Odisha Daily News Live: କମିଲା ସୁନା ଦର, ଖସୁନି ପରିବା ଦର ସହିତ ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2350383

Odisha Daily News Live: କମିଲା ସୁନା ଦର, ଖସୁନି ପରିବା ଦର ସହିତ ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

Odisha Daily News Live: କମିଲା ସୁନା ଦର, ଖସୁନି ପରିବା ଦର ସହିତ ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

24 July 2024
18:16 PM

Agniveers Reservation: ପାରାମିଲିଟାରୀ ଫୋର୍ସ ବିଏସଏଫ ଓ ସିଏସଏଫରେ ନିଯୁକ୍ତିରେ ଅଗ୍ନିବୀର ସୌନିକଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ। ବୁଧବାର ଦିନ ଅମିତ ଶାହାଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ଏହି ବଡ ନିଷ୍ପତ୍ତି ନେଇଛି। ପୂରା ଖବର...

 

16:38 PM

Odisha gets Rs 10,586 cr for Railways: ରେଳ ପାଇଁ ରାଜ୍ୟକୁ ମିଳିବ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ । ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୟୁପିଏ ସରକାର ସମୟରେ ବର୍ଷକୁ ୮୩୮ କୋଟି ଟଙ୍କା ମିଳୁଥିବା ସମୟରେ ବର୍ତ୍ତମାନ ତାହା ୧୨ ଗୁଣ ଅଧିକ ମିଳୁଛି । 

16:33 PM

Krushna Chandra Patra on Ration Card: ରାଜ୍ୟରେ ଖୁବ୍‌ ଶୀଘ୍ର ରାସନ୍ କାର୍ଡ ହିତାଧିକାରୀଙ୍କ ଏକ ନୂଆ ତାଲିକା ପ୍ରକାଶ ହେବ। ଏହା ସମେତ ଆଗମୀ ମାସେ ଭିତରେ ନୂଆ ହିତାଧିକାରୀ ମାନେ ନିଜର ରାସନ କାର୍ଡ ପାଇବେ। ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ପ୍ରାୟ ୮ ଲକ୍ଷ ନୂଆ ହିତାଧିକାରୀ ନୂଆ ରାସନ କାର୍ଡ ପାଇପାରନ୍ତି । ଏହା ନେଇ ରାଜ୍ୟ ସରକାର ପକ୍ରିୟା ଆରମ୍ଭ କରିଛନ୍ତି।

 

14:41 PM

Odisha Live News Updates: ୧୦ ଡକାୟତ ଗିରଫ: ୪୮୦ ଗ୍ରାମ ସୁନା, ୧୬୫ ଗ୍ରାମ ରୁପା ଅଳଙ୍କାର ଓ ୫ ଲକ୍ଷ ୧୨ ହଜ଼ାର ଟଙ୍କା ଜବତ
ସମ୍ବଲପୁର ଜିଲ୍ଲା ବୁର୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ଗତ ୧୬ ତାରିଖ ବୁର୍ଲା ଥାନା ଅନ୍ତର୍ଗତ ବାବୁବନ୍ଧ ଠାରେ ହୋଇଥିବା ରାଇସ ମିଲ ଡକାୟତି ଘଟଣାରେ ପୁଲିସ ପର୍ଦ୍ଦାଫାଶ କରିଛି। ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲା । ତେବେ ଏହି ଡକାୟତମାନେ ପୂର୍ବରୁ ସମ୍ବଲପୁର ଜ଼ିଲ୍ଲାରେ ୧୪ଟି ଡକାୟତ କରି କରିଥିବା ଜଣାପଡ଼ିଛି। ପୁଲିସର ସ୍ୱତନ୍ତ୍ର ଟିମ ଏହି ଡକାୟତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ।

14:40 PM

Odisha Live News Updates: ବିମାନରେ ଥିବା ୧୯ ଯାତ୍ରୀଙ୍କ ମଧ୍ୟରୁ ୧୮ ମୃତ
ନେପାଳର କାଠମାଣ୍ଡୁରେ ଥିବା ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର (ଟିଆଇଏ) ରେ ବିମାନଟି ଟେକ୍‌-ଅଫ୍‌ କରିବା ସମୟରେ ସୌର୍ଯ୍ୟ ଏୟାରଲାଇନ୍ସର ସିଆର୍‌ଜେ-୨୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ୧୮ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ସେହି ବିମାନରେ ସମୁଦାୟ ୧୯ ଜଣ ବୈଷୟିକ୍‌ ଟିମ୍‌ ଯାତ୍ରା କରୁଥିଲେ। ବିମାନର ପାଇଲଟ ୩୭ ବର୍ଷିୟ ମନୀଷ ଶାକ୍ୟାଙ୍କୁ ଧ୍ୱଂସାବଶେଷରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ଏହି ବିମାନଟି ବିମାନର ବୈଷୟିକ କର୍ମଚାରୀଙ୍କୁ ନେଇ ଯାଉଥିଲା।

