Karnataka High Court: 'ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ନିଷ୍ଠୁରତା, କିନ୍ତୁ ଅପରାଧ ନୁହେଁ'
Advertisement
Article Detail0/zeeodisha/odisha1746163

Karnataka High Court: 'ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ନିଷ୍ଠୁରତା, କିନ୍ତୁ ଅପରାଧ ନୁହେଁ'

High Court of Karnataka: ମହିଳାଙ୍କ ସ୍ୱାମୀ ଆଇପିସିର ଧାରା ୪୯୮(ଏ) ଏବଂ ଯୌତୁକ ନିଷେଧାଦେଶ ଅଧିନିୟମର ଧାରା ୪ ଅନୁଯାୟୀ ପୋଲିସ ଏବଂ ତାଙ୍କ ପିତାମାତାଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟ ବିରୋଧରେ ଅଦାଲତର ଦ୍ୱାରସ୍ଥ ହୋଇଥିଲେ।

 

 

Karnataka High Court: 'ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ନିଷ୍ଠୁରତା, କିନ୍ତୁ ଅପରାଧ ନୁହେଁ'

Karnataka High Court Verdict: କର୍ଣ୍ଣାଟକ ହାଇକୋର୍ଟ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିବାରୁ ଜଣେ ପୁରୁଷ ଏବଂ ତାଙ୍କ ପିତାମାତାଙ୍କ ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ଜଷ୍ଟିସ ଏମ.ନାଗପ୍ରସନ୍ନାଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ସ୍ୱାମୀଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରି କହିଛନ୍ତି ଯେ ହିନ୍ଦୁ ବିବାହ ଆଇନ-୧୯୫୫ ଅନୁଯାୟୀ ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ପ୍ରତ୍ୟାଖ୍ୟାନ କରିବା ନିଷ୍ଠୁରତା, କିନ୍ତୁ ଏହା ଆଇପିସି ଧାରା ୪୯୮ଏ ଅଧିନରେ ଆସୁନାହିଁ।

ଏନେଇ ମିଳିଥିବା ଖବର ଅନୁସାରେ ମହିଳାଙ୍କ ସ୍ୱାମୀ ଆଇପିସି ଧାରା ୪୯୮ଏ ଏବଂ ଯୌତୁକ ନିଷେଧାଦେଶ ଅଧିନିୟମର ଧାରା ୪ ଅନୁଯାୟୀ ପୋଲିସ ଏବଂ ତାଙ୍କ ପିତାମାତାଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟ ବିରୋଧରେ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲା ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ବେଞ୍ଚ କହିଛନ୍ତି ଯେ ଆବେଦନକାରୀଙ୍କ ବିରୋଧରେ ଏକମାତ୍ର ଅଭିଯୋଗ ହେଉଛି ଯେ ସେ ବିଶ୍ୱାସ କରନ୍ତି ଯେ ପ୍ରେମ କଦାପି ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ହୁଏ ନୁହେଁ, ବରଂ ଏହା ଆତ୍ମା ସହିତ ଆତ୍ମାର ମିଳନ ହେବା ଆବଶ୍ୟକ।

କର୍ଣ୍ଣାଟକ ହାଇକୋର୍ଟ ବେଞ୍ଚ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱାମୀ ନିଜ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ କେବେ ଇଚ୍ଛା କରିନାହାଁନ୍ତି। ବିବାହକୁ ଉପଭୋଗ ନ କରିବା ନିସନ୍ଦେହ, ହିନ୍ଦୁ ବିବାହ ଆଇନର ଧାରା ୧୨ (୧) (ଏ) ଅଧୀନରେ ନିଷ୍ଠୁରତା। ହେଲେ ଏହା ଆଇପିସି ଧାରା ୪୯୮ଏ ଅଧୀନରେ ଆସେ ନାହିଁ। ବେଞ୍ଚ କହିଛନ୍ତି ଯେ ସ୍ୱାମୀଙ୍କ ବିରୋଧରେ ଅପରାଧିକ ମାମଲା ଆରମ୍ଭ ହୋଇପାରିବ ନାହିଁ। କାରଣ ଏହା ଆଇନ ପ୍ରକ୍ରିୟାର ଅପବ୍ୟବହାର ହେବ। ମିଳିଥିବା ଖବର ମୁତାବକ ଏହି ଦମ୍ପତ୍ତି ଗତ ଡିସେମ୍ବର ୧୮ ତାରିଖରେ ବିବାହ କରିଥିଲେ। ଅଭିଯୋଗକାରୀ ପତ୍ନୀ ତାଙ୍କ ସ୍ୱାମୀଙ୍କ ଘରେ ମାତ୍ର ୨୮ ଦିନ ରହିଥିଲେ।

