Painkiller Medicine: ପେନକିଲର ମେଡିସିନକୁ ନେଇ ସରକାର ନେଲେ ବଡ଼ ନିଷ୍ପତ୍ତି, ଏହାକୁ ବିକ୍ରି କରିପାରିବା ନାହିଁ ଦୋକାନୀ!
Advertisement
Article Detail0/zeeodisha/odisha1792791

Painkiller Medicine: ପେନକିଲର ମେଡିସିନକୁ ନେଇ ସରକାର ନେଲେ ବଡ଼ ନିଷ୍ପତ୍ତି, ଏହାକୁ ବିକ୍ରି କରିପାରିବା ନାହିଁ ଦୋକାନୀ!

Painkiller medicine: ସରକାରଙ୍କ ତରଫରୁ ଡ୍ରଗ୍ କଣ୍ଟ୍ରୋଲ୍ ବୋର୍ଡ ଏକ ନିର୍ଦ୍ଦେଶ ଜାରି କରି କହିଛି ଯେ ସମସ୍ତ କେମିଷ୍ଟ ଏହି ଯାଗରେ ପେନକିଲର ମେଡିସିନର ସମ୍ପୂର୍ଣ୍ଣ ରେକର୍ଡ ରଖିବେ । ଏବଂ ବିନା ପ୍ରେସକ୍ରିପସନରେ କାହାରିକୁ ପେନକିଲର ମେଡିସିନ ମିଳିବ ନାହିଁ ।

ସୌ: ସୋସିଆଲ ମିଡିଆ

Government On Painkiller medicine: ମେଡିସିନ ବିକ୍ରୟକୁ ନେଇ ସରକାର ନିୟମ ଓ ଆଇନ ପ୍ରସ୍ତୁତ କରୁଛନ୍ତି । ଅନେକ ଥର ବିଭିନ୍ନ ପ୍ରକାରର ମେଡିସିନ ଉପରେ ମଧ୍ୟ ନିଷେଧାଦେଶ ଜାରି କରା ଯାଇଛି । କିନ୍ତୁ ବର୍ତ୍ତମାନ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ମେଡିକାଲ ଷ୍ଟୋରରୁ (Chemists) କେହି ପେନକିଲର ମେଡିସିନ (Painkiller medicine) କିଣି ପାରିବେ ନାହିଁ । ଦିଲ୍ଲୀ ସରକାରଙ୍କ ନୂତନ ନିୟମ ଅନୁଯାୟୀ, କୌଣସି କେମିଷ୍ଟ ବିନା ପ୍ରେସକ୍ରିପସନରେ (Prescription) ପେନକିଲର ମେଡିସିନ ବିକ୍ରି କରିପାରିବେ ନାହିଁ । ଯଦି କେହି ଏହା କରୁଥିବା ଦେଖିବାକୁ ମିଳିବ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କ’ଣ ରହିଛି ଆଦେଶ?
ଦିଲ୍ଲୀ ସରକାରଙ୍କ ତରଫରୁ ଡ୍ରଗ୍ କଣ୍ଟ୍ରୋଲ୍ ବୋର୍ଡ ଏକ ନିର୍ଦ୍ଦେଶ ଜାରି କରି କହିଛି ଯେ ଦିଲ୍ଲୀର ସମସ୍ତ କେମିଷ୍ଟ ନିଜ ପେନକିଲର ମେଡିସିନର ପୂରା ରେକର୍ଡ ରଖିବେ । ଏହା ସହିତ, କୌଣସି କେମିଷ୍ଟ ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା କୌଣସି ବ୍ୟକ୍ତିଙ୍କୁ ପେନକିଲର ମେଡିସିନ ବିକ୍ରି କରିପାରିବେ ନାହିଁ । ଡେଙ୍ଗୁ ଓ ଚିକନଗୁନିୟା ଭଳି ଭେକ୍ଟର ଜନିତ ରୋଗର ବୃଦ୍ଧି ଘଟୁଥିବା ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ପେନକିଲର ମେଡିସିନରୁ କେଉଁ ରୋଗ ହୋଇଥାଏ?
ଆପଣଙ୍କୁ କହିରଖୁଛୁ ଯେ, ଯଦି ଆପଣ ସାମାନ୍ୟ ଶାରୀରିକ ଯନ୍ତ୍ରଣାରେ ମଧ୍ୟ ପେନକିଲର ମେଡିସିନ ବ୍ୟବହାର କରନ୍ତି, ତେବେ ବର୍ତ୍ତମାନ ସାବଧାନ ରୁହନ୍ତୁ । କାରଣ ପେନକିଲର ମେଡିସିନ ଆପଣଙ୍କ ଶରୀରରେ ସେହି ସାମାନ୍ୟ ଯନ୍ତ୍ରଣାକୁ ଉପଶମ କରିବ, କିନ୍ତୁ ଆପଣଙ୍କ ଭିତରେ ଏପରି ଗୁରୁତର ରୋଗ ଛାଡିଦେବ, ଯାହା ଆପଣଙ୍କ ମୃତ୍ୟୁମୁକୁ ମଧ୍ୟ ନେଇପାରେ ।

