Odisha news live updates: ଜଳୁଛି ବାଂଲାଦେଶ, ଦେଶ ଛାଡିଲେ ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2370149

Odisha news live updates: ଜଳୁଛି ବାଂଲାଦେଶ, ଦେଶ ଛାଡିଲେ ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ଖବର

Odisha news live updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

Odisha news live updates: ଜଳୁଛି ବାଂଲାଦେଶ, ଦେଶ ଛାଡିଲେ ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ଖବର
LIVE Blog

Odisha news live updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

06 August 2024
22:48 PM

Odisha news live updates: ପ୍ୟାରିସ ଅଲିମ୍ପିକ୍ସ ୫୦ କେଜି ଫ୍ରିଷ୍ଟାଇଲ୍‌ରେ ଫାଇନାଲକୁ ଉନ୍ନୀତ ହେଲେ ଭିନେଶ ଫୋଗଟ

22:42 PM

Odisha news live updates: ଆସନ୍ତା କାଲି ଜାତୀୟ ହସ୍ତତନ୍ତ ଦିବସ। ସ୍ୱଦେଶୀ ଆନ୍ଦୋଳନର ସ୍ମୃତି ଏହା ବହନ କରେ। ଏଣୁ ଏହି ଦିବସକୁ ପାଳନ କରିବା ସହ ହସ୍ତତନ୍ତକୁ ପ୍ରୋତ୍ସାହିତ କରିବା ଲାଗି ଅଧିକାରୀ ଓ କର୍ମଚାରୀମାନେ ଏହିଦିନ ହସ୍ତତନ୍ତ ଉତ୍ପାଦ ପିନ୍ଧିବାକୁ ଅନୁରୋଧ କରିଛନ୍ତି ହସ୍ତତନ୍ତ ଓ ହସ୍ତଶିଳ୍ପ ସଚିବ ଡ. ଅରବିନ୍ଦ ପାଢ଼ି। ଖାଲି ସାତିକି ନୁହେଁ ନିଜ ନିଜ ସୋଶାଲ୍‍ ମିଡିଆରେ ଏହାକୁ ପ୍ରୋତ୍ସାହିତ କରିବାକୁ କୁହାଯାଇଛି। 

21:50 PM

Odisha news live updates: India Vs Germany: ଆଜି ଭାରତୀୟ ହକି ଟିମ୍‍ ଜର୍ମାନୀ ଟିମ୍‍ ବିରୁଦ୍ଧରେ ଲଢ଼େଇ କରିବ। ଏହା ପ୍ୟାରିସ ଅଲମ୍ପିକ ୨୦୨୪ର ସେମି ଫାଇନାଲ ମ୍ୟାଚ୍‍ । କିଛି ସମୟ ପରେ ଏହି ମ୍ୟାଚ ଆରମ୍ଭ ହେବ। ଏହା ଉଭୟ ଭାରତ ଏବଂ ଜର୍ମାନୀ ଟିମ୍‍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ  ମ୍ୟାଚ୍‍ ଭାବେ ଗ୍ରହଣ କରାଯାଉଛି।

21:14 PM

Odisha news live updates: ଓଡ଼ିଶା ଲୋକଙ୍କ ମତନେଇ ତିଆରି ହେବ ଓଡ଼ିଶା ଗଠନର ଯୋଜନା। ୨୦୩୬ରେ କ’ଣ ହେବ ଓଡ଼ିଶାର କାୟାକଳ୍ପ,  କେଉଁ ବିଷୟକୁ ଧ୍ୟାନ ଦେବାକୁ ହେବ, କି ସମସ୍ୟା ଲୋକେ ଭୋଗୁଛନ୍ତି ଆଉ କେଉଁ ଦିଗରେ ଧ୍ୟାନ ଦେଲେ ଲୋକଙ୍କ ଭାଗିଦାରୀ ବଢ଼ିବ? ଏମିତି ପ୍ରଶ୍ନକୁ ଆଧାର କରି ଓଡ଼ିଶା ପାଇଁ ‘ଦୂରଦୃଷ୍ଟି ସମ୍ପନ୍ନ ନଥି’ ପ୍ରସ୍ତୁତି ଲାଗି ସରକାର ଚିନ୍ତା କରିଛନ୍ତି। ଆଉ ଏ ଦିଗରେ ଭାରତର ନିତି ଆୟୋଗ ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ଏହାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ବି.ଭି.ଆର୍ ସୁବ୍ରମନିୟମ୍ । 

20:50 PM

Odisha news live updates: ବିନିକାରେ ଅଘଟଣ । ପୋଲିସ ରିଭଲବରରୁ ଗୁଳି ଫୁଟି ୨ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଉଭୟ ମୃତକ ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲିମାଲ ଗାଁର ବୋଲି ଜଣାପଡିଛି । ଦୁଇ ମୃତକ ସମ୍ପର୍କୀୟ ଭାଇ ବୋଲି କୁହାଯାଉଛି । ଦୁଇ ଜଣଙ୍କ ମୁଣ୍ଡରେ ଗୁଳି ବାଜିଥିବା ସମୟରେ କେମିତି ଆଉ କିଏ ଗୁଳି ମାରିଲା ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ପ୍ରଥମେ ଝଗଡା ଏବଂ ପରେ ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି ।

20:44 PM

Odisha news live updates: ଗତ ୨୦୧୦ ତୁଳନାରେ ୨୦୨୩ ସୁଦ୍ଧା ଓଡ଼ିଶାର ୧୫ଜିଲ୍ଲା ସମେତ ଦେଶର ୯ଟି ରାଜ୍ୟର ୧୨୬ଟି ଜିଲ୍ଲାରେ ନକ୍ସଲ ହିଂସାକାଣ୍ଡ ୮୬ ପ୍ରତିଶତ ହ୍ରାସ ପାଇଛି । ୨୦୧୦ରେ ୧୦୦୫ଟି ନକ୍ସଲ ହିଂସାକାଣ୍ଡ ରେକର୍ଡ କରାଯାଇଥିଲାବେଳେ ୨୦୨୩ରେ ୧୩୮କୁ ହ୍ରାସ ପାଇଛି । ୨୦୨୪ ଜୁନ୍ ସୁଦ୍ଧା ୩୨ ପ୍ରତିଶତ ଏହିମାମଲା ହ୍ରାସ ପାଇଛି । ଏପରିକି ସାଧାରଣ ଲୋକଙ୍କ ଜୀବନ ହାନୀ ଘଟଣା ମଧ୍ୟ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଦିନ ଲୋକସଭାରେ କହିଛନ୍ତି ।

20:31 PM

Odisha news live updates:  ଓଡ଼ିଶା ସମେତ ଦେଶର ୨୮ରାଜ୍ୟ ଓ ୬ଟି କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାର ହେଉଥିବା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) କାମର ମୂଲ୍ୟାଙ୍କନ କରାଯିବ ବୋଲି ମଙ୍ଗଳବାର ଦିନ ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହଚୌହ୍ୱାନ ଲୋକସଭାରେ କହିଛନ୍ତି ।

19:43 PM

Odisha news live updates: ଝାରସୁଗୁଡ଼ା ବୁଢୀପଦର ସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ ଲିମିଟେଡ଼ରେ ଅଘଟଣ । କାର୍ବନ ମନୋକ୍ସସାଇଡ ଗ୍ୟାସ୍‌ ଲିକ୍‌ କାରଣରୁ ଜଣେ ଶ୍ରମିକଙ୍କର ମୃତ୍ୟୁ । ଏଥିସହ ୫ ଗୁରୁତର ଆହତ ହୋଇ ଏକ ଘରୋଇ ନର୍ସିଙ୍ଗ ହୋମରେ ଭର୍ତ୍ତି ।

19:14 PM

Odisha news live updates: ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ ଥ୍ରୋ ଇଭେଣ୍ଟରେ କମାଲ କରିଛନ୍ତି ନୀରଜ ଚୋପ୍ରା । ୮୯.୩୪ ମିଟର ଥ୍ରୋ କରି ପ୍ରଥମ ପ୍ରୟାସରେ ଫାଇନାଲରେ ପହଞ୍ଚିଲେ ନୀରଜ । ନୀରଜଙ୍କ ଏହି ସଫଳତା ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଉଛନ୍ତି ଫ୍ୟାନ୍ସ ।

18:54 PM

Odisha news live updates: କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ବିଡ଼ି, ସିନେ ଓ ଖଣି (କୋଇଲାକୁ ଛାଡ଼ି) ଶ୍ରମିକଙ୍କ ପିଲାମାନଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ଆଗ୍ରହୀ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଠାରୁ ଯୋଜନା ପାଇଁ ଆବେଦନ ଆହ୍ୱାନ କରାଯାଇଛି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଏବଂ ଏକାଦଶରୁ ଊର୍ଦ୍ଧ୍ୱ ଶ୍ରେଣୀର ଛାତ୍ରଛାତ୍ରୀ ୩୧ ଅକ୍ଟୋବର ସୁଦ୍ଧା ଜାତୀୟ ଛାତ୍ରବୃତ୍ତି ପୋର୍ଟାଲ୍‌ https://scholarships.gov.inରେ ଆବେଦନ କରିପାରିବେ ଆବେଦନ କରିପାରିବେ ।

18:24 PM

Odisha news live updates: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ସକାଳେ ନାଡିରୁ ଫିଜିର ସୁଭାରେ ପହଞ୍ଚିଥିଲେ, ଯେଉଁଠାରେ ସେ ଫିଜି, ନ୍ୟୁଜିଲ୍ୟାଣ୍ଡ ଏବଂ ତିମୋର-ଲେଷ୍ଟେ ଗସ୍ତର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିଛନ୍ତି । ବିମାନବନ୍ଦରରେ ଫିଜିର ପ୍ରଧାନମନ୍ତ୍ରୀ ସିତିବେନି ରାବୁକା ତାଙ୍କୁ ସ୍ୱାଗତ କରିଥିଲେ। କୌଣସି ଭାରତୀୟ ରାଷ୍ଟ୍ରମୁଖ୍ୟଙ୍କ ଏହା ପ୍ରଥମ ଫିଜି ଗସ୍ତ। ଏହି ଗସ୍ତରେ ରାଷ୍ଟ୍ରପତି ମୁର୍ମୁଙ୍କ ସହ ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍, ଲୋକସଭା ସାଂସଦ ସୌମିତ୍ର ଖାଁ ଓ ଯୁଗଳ କିଶୋର ଉପସ୍ଥିତ ଥିଲେ

 

18:00 PM

Odisha news live updates: ନୟାଗଡ଼ ନିର୍ବାଚନ ଅନିୟମିତତା ମାମଲାରେ ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ନୋଟିସ୍ ଜାରି ହୋଇଛି । ନାମାଙ୍କନ ସତ୍ୟପାଠରେ ଅରୁଣ ଅନେକ ତଥ୍ୟ ଲୁଚାଇଥିବା ଅଭିଯୋଗ କାରଣରୁ ତାଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ ।

17:08 PM

Odisha news live updates: ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ବିଜେପି ସରକାରରେ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଚତୁର୍ଥ କ୍ୟାବିନେଟ୍ ବୈଠକ କରିବାକୁ ଯାଉଛି । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି ଚର୍ଚ୍ଚା ହେଉଛି ।

16:37 PM

Odisha news live updates: ୱାୟନାଡ୍ ଭୂସ୍ଖଳନରେ ଡାକ୍ତର ସ୍ୱାଧୀନ ପଣ୍ଡା ନିଖୋଜ ଘଟଣାରେ ହେବ ଡିଏନ୍ଏ ଟେଷ୍ଟ । ସ୍ୱାଧୀନଙ୍କ ଭଉଣୀ ସୋମାଲି ଆଜି ନମୁନା ଦେଇଛନ୍ତି । ୪୮ ଘଣ୍ଟା ମଧ୍ୟରେ ଡିଏନ୍‌ଏ ଟେଷ୍ଟ ରିପୋର୍ଟ ଆସିବ । ଅନ୍ୟପଟେ ଆହତ ଡାକ୍ତର ସ୍ୱୀକୃତି ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ମଧ୍ୟ ସୁଧାର ଆସିଥିବା ସୂଚନା ମିଳିଛି । ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ଓଏସ୍‌ଡି ପ୍ରୀତିଶ ପଣ୍ଡା ଏନେଇ ସୂଚନା ଦେଇଛନ୍ତି । ଅନ୍ୟପଟେ ୱାୟନାଡ୍ ରେ ସର୍ଚ୍ଚ ଅପରେସନ ଜାରି ରଖିଛି ଓଡ଼ିଶାର ସନ୍ଧାନୀ କୁକୁର ‘ଷ୍ଟର୍ମ’। ରେସ୍କ୍ୟୁ ଓ ସର୍ଚ୍ଚ ଟିମ୍ ସହ ମିଶି ମାଟି ତଳୁ ଜୀବନ ଖୋଜିବାରେ ସାହାଯ୍ୟ କରୁଛି ‘ଷ୍ଟର୍ମ’ । 

16:04 PM

Odisha news live updates: ବାଦଲ ଫଟା ବର୍ଷା ପରେ ହିମାଚଳ ପ୍ରଦେଶ ଭୂସ୍ଖଳନ ପ୍ରଭାବିତଙ୍କୁ ଭେଟିଛନ୍ତି ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ୍। ଲୋକଙ୍କ ଦୁର୍ଦ୍ଦଶା ଏବଂ କ୍ଷୟକ୍ଷତି ଦେଖିବା ପରେ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି କଙ୍ଗନା । ଅନ୍ୟପଟେ ଏବେ ମଧ୍ୟ ଅନେକ ଅଞ୍ଚଳରେ ଭୂସ୍ଖଳନ ପ୍ରଭାବିତଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଉଛି । ବିଭିନ୍ନ ସଂଗଠନ ଦ୍ୱାରା ରିଲିଫ୍ କାର୍ଯ୍ୟ ମଧ୍ୟ ଚାଲିଥିବା ଦେଖିବାକୁ ମିଳିଛି ।

15:33 PM

Odisha news live updates: ହତ୍ୟାକାଣ୍ଡରୁ ଲଣ୍ଡନରେ ଜାରି ରହିଥିବା ହିଂସାକାଣ୍ଡ ପାଇଁ ଲଣ୍ଡନରେ ରହୁଥିବା ବା ବୁଲିବାକୁ ଯାଉଥିବା ଭାରତୀୟ ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କରିଛି ବୈଦେଶିକ ମନ୍ତ୍ରଣାଳୟ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ନାଗରିକଙ୍କ ପାଇଁ ହେଲପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି କି ବର୍ତ୍ତମାନ ହିଂସା ବ୍ରିଟେନରେ ବ୍ୟାପିବାରେ ଲାଗିଛି। ଏଥିପାଇଁ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ସତର୍କ ରହିବାକୁ ଦୂତାବାସ ପକ୍ଷରୁ କୁହାଯାଇଛି। ଏପରିକି ଯେଉଁମାନେ ବ୍ରିଟେନ ବା ଲଣ୍ଡନକୁ ବୁଲିବାକୁ ଆସୁଛନ୍ତି ସେମାନେ ସତର୍କତାର ସହିତ ଆସିବାକୁ ଦୂତାବାସ ପକ୍ଷରୁ ସୋସିଆଲ ମିଡି଼ଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛି। 

