Shocking: ବିବାହ ବେଦିକୁ ଯିବା ପୂର୍ବରୁ ହୃଦଘାତରେ ଚାଲିଗଲା କନ୍ୟାର ଜୀବନ, ସାନଭଉଣୀର ହାତ ଧରିଲା ବର
Advertisement
Article Detail0/zeeodisha/odisha1586156

Shocking: ବିବାହ ବେଦିକୁ ଯିବା ପୂର୍ବରୁ ହୃଦଘାତରେ ଚାଲିଗଲା କନ୍ୟାର ଜୀବନ, ସାନଭଉଣୀର ହାତ ଧରିଲା ବର

Emotional story: ଚାଲିଥିଲା ବିବାହର(Wedding) ଆୟୋଜନ । ଝିଅ ବିବାହ ପାଇଁ ଖୁସିରେ ସମଗୁଲ ଥିଲେ ସଭିଏଁ । ଭୋଜିଭାତର ଆୟୋଜନ ଠାରୁ ସଜାସଜିରେ ବ୍ୟସ୍ତ ଥିଲେ ସଭିଏଁ। ଆଉ କିଛି ସମୟ ପରେ ପଡିଥାଆନ୍ତା ହାତଗଣ୍ଠି । କିନ୍ତୁ ଦଇବର ବରାଦ ବୋଧେ କିଛି ଅଲଗା ଥିଲା। ବେଦୀକୁ ଯିବା ପୂର୍ବରୁ ହୃଦଘାତରେ ଚାଲିଗଲା କନ୍ୟାର ଜୀବନ । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ଭବାନନଗର ଅଞ୍ଚଳରେ (Gujarat’s Bhavnagar )।

ସୌଜନ୍ୟ- ସୋସିଆଲ ମିଡିଆ

Emotional story: ଚାଲିଥିଲା ବିବାହର(Wedding) ଆୟୋଜନ । ଝିଅ ବିବାହ ପାଇଁ ଖୁସିରେ ସମଗୁଲ ଥିଲେ ସଭିଏଁ । ଭୋଜିଭାତର ଆୟୋଜନ ଠାରୁ ସଜାସଜିରେ ବ୍ୟସ୍ତ ଥିଲେ ସଭିଏଁ।  ଆଉ କିଛି ସମୟ ପରେ ପଡିଥାଆନ୍ତା ହାତଗଣ୍ଠି । କିନ୍ତୁ ଦଇବର ବରାଦ ବୋଧେ କିଛି ଅଲଗା ଥିଲା।  ବେଦୀକୁ ଯିବା ପୂର୍ବରୁ ହୃଦଘାତରେ ଚାଲିଗଲା କନ୍ୟାର ଜୀବନ । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି  ଗୁଜୁରାଟର ଭବାନନଗର ଅଞ୍ଚଳରେ (Gujarat’s Bhavnagar )। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। 

କ'ଣଥିଲା ପୁରା ଘଟଣାକ୍ରମ?

ଗୁଜୁରାଟ ନାରୀ ଗାଁର  ବିଶାଲ ଙ୍କ ସହ ଭବାନନଗର ଅଞ୍ଚଳରେ  ଜୀନାବାଇ ରାଥୋରଙ୍କ ଝିଅ ସହ ବିବାହ ସ୍ଥିର ହୋଇଥିଲା। ବିବାହ ପାଇଁ ସବୁକିଛି ବ୍ୟବସ୍ଥା ମଧ୍ୟ ଶେଷ ହୋଇଥିଲା। ବରପକ୍ଷ ଲୋକେ ବିବାହ ପାଇଁ କନ୍ୟା ଘରକୁ ଆସିବାକୁ ସଜବାଜ ମଧ୍ୟ ହେଉଥିଲେ। ଏପଟେ କନ୍ୟା ଘରେ ବାହାଘରର ପ୍ରସ୍ତୁତି ମଧ୍ୟ ବେଶ ଜୋରଦାରରେ ଚାଲିଥିଲା । ଯେପରି ବରପକ୍ଷଙ୍କ ପ୍ରତି କୌଣସି ଅବହେଳା ନ ହୁଏ ସେଥିପ୍ରତି ପୁରା ପ୍ରସ୍ତୁତି ଥିଲେ  କନ୍ୟା ପକ୍ଷ। ମେହେନ୍ଦୀ, ହଳଦୀ ଓ ,ସଙ୍ଗୀତ ରଶମ ବି ଶେଷ ହୋଇଥିଲା। ଝିଅର ବାହାଘରକୁ ନେଇ ପୁରା ଖୁସିଥିଲେ ଜୀନାବାଇ ରାଥୋରଙ୍କ ପରିବାର ଲୋକେ। ଘରେ ବନ୍ଧୁ ବାନ୍ଧବଙ୍କ ଭିଡ ମଧ୍ୟ ଲାଗିଥିଲା । 

Also Read : Nawazuddin Siddiqui: ଜେଲ ଯିବେ କି ନୱାଜୁଦ୍ଦିନ ସିଦ୍ଦିକି? ପୂର୍ବତନ ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ

Also Read : Actor Pintu Nanda: ମୃତ୍ୟୁ ସହ ଲଢୁଛନ୍ତି ଅଭିନେତା ପିଣ୍ଟୁ ନନ୍ଦ, ଦିଲ୍ଲୀରେ ମିଳିଲେନି ଡୋନର

ହେଲେ ଭଗବାନଙ୍କ ବରାଦ ବୋଧେ କିଛି ଅଲଗା ଥିଲା।  ବିବାହ ବେଦୀକୁ ଯିବା ପୂର୍ବରୁ କନ୍ୟା ହୃଦଘାତର ଶୀକାର ହୋଇଥିଲା। ଫଳରେ ଘଟଣାସ୍ଥଳରେ କନ୍ୟା ଟଳି ପଡିବାରୁ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିବାହ ପରି ଏକ ଖୁସିର ମାହୋଲରେ ଘୋଟି ଆସିଥିଲା ଦୁଃଖର କଳା ବାଦଲ । ବରପକ୍ଷ ଏକଥା ଜାଣି ସାରିବା ପରେ ମଉଳି ଯାଇଥିଲା ସେମାନଙ୍କ ମନ । ଖାଲି ହାତରେ ବରକୁ ବିଦା ନ କରି କନ୍ୟାର ସାନ ଭଉଣୀଙ୍କ ସହ ବରର ବିବାହ କରାଇଥିଲେ କନ୍ୟା ଘର ଲୋକେ । ବାଜବାଣରେ ସାନ ଝିଅକୁ ବାହା କରାଇ ବିଦା କରାଇଥିଲେ। ସେପଟେ,ମୃତକନ୍ୟାର ବ୍ୟବଚ୍ଛେଦ ପରେ ତାଙ୍କର ଅନ୍ତିମ ସଂସ୍କାର କରିଛନ୍ତି ପରିବାର ଲୋକେ।

ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ବାହାଘର ବିଦାୟୀ ବେଳେ କନ୍ୟା ହୃଦଘାତରେ ପ୍ରାଣ ହରାଇଥିଲେ। ଏଭଳି ଏକ  ଘଟଣା ସୁବର୍ଣ୍ଣପୁର ଘଟିଥିଲା। ବାହାଘର ବିଦାୟୀ ବେଳେ ବିନିକା ବ୍ଲକ ଯୁଲୁଣ୍ଡା ଗାଁରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ଝିଅ ବିଦା ବେଳେ କାନ୍ଦି କାନ୍ଦି ଅଚେତ ହୋଇଗଲେ କନ୍ୟା, ଆଉ ଦାଣ୍ଡ ଦୁଆରେ ହୃଦଘାତରେ ଚାଲିଗଲା ଜୀବନ । ବାହାଘର ପରେ ସ୍ୱାମୀଙ୍କ ସହ ଶାଶୁଘରକୁ ଯିବା ବଦଳରେ ଶ୍ମଶାନକୁ ଗଲା କନ୍ୟାର ଶବ । ଉଲୁଣ୍ଡା ଗାଁର ରୋଜିଙ୍କ ସହ ବଲାଙ୍ଗୀର ତେତେଲ ଗାଁର ବିଶିକେସନଙ୍କ ବାହାଘର ହୋଇଥିଲା । ରାତିରେ ବରଯାତ୍ରୀ ନେଇ ବର ଆସିଥିଲା । ଭୋଜି ଭାତ ସହ ବାହାଘର ପାଇଁ ସମସ୍ତେ ଖୁସି ବି ଥିଲେ । ବାପାଙ୍କ ମୃତ୍ୟୁ ପରେ ମାମୁ ଖୁବ୍ ଆଡମ୍ବରରେ ବାହାଘର କରିଥିଲେ । ସେପଟେ ନୂଆ ଜୀବନସାଥୀ ଅପେକ୍ଷାରେ ଥିଲେ ରୋଜି । ହେଲେ ରୋଜିଙ୍କ ସେ ଅପେକ୍ଷାର ଅନ୍ତ ହେଲା ସତ,କିନ୍ତୁ ବାହା ହୋଇ ବିଶିକେସନଙ୍କ ହାତ ଧରି ଶାଶୁଘରକୁ ଯିବା ସ୍ୱପ୍ନ ସତ ହୋଇପାରିଲାନି । ଶାଶୁଘର ଯିବା ବଦଳରେ ମଶାଣୀକୁ ଗଲା ମୃତଦେହ । ତେବେ ବରଙ୍କ ସହ ଗାଡିରେ ବସିବା ବେଳେ କାନ୍ଦି କାନ୍ଦି ତଳେ ପଡି ଯାଇଥିଲେ ରୋଜି । କିଛି ସମୟ ଯାଏଁ ତାଙ୍କ ଚେତା ଫେରିନଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ସିନ୍ଦୂର ପିନ୍ଧି,ସଧବା ସାଜି ଶେଷଯାତ୍ରା କରିଥିଲେ ରୋଜି ।