ନୂଆଦିଲ୍ଲୀ: ନଭେମ୍ବର ମାସ ଅଧାରୁ ଉତ୍ତର ଭାରତରେ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଲାଣି। ସେହିପରି ଉତ୍ତର ଭାରତର ଏକାଧିକ ରାଜ୍ୟରେ ତୁଷାରପାତ ମଧ୍ୟ ପରିଲକ୍ଷିତ ହେଲାଣି।ସେହିପରି ଦିଲ୍ଲୀରେ ଶୀତ ଲହରୀ ସାଙ୍ଗକୁ କୁହୁଡ଼ି ଓ ପ୍ରଦୂଷଣ ମଧ୍ୟ ପରିଲକ୍ଷିତ ହୋଇଛି। ଭାରତୀୟ ପାଣିପାଗ ବିଭାଗ ୨୫ ନଭେମ୍ବର ମାସରେ ଏଭଳି ସ୍ଥିତି ଜାରି ରହିବ ବୋଲି ଆଶଙ୍କା
Trending Photos
Weather Updates: ନୂଆଦିଲ୍ଲୀ: ନଭେମ୍ବର ମାସ ଅଧାରୁ ଉତ୍ତର ଭାରତରେ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଲାଣି। ସେହିପରି ଉତ୍ତର ଭାରତର ଏକାଧିକ ରାଜ୍ୟରେ ତୁଷାରପାତ ମଧ୍ୟ ପରିଲକ୍ଷିତ ହେଲାଣି।ସେହିପରି ଦିଲ୍ଲୀରେ ଶୀତ ଲହରୀ ସାଙ୍ଗକୁ କୁହୁଡ଼ି ଓ ପ୍ରଦୂଷଣ ମଧ୍ୟ ପରିଲକ୍ଷିତ ହୋଇଛି। ଭାରତୀୟ ପାଣିପାଗ ବିଭାଗ ୨୫ ନଭେମ୍ବର ମାସରେ ଏଭଳି ସ୍ଥିତି ଜାରି ରହିବ ବୋଲି ଆଶଙ୍କା କରାଯାଉଛି। ପାଣିପାଗ ବିଭାଗ ଅନୁଯାୟୀ ଉତ୍ତର ଭାରତରେ ୨୫ ନଭେମ୍ବରରେ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିବ। ସକାଳ ସନ୍ଧ୍ୟାରେ ତାପମାତ୍ରା କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଦ୍ୱିପ୍ରହରରେ ମଧ୍ୟ ଥଣ୍ଡା ଅନୁଭୂତ ହେଲାଣି। ଦକ୍ଷିଣ ଭାରତରେ ସାଇକ୍ଲୋନିକ ସର୍କୁଲେସନ କାରଣରୁ ବର୍ଷା ହେବାର ସମ୍ଭାବନା ରହିଛି। ଜମ୍ମୁ କାଶ୍ମୀରରେ ତୁଷାରପାତ ମଧ୍ୟ ପରିଲକ୍ଷିତ ହେଲାଣି। ଫଳରେ ଜମ୍ମୁ କାଶ୍ମୀରରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ତେବେ ଆଗାମୀ ୫ ଦିନରେ ଦେଶରେ ପାଣିପାଗ ସ୍ଥିତି କିପରି ରହିବ ଆସନ୍ତୁ ଜାଣିବା।
ଏହି ସବୁ ରାଜ୍ୟରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବର୍ଷା