11:59 AM

Odisha News Live Updates: ବାଂଲାଦେଶ ଦ୍ବିତୀୟ ପାକିସ୍ତାନ ହେବ: ଶେଖ ହସିନାଙ୍କ ପୁଅ
ବାଂଲାଦେଶ ବିଶୃଙ୍ଖଳା ପରିସ୍ଥିତିକୁ ଆସିବା ପରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପୁଅ ତଥା ପୂର୍ବତନ ସରକାରୀ ପରାମର୍ଶଦାତା ସାଜିବ ୱାଜେଦ ଜୟ ଇଣ୍ଡିଆ ଟୁଡେକୁ ନିଜର ବୟାନ ଦେଇଛନ୍ତି। ସେ ଇଣ୍ଡିଆ ଟୁଡେ ଟିଭିକୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପୁଅ ଦାବି କରିଛନ୍ତି ଯେ ବାଂଲାଦେଶ ପରବର୍ତ୍ତୀ ପାକିସ୍ତାନ ହେବ ଏବଂ ଆହୁରି ବିଶୃଙ୍ଖଳିତ ହେବ। ଦେଶରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନମାନଙ୍କୁ ଟାର୍ଗେଟ କରାଯାଉଥିବାରୁ ସେ ଭୟଭୀତ ରହିଛନ୍ତି। ବାଂଲାଦେଶ ପାଇଁ କାମ କରି ପ୍ରଧାନମନ୍ତ୍ରୀ ଥକି ପଡ଼ିଥିଲେ। ଇଣ୍ଡିଆ ଟୁଡେ ନ୍ୟୁଜ୍ ନିର୍ଦ୍ଦେଶକ ରାହୁଲ କାନୱାଲଙ୍କ ସହ ଟେଲିଫୋନ୍‌ରେ ବାର୍ତ୍ତାଳାପ କରି ଜୟ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କିଛି ଭୁଲ କରିନାହାଁନ୍ତି ଏବଂ ସେ ନିରାଶ ହୋଇ ଏପରି ନିଷ୍ପତ୍ତି ନେଇଛନ୍ତି। ସେ ଦେଶର ସର୍ବୋତ୍ତମ ସରକାର। ତାଙ୍କୁ ୭୭ ବର୍ଷ ବୟସ ହୋଇସାରିଛି ଓ ବର୍ତ୍ତମାନ ସେ ନିଜର ନାତିନାତୁଣୀମାନଙ୍କ ସହ ସମୟ ଅତିବାହିତ କରିବେ ବୋଲି ହସିନାଙ୍କ ପୁଅ କହିଛନ୍ତି।

11:57 AM

Odisha News Live Updates: ବାଂଲାଦେଶ ଦ୍ବିତୀୟ ପାକିସ୍ତାନ ହେବ: ଶେଖ ହସିନାଙ୍କ ପୁଅ
ବାଂଲାଦେଶ ବିଶୃଙ୍ଖଳା ପରିସ୍ଥିତିକୁ ଆସିବା ପରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପୁଅ ତଥା ପୂର୍ବତନ ସରକାରୀ ପରାମର୍ଶଦାତା ସାଜିବ ୱାଜେଦ ଜୟ ଇଣ୍ଡିଆ ଟୁଡେକୁ ନିଜର ବୟାନ ଦେଇଛନ୍ତି। ସେ ଇଣ୍ଡିଆ ଟୁଡେ ଟିଭିକୁ କହିଛନ୍ତି ଯେ ବାଂଲାଦେଶ ପାଇଁ କାମ କରି ପ୍ରଧାନମନ୍ତ୍ରୀ ଥକି ପଡ଼ିଥିଲେ। ଇଣ୍ଡିଆ ଟୁଡେ ନ୍ୟୁଜ୍ ନିର୍ଦ୍ଦେଶକ ରାହୁଲ କାନୱାଲଙ୍କ ସହ ଟେଲିଫୋନ୍‌ରେ ବାର୍ତ୍ତାଳାପ କରି ଜୟ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କିଛି ଭୁଲ କରିନାହାଁନ୍ତି ଏବଂ ସେ ନିରାଶ ହୋଇ ଏପରି ନିଷ୍ପତ୍ତି ନେଇଛନ୍ତି। ସେ ଦେଶର ସର୍ବୋତ୍ତମ ସରକାର। ତାଙ୍କୁ ୭୭ ବର୍ଷ ବୟସ ହୋଇସାରିଛି ଓ ବର୍ତ୍ତମାନ ସେ ନିଜର ନାତିନାତୁଣୀମାନଙ୍କ ସହ ସମୟ ଅତିବାହିତ କରିବେ ବୋଲି ହସିନାଙ୍କ ପୁଅ କହିଛନ୍ତି।

