Cyclone Dana: ମାଡି ଆସୁଛି ସାମୁଦ୍ରିକ ଝଡ଼ ଦାନା, ଏଠାରେ ପଢନ୍ତୁ ଟିକିନିଖ ଅପଡେଟ ଖବର
Advertisement
Article Detail0/zeeodisha/odisha2485818

Cyclone Dana: ମାଡି ଆସୁଛି ସାମୁଦ୍ରିକ ଝଡ଼ ଦାନା, ଏଠାରେ ପଢନ୍ତୁ ଟିକିନିଖ ଅପଡେଟ ଖବର

Cyclone Dana: ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଦାନା। ମହାବାତ୍ୟା ରୂପ ନେଇ ସ୍ଥଳ ଭାଗ ଆଡ଼କୁ ମାଡି ଆସୁଛି ବାତ୍ୟା ଦାନା। ପାଣିପାଗ ବିଭାଗ ଅନୁଯାୟୀ ବାତ୍ୟା ଦାନା ସ୍ଥଳ ଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିବ। ଅତିରୁ ଅତି ପ୍ରବଳ ବର୍ଷା ହେବ। ଏହାରି ମଧ୍ୟରେ ପବନର ବେଗ ୧୨୦ ମଧ୍ୟ ଛୁଇଁପାରେ। ୨୪ ତାରିଖ ମଧ୍ୟ ରାତ୍ରିରେ ସ୍ଥଳଭାଗ ଛୁଇଁବାକୁ ଥିବା ଏହି ବାତ୍ୟାର ପ୍ରଭାବ ବହୁ କମ ସମୟ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସ୍ଥଳଭାଗରେ ମାତ୍ର ୩୦ କିମି ପର୍ୟ୍ୟନ୍ତ ବାତ୍ୟା ତାଣ୍ଡବ ରଚିବ। ସେପଟେ ବାତ୍ୟାକୁ ନେଇ ରାଜ୍ୟ ସରକାର ବେଶ ଆଲର୍ଟ ମୋଡରେ କାର୍ଯ୍ୟ କରୁଛନ୍ତି। ଏନଡିଆରଏଫ ଟିମକୁ ସରକାର ସଜାଗ ରଖିଥିବା ବେଳେ ବିପଦ ରହିଥିବା ଜିଲ୍ଲା ଗୁଡ଼ିକ ଦାୟିତ୍ୱରେ ସଚିବ ଓ ନେତା ମନ୍ତ୍ରୀ ରହିଛନ୍ତି। 

Cyclone Dana: ମାଡି ଆସୁଛି ସାମୁଦ୍ରିକ ଝଡ଼ ଦାନା, ଏଠାରେ ପଢନ୍ତୁ ଟିକିନିଖ ଅପଡେଟ ଖବର
LIVE Blog

Cyclone Dana: ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଦାନା। ମହାବାତ୍ୟା ରୂପ ନେଇ ସ୍ଥଳ ଭାଗ ଆଡ଼କୁ ମାଡି ଆସୁଛି ବାତ୍ୟା ଦାନା। ପାଣିପାଗ ବିଭାଗ ଅନୁଯାୟୀ ବାତ୍ୟା ଦାନା ସ୍ଥଳ ଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିବ। ଅତିରୁ ଅତି ପ୍ରବଳ ବର୍ଷା ହେବ। ଏହାରି ମଧ୍ୟରେ ପବନର ବେଗ ୧୨୦ ମଧ୍ୟ ଛୁଇଁପାରେ। ୨୪ ତାରିଖ ମଧ୍ୟ ରାତ୍ରିରେ ସ୍ଥଳଭାଗ ଛୁଇଁବାକୁ ଥିବା ଏହି ବାତ୍ୟାର ପ୍ରଭାବ ବହୁ କମ ସମୟ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସ୍ଥଳଭାଗରେ ମାତ୍ର ୩୦ କିମି ପର୍ୟ୍ୟନ୍ତ ବାତ୍ୟା ତାଣ୍ଡବ ରଚିବ। ସେପଟେ ବାତ୍ୟାକୁ ନେଇ ରାଜ୍ୟ ସରକାର ବେଶ ଆଲର୍ଟ ମୋଡରେ କାର୍ଯ୍ୟ କରୁଛନ୍ତି। ଏନଡିଆରଏଫ ଟିମକୁ ସରକାର ସଜାଗ ରଖିଥିବା ବେଳେ ବିପଦ ରହିଥିବା ଜିଲ୍ଲା ଗୁଡ଼ିକ ଦାୟିତ୍ୱରେ ସଚିବ ଓ ନେତା ମନ୍ତ୍ରୀ ରହିଛନ୍ତି। 

24 October 2024
10:06 AM

Cyclone Dana: ସାମୁଦ୍ରିକ ଝଡ଼ ଦାନା ଭୀଷଣ ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡି ଆସୁଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟପାଳ ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି ଏବଂ ରାଜଭବନର କଣ୍ଟ୍ରୋଲ ରୁମରୁ ସାଇକ୍ଲୋନ ଦାନାର ଗତିବିଧି ଉପରେ ନଜର ରଖିବେ। ରାଜ୍ୟପାଳ ସିଭି ଆନନ୍ଦ ବୋଷ କହିଛନ୍ତି ଯେ ଆମେ ବର୍ତ୍ତମାନ ସଙ୍କଟ ସମୟରେ ଅଛୁ। ସାଇକ୍ଲୋନିକ୍ ଝଡ ଦାନା ପାଖେଇ ଆସୁଛି, କିନ୍ତୁ ପଶ୍ଚିମବଙ୍ଗରେ ଆମେ ଅନେକ ଝଡର ସମ୍ମୁଖୀନ ହୋଇଛୁ। ଆତ୍ମବିଶ୍ୱାସ ଏବଂ ଧୈର୍ଯ୍ୟ ସହିତ ଆମେ ଦାନାକୁ ମଧ୍ୟ ସାମ୍ନା କରିବୁ। 

