Gold Price Today: ଖସିଲା ସୁନା ରେଟ୍, ଏଠି ୫୦ ହଜାର ତଳେ ରହିଛି ଦର
Advertisement
Article Detail0/zeeodisha/odisha2083830

Gold Price Today: ଖସିଲା ସୁନା ରେଟ୍, ଏଠି ୫୦ ହଜାର ତଳେ ରହିଛି ଦର

Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର।  ଗତ କିଛି ଦିନ ଧରି ସୁନା ରେଟ୍ ବୃଦ୍ଧି ପାଉଥିବା ନେଇ ଗ୍ରାହକଙ୍କୁ ସୁନା କିଣିବାକୁ ଭାରି ବାଧୁଥିଲା। କିନ୍ତୁ ସପ୍ତାହ ଆରମ୍ଭରୁ ଖସିଛି ସୁନା ରେଟ୍ (Gold Price Today)। ଅର୍ଥାତ୍ ଶସ୍ତା ହୋଇଛି ସୁନା (Gold)। ଯଦି ଆପଣ ସୁନା କିଣିବାକୁ ଯୋଜନା କରିଛନ୍ତି। ତେବେ, ଏହି ଖବର ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। 

Gold Price Today: ଖସିଲା ସୁନା ରେଟ୍, ଏଠି ୫୦ ହଜାର ତଳେ ରହିଛି ଦର

Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର।  ଗତ କିଛି ଦିନ ଧରି ସୁନା ରେଟ୍ ବୃଦ୍ଧି ପାଉଥିବା ନେଇ ଗ୍ରାହକଙ୍କୁ ସୁନା କିଣିବାକୁ ଭାରି ବାଧୁଥିଲା। କିନ୍ତୁ ସପ୍ତାହ ଆରମ୍ଭରୁ ଖସିଛି ସୁନା ରେଟ୍ (Gold Price Today)। ଅର୍ଥାତ୍ ଶସ୍ତା ହୋଇଛି ସୁନା (Gold)। ଯଦି ଆପଣ ସୁନା କିଣିବାକୁ ଯୋଜନା କରିଛନ୍ତି। ତେବେ, ଏହି ଖବର ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ସୁନା କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି କେଉଁ ସହରରେ କେତେ ରହିଛି ସୁନା ରେଟ୍।...

ALSO READ: Central Government Jobs 2024: ସୁପ୍ରିମକୋର୍ଟରେ ବାହାରିଲା ଚାକିରି, ଆଜିହିଁ କରନ୍ତୁ ଆବେଦନ

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୦୮୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୨,୩୧୦ ଟଙ୍କା ରହିଛି । ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ  ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପିଛା ୫୭,୮୦୦ ଟଙ୍କା ରହିଛି । ଏବଂ ୨୪ କ୍ୟାରେଟର ଦାମ୍ ୬୩,୦୫୦ ଟଙ୍କା ରହିଛି । ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟ ରେ ୫୦ ଟଙ୍କା ହ୍ରାସ ହୋଇଛି। ଏବଂ ରୂପା ଦର କେଜି ପିଛା ୭୬,୦୦୦ ହଜାର ଟଙ୍କା ରହିଛି। 

ସେହିପରି ମାୟାନଗରୀ ମୁମ୍ବାଇରେ ସୁନା ଦରରେ ମଧ୍ୟ ପରିବର୍ତ୍ତନ ହୋଇଛି। ୨୨ କ୍ୟାରେଟ୍ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୬୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୯୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ମାତ୍ର ୫୦ ଟଙ୍କା ଖସିଛି । ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୮,୪୦୦ ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୭୧୦ ଟଙ୍କା ରହିଛି । 

ଅନ୍ୟପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ସୁନା ଦରରେ ବଡ଼ ପରିବର୍ତ୍ତନ ହୋଇଛି । ରାଜଧାନୀରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୬୫୦ ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୯୦୦ ରହିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟରେ ୫୦ ଟଙ୍କା ଦର ହ୍ରାସ ପାଇଛି। ୧୮ କ୍ୟାରେଟର ଦାମ୍ ୧୦ ଗ୍ରାମ୍ ପିଛା ୪୭,୧୭୦ ଟଙ୍କା ରହିଛି।  ସେହିପରି ରୂପା କେଜିରେ କୌଣସି ପରିବର୍ତ୍ତନ ହୋଇନି। ରୂପା କେଜି ପିଛା ୭୭,୫୦୦ ଟଙ୍କା ରହିଛି । କଟକରେ ମଧ୍ୟ ସୁନା-ଦର ହ୍ରାସ ପାଇଛି।