14:39 PM

Odisha Live News Updates: ରତ୍ନଭଣ୍ଡାର ଗଣତିମଣତି ଏସଓପି ପ୍ରସ୍ତୁତ ସରିଛି: ଜଷ୍ଟିସ ବିଶ୍ବନାଥ ରଥ
ରତ୍ନଭଣ୍ଡାର ଗଣତି, ମଣତି ନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ  ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗଣତି, ମଣତି ଏସଓପି ପ୍ରସ୍ତୁତ ସରିଛି। ଏଏସଆଇ ମରାମତି କରି ସାର୍ଟିଫିକେଟ୍‌ ଦେବା ପରେ ଗଣତି, ମଣତି ହେବ। ମରାମତି ଏମିତି ହେବା ଦରକାର, ଯେମିତି ୧୦୦ ବର୍ଷ ପାଇଁ ଆବଶ୍ୟକ ପଡ଼ିବନି। ମରାମତିରେ ବ୍ରେକର ଲାଗି ପାରିବନି, ଏହା ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଏସଓପି ଗୋପନୀୟ। ଏଣୁ ଏହାକୁ ପ୍ରକାଶ କରାଯାଇ ପାରିବ ନାହିଁ। ଠାକୁରଙ୍କ ଯେତିକି ସମ୍ପତ୍ତି ଅଛି, ତାହା ସୁରକ୍ଷିତ ରହିବା ଦରକାର ବୋଲି ମଧ୍ୟ ଜଷ୍ଟିସ୍ ରଥ କହିଛନ୍ତି।

14:38 PM

Odisha LIve News Updates: ନୀତୀଶ କୁମାରଙ୍କ ମନ୍ତବ୍ୟ ନେଇ ପୁଣି ବିବାଦ
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତବ୍ୟ ନେଇ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି। ସେ ପୁଣି ଥରେ ବିଧାନସଭା ଅଧିବେଶନରେ ମହିଳାଙ୍କ ବିରୋଧରେ ବିବାଦୀୟ ଶବ୍ଦ କହିଛନ୍ତି। ସେ ବିଧାନସଭାରେ ଲାଲୁ ପ୍ରସାଦ ଯାଦବଙ୍କ ପାର୍ଟି ଆରଜେଡି ବିଧାୟକ ରେଖା ଦେବୀଙ୍କ ଉପରେ ବର୍ଷିଛନ୍ତି। ଯେତେବେଳେ ବିଧାୟକ ରେଖା‌ ଦେବୀ ଏକ ପ୍ରଶ୍ନ ପଚାରିଥିଲେ ସେତେବେଳେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଗାଳି ଦେବା ଆରମ୍ଭ କରିଥିଲେ।

 

12:17 PM

Odisha LIve News Updates: ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ

ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ପାଢୀ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡ଼ିଛି।ଯନ୍ତ୍ରୀ ସୁଜିତ ପାଢୀ ନିଜ ଅଫିସରେ ବସିଥିଲେ। ଯନ୍ତ୍ରୀ ସୁଜିତ କୁମାର ପାଢୀ ଉକ୍ତ ଠିକାଦାରଙ୍କଠାରୁ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ଠିକାଦାରଙ୍କ ବିଲ୍ ପାସ୍ କରାଇବା ପାଇଁ ତାଙ୍କଠାରୁ ୫୦ ହଜାର ଟଙ୍କା  ଅଗ୍ରୀମ ନେଉଥିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ପାଢୀ।

11:12 AM

Odisha Daily News Live:  ପୁରୀରେ ପହଁଚିଲେ ଜଷ୍ଟିସ ବିଶ୍ବନାଥରଥ । ସୁପ୍ରିମକୋର୍ଟ ଜଷ୍ଟିସ ଏ କେ ଗୋଏଲ । ତେବେ ରତ୍ନଭଣ୍ଡାରର ଭିତର ଭଣ୍ଡାରରୁ ବାହାରିଥିବା ଅଳଙ୍କାର ଗୁଡିକର ଗଣତି ମଣତି ପାଇଁ ଏସଓପି ପ୍ରସ୍ତୁତ  ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ଏଏସଆଇକୁ ମରାମତି ପାଇଁ ହସ୍ତାନ୍ତର କରିବ ।ଗଣତି ମଣତି ପରେ ତାଲିକା ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଜଷ୍ଟିସ ରଥ ।

10:50 AM

Odisha News Live Updates: ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଦିନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି। 

10:15 AM

Odisha News Live Updates: କକ୍ଷତ୍ୟାଗ କଲେ ବିରୋଧି
ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତ ଭୁଶୁଡ଼ି ପଡ଼ିଥିବା ନେଇ ଗୃହରେ ବିଜେଡ଼ି ହଟ୍ଟଗୋଳ କରିଥିଲା। ଆଜି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ନେଇ ସମୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଏଥିରେ ସହମତି ପ୍ରକାଶ ନ କରି ଗୃହର ମଧ୍ୟଭାଗକୁ ଆସି ବିଜେଡି ହଟ୍ଟଗୋଳ କରିଥିଲା। ବାଚସ୍ପତି ଆଲୋଚନା ସାମିଲ ହେବାକୁ କହିଥିଲେ ମଧ୍ୟ ବିରୋଧି ଏହାକୁ ନ ମାନି ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ଦିନ ସାଢେ ୧୧ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଦେଇଥିଲେ। 

09:52 AM

Odisha News Live Updates: ଡୋପ ଟେଷ୍ଟରେ ବିଫଳ ହେଲେ ୩ ଭାରତୀୟ ଖେଲାଳି
ନୂଆଦିଲ୍ଲୀ: ପ୍ୟାରିସ୍ ପାରାଲିମ୍ପିକ୍ସ 2024 ଆରମ୍ଭ ପୂର୍ବରୁ ଭାରତକୁ ଏକ ବଡ ଝଟକା ଲାଗିଛି। ଭାରତର ୩ ଆଥଲେଟ୍ ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି। ଏହି ତିନୋଟି ଆଥଲେଟ୍ ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଯାଉଥିଲେ, କିନ୍ତୁ ଡୋପ୍ ଟେଷ୍ଟରେ ବିଫଳତା ହେତୁ ବର୍ତ୍ତମାନ ଆଥଲେଟମାନେ ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ରେ ଅଂଶଗ୍ରହଣ କରିପାରିବେ ନାହିଁ। ସୂଚନା ଅନୁଯାୟୀ, ଏହି ତିନୋଟି ଆଥଲେଟ୍ ମଧ୍ୟପ୍ରଦେଶର ବୋଲି ସୂଚନା ରହିଛି।

09:49 AM

Odisha News Live Updats: ଆଜି ଉପବାଚସ୍ପତି ନିର୍ବାଚନ
ସରଗରମ ବିଧାନସଭା। ବଜେଟ୍ ଅଧିବେଶନରେ ଗଲା ଦୁଇ ଦିନ ଧରି ହୁଲୁସ ତୁଲୁସ ଚାଲିଛି ଗୃହ। ଆଜି ତୃତୀୟ ଦିନରେ ବି ସମାନ ଧରଣରେ ସରଗରମ ରହିପାରେ ଗୃହ କାର୍ଯ୍ୟ। ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି। ଏହାକୁ ନେଇ ଆଜି ବି ଗୃହରେ ମୁହାଁମୁହିଁ ହୋଇପାରନ୍ତି ଶାସକ ଓ ବିରୋଧୀ। ଏହାବ୍ୟତୀତ ଆଜି ଉପବାଚସ୍ପତି ନିର୍ବାଚନ ହେବ। ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିର ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ନାମାଙ୍କନ ଦାଖଲ କରିଛନ୍ତି। ଏହାସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ତୃତୀୟ ଦିନରେ କୃଷି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି ଭଳି ବିଭିନ୍ନ ବିଭାଗ ଉପରେ ଆଲୋଚନା ହୋଇପାରେ।