11:56 AM

Odisha News Live Udpates: ଖଲ୍ଲିକୋଟରେ ଚାଞ୍ଚଲ୍ୟ: ବନ୍ଦ ଘରୁ କବାଟ ତାଡ଼ି ୧୫ ଭରି ସୁନା ଓ ଲକ୍ଷେ ନଗଦ ଟଙ୍କା ନେଇଗଲେ ଦୁର୍ବୃତ୍ତ
ଖଲ୍ଲିକୋଟ ଥାନା ମଥୁରା ଗାଁରେ ଆକାଶ ତରାଇଙ୍କ ଘରୁ ଚୋରି ହୋଇଥିବାର ଖବର ମିଳିଛି। ଦୁର୍ବୃତ୍ତମାନେ ବନ୍ଦ ଘରୁ କବାଟ ତାଡ଼ି ନେଇଗଲେ ୧୫ ଭରି ସୁନା ଓ ଏକ ଲକ୍ଷ ନଗଦ ଟଙ୍କା। ଆକାଶଙ୍କ ପରିବାର ଘରେ ତାଲା ପକାଇ ଅଜାଙ୍କ ଘରକୁ ଯାଇଥିବା ବେଳେ ଏହି ଚୋରି ହୋଇଛି। ଦୁର୍ବୃତ୍ତମାନେ ଆକାଶଙ୍କ ଘର ସହ ଅନ୍ୟ ଜଣଙ୍କ ଘରେ ମଧ୍ୟ ଚୋରି କରିବାକୁ ଉଦ୍ୟମ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ଖଲ୍ଲିକୋଟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

11:56 AM

Odisha News Live updates: ବାଂଲାଦେଶ ପରିସ୍ଥିତି ପାଇଁ ଶେଖ ହସୀନାଙ୍କୁ ଦାୟୀ କରିଛନ୍ତି ସାମାଜିକ କର୍ମୀ ତସଲିମା ନସରିନ
ବାଂଲାଦେଶରେ ଜାରି ରହିଛି ରାଜନୈତିକ ଅସ୍ଥିରତା। ଆଉ ଏଥିପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କୁ ହିଁ ଦାୟୀ କରିଛନ୍ତି ବାଂଲାଦେଶର ଜଣାଶୁଣା ଲେଖିକା ତଥା ସାମାଜିକ କର୍ମୀ ତସଲିମା ନସରିନ। ହିଂସା ନିଆଁରେ ବାଂଲାଦେଶ ଜଳୁଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ତସଲିମା। ଏହି ପରିସ୍ଥିତି ପାଇଁ ସେ ଶେଖ ହସିନାଙ୍କୁ ଦାୟୀ କରିଛନ୍ତି। ବାଂଲାଦେଶରୁ ନିର୍ବାସିତ ହେବା ପରେ ଭାରତରେ ରହୁଥିବା ତସଲିମା ନସରିନ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେଉଁମାନଙ୍କୁ ଖୁସି କରିବା ପାଇଁ ଶେଖ ହସିନା ତାଙ୍କୁ ଦେଶରୁ ବାହାର କରିଥିଲେ। ଆଜି ସେମାନଙ୍କ ଯୋଗୁଁ ହସିନା ନିଜେ ଦେଶ ଛାଡ଼ିଛନ୍ତି। ଏଭଳି ସ୍ଥିତି ପାଇଁ ହସୀନା ନିଜେ ଦାୟୀ।

07:56 AM

Neet UG Paper Leak: ଭୁବନେଶ୍ୱରରୁ ଆଉ ଜଣଙ୍କୁ ବାନ୍ଧିଲା ସିବିଆଇ
ଭୁବନେଶ୍ୱର: ନିଟ ୟୁଜି ପେପର ଲିକ ମାମଲାରେ ସିବିଆଇକୁ ଆଉ ଏକ ବଡ଼ ସଫଳତା। ଏହି ପେପର ଲିଙ୍କ ମାମଲାରେ ବାହାରିଲା ଓଡ଼ିଶା ଲିଙ୍କ। ରାଜଧାନୀ ଭୁବନେଶ୍ୱରରୁ ସୁଶାନ୍ତ ସାମଲ ନାମକ ଜଣେ ଯୁବକକୁ ଗିରଫ କରିଛି ସିବିଆଇ। 

07:55 AM

Odisha News Live Updates: ବିଶ୍ବ ଷ୍ଟକ୍ ବଜାର‌ରେ ଝଡ଼: କଳା ସୋମବାର, ଉଡ଼ିଗଲା ୧୭ ଲକ୍ଷ କୋଟି
ଆମେରିକା ଅର୍ଥନୀତି ପ୍ରତି ମାନ୍ଦାବସ୍ଥା ବିପଦ ଏବଂ ଇରାନ୍ ଓ ଇସ୍ରାଏଲ୍‌ ମଧ୍ୟରେ ଯୁଦ୍ଧ ଆଶଙ୍କା ସାରା ବିଶ୍ବର ଷ୍ଟକ୍ ବଜାରକୁ ଦୋହଲାଇ ଦେଇଛି। କେବଳ ଭାରତ ନୁହେଁ, ବିଶ୍ବର ପ୍ରାୟ ସବୁ ପ୍ରମୁଖ ଷ୍ଟକ୍ ବଜାରରେ ନିବେଶକମାନେ କ୍ଷତି ସହିଛନ୍ତି। ବହୁ ନିବେଶକ ଭୟଭୀତ ହୋଇ ନିଜ ପାଖରେ ଥିବା ସେୟାର ବିକ୍ରି କରିଛନ୍ତି। ଆମେରିକାରୁ ଆରମ୍ଭ ହୋଇଥିବା ଏହି ଝଡ଼ ଜାପାନ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ଭାରତ ଆଦି ଦେଶକୁ ବ୍ୟାପିଛି। ଝଡ଼ର ମାତ୍ରା ଏତେ ବ୍ୟାପକ ଓ ପ୍ରଭାବଶାଳୀ ଥିଲା ଯେ ନିବେଶକମାନଙ୍କର କୋଟି କୋଟି ଟଙ୍କା ଉଡ଼ିଯାଇଛି। କେବଳ ଭାରତରେ ନିବେଶକମାନେ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ସାରା ବିଶ୍ବର ଷ୍ଟକ୍ ବଜାର ପାଇଁ ଆଜି ଦିନଟି ‘କଳା ସୋମବାର’ ସାବ୍ୟସ୍ତ ହୋଇଛି।

