Advertisement
Photo Details/zeeodisha/odisha2598724
photoDetails0hindi

Venkatesh Daggubati Case: ଅଲ୍ଲୁ ଅର୍ଜୁଙ୍କ ପରେ ଫଶିଲେ ସୁପରଷ୍ଟାର ରାଣା ଦଗ୍ଗୁବତୀ, ଏହି କାରଣ ପାଇଁ ହେବେ ଆରେଷ୍ଟ!

Venkatesh Daggubati Case: ଭେଙ୍କଟେଶଙ୍କ ବ୍ୟତୀତ ଫିଲ୍ମ 'ବାହୁବଳୀ'ରେ ଭିଲେନ ଭୂମିକାରେ ଅଭିନୟ କରିଥିବା ତାଙ୍କ ପୁତୁରା ରାଣା ଦଗ୍ଗୁବତୀ, ତାଙ୍କ ବାପା ତଥା ଚଳଚ୍ଚିତ୍ର ନିର୍ମାତା ସୁରେଶ ଦଗ୍ଗୁବତୀ ଏବଂ ଭାଇ ଅଭିରାମ ଡଦଗ୍ଗୁବତୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। 

1/5
Venkatesh Daggubati Case: ରବିବାର ଦିନ ହାଇଦ୍ରାବାଦ ପୋଲିସ ଏକ ହୋଟେଲ ବେଆଇନ ଭାଙ୍ଗିବା ଅଭିଯୋଗରେ ପ୍ରସିଦ୍ଧ ତେଲୁଗୁ ଷ୍ଟାର୍ ଭେଙ୍କଟେଶ ଦଗ୍ଗୁବତୀ ଏବଂ ତାଙ୍କ ପରିବାରର ଅନ୍ୟ ତିନିଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଭେଙ୍କଟେଶଙ୍କ ବ୍ୟତୀତ ଫିଲ୍ମ 'ବାହୁବଳୀ'ରେ ଭିଲେନ ଭୂମିକାରେ ଅଭିନୟ କରିଥିବା ତାଙ୍କ ପୁତୁରା ରାଣା ଦଗ୍ଗୁବତୀ, ତାଙ୍କ ବାପା ତଥା ଚଳଚ୍ଚିତ୍ର ନିର୍ମାତା ସୁରେଶ ଦଗ୍ଗୁବତୀ ଏବଂ ଭାଇ ଅଭିରାମ ଡଦଗ୍ଗୁବତୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। 

2/5
କ’ଣ ହୋଇଥିଲା? ଜାନୁୟାରୀ ୨୦୨୪ରେ ହାଇଦ୍ରାବାଦର ଫିଲ୍ମ ସିଟି(Film City) ଅଞ୍ଚଳରେ ଦଗ୍ଗୁବତୀ ପରିବାର 'ଡେକାନ୍ କିଚେନ୍ ହୋଟେଲ୍' ଭାଙ୍ଗିବା ନେଇ ଅଭିଯୋଗ ହୋଇଥିଲା। ସୂଚନା ଅନୁସାରେ ନନ୍ଦା କୁମାର ନାମକ ଜଣେ ବ୍ୟକ୍ତି କୋର୍ଟରେ ଦାବି କରିଛନ୍ତି ଯେ ସିଟି ସିଭିଲ କୋର୍ଟର ରହଣି ଆଦେଶ ଏବଂ ତେଲେଙ୍ଗାନା ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ହୋଟେଲ ଭାଙ୍ଗି ଦିଆଯାଇଛି। ଏହି ସମ୍ପତ୍ତି ନନ୍ଦା କୁମାରଙ୍କୁ ଲିଜରେ ଦିଆଯାଇଥିଲା।

3/5

କୁମାର ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଏହି କାରଣରୁ ତାଙ୍କୁ ୨୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି। ଏହା ପରେ ଆଞ୍ଚଳିକ କୋର୍ଟ ଏହି ଘଟଣାର ତଦନ୍ତ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣଙ୍କୁ ମନେ ପକାଇଦେଉଛୁ ଯେ ନନ୍ଦ କୁମାର ୨୦୨୨ ମସିହାରେ ତେଲେଙ୍ଗାନା ରାଷ୍ଟ୍ର ସମିତି (ବର୍ତ୍ତମାନ ଭାରତ ରାଷ୍ଟ୍ର ସମିତି) ର ବିଧାୟକଙ୍କ ଘୋଡା କାରବାର ମାମଲାରେ ଜଣେ ଅଭିଯୁକ୍ତ।

4/5
GHMC ର ଅଭିଯୋଗ ଏବଂ କୋର୍ଟଙ୍କ ନିର୍ଦ୍ଦେଶ: ନଭେମ୍ବର ୨୦୨୨ରେ, ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ (GHMC) ଡେକାନ୍ କିଚେନ୍ ହୋଟେଲ ଏବଂ କୁମାରଙ୍କ ଦ୍ୱାରା ନିର୍ମିତ କିଛି ଅଂଶକୁ ବେଆଇନ ବୋଲି କହି ଭାଙ୍ଗି ଦେଇଥିଲା। ତେବେ ପରବର୍ତ୍ତୀ ସମୟରେ ଜୁଲାଇ ୨୦୨୩ରେ ତେଲେଙ୍ଗାନା ହାଇକୋର୍ଟ ଏହି କାର୍ଯ୍ୟ ପାଇଁ GHMC ରୁ ସ୍ପଷ୍ଟୀକରଣ ମାଗି ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନକୁ ସ୍ଥିତି ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଆଞ୍ଚଳିକ କୋର୍ଟଙ୍କ ନିର୍ଦ୍ଦେଶରେ ପୋଲିସ ଡଗଗୁବତୀ ପରିବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

5/5
ଅଲୁ ଅର୍ଜୁନଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା: ନିକଟରେ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ହାଇଦ୍ରାବାଦର ସାନ୍ଧ୍ୟା ଥିଏଟରରେ 'ପୁଷ୍ପା : ଦି ରୁଲ୍'ର ପ୍ରିମିୟର ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ଏହି ମାମଲା ପଞ୍ଜିକୃତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଫିଲ୍ମର ନିର୍ମାତା ୟେଲାମାନଚିଲି ରବି ଶଙ୍କର ଏବଂ ନବୀନ ୟରନେନିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।