10:04 AM

Cyclone Dana: ଲ୍ୟାଣ୍ଡଫଲ୍ ବେଳେ ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିପାରେ ବୋଲି ଆକଳନ କରାଯାଇଛି।ତାସହ ସମୁଦ୍ରରେ ଉଚ୍ଚ ଜୁଆର ଆସିବା ସହ ଗଛ, ବିଦ୍ୟୁତ୍ ଖୁଣ୍ଟ ଓ କଚା ଘରକୁ ବାତ୍ୟା ବିପଦ ପହଞ୍ଚାଇବାର ଆଶଙ୍କା ରହିଛି। ପ୍ରଭାବରେ ଗତକାଲିଠୁ ବିଭିନ୍ନ ସ୍ଥାନରେ ବର୍ଷା ଚାଲିଛି। IMD ଡିଜି କହିଛନ୍ତି- ୪ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକରେ ରହିବ ସାଇକ୍ଲୋନର ଅଧିକ ପ୍ରଭାବ।

 

09:23 AM

Cyclone Dana: ବାତ୍ୟା ଦାନା ପ୍ରଭାବରେ ଅଶାନ୍ତ ହେଲାଣି ସମୁଦ୍ର। ପଶ୍ଚିମବଙ୍ଗ ଗଙ୍ଗା ସାଗର ବିଚରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବାରେ ଲାଗିଛି। ଧୀରେ ଧୀରେ ପବନର ବେଗ ମଧ୍ୟ ତୀବ୍ର ହେଲାଣି। ଗଙ୍ଗାସାଗର ଅଞ୍ଚଳରେ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବୃଦ୍ଧ ବୃଦ୍ଧା ଏବଂ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ସାରିଛି। ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗରେ ଅନେକ ଟ୍ରେନ୍ ବାତିଲ କରାଯାଇଛି। ଆଜି ରାତି ୮ଟାରୁ କାଲି ପର୍ଯ୍ୟନ୍ତ ଅନେକ ଦୂରଗାମୀ ଟ୍ରେନ୍ ଏବଂ ଲୋକାଲ ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି।

08:36 AM

Clone Dana:  ଆଜି ଓ କାଲି ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିର ବନ୍ଦ। ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ବନ୍ଦ ରଖିବାକୁ ନିଷ୍ପତ୍ତି। ବାତ୍ୟା ପ୍ରଭାବ ଯୋଗୁଁ ବନ୍ଦ ରଖିବାକୁ ନିଷ୍ପତ୍ତି। 

08:33 AM

CYclone Updates: ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଦାନା ବଙ୍ଗୋପସାଗରର କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ଦିଗକୁ ଗତ ୬ ଘଣ୍ଟା ମଧ୍ୟରେ ୧୨ କିଲୋମିଟର ବେଗରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଏହା ସହିତ ଆଜି ସକାଳ ସାଢେ ୫ଟା ସୁଦ୍ଧା କେନ୍ଦ୍ରୀଭୂତ ହୋଇଛି। ଉତ୍ତର-ପଶ୍ଚିମ ଏବଂ ବଙ୍ଗୋପସାଗରର କେନ୍ଦ୍ରୀୟ ଉପସାଗର, ପାରାଦୀପ (ଓଡିଶା) ର ଦକ୍ଷିଣ-ପୂର୍ବରେ ୨୬୦ କିଲୋମିଟର, ଧାମରା (ଓଡିଶା) ର ୨୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଏବଂ ସାଗର ଦ୍ୱୀପ (ପଶ୍ଚିମବଙ୍ଗ) ର 350 କିଲୋମିଟର ଦକ୍ଷିଣରେ ରହିଥିବା ଜଣାପଡ଼ିଛି। 

 

08:32 AM

Cyclone Dana: ସ୍ଥଳ ଭାଗ ଛୁଇଁଲା ଦାନାର ବାହ୍ୟ ବଳୟ, ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ
ମାଡି଼ ଆସୁଛି ବାତ୍ୟା 'ଦାନା'। 'ଦାନା' ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ବିଶେଷକରି, ରାଜଧାନୀ ଭୁବନେଶ୍ବରରେ ଭୀଷଣ ବର୍ଷା ଆରମ୍ଭ ହୋଇଯାଇଛି।  ବାତ୍ୟାର କେନ୍ଦ୍ରସ୍ଥଳରୁ ୨୦୦ କିଲୋମିଟର ଗୋଲେଇ ଭିତର ତାଣ୍ତବ ଖେଳାଇବ ବାତ୍ୟା 'ଦାନା'। ଆଜି ରାତି ସାଢେ ୧୧ଟାରୁ ଶୁକ୍ରବାର ମଧ୍ୟାହ୍ନ ଯାଏଁ  ୧୧୦ ରୁ ୧୨୦ କିଲୋମିଟର ବେଗରେ ମାଡ଼ ହେବ ପବନ। ପଢନ୍ତୁ ପୂରା ରିପୋର୍ଟ...

08:29 AM

ଜୀ ଓଡ଼ିଶାର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆମେ ବାତ୍ୟା ଦାନା ସମ୍ପର୍କିତ ଟିକିନିଖ ଖବର ଆପଣଙ୍କୁ ପ୍ରଦାନ କରିବୁ। ଟିକିନିଖି ଖବର ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ।