Nobel Prize 2023 Economics: କ୍ଲାଉଡିଆ ଗୋଲ୍ଡିନ୍‍ କିଏ? କେଉଁ ବିଷୟ ପାଇଁ ପାଇଲେ ଅର୍ଥନୀତିରେ ନୋବେଲ୍‍
Advertisement
Article Detail0/zeeodisha/odisha1907490

Nobel Prize 2023 Economics: କ୍ଲାଉଡିଆ ଗୋଲ୍ଡିନ୍‍ କିଏ? କେଉଁ ବିଷୟ ପାଇଁ ପାଇଲେ ଅର୍ଥନୀତିରେ ନୋବେଲ୍‍

American Economist Claudia Goldin: ଚଳିତ ବର୍ଷ ପାଇଁ ଅର୍ଥନୀାତିରେ ଆମେରିକୀୟ ଅର୍ଥନୀତିଜ୍ଞ  କ୍ଲାଉଡିଆ ଗୋଲ୍ଡିନ୍‍ଙ୍କୁ ନୋବେଲ ପୁରସ୍କାର ମିଳିବାକୁ ଯାଉଛି। 

Nobel Prize 2023 Economics: କ୍ଲାଉଡିଆ ଗୋଲ୍ଡିନ୍‍ କିଏ? କେଉଁ ବିଷୟ ପାଇଁ ପାଇଲେ ଅର୍ଥନୀତିରେ ନୋବେଲ୍‍

Harvard University Professor Claudia Goldin: ଭୁବନେଶ୍ୱର: ମହିଳା ଓ ପୁରୁଷଙ୍କ ଭିତରେ ରୋଜଗାରର ଫରକ ଥାଏ କି? ପୁଣି ଯଦି ଗୋଟିଏ ପେସାରେ ଉଭୟ ଅଛନ୍ତି ସମୟ ଅନୁସାରେ ତାହା ବଦଳେ କି? ଆଉ ଏହି ସମୟ ଅନୁସାରେ ମହିଳାଙ୍କ ରୋଜଗାର କମେ କି? ଏଭଳି କିଛି ପ୍ରଶ୍ନର ଉତ୍ତରକୁ ଖୋଜି ନିଜ ଗବେଷଣାରେ ସାବ୍ୟସ୍ତ କରିଥିବା ଆମେରିକୀୟ ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନ୍‍ଙ୍କୁ ନୋବେଲ୍‍ ପୁରସ୍କାର କମିଟି ଅର୍ଥନୀତି ପାଇଁ ‘ସ୍ୱାରିଜେସ୍‍ ରିକ୍ସବ୍ୟାଙ୍କ ପୁରସ୍କାର’ ପ୍ରଦାନ ଘୋଷଣା କରିଛନ୍ତି। 

କ୍ଲାଉଡିଆ ଗୋଲ୍ଡିନ୍‍ଙ୍କ ସନ୍ଦର୍ଭରେ ସମୟ ଅନୁସାରେ କିପରି ମହିଳାଙ୍କ ରୋଜଗାର ବଦଳେ ଏବଂ ତାହା କମି କମି ଯାଏ ତାହାକୁ ଦର୍ଶାଯାଇଛି। ଏଥିରେ କୁହାଯାଇଛି ଯେ, ବାହାଘର ନୁହେଁ, ପ୍ରଥମ ଛୁଆା ଜନ୍ମ ହେଲା ପରେ ମହିଳାଙ୍କ ରୋଜଗାର କମିଯାଏ। ପୁରୁଷ ଅର୍ଥନୀତିକ ଦୃଷ୍ଟିକୋଣରେ ଆଗକୁ ଚାଲିଥାଏ ଆଉ ମହିଳା ଜଣକ ପିଲାଙ୍କୁ ଲାଳନପାଳନ କରି ରୋଜଗାରକୁ ଧ୍ୟାନ ଦେଇପାରେ ନାହିଁ। ରୋଜଗାରରେ ଲିଙ୍ଗଗତ ତାରତମ୍ୟର ପ୍ରଭାବକୁ ଅନୁଶୀଳନ କରି କ୍ଲାଉଡିଆ ଏହା କହିଛନ୍ତି। ତାଙ୍କ ସନ୍ଦର୍ଭର ସାର ମର୍ମକୁ  ଏକ ଗ୍ରାଫ୍‍ ମାଧ୍ୟମରେ ଉପସ୍ଥାପନ କରି ନୋବେଲ୍‍ ପୁରସ୍କାର କମିଟି ଏହା କହିଛନ୍ତି। ଏହି ଆବିଷ୍କାର ସମାଜ ଉପରେ ଅନେକ ପ୍ରଭାବ ପକାଇବ ବୋଲି କମିଟି କହିଛି।

ଆଲ୍‍ଫ୍ରେଡ୍‍ ନୋବେଲ୍‍ଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରତିବର୍ଷ ବିଶ୍ୱର ସର୍ବୋତ୍କୃଷ୍ଟ ଅର୍ଥନୀତିକ ଗବେଷଣା ଏବଂ ଉଦ୍ଭାବନ ପାଇଁ ଦିଆଯାଇଥାଏ। ତୃତୀୟ ମହିଳା ଭାବେ କ୍ଲାଉଡିଆ ଅର୍ଥନୀତିରେ ଏହି ପୁରସ୍କାର ଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି। ଏହି ୭୭ ବର୍ଷୀୟ  ଅର୍ଥନୀତିକ ବିଶାରଦ ଏବେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ଏହି ପୁରସ୍କାର ଖବର ଶୁଣି ସେ ବେଶ୍‍ ଉଲ୍ଲସିତ ବୋଲି କହିଛନ୍ତି। 

୧୮୦୦ ମସିହା ପର ଠାରୁ ମହିଳା ଓ ପୁରୁଷଙ୍କ ଭିତରେ କାର୍ଯ୍ୟ ଏବଂ ରୋଜଗାର ଗତ ପ୍ରଭେଦ ବିଶ୍ୱର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଏହି ସମୟରେ ଅର୍ଥନୀତିରେ ପରିବର୍ତ୍ତନ ତଥା କୃଷି ଭିତ୍ତିକ ଅର୍ଥଶିଳ୍ପ ଭିତ୍ତିକ ଅର୍ଥନୀତି ଆଡ଼କୁ ସମାଜ ମୁହାଁଇବା ଦ୍ୱାରା ମହିଳାଙ୍କ କର୍ମକ୍ଷେତ୍ର ଏବଂ ରୋଜଗାର ପ୍ରଭାବିତ ହୋଇଛି। ୧୯୦୦ ମସିହା ପରଠାରୁ ଯଦିଓ ସେବା କ୍ଷେତ୍ରରେ ପୁଣିଥରେ ମହିଳାଙ୍କ ପ୍ରବେଶ ଆରମ୍ଭ ହୋଇଛି କିନ୍ତୁ ସମାନ କାମ ପାଇଁ ମହିଳା କମ୍‍ ଅର୍ଥ ରୋଜଗାର କରୁଛି। ଏହା ମହିଳାଙ୍କ ପ୍ରଥମ ଛୁଆ ହେଲା ପରେ ବିଶେଷ ଭାବେ ଅନୁଭୂତ ହେଉଥିବା ସେ ଦର୍ଶାଇଛନ୍ତି। 

ଅପରପକ୍ଷେ ସେ କହିଛନ୍ତି, ମହିଳା ହୁଅନ୍ତୁ କି ପୁରୁଷଙ୍କ କ୍ଷେତ୍ରରେ ସେମାନଙ୍କ ଅର୍ଥନୀତିକ ଅବଦାନ ତାଙ୍କ  ସାମାଜିକ ଓ ପାରିବାରିକ ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ଆଣିଥାଏ। ଯେପର୍ଯ୍ୟନ୍ତ ଆମେ ଏକ ଦମ୍ପତ୍ତି ମଧ୍ୟରେ ସମାନତା ଆଣି ପାରିବା ନାହିଁ ସେ ପର୍ଯ୍ୟନ୍ତ ଲିଙ୍ଗଗତ ସାମ୍ୟ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।