ପାଣିପାଗ ବିଭାଗ ଅନୁଯାୟୀ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପର ସମ୍ଭାବନା ରହିଥିବାରୁ ସାମୁଦ୍ରିକ ଝଡ଼ ମୁଣ୍ଡ ଟେକୁଛି। ୨୧ ତାରିଖ ବେଳକୁ ଏହି ସାମୁଦ୍ରିକ ଝଡ଼ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ନିମ୍ନ ଚାପ ଗଢିବାର ସମ୍ଭାବନା ରହିଛି। ସେହିପରି ଆଉ ଏକ ସାଇକ୍ଲୋନିକ ସର୍କୁଲେସନ ଦକ୍ଷିଣ ତାମିଲନାଡ଼ୁ ଓ ତଳିଆ କ୍ଷୋଭ ମଣ୍ଡଳ ନିକଟବର୍ତ୍ତି କୋମୋରିନ ଅଞ୍ଚଳରେ ଗଠନ ହୋଇଛି। ଏଥିରେ କେରଳ, ତାମିଲନାଡ଼ୁ, ପଣ୍ଡିଚେରୀ, ଆଣ୍ଡାମାନ ନିକୋବର ଦ୍ୱିପପୁଞ୍ଜ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପରୁ, ମିଜୋରାମ, ତ୍ରିପୁରାରେ ୨୫ ନଭେମ୍ବରରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବାରୁ ସମ୍ଭାବନା ରହିଛି।
ଏହି ସବୁ ରାଜ୍ୟରେ ଘନ କୁହୁଡ଼ି
ପାଣିପାଗ ବିଭାଗ ଅନୁଯାୟୀ ଉତ୍ତରପ୍ରଦେଶ, ପଞ୍ଜାବ, ହରିଆଣା, ଚଣ୍ଡିଗଡ଼, ଦିଲ୍ଲୀ, ହିମାଚଳ ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ରାଜସ୍ଥାନରେ ୨୫ ନଭେମ୍ବର ବେଳକୁ ପାଣିପାଗ ବିଭାଗ ଶୁଖିଲା ରହିବ। ସକାଳ ଓ ସନ୍ଧ୍ୟାରେ ଘନ କୁହୁଡ଼ି କାରଣରୁ ପ୍ରବଳ ଶୀତ ଅନୁଭୂତ ହେବ। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ବିହାରରେ ଭିନ୍ନ ଭିନ୍ନ ସ୍ଥାନରେ ନ୍ୟୁନତମ ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ଉଚ୍ଚରେ ରହିଥିବା ଦେଖିବାକୁ ମିଳିଛି। ସେହିପରି ପୂର୍ବ ଉତ୍ତର ପ୍ରଦେଶ, ଆଣ୍ଡାମାନ ନିକୋବର ଦ୍ୱିପ ସମୁହରେ କିଛି ସ୍ଥାନରେ ସାଧାରଣ ତାପମାତ୍ରା ଠାରୁ ଉପରେ ରହିଥିବା ଦେଖିବାକୁ ମିଳିଛି। ଉପ-ହିମାଳୟ ଅନ୍ତର୍ଗତ ପଶ୍ଚିମବଙ୍ଗର, ସିକ୍କିମ, ପଶ୍ଚିମ ରାଜସ୍ଥାନ, ପଶ୍ଚିମୀ ଉତ୍ତର ପ୍ରଦେଶ, ସୌରାଷ୍ଟ୍ର, କଚ୍ଛ, କେରଳ, ମାହେ, ବିଦର୍ଭ, ଓଡ଼ିଶା, ତେଲଙ୍ଗାନା, ଛତିଶଗଡ଼, ଗାଙ୍ଗେୟ ପଶ୍ଚିମ ବଙ୍ଗ, ପୂର୍ବ ମଧ୍ୟପ୍ରଦେଶ, ପୂର୍ବ ରାଜସ୍ଥାନ, ମଧ୍ୟ ମହାରାଷ୍ଟ୍ର, ତଟୀୟ ଆନ୍ଧ୍ରପ୍ରଦେଶ, ୟନମ ତଥା ଅନ୍ୟ ଅଞ୍ଚଳରେ ସ୍ୱାଭାବିକ ତାପମାତ୍ରା ଠାରୁ ୨ ରୁ ୩ ଡିଗ୍ରୀ ତଳେ ରହିଛି।