09:47 AM

Odisha News Live Updates: ଘଟଗାଁ ସାନ୍ତରାପୁର ଗ୍ରାମରେ ବନ ବିଭାଗର ବଡ଼ ଧରଣର ଚଢ଼ଉ‌
ଆଜି ସକାଳୁ ସକାଳୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ଡିଏଫଓଙ୍କ ତତ୍ବାବଧାନରେ ସାନ୍ତରାପୁର ଗ୍ରାମରେ ବନ ବିଭାଗର ବଡ଼ ଧରଣର ଚଢ଼ଉ‌ କରିଛି। ଘଟଣା ସ୍ଥଳରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିଥିବା ବେଳେ ବର୍ତ୍ତମାନସୁଦ୍ଧା ୭ ଟ୍ରିପରୁ ଉର୍ଦ୍ଧ୍ବ କାଠ ଜବତ ହୋଇଥିବା ଜଣାପଡିଛି। ଆଗକୁ ଆହୁରି ମଧ୍ୟ କାଠ ଜବତ ନେଇ ଚଢ଼ଉ ଜାରି ରହିଛି। ଏତେ ପରିମାଣର କାଠ ଦେଖି ବନ ବିଭାଗ ତାଜୁବ। ତେବେ ଘଟଗାଁ ବ୍ଲକ ସନ୍ତରାପୁର ଗ୍ରାମ କେନ୍ଦୁଝର ଜିଲ୍ଲାର ଚୋରା କାଠ ମାଫିଆଙ୍କ ହବ କୁହାଯାଉଥିବା ବେଳେ ଅନେକ ବାର ବନ ବିଭାଗ ଚଢ଼ଉ କରି ବିଫଳ ହେଉଥିବା ବେଳେ ଆଜି ବନ ବିଭାଗକୁ ବଡ ସଫଳତା ମିଳିଛି।

09:47 AM

Odisha News Live Updates: ରାହୁଲଙ୍କୁ ଅଫର, ଆଇପିଏଲକୁ ଫେରିବା ନେଇ ଚର୍ଚ୍ଚା ଜୋର
ବିଶ୍ବକପରେ ଟିମ ଇଣ୍ଡିଆକୁ ବିଜୟୀ କରାଇବା ପରେ ସରିଛି ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ଆଗକୁ ଦ୍ରବିଡ କଣ କରିବେ ସେନେଇ ଚର୍ଚ୍ଚା ଚାଲିଛି । ଏହାରି ଭିତରେ ଶୁଣିବାକୁ ମିଳୁଛି ସେ ଫେରିବେ ଆଇପିଏଲକୁ । ପୁଣି ସମ୍ଭାଳିବେ ମୁଖ୍ୟକୋଚ୍ ଦାୟିତ୍ବ । ଏଥିପାଇଁ ବିଭିନ୍ନ ଫ୍ରାଞ୍ଚାଇଜ୍ ରାହୁଲଙ୍କ ଯୋଗାଯୋଗ କରୁଥିବା ଜଣାପଡିଛି । କୋଲକତା ଟିମ ମେଂଟର ପଦ ଛାଡିବା ପରେ ଗୌତମଙ୍କ ବିକଳ୍ପ ଖୋଜୁଛନ୍ତି କେକେଆର ମାଲିକ ଶାହରୁଖ ଖାନ । ସେହିପରି ରାଜସ୍ଥାନ ରୟାଲ୍ସ ଏହାର ମୁଖ୍ୟ କୋଚ ପଦ ରାହୁଲଙ୍କୁ ଦେବାକୁ ଚାହୁଁଛି ।

08:58 AM

Odisha News Live updates: ସୀମାନ୍ତରେ ଲାଗିଲା ମାଓ ପୋଷ୍ଟର
ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାର କରେଇକେଲା ଠାରେ ସିପିଆଇ ମାଓବାଦୀଙ୍କ ପକ୍ଷରୁ ପୋଷ୍ଟର ଓ ବ୍ୟାନର ଲଗାଯାଇଛି। ଏହି ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ମାଓବାଦୀମାନେ ଆସନ୍ତା ଜୁଲାଇ ୨୫ ତାରିଖ ଦିନ ଝାଡ଼ଖଣ୍ଡ ଏବଂ ବିହାର ରାଜ୍ୟ ବନ୍ଦ ଡାକରା ଦେଇଛନ୍ତି। ଏହାଛଡ଼ା ପୋଷ୍ଟରରେ ମାଓବାଦୀମାନେ ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଶହୀଦ ସପ୍ତାହ ପାଳନ କରାଯିବା ସୂଚନା ଦେଇଛନ୍ତି। ନକ୍ସଲ ନେତା କମ୍ରେଡ ଜୟା ହେମ୍ବ୍ରମଙ୍କ ସମେତ ତିନିଜଣ ନକ୍ସଲଙ୍କ ଗିରଫଦାରୀକୁ ମଧ୍ୟ ଏହି ପୋଷ୍ଟରରେ ବିରୋଧ କରାଯାଇଛି। ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