07:53 AM

Odisha News Live Updates: ‘ଭଗିଆ ଭାରିଯା’ର ସ୍ୱତନ୍ତ୍ର ପ୍ରଦର୍ଶନ
ଅଗଷ୍ଟ ୯ରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ ଫିଲ୍ମ ‘ଭଗିଆ ଭାରିଯା’ର ସ୍ୱତନ୍ତ୍ର ପ୍ରଦର୍ଶନ ଆଜି ଅନୁଷ୍ଠିତ ହୋଇଯାଇଛି। ଅଗ୍ରଣୀ ଖବରକାଗଜ, ଟେଲିଭିଜନ ଚାନେଲ ଓ ପତ୍ରିକା ସମ୍ପାଦକ, ଚଳଚ୍ଚିତ୍ର ସମୀକ୍ଷକ ତଥା ସାମ୍ବାଦିକମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ସୋ’ କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ପିଭିଆର୍ ସିନେମାରେ ଆୟୋଜିତ ହୋଇଥିଲା। ଏଥିରେ ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଖ୍ୟାତ ଲେଖିକା ପ୍ରତିଭା ରାୟ, ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଗାଳ୍ପିକ ଗୌରହରି ଦାସ, ‘କାଦମ୍ବିନୀ’ର ସମ୍ପାଦିକା ଇତି ସାମନ୍ତ, ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ସୁଧାଂଶୁ ସାହୁ, ଅଭିନେତା କୁନା ତ୍ରିପାଠୀ, ଅଭିନେତ୍ରୀ ଅନୁ ଚୌଧୁରୀ, ପିଙ୍କି ପ୍ରଧାନ, ପ୍ରଯୋଜକ ଯୁଗଳ କିଶୋର ଦେବତା, ଅଜୟ ରାଉତରାୟ, ଶ୍ରୀଧର ମାର୍ଥା ଓ ସଚ୍ଚିକାନ୍ତ ଜେନା, କଣ୍ଠଶିଳ୍ପୀ ସୁସ୍ମିତା ଦାସ, ପ୍ରକାଶକ ବନୋଜ ତ୍ରିପାଠୀ ତଥା ବହୁ ବିଶିଷ୍ଟ ସାମ୍ବାଦିକ ଯୋଗ ଦେଇଥିଲେ।

07:53 AM

Odisha News Live Updates: ମୁକୁଳିବେ ଖାଲିଦା
ଶେଖ ହସିନାଙ୍କ ଇସ୍ତଫା ଏବଂ ଦେଶ ଛାଡି ପଳାଇବା ପରେ ବାଂଲାଦେଶରେ ହିଂସା ମାମଲାକୁ ନେଇ ଅନେକ ଅପଡେଟ ସାମ୍ନାକୁ ଆସୁଛି। ଶେଖ ହସିନା ବର୍ତ୍ତମାନ ଭାରତରେ ଅଛନ୍ତି। ସେ ଲଣ୍ଡନରେ ଆଶ୍ରୟ ନେବେ ବୋଲି ଅନେକ ରିପୋର୍ଟ ଦାବି କରୁଛି। ପଡୋଶୀ ଦେଶରେ ଦ୍ରୁତ ଗତିରେ ବଦଳୁଥିବା ରାଜନୈତିକ ଘଟଣାବଳୀ ମଧ୍ୟରେ ଆଉ ଏକ ବଡ଼ ଖବର ଆସିଛି। ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ନିର୍ଦ୍ଦେଶ ଦେଇଛନ୍ତି ଯେ ଜେଲରେ ଥିବା ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ। 

07:52 AM

Odisha News Live updates: ଆଗାମୀ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
ରାଜ୍ୟରେ ଜାରି ରହିଛି ବର୍ଷା । ସୋମବାର ରେକର୍ଡ଼ ବର୍ଷା ସହରାଞ୍ଚଳରେ ଅସ୍ଥାୟୀ ଜଳବନ୍ଦୀ ସ୍ଥିତି ଆଣିଥିବା ବେଳେ  ଅଧିକାଂଶ ସ୍ଥାନରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିଶେଷକରି ଟ୍ବିନସିଟିର ସ୍ଥିତି ଉତ୍କଟ ହୋଇଛି।  ଜାତୀୟ ରାଜପଥ ୧୬ରେ ବର୍ଷାପାଣି ଲହଡି଼ ଭାଙ୍ଗିବାରୁ  ଯାତାୟତ ମଧ୍ୟ ଠପ୍ ହୋଇପଡିଛି।  ଏହି ସ୍ଥିତି ରାଜ୍ୟରେ ଆଉ ତିନି ଦିନ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ନେନ୍ଦ୍ର ପକ୍ଷରୁ କୁହାଯାଇଛି। 

07:51 AM

Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର
Horoscope Today 6 August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅଗଷ୍ଟ ୬ ହେଉଛି ମଙ୍ଗଳବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ଆଜିର ରାଶିଫଳ...

07:50 AM

Odisha news live updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।