Odisha Daily News Live: ଦେଖନ୍ତୁ ରାଜ୍ୟ ବଜେଟ୍-୨୦୨୪ ସମେତ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2351907

Odisha Daily News Live: ଦେଖନ୍ତୁ ରାଜ୍ୟ ବଜେଟ୍-୨୦୨୪ ସମେତ କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Budget 2024
LIVE Blog
25 July 2024
21:54 PM

Naveen Patnaik On Odisha budget 2024: ରାଜ୍ୟ ବଜେଟକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଡବଲ୍‌ ଇଞ୍ଜିନ ସରକାର ଦୁଇଗୁଣ ନିରାଶ କରିଛି।‘ମୋ' ସରାକାର ସମୟର ୪୦ଟି ଯୋଜନାର ନାଁ ପରିବର୍ତ୍ତନ କରାଯାଇଛି।

18:41 PM

Odisha Budget 2024: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ପାଇଁ ସହାୟତା ଦିଆଯିବ। ଏକ କିଲୋୱାଟ ପ୍ରକଳ୍ପ ପାଇଁ କେନ୍ଦ୍ର ଦେବ ୩୦ ହଜାର ରିହାତି ମିଳିବ। ୨ କିଲୋୱାଟ ପାଇଁ ୬୦ ହଜାର, ୩ କିଲୋୱାଟ ପାଇଁ ୭୮ ହଜାର ରିହାତି ମିଳିବ। ଏଥିରେ ଅତିରିକ୍ତ ସହାୟତା ଦେବାକୁ ରାଜ୍ୟର ସୌରଶକ୍ତି ପ୍ରୋତ୍ସାହନ ଯୋଜନା ଘୋଷଣା କରାଯାଇଛି।

18:39 PM

Odisha Budget 2024: ୨୦୨୭ ସୁଦ୍ଧା ଭୁବନେଶ୍ବର-ତ୍ରିଶୁଳିଆ ମେଟ୍ରୋ ରେଳ କାର୍ଯ୍ୟକ୍ଷମ ହେବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୁଳିଆ ଯାଏ ଏହା ଚାଲିବ। ଏହି ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୬୨୫୬ କୋଟିର ବ୍ୟୟବରାଦ କରାଯାଇଛି। ମେଟ୍ରୋ ପ୍ରକଳ୍ପ ପାଇଁ ଚଳିତ ବଜେଟରେ ୧ ହଜାର କୋଟି ଅନୁଦାନ ଘୋଷଣା କରାଯାଇଛି।

 

18:37 PM

Odisha Budget 2024: ଗ୍ରାମାଞ୍ଚଳରେ ସହାରାଞ୍ଚଳ ସୁବିଧା ଯୋଗାଇବାକୁ ନୂଆ ଯୋଜନା ଆରମ୍ଭ ହୋଇଛି। ଏହାର ନାମ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ରଖାଯାଇଛି। ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ବଜେଟରେ ୧ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

18:21 PM

Odisha Budget 2024: ଭୁବନେଶ୍ବରରେ ନୂଆ ଷ୍ଟାଡିୟମ ନିର୍ମାଣ ପାଇଁ ବଜେଟରେ ଘୋଷଣା କରାଯାଇଛି। ଏଥିପାଇଁ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଓ ନୂଆ ଷ୍ଟାଡିୟମ ପାଇଁ ୯୫୨ କୋଟି ବ୍ୟୟବରାଦ କରାଯାଇଛି।

 

18:20 PM

Odisha Budget 2024: ରାଜ୍ୟରେ ସ୍କୁଲରେ ଡ୍ରପ୍‌ ଆଉଟ୍ ରୋକିବାକୁ ‘ମାଧୋ ସିଂହ ହାତ ଖର୍ଚ୍ଚ’ ନାମକ ନୂଆ ଯୋଜନା ଆରମ୍ଭ କରାଯାଇଛି।  ଏହି ଯୋଜନା ଅନ୍ତର୍ଗତ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ST ପିଲାଙ୍କୁ ଟଙ୍କା ମିଳିବ। ଏହି ଯୋଜନାରେ ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ଲେଖାଁଏ ମିଳିବାର ବ୍ୟବସ୍ଥା କରାଯାଇଛି।

