିବର୍ତ୍ତନ ଓ ଭ୍ରଷ୍ଟାଚାର ବିରୋଧ ପ୍ରସଙ୍ଗକୁ ସାମିଲ କରାଗଲା।
Trending Photos
G20 Summit: ନଭେମ୍ବର ୨୦୨୨ ରେ ବାଲି ଶିଖର ସମ୍ମିଳନୀରେ ପିଏମ ନରେନ୍ଦ୍ର ମୋଦିଙ୍କୁ ଜି-20ର ଅଧ୍ୟକ୍ଷତା ନିମନ୍ତେ କମାଣ ହସ୍ତାନ୍ତର କରାଯାଇଥିଲା। ସେହି ସମୟରେ ମୋଦି କହିଥିଲେ ୟ, କୋଭିଡ ପରେ ଏସବୁର ଦାୟିତ୍ୱ ଏବେ ଆମ କାନ୍ଧ ଉପରେ। ମୁଁ ଆପଣଙ୍କୁ ଭରସା ଦେଉଛି ଯେ, ଜି-20 ସମ୍ମିଳନୀ ପାଇଁ ଭାରତର ଅଧ୍ୟକ୍ଷତା ସମାବେଶୀ, ମହତ୍ୱାକାଂକ୍ଷୀ, ନିର୍ଣ୍ଣାୟକ ଓ ସକ୍ରିୟତା ସହ କରାଯିବ। ସମସ୍ତେ ମିଶି ଆମେ ଜି-20 କୁ ବିଶ୍ୱ ସ୍ତରରେ ଏକ ନୂଆ ପରିଚୟ ଦେବୁ। ଅଧ୍ୟକ୍ଷତା ଦାୟିତ୍ୱ ମିଳିବା ପରେ ଭାରତ ତୁରନ୍ତ ଏହାର ପ୍ରସ୍ତୁତିରେ ଲାଗିପଡ଼ିଲା। ୧ ଡିସେମ୍ବର ୨୦୨୨ ରୁ ଏହା ସହ ଜଡ଼ିତ ଅନେକ କାର୍ଯ୍ୟକ୍ରମ କରାଯାଇଛି। ଯାହା ୩୦ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଜାରି ରହିବ। ଏହାର ଅର୍ଥ ସେପ୍ଟେମ୍ବର ୯ ଓ ୧୦ ପରେ ବି ଦେଶ ସାରା ଏହି ସମ୍ପର୍କିତ କାର୍ଯ୍ୟକ୍ରମ ଚାଲିବ। ହେଲେ ଏବେ ଆସନ୍ତୁ ଜାଣିବା ଜି-20 କଣ ଏବଂ ଏହାର ଆରମ୍ଭ କେବେଠୁ?
କଣ ଏହି ଜି-20?
ଜି-20 ମାନେ ଗ୍ରୁପ ଅଫ୍ ଟ୍ୱେଣ୍ଟି, ଏହା ୨୦ ଟି ଦେଶର ଏକ ସମୂହ । ଏହି ୨୦ ଦେଶ ଏହି ସମ୍ମିଳନୀରେ ଏକାଠି ହୋଇଥାନ୍ତି ଓ ବିଶ୍ୱର ଆର୍ଥିକ ଅବସ୍ଥା,ପାଣିପାଗ ପରିବର୍ତ୍ତନ, ସସଷ୍ଟେନବଲ ଡେଭଲପମେଣ୍ଟ, ସ୍ୱାସ୍ଥ୍ୟ, କୃଷି, ଉର୍ଜ୍ଜା, ଭ୍ରଷ୍ଟାଚାର ବିରୋଧ ଓ ପର୍ଯ୍ୟାବରଣ ପରି ମୁଦ୍ଦା ଉପରେ ଚର୍ଚ୍ଚା କରନ୍ତି । ଯେଉଁ ଦେଶ ଏହି ସମ୍ମିଳନୀର ଅଧ୍ୟକ୍ଷତା କରନ୍ତି ସେହି ଦେଶର ପ୍ରମୁଖ କାମ କିଛି ନା କିଛି ବିଶେଷ ଦେଶ ସହ ସହମତି ରହୁଥିବା ଦରକାର। ଜି-20 ରେ ଥିବା ଦେଶ- ଭାରତ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ୍, କାନାଡା, ଚୀନ୍, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲି, ଜାପାନ, କୋରିଆ, ଗଣରାଜ୍ୟ, ମେକ୍ସିକୋ, ଋଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କି, ୟୁନାଇଟେଡ କିଙ୍ଗଡମ୍, ସଂୟୁକ୍ତ ରାଜ୍ୟ ଆମେରିକା ଓ ୟୁରୋପୀୟ ସଂଘ ମଧ୍ୟ ସାମିଲ ହୁଅନ୍ତି।
ଏଥର ଭାରତ ବାଂଲାଦେଶ, ଇଜିପ୍ଟ, ମୋରିସସ୍, ନେଦରଲ୍ୟାଣ୍ଡ, ନାଇଜେରିଆ, ଓମାନ, ସିଙ୍ଗାପୁର, ସ୍ପେନ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ଅତିଥି ଭାବରେ ନିମନ୍ତ୍ରଣ କରିଛି। ନିୟମିତ ଆନ୍ତର୍ଜାତୀୟ ସଂଗଠନର ଚେୟାର ବ୍ୟତୀତ (ଜାତିସଂଘ, ଆଇଏମ୍ଏଫ୍, ଡବ୍ଲୁୟୁବି, WHO, WTO, ILO, FSB ଏବଂ OECD) ଏବଂ ଆଞ୍ଚଳିକ ସଂଗଠନଗୁଡିକ (AU, AUDA-NEPAD ଏବଂ ASEAN), G20 ର ଚେୟାରମ୍ୟାନ୍ ଭାବରେ ଭାରତ ନିମନ୍ତ୍ରଣ କରିଛି । ଅତିଥି ଆନ୍ତର୍ଜାତୀୟ ସଂଗଠନ ଭାବରେ ISA, CDRI ଏବଂ ADBକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।
ବର୍ଷ ୧୯୯୭ ରେ (Asian Financial Crisis) ପରଠାରୁ ଅର୍ଥ ମନ୍ତ୍ରାଳୟ ଓ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣର ବ୍ୟେଶ୍ୱିକ ଆର୍ଥିକ ଓ ବିତ୍ତୀୟ ବା ଆର୍ଥିକ ମୁଦ୍ଧା ଉପରେ ଚର୍ଚ୍ଚା କରିବା ପାଇଁ ଏହି ମଞ୍ଚକୁ ଜି-20 ଆକାରରେ ଆରମ୍ଭ କରାଯାଇଥିଲା। ପ୍ରଥମରୁ ଏହି ସମ୍ମିଳନୀରେ କେବଳ ଆର୍ଥିକ ବ୍ୟବସ୍ଥା ଉପରେ ଆଲୋଚନା କରାଯାଉଥିଲା ପରେ ପରେ ସମୟ ସହ ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଏହି ଆଜେଣ୍ଡାରେ ବ୍ୟବସାୟ, ସ୍ୱାସ୍ଥ୍ୟ, କୃଷି, ଉର୍ଜା, ପର୍ଯ୍ୟାବରଣ, ଜଳବାୟୁ ପରିବର୍ତ୍ତନ ଓ ଭ୍ରଷ୍ଟାଚାର ବିରୋଧ ପ୍ରସଙ୍ଗକୁ ସାମିଲ କରାଗଲା।
ଜି-20ରେ ଭାରତର ଭୂମିକା କଣ?