ରିପୋର୍ଟ ଅନୁଯାୟୀ, ଯଦି ଆପଣ ଅଧିକ ପେନକିଲର ମେଡିସିନ ବ୍ୟବହାର କରନ୍ତି ତେବେ ଏହା ଆପଣଙ୍କ ଶରୀରରେ ଅନେକ ଗମ୍ଭୀର ପ୍ରଭାବ ଛାଡିଥାଏ । ଏହା ଆପଣଙ୍କ କିଡନୀ, ଯକୃତ ଓ ହୃଦୟକୁ ପ୍ରଭାବିତ କରିବା ଆରମ୍ଭ କରେ । ଅନ୍ୟ ପଟେ, ଯଦି ଆପଣ ଆବଶ୍ୟକ ପେନକିଲର ମେଡିସିନ ଅଧିକ ଗ୍ରହଣ କରିଛନ୍ତି, ତେବେ ଆପଣ ହୃଦଘାତ କିମ୍ବା ଷ୍ଟ୍ରୋକର ଶିକାର ମଧ୍ୟ ହୋଇପାରନ୍ତି । ସେଥିପାଇଁ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ଯେ କୌଣସି ଯନ୍ତ୍ରଣାଦାୟକ ପେନକିଲର ମେଡିସିନ ନେବା ପୂର୍ବରୁ ଡାକ୍ତରଙ୍କଠାରୁ ଆବଶ୍ୟକ ପରାମର୍ଶ ନିଅନ୍ତୁ ।

ପେନକିଲର ମେଡିସିନର ପାର୍ଶ୍ୱ ପ୍ରତିକ୍ରିୟା କ’ଣ?
ଆପଣଙ୍କୁ କହିରଖୁଛୁ ଯେ ପେନକିଲର ମେଡିସିନ ଖାଇବା ପରେ, ଆପଣଙ୍କର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖା ଦେଇପାରେ । ଏଥିରେ ଝାଡ଼ା, କୋଷ୍ଠକାଠିନ୍ୟ, ପାକସ୍ଥଳୀ ସମସ୍ୟା, ରକ୍ତସ୍ରାବ କିମ୍ବା ପେଟ ଅଲସର ଭଳି ସମସ୍ୟା ଅନ୍ତର୍ଭୁକ୍ତ । ଏହା ସହିତ, ଏଥିରେ ନିଦ୍ରାର ଅଭାବ, ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା, ଚର୍ମରେ ଲାଲ ରଙ୍ଗର ଦାଗ ଓ ଶରୀରରେ କୁଣ୍ଡିଆଣ ହେବା ସହିତ ଏଥିରେ ଜ୍ୱଳାପୋଡା ମଧ୍ୟ ସାମିଲ ରହିଛି ।

ଏହା ବି ପଢ଼ନ୍ତୁ: Shani Dev: କିପରି ପ୍ରଶନ୍ନ ରହିବେ ଶନି ଦେବତା? କଳୀ ଯୁଗର ଦଣ୍ଡାଧିକାରୀଙ୍କୁ ଖୁସି ରଖିବାର ଏହା ହେଉଛି ସରଳ ଉପାୟ

ଏହା ବି ପଢ଼ନ୍ତୁ: Side Effects Of Mobile Phones: ଆପଣ ସକାଳୁ ଉଠି ପ୍ରଥମେ ଚେକ୍ କରୁଛନ୍ତି ନିଜର ଫୋନ୍, ହେବ ଏସବୁ କ୍ଷତି