 

18:17 PM

Odisha Budget 2024: ମୋ ସ୍କୁଲ ନାଁ ବଦଳାଇ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ କରାଯାଇଛି। ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ପାଇଁ ବଜେଟରେ ୩୩୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

 

18:16 PM

Odisha Budget 2024: ଏହା ସମେତ ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ପାଇଁ ବଜେଟରେ ୨୪୬୨ କୋଟି ବ୍ୟୟବରାଦ ହୋଇଛି। କଟକ ଏସ୍‌ସିବି ମେଡିକାଲ କଲେଜ ପୁନଃବିକାଶ କାର୍ଯ୍ୟ ପାଇଁ ୧ ହଜାର କୋଟି  ବ୍ୟୟବରାଦ କରାଯାଇଛି।

18:15 PM

Odisha Budget 2024: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜାଗାରେ ନୂଆ ଯୋଜନା ଆରମ୍ଭ ହେବ। ଏହାର ନାମ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସରକାର ରଖିଛନ୍ତି। ରାଜ୍ୟର ନିଜସ୍ବ ସ୍ବାସ୍ଥ୍ୟ ବୀମା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ। ଏହି ଯୋଜନାରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କ୍ୟାସ୍‌ଲେସ୍‌ ସେବା ଆରମ୍ଭ ହେବ। ଏହା ସମେତ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ।

18:08 PM

Odisha Budget 2024: ଶୁଭଦ୍ରା ଯୋଜନା ଶୁଭାରମ୍ଭ ସହ ଏହି ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରାଯାଇଛି ।

18:07 PM

Odisha Budget 2024: ମହିଳା ସଶକ୍ତିକରଣ ପାଇଁ ଚଳିତ ଥର ବଜେଟ ରଖାଯାଇଛି ୧୭ ହଜାର ୯ଶହ ୪୨ କୋଟି ଟଙ୍କା ।

18:02 PM

Odisha Budget 2024: ଅଙ୍ଗନବାଡି କେନ୍ଦ୍ରକୁ ସକ୍ଷମ ତଥା ଉନ୍ନତି କରିବା ପାଇଁ ୧ ହଜାର ୧ଶହ ୬୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

17:58 PM

Odisha Budget 2024: ଅନାଥ ଶିଶୁଙ୍କ ପାଇଁ ଯଶୋଦା ଯୋଜନା କରାଯିବା ସହ ଏଥିପାଇଁ ୮୩ କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରାଯାଇଛି ।

17:55 PM

Odisha Budget 2024: ଚଳିତ ଥର ସାଧାରଣ ବଜେଟ୍ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୨ଲକ୍ଷ ୬୫ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୨ଲକ୍ଷ ୩୦ ହଜାର କୋଟି ଟଙ୍କା ଥିବା ସମୟରେ ଚଳିତ ଥର ଏହା ୧୫ ପ୍ରତିଶତ ବୃଦ୍ଧି ପାଇଛି ।

17:50 PM

Odisha Budget 2024: ମତ୍ସ୍ୟ ସମ୍ପଦ କ୍ଷେତ୍ର ପାଇଁ 'ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବି କଲ୍ୟାଣ ଯୋଜନା'ରେ ୩ଶହ ୪୪ କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରାଯାଇଛି ।

17:48 PM

Odisha Budget 2024: ଏଥର ବଜେଟରେ ପ୍ରାଣୀ ସମ୍ପଦ ବିକାଶ ପାଇଁ ମୋଟ ୬ଶହ ୯୭ କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରାଯାଇଛି ।

17:46 PM

Odisha Budget 2024: ଜଳ ନିଷ୍କାସନ ପାଇଁ 'ଡ୍ରେନ୍ ଉନ୍ନତିକରଣ ଯୋଜନା 2.0' କରାଯିବା ସହ ଏଥିପାଇଁ ୩ଶହ ୩୦ କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରାଯାଇଛି ।

17:41 PM

Odisha Budget 2024: ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରତିରୋଧି ଲୁଣି ବନ୍ଧ ପ୍ରକଳ୍ପ ପାଇଁ ୭ଶହ ୫୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

17:38 PM

Odisha Budget 2024: ସେଚାଞ୍ଚଳ ଉନ୍ନତିକରଣ ଓ ଜଳ ପରିଚାଳନା ଯୋଜନା, ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା, ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ପାଇଁ ୭ଶହ ୭୩ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଛି ।

17:36 PM

Odisha Budget 2024: ଭୂତଳ ଜଳସ୍ତର ବୃଦ୍ଧି ତଥା ବର୍ଷାଜଳ ସଂରକ୍ଷଣ ପାଇଁ ୬୫ କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରାଯାଇଛି ।

17:34 PM

Odisha Budget 2024: ଉଠାଜଳସେଚନ ପାଇଁ ଏଥର ବଜେଟ ରହିଛି ୧ ହଜାର ୨ଶହ ୯୪ କୋଟି ଟଙ୍କା ।

17:33 PM

Odisha Budget 2024: ପାର୍ବତୀଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ଜରିଆରେ ଖରିଫ ଋତୁରେ ଜଳସେଚନ ପାଇଁ ଏଥର ୧ ହଜାର ୧ ଶହ ୨୫ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରାଇଛି ।

17:30 PM

Odisha Budget 2024: ଜଳ ସଂରକ୍ଷଣ ଜଳ ସେଚନ ଡ୍ୟାମ୍ ଓ ବ୍ୟାରେଜ୍ ନିର୍ମାଣ ପାଇଁ ୮ଶହ ୧୪ କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରାଯାଇଛି ।

17:27 PM

Odisha Budget 2024: ବନ୍ୟା ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ରାଜ୍ୟ ସରକାର ୭ଶହ ୧୦ କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରିଛନ୍ତି । 

17:22 PM

Odisha Budget 2024: ଉଠାଜଳସେଚନ ପ୍ରକଳ୍ପ ପାଇଁ ମୋଟ ୩,୩୫୨ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରାଯାଇଛି ।

17:22 PM

Odisha Budget 2024: କୃଷି ପାଇଁ ପୂର୍ବ ବର୍ଷ ତୁଳନାରେ ଏଥର ବଜେଟ ବଢାଇଛନ୍ତି ନୂଆ ସରକାର । ଗତବର୍ଷ କୃଷି ବଜେଟ ଥିଲା ୨୪, ୮୨୯ କୋଟି ଥିବା ସମୟରେ ଚଳିତ ବର୍ଷ ଏହାକୁ ବୃଦ୍ଧି କରାଯାଇ ୩୩, ୯୧୯ କୋଟି ଟଙ୍କା କରାଯାଇଛି ।

 

17:18 PM

Odisha Budget 2024: କୃଷିକ୍ଷେତ୍ରରେ ୨୦୨୪-୨୫ ବର୍ଷ ପାଇଁ ୩୩୯୧୯ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଛି । ଏଥିସହ କୃଷିକ୍ଷେତ୍ରରେ ବ୍ୟାପକ ସୁବିଧା କୃଷକଙ୍କୁ ଯୋଗାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

17:15 PM

Odisha Budget 2024: ଗୃହରେ ବଜେଟ୍ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକଙ୍କ ପାଇଁ ବଜେଟ୍ ପ୍ରସ୍ତୁତ କରିବା ପୂର୍ବରୁ ବିଭିନ୍ନ ମହଲରୁ ମତ ନେଇଛନ୍ତି ରାଜ୍ୟ ସରକାର ।

15:30 PM

Odisha Budget-2024 Live Update: ବିଧାନସଭାରେ ମୋହନ ସରକାର ଆଜି ନିଜର ପ୍ରଥମ ବଜେଟ୍ ଉପସ୍ଥାପନ କରିବେ । ନୂଆ ସରକାରରେ କେଉଁ କେଉଁ ଦିଗ ପ୍ରତି ଫୋକସ୍ ରହିବ ଏହାକୁ ନେଇ ସମସ୍ତଙ୍କ ନଜର ଅଟକି ରହିଛି। ଏଠାରେ ଦେଖନ୍ତୁ ରାଜ୍ୟ ବଜେଟ୍-୨୦୨୪:

14:21 PM

Odisha News Live Udpates: ଲକ୍ଷ୍ମୀ ବସର ରଙ୍ଗ ବଦଳେ ସରକାର କି ଲାଭ ପାଇଲେ
ଗୁରୁବାର ବିଧାନସଭାରେ ଲକ୍ଷ୍ମୀ ବସ୍ ପ୍ରସଙ୍ଗ ଉଠିଥିଲା। ଲକ୍ଷ୍ମୀ ବସ୍‌କୁ ନେଇ ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଶ୍ନ କରିଥିଲେ। ଲକ୍ଷ୍ମୀ ବସ୍‌ର ରଙ୍ଗ ଓ ନାମ ପରିବର୍ତ୍ତନ କରିବାର କାରଣ କଣ? ଏହାଦ୍ୱାରା ସରକାର କି ପ୍ରକାର ଲାଭ ପାଉଛନ୍ତି ବୋଲି ବିଜେଡି ବିଧାୟକ ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନର ଉତ୍ତର ରଖି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ ଯେ, ରାଜ୍ୟରେ ପ୍ରଥମେ ମାଲକାନଗିରି ଜିଲ୍ଲାରେ ଏହି ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେଇଥିଲା। ଆଉ ପରେ ପରେ ଏହା ଅନ୍ୟ ଜିଲ୍ଲାକୁ ଆରମ୍ଭ ହେଇଥିଲା। ତେବେ ରଙ୍ଗ ପରିବର୍ତ୍ତନକୁ ନେଇ ମନ୍ତ୍ରୀ କହିଥିଲେ ଯେ, ଲକ୍ଷ୍ମୀ ବସ୍‌ରେ କୌଣସି ରଙ୍ଗ ଲାଗି ନ ଥିଲା, କେବଳ ଷ୍ଟିକରିଂ କରାଯାଇଥିଲା। ସାଧାରଣ ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା ସମୟରେ ଲକ୍ଷ୍ମୀ ବସ୍‌ଗୁଡିକରେ ଲାଗିଥିବା କିଛି ଷ୍ଟିକର ଏକ ରାଜନୈତିକ ଦଳର ଚିହ୍ନ ସହ ମେଳ ଖାଉଥିବାରୁ ସେଗୁଡିକୁ ହଟାଯାଇଥିଲା।

14:19 PM

Odisha News Live Updates: ପୁଣି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା: ଜୁଲାଇ ୩୧ରୁ ପୁଣି ବର୍ଷା ବଢ଼ିବ
ଜୁଲାଇ ୨୬ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୭ରେ ଏହା ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ୨୮ରେ ଓଡ଼ିଶା ଓ ଛତିଶଗଡ଼ ଉପରେ ଏହାର ପ୍ରଭାବ ରହିବ । ଲଘୁଚାପ ପ୍ରଭାବରୁ ୨୭ରୁ ୨୯ ଯାଏ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

12:19 PM

Odisha News Live Updates: ଓଏଏସ୍ ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ହଟିଲା
ବରିଷ୍ଠ ପ୍ରଶାସକ ଓଏଏସ୍ ଦେବ ପ୍ରସାଦ ଦାଶଙ୍କ ଉପରୁ ଗୁରୁବାର ରାଜ୍ୟ ସରକାର ନିଲମ୍ବନ ହଟାଇଛନ୍ତି। ଏହା ସହିତ ସରକାର ତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମସଚିବ ଭାବେ ଦାୟିତ୍ବ ପ୍ରଦାନ କରିଛନ୍ତି। ୨୦୧୮ ମେ’ ୨୮ରେ ଦେବ ପ୍ରସାଦଙ୍କୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡ଼ି ସରକାର ନିଲମ୍ବିତ କରିଥିଲେ। ଦୀର୍ଘ ୫ ବର୍ଷରୁ ଅଧିକ ସମୟ ପରେ ଓଡିଶା ପ୍ରଶାସନିକ ଅଧିକାରୀଙ୍କ ଉପରୁ ମୁଖ୍ୟମନ୍ତ୍ରୀ ମହେନ ଚରଣ ମାଝୀଙ୍କ ବିଜେପି ସରକାର ନିଲମ୍ବନ ହଟାଇଛନ୍ତି।

12:18 PM

Odisha News Live updates: ଦକ୍ଷତା ବିକାଶ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ
ଦକ୍ଷତା ବିକାଶ ତାଲିମ ପାଇଁ ଓରମାସ୍ ପକ୍ଷରୁ ୧୦ଟି ସଂସ୍ଥା ସହ ୧୩ ଗୋଟି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ଏହି ଅବସରରେ ଗ୍ରାମ୍ଯ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ମାନ୍ଯବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ମହୋଦୟ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଉକ୍ତ ପ୍ରୟାସକୁ ଉଚ୍ଚପ୍ରଶଂସା କରିଛନ୍ତି । ଏହା ମାଧ୍ଯମରେ ୧୭,୨୭୨ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ।

11:04 AM

Odisha News Live updates: ୪ଟାରେ ରାଜ୍ୟ ବଜେଟ
ଆଜି ବିଧାନସଭାରେ ୪ଟାରେ ରାଜ୍ୟ ବଜେଟ ଉପସ୍ଥାପିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ବଜେଟ ଉପସ୍ଥାପନ କରିବେ ବୋଲି ସୂଚନା ରହିଛି। 

10:49 AM

Odisha News Live Updates: ଶୁକ୍ରବାର ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିଲ୍ଲୀ ଯାତ୍ରା କରିବେ। ଦିଲ୍ଲୀରେ ପହଞ୍ଚିବା ପରେ ଶନିବାର ନୀତି ଆୟୋଗର ବୈଠକରେ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶନିବାର ନୀତି ଆୟୋଗର ବୈଠକ ଅନୁଷ୍ଠିତ ହେବ। ଶୁକ୍ରବାର ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ: ଶନିବାର ନୀତି ଆୟୋଗର ବୈଠକରେ ଯୋଗଦେବେ। ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ନୂଆଦିଲ୍ଲୀରେ ଆୟୋଜିତ ହେବାକୁଥିବା ନୀତି ଆୟୋଗର ବୈଠକରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି।

10:48 AM

Odisha News Live updates: ଦେଖନ୍ତୁ ବିଧାନସଭାର କାର୍ଯ୍ୟକାଳ
ଆଜି ବିଧାସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହେବ। ଏହା ପୂର୍ବରୁ ଦେଖି ନିଅନ୍ତୁ ପ୍ରଶ୍ନୋତ୍ତର କାର୍ଯ୍ୟକାଳର ସିଧାପ୍ରସାରଣ...

 

07:52 AM

Odisha News Live Updates: ମୃତକଙ୍କ ପାଇଁ କ୍ଷତି ପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଚୌଦ୍ୱାର ଡମଣୀ ଡ୍ୟାମରେ ବୁଡ଼ି ଦୁଇଜଣ ଛାତ୍ରଙ୍କୁ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃ୍ତକଙ୍କ ପରିବାରପ୍ରତି ସହାନୁଭୂତି ପ୍ରଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିରୁ ସମ୍ପୃକ୍ତ ପରିବାର ବର୍ଗଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ ଘୋଷଣା କରିଛନ୍ତି।

07:47 AM

Odisha News Live Updates: କିଶୋରୀଙ୍କୁ ଶିକ୍ଷା ଦେବ ଜିଲ୍ଲା ପ୍ରଶାସନ
ଭୁବନେଶ୍ୱର: ଦୈନନ୍ଦିନ ଜୀବନରେ ଆବଶ୍ୟକ ପଡ଼ୁଥିବା ଅତ୍ୟାବଶ୍ୟକ ସାଧାରଣ ସେବା ବାବଦରେ ପରିଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଏଣିକି କିଶୋରୀମାନଙ୍କୁ ବୁଝାଇବ। ଏହିଭଳି ଅନୁଷ୍ଠାନଗୁଡ଼ିକୁ ବୁଲାଇ ନେଇ ସେମାନଙ୍କ କାର୍ଯ୍ୟ ଶୈଳୀ ବାବଦରେ ମଧ୍ୟ ଜଣାଇବ। ଏମିତି ଏକ ନିଷ୍ପତ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ନିଆଯାଇଛି। ଏହାକୁ ରୂପାନ୍ତରୀତ କରିବା ଲାଗି ପ୍ରତି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛି ବିଭାଗ।  ଅଦ୍ୱିକା ମିଶନ ସହଯୋଗରେ ଏହି କ୍ଷେତ୍ର ପରିଦର୍ଶନ ପରିଚାଳନା କରାଯିବ। ନିର୍ଦ୍ଧାରଣ ଅନୁସାରେ ଜିଲ୍ଲାରୁ ବଛା ହୋଇଥିବା କିଛି କିଶୋରୀଙ୍କୁ ଏହି ସାଧାରଣ ଜନସେବା ସଂସ୍ଥାନକୁ ବୁଲାଇବାକୁ ନିଆଯିବ। ଏହି ସାଧାରଣ ଜନସେବା ସଂସ୍ଥାନ ଭିତରେ  ନିକଟସ୍ଥ  ହସ୍‍ପିଟାଲ, ପୁଲିସ ଥାନା, ବ୍ୟାଙ୍କ, ପୋଷ୍ଟ ଅଫିସ ପ୍ରଭୃତି ଅନ୍ତର୍ଭୁକ୍ତ। ଏହିସବୁ ପ୍ରତିଷ୍ଠାନରେ ସେବା ପରିଚାଳନା ହୋଇଥାଏ, ଲୋକେ କିପରି ଏଠାରୁ ସେବା ଗ୍ରହଣ କରିଥାଆନ୍ତି ସେ ବିଷୟରେ ତାଙ୍କୁ ସମ୍ପୃକ୍ତ ଅଧିକାରୀମାନେ କହିବେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ।

07:46 AM

Odisha News Live Updates: ଓଡ଼ିଶାକୁ ୧୦,୫୮୬ କୋଟି: ୫୪ ହଜାର କୋଟିର ୪୦ଟି ନୂତନ ପ୍ରକଳ୍ପ ଚାଲିଛି
ରେଳ ବଜେଟ୍‌ ଇତିହାସରେ ପ୍ରଥମ ଥର ପାଇଁ ଓଡ଼ିଶାକୁ ରେକର୍ଡ ପରିମାଣର ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ୨୦୨୨, ୨୦୨୩ ଓ ୨୦୨୪ର ଅନୁଦାନକୁ ଦେଖିଲେ ଓଡ଼ିଶାକୁ ଚାରି ବର୍ଷରେ ହାରାହାରି ୧୦ ହଜାର କୋଟି ଟଙ୍କା ମିଳିଛି। ୟୁପିଏ ସରକାର ସମୟରେ ୨୦୦୯ରୁ ୨୦୧୪ ମଧ୍ୟରେ ଓଡ଼ିଶାକୁ ହାରାହାରି ୮୩୮ କୋଟି ଟଙ୍କା ମିଳୁଥିଲା। ସେହି ତୁଳନାରେ ଚଳିତ ଆର୍ଥିକବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ରେ ପ୍ରାୟ ସାଢ଼େ ୧୨ ଗୁଣ ଅଧିକ ଅର୍ଥ ବରାଦ କରାଯାଇଥିବା ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦାବି କରିଛନ୍ତି। 

07:46 AM

Odisha News Live Updates: ଭିଜୁଛି ଓଡ଼ିଶା; ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ଜିଲ୍ଲାକୁ ୱାର୍ଣ୍ଣିଂ ଜାରି...
ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ମଧ୍ୟ ରାଜ୍ୟର ଦକ୍ଷିଣାଞ୍ଚଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚିଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସେହି ଜିଲ୍ଲା ଗୁଡିକ ହେଲା, ମାଲକାନଗିରି, କୋରାପୁଟ୍, ନବରଙ୍ଗପୁର, ନୂଆପଡା ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। 

07:43 AM

Today Horoscope: ଆଜି ଏହିସବୁ ରାଶିଙ୍କୁ ରହିଛି ଆକସ୍ମିକ ଧନଲାଭର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁଲାଇ ୨୫ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ଆଜିର ରାଶିଫଳ...

07:41 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।