Also Read: Karnataka: 'ସହମତି ଭିତ୍ତିରେ ଯୌନ ସମ୍ପର୍କ ବଳାତ୍କାର ନୁହେଁ', ଏହି ମନ୍ତବ୍ୟ ସହ ଆବେଦନ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ

ଗତ ୨୦୨୦ ଫେବୃଆରୀ ୫ ତାରିଖରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପତ୍ନୀ ଆଇପିସି ଧାରା ୪୯୮ଏ ଅଧିନରେ ପୋଲିସ ନିକଟରେ ଏକ ଅଭିଯୋଗ ଦାଖଲ କରିଥିଲେ। ଯାହା ଯୌତୁକ ନିର୍ଯ୍ୟାତନା ସହିତ ଜଡ଼ିତ। ସେ ହିନ୍ଦୁ ବିବାହ ଆଇନ ଧାରା ୧୨ (୧) (କ) ଅନୁଯାୟୀ ଫ୍ୟାମିଲି କୋର୍ଟ ଠାରେ ମଧ୍ୟ ଅଭିଯୋଗ କରିଥିଲେ। ଯେଉଁଥିରେ କୁହାଯାଇଥିଲା ଯେ, ବିବାହ ପରେ କୌଣସି ଯୌନ ସମ୍ପର୍କ ରଖାଯାଇନାହିଁ। ପତ୍ନୀ ତାଙ୍କ ସ୍ୱାମୀ ଏବଂ ତାଙ୍କ ପିତାମାତାଙ୍କ ବିରୋଧରେ ଅପରାଧିକ ମାମଲା ଦାଏର କରିଥିଲେ।

ପୂର୍ବରୁ ଦୁଷ୍କର୍ମ ସହ ଜଡ଼଼ିତ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ କର୍ଣ୍ଣାଟକ ହାଇକୋର୍ଟ। ରାଜ୍ୟରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ତାଙ୍କ ପ୍ରେମିକା ଦୁଷ୍କର୍ମ ଏବଂ ବିଶ୍ୱାସ ଘାତକତା କରିଥିବାର ଅଭିଯୋଗ କରିଥିଲେ। ଏହି ମାମଲା ଉପରେ କର୍ଣ୍ଣାଟକ ହାଇକୋର୍ଟ ଶୁଣାଣି କରିବା ପରେ ଅଦଲତ ପ୍ରେମିକାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପୀଡ଼ିତା ପ୍ରେମିକା ଅଭିଯୋଗ କରିଛନ୍ତି ବିବାହ କାରଣରୁ ତାଙ୍କ ପ୍ରେମିକ ତାଙ୍କ ସହ ଶାରିରୀକ ସମ୍ବନ୍ଧ ରଖିଥିଲେ। ହେଲେ ପରେ ସେ ସମ୍ପର୍କ ଭାଙ୍ଗି ଦେଇଥିଲେ। 

ଏହି ମାମଲାରେ ରାୟ ଶୁଣାଣି କରି ଜଷ୍ଟିସ ଏମ.ନାଗପ୍ରସନ୍ନା କହିଛନ୍ତି ଯେ, ଏହି ମାମଲାରେ ଯୌନ ସମ୍ପର୍କର ସମ୍ମତି ଥରେ, ଦୁଇ ଥର, ତିନି ଥର କିମ୍ବା କିଛି ଦିନ ଏବଂ କିଛି ମାସ ପାଇଁ ନିଆ ଯାଇନଥିଲା। ଯାହା ପାଞ୍ଚ ବର୍ଷ ପାଇଁ ଚାଲିଥିଲା। ଏଭଳି ପରିସ୍ଥିତିରେ କୁହାଯାଇ ପାରିବ ନାହିଁ ଯେ ପାଞ୍ଚ ବର୍ଷ ଧରି ପ୍ରେମିକାଙ୍କ ବିନା ଅନୁମତିରେ ତାଙ୍କ ପ୍ରେମିକ ତାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ।