How Smog Tower Control Air Pollution: ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସ୍ମଗ ଟାୱାର ହେଉଛି ଏକ ବୃହତ ବାୟୁ ବିଶୋଧକ ଯନ୍ତ୍ର ଭାବରେ ପରିଗଣିତ ହୋଇଥାଏ।
Trending Photos
Smog Tower for Control Air Pollution: ପ୍ରଦୂଷିତ ବାୟୁକୁ ସଫା କରିବା ପାଇଁ ଏକ ସ୍ମଗ ଟାୱାର ହେଉଛି ଏକ ବୃହତ ବାୟୁ ବିଶୋଧକ ଯନ୍ତ୍ର। ଯାହାର ଉଚ୍ଚତା ସାଧାରଣତ ୨୦ ମିଟର ଠାରୁ ୩୦ ମିଟର ପର୍ଯ୍ୟନ୍ତ ହୋଇଥାଏ। ଏହି ଉପକରଣର ଅନେକ ସ୍ତର ରହିଥାଏ ଯାହା ବାୟୁରୁ ପ୍ରଦୂଷଣ କଣିକା ଛାଣି ଦେଇଥାଏ। ରାଷ୍ଟ୍ରୀୟ ଦିଲ୍ଲୀ ସମେତ ଦେଶର ଅନେକ ସ୍ଥାନରେ ସ୍ମଗ ଟାୱାର ବ୍ୟବହାର କରାଯାଉଛି। ଯାହାର ଉଦ୍ଦେଶ୍ୟ ହେଉଛି ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା। ଯଦି ଆପଣ ମଧ୍ୟ ସ୍ମଗ ଟାୱାର ବିଷୟରେ ଜାଣିବାକୁ ଚାହାଁନ୍ତି, ତାହେଲେ ଏବେ ଆମେ ଆପଣଙ୍କୁ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଜଣାଉଛୁ।
କିପରି କାମ କରିଥାଏ ସ୍ମଗ ଟାୱାର?
ସ୍ମଗ ଟାୱାର ଏହାର ଉପର ଭାଗରେ ଲାଗିଥିବା ଫ୍ୟାନ ଦ୍ୱାରା ପ୍ରଦୂଷିତ ବାୟୁ ଟାଣିଥାଏ। ଏହା ପରେ ବାୟୁ ଟାୱାର ଭିତର ଦେଇ ଯାଇଥାଏ। ଯେଉଁଠାରେ ବାୟୁ ଅନେକ ସ୍ତର ଦେଇ ଯାଇଥାଏ। ଏହି ସ୍ତର ସାଧାରଣତଃ HEPA Filter, ଆୟନିକରଣ ଏବଂ ରାସାୟନିକ ପ୍ରତିକ୍ରିୟା ବ୍ୟବହାର କରି ପ୍ରଦୂଷିତ ବାୟୁ କଣିକାକୁ ଅପସାରଣ କରିଥାଏ। ପ୍ରଦୂଷଣ ବାୟୁକୁ ସଫା କରିବା ପାଇଁ ଏକ ସ୍ମଗ ଟାୱାର କ୍ଷମତା ଏହାର ଉଚ୍ଚତା, Filter କ୍ଷମାତ ଏବଂ ପ୍ରଦୂଷଣ ସ୍ତର ଉପରେ ନିର୍ଭର କରିଥାଏ। ସାଧାରଣତଃ ଏକ ସ୍ମଗ ଟାୱାର ୧ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ପ୍ରଦୂଷିତ ବାୟୁକୁ ସଫା କରିପାରିବ। ଦେଶରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ନୋଏଡା, ଗୁରୁଗ୍ରାମ ଏବଂ ଅନ୍ୟାନ୍ୟ ସହରରେ ସ୍ମଗ ଟାୱାର ବ୍ୟବହାର କରାଯାଉଛି। ଏହି ସହରରେ ବାୟୁ ପ୍ରଦୂଷଣ ଏକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି। ସ୍ମଗ ଟାୱାର ବାୟୁ ଗୁଣବତ୍ତାକୁ ଉନ୍ନତ କରିବାରେ ସହାୟକ ହୋଇଥାଏ।
ସ୍ମଗ ଟାୱାର ଦ୍ୱାରା ମିଳୁଥିବା ସୁବିଧା
ସ୍ମଗ ଟାୱାର ଦ୍ୱାରା ହେଉଥିବା ଅସୁବିଧା
Also Read: ପ୍ରଦୂଷଣକୁ ହ୍ରାସ କରିବାରେ ସହାୟକ ହେଉଛି ଆଣ୍ଟି ସ୍ମଗ୍ ଟାୱାର; ହ୍ରାସ ପାଉଛି ଆଖପାଖ ଅଞ୍ଚଳର AQI
ସ୍ମଗ ଟାୱାର ନିର୍ମାଣରେ କେତେ ଟଙ୍କା ହୋଇଥାଏ ଖର୍ଚ୍ଚ?
ସ୍ମଗ ଟାୱାର ନିର୍ମାଣ ପାଇଁ ହେଉଥିବା ଖର୍ଚ୍ଚ ଏହାର ଆକାର, କ୍ଷମତା ଏବଂ ସ୍ଥାନ ଉପରେ ନିର୍ଭର କରିଥାଏ। ସାଦାରଣତଃ ସ୍ମଗ ଟାୱାର ନିର୍ମାଣରେ ୨୦ କୋଟି ଠାରୁ ନେଇ ୩୦ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ। ଦିଲ୍ଲୀ ଠାରେ ଲଗାଯାଇଥିବା ସ୍ମଗ ଟାୱାର ନିର୍ମାଣରେ ହୋଇଥିବା ଖର୍ଚ୍ଚ...
ସ୍ମଗ୍ ଟାୱାର ସ୍ଥାପନ ପାଇଁ ଖର୍ଚ୍ଚ ନିମ୍ନଲିଖିତ ଉପାଦାନକୁ ନେଇ ଗଠିତ ହୋଇଥାଏ
ସ୍ମଗ୍ ଟାୱାର ରକ୍ଷଣାବେକ୍ଷଣ ଏବଂ ସଞ୍ଚାଳନ