ଜି-20ରେ ଭାରତର ତିନୋଟି ସ୍ତରରେ କାମ ରହିଛି।
ବ୍ୟେଶିକ-ଯେଉଁଠାରେ ଏହି ବିଭାଜିତ ଦୁନିଆରେ ଭାରତକୁ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ପଡିବ, ଏକ ସ୍ଥାୟୀ ଭାବନାର ଛାପ ଛାଡିବା ମଧ୍ୟ ଏକ ମୌଳିକ ଉଦ୍ଦେଶ୍ୟ । ଏହା ବ୍ୟତୀତ ବିକାଶଶୀଳ ଦେଶଗୁଡିକର ଚିନ୍ତାଧାରାକୁ ଆଗକୁ ନେବା ଏବଂ ସେମାନଙ୍କ ସମସ୍ୟାକୁ ପ୍ରାଥମିକତା ଦେବା ଭାରତର ଦାୟିତ୍ୱ ରହିବ।
କ୍ଷେତ୍ରୀୟ- ବିଶ୍ୱ ସ୍ତରରେ ଭାରତ ଦକ୍ଷିଣ ଏସିଆର ଅଗ୍ରଣୀ ଦେଶ । ଏହି କାରଣରୁ, ଦକ୍ଷିଣ ଏସିଆର ଅବଶିଷ୍ଟ ଦେଶଗୁଡିକର ସ୍ୱାର୍ଥକୁ ଆଗକୁ ନେବା ଭାରତର ଦାୟିତ୍ୱ ଅଟେ । (ଯାହା G20ର ଅଂଶ ନୁହେଁ)।
ଘରୋଇ- ଆଜି ସାରା ବିଶ୍ୱରେ ଭାରତର ନାମ ଉଚ୍ଚାରେ। କେବଳ ଭାରତ ନୁହେଁ ସମଗ୍ର ବିଶ୍ୱକୁ ମଧ୍ୟ ଭାରତର ଆବଶ୍ୟକତା ରହିଛି। ଏଭଳି ପରିସ୍ଥିତିରେ ଘରୋଇ ପରିବେଶରେ ଭାରତର ବଢୁଥିବା ସ୍ଥିତିକୁ ନିଶ୍ଚିତ କରିବା ଏକ ବଡ଼ ଦାୟିତ୍ୱ ଅଟେ।
ଜି-20 ଦ୍ୱାରା ଭାରତକୁ କଣ ମିଳିବ ଫାଇଦା
ଭାରତ ସ୍ୱାଧୀନତା ପାଇବାର ୭୬ ବର୍ଷ ବିତିଗଲାଣି । ଏହି ଅବଧି ମଧ୍ୟରେ ଦେଶ ଅନେକ ସଫଳତା ହାସଲ କରିଛି । ଆଜି ଆମେ ଅନେକ କ୍ଷେତ୍ରରେ ଟପ୍ -5 ରେ, ଅନେକରେ ଟପ୍ -3 ଏବଂ କେତେକ ସ୍ଥାନରେ ଟପ୍ ରେ ରହିଛେ। ଏହା ସତ୍ତ୍ୱେ ବିକାଶଶୀଳ ଦେଶମାନଙ୍କ ମଧ୍ୟରେ ଭାରତ ଗଣନା କରାଯାଏ । ତେଣୁ, G20 ହେଉଛି ଏକ ଫୋରମ୍ ଯେଉଁଠାରେ ଭାରତ ଏକ ଉନ୍ନତ ଉପାୟରେ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିପାରିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଲକ୍ଷ ୨୦୪୭ ମସିହାରେ ଭାରତ ଏକ ବିକଶିତ ରାଷ୍ଟ୍ର ହେବ ଯେତେବେଳେ ଦେଶ ସ୍ୱାଧୀନତାର ୧୦୦ବର୍ଷ ପାଳନ କରିବ। ମଙ୍ଗଳଯାନ ହେଉ କିମ୍ବା କୋଭିଡ ମହାମାରୀର ମୁକାବିଲା କିମ୍ବା ଚନ୍ଦ୍ରୟାନ -3 ଭଳି ସଫଳତା ଦେଶବାସୀଙ୍କୁ ଗୌରବ୍ୱାନୀତ କରିଛି ଭାରତ। ସେହି ତୂଳନାରେ ଅଗ୍ରଣୀ ଭାବେ ଉଭା ହୋଇଛି ଭାରତ । ଯଦି ବିଶ୍ୱର ଅନ୍ୟ ଦେଶମାନେ ମଧ୍ୟ ଭାରତ ସହିତ ମିଳିତ ଭାବରେ କାର୍ଯ୍ୟ କରନ୍ତି, ତେବେ ମାନବ ସମାଜର ପ୍ରଗତି ଏବଂ ପୃଥିବୀ ସଂରକ୍ଷଣ ପାଇଁ ପ୍ରୟାସ ତ୍ୱରାନ୍ୱିତ ହୋଇପାରିବ । G20 ରେ ମଧ୍ୟ ଏହା ହେଉଛି ଭାରତର ଲକ୍ଷ୍ୟ । ଭାରତର ଜି -20 ଅଧ୍ୟକ୍ଷତାର ଥିମ୍ ହେଉଛି 'ବସୁଧୈବ କୁଟୁମ୍ବକମ୍' ବା 'ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ'।
Also Read: Biden at Delhi: ଦିଲ୍ଲୀରେ ମୋଦି-ବାଇଡେନ ଭେଟଘାଟ