07:53 AM

Odisha Daily Live Updates: Tomato Price: ଟମାଟୋ ଦର ୧୦୦ ପାର୍, ମୁଣ୍ଡରେ ହାତ ଦେଲେଣି ଖାଉଟି
ହୁ ହୁ ବଢ଼ି ଚାଲିଛି ଟମାଟୋ ଦର। ସାରା ଦେଶରେ ଟମାଟୋ ଦର (Tomato Price) ଆକାଶ ଛୁଆଁ ରହିଛି। ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ-ଏନସିଆରେ ଟମାଟୋ କିଲୋ (tomato) ପିଛା ୧୦୦ ଟଙ୍କା ପାର୍ କରିଛି। ଗ୍ରାହକ ବ୍ୟାପାର ବିଭାଗର ତଥ୍ୟ ଅନୁଯାୟୀ ଶନିବାର ଦିନ ଦିଲ୍ଲୀରେ ଟମାଟୋର ଖୁଚୁରା ମୂଲ୍ୟ କିଲୋଗ୍ରାମ ୯୩ ଟଙ୍କା ଥିଲା। ସରକାରୀ ତଥ୍ୟ ଅନୁଯାୟୀ, ଜୁଲାଇ ୨୦ ରେ ସମଗ୍ର ଭାରତର ଟମାଟୋର ହାରାହାରି ମୂଲ୍ୟ କିଲୋଗ୍ରାମରେ ୭୩.୭୬ ଟଙ୍କା ଥିଲା। ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗତ କିଛି ଦିନ ଦେବ ଅତ୍ୟଧିକ ଗରମ ଓ ଅତ୍ୟଧିକ ବର୍ଷା ଟମାଟୋ ଦରରେ ମାତ୍ରାଧିକ ବୃଦ୍ଧିର ବଡ଼ କାରଣ।

07:48 AM

Odisha Daily Live Updates: ଅନାସ୍ଥାରେ ହାରିଲେ ଫୁଲବାଣୀ ପୌରାଧ୍ୟକ୍ଷା: ବିଜେପିକୁ ଝଟକା
ସାଧାରଣ ନିର୍ବାଚନରେ ବିଜେଡିର ୨୪ବର୍ଷର ଶାସନକୁ ଧୂଳିସାତ୍ କରି ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପିକୁ ଆଜି ପ୍ରଥମ ଝଟକା ଲାଗିଛି। ଦଳର ନିର୍ବାଚିତା ଫୁଲବାଣୀ ପୌରାଧ୍ୟକ୍ଷ ସ୍ମିତାରାଣୀ ମହାନ୍ତିଙ୍କ ବିରୁଦ୍ଧରେ ଦୁଇ ତୃତୀୟାଂଶ ଭୋଟରେ ଆଜି ଅନାସ୍ଥା ପ୍ରସ୍ତାବ ପାରିତ ହେବାପରେ ସେ ପଦ ହରାଇବା ସ୍ପଷ୍ଟ ହୋଇଯାଇଛି। 

07:35 AM

Odisha Daily News Live : ଆଜି ରାଜ୍ୟର ୧୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସମ୍ଭାବନା
 ଝାଡଖଣ୍ତ ତଥା ପାଶ୍ବବର୍ତ୍ତୀ ଅଞ୍ଚଳରେ ଏବେ ଏକ  ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବର ସମେତ ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଲାଗି ରହିଥିଲା। ଆସନ୍ତା ତିନି ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ୨୭ ତାରିଖ ଯାଏଁ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।ଗତ ୨୪ ଘଣ୍ଟାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ସର୍ବାଧିକ ବର୍ଷା ୧୦୧ ମିମି ରେକର୍ଡ଼ କରାଯାଇଛି। 

07:34 AM

Today Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଜିର ଦିନ, ବ୍ୟବସାୟରେ ଲାଭବାନ୍ ହେବେ। ପଢନ୍ତୁ ଆଜିର ରାଶିଫଳ...