Shocking News: ମାଆ ବିରୋଧରେ ଅଭିଯୋଗ କରିବା ପାଇଁ ଥାନାରେ ପହଞ୍ଚିଲା ଶିଶୁ, ଆଉ ତାପରେ..
Advertisement
Article Detail0/zeeodisha/odisha1402693

Shocking News: ମାଆ ବିରୋଧରେ ଅଭିଯୋଗ କରିବା ପାଇଁ ଥାନାରେ ପହଞ୍ଚିଲା ଶିଶୁ, ଆଉ ତାପରେ..

Madhya Pradesh News: ନିଜ ମାଆଙ୍କ ବିରୋଧରେ ଅଭିଯୋଗ କରିବା  ପାଇଁ ଜଣେ ୩ ବର୍ଷର ଶିଶୁ ଯାହା କରିଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 

Shocking News: ମାଆ ବିରୋଧରେ ଅଭିଯୋଗ କରିବା ପାଇଁ ଥାନାରେ ପହଞ୍ଚିଲା ଶିଶୁ, ଆଉ ତାପରେ..

Madhya Pradesh: ଯେତେବେଳେ ଘରେ ଚୋରି ହୁଏ, ସେତେବେଳେ ଥାନାରେ ଅଭିଯୋଗ ଦାଖଲ କରି ତଦନ୍ତ ପାଇଁ ଅନୁରୋଧ କରିଥାନ୍ତ ଲୋକେ। ହେଲେ ବର୍ତ୍ତମାନ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ନିଜ ମାଆଙ୍କ ଚୋରିରେ ବିରକ୍ତ ହୋଇପଡିଥିବା ଜଣେ ୩ ବର୍ଷର ଶିଶୁ ଯାହା କରିଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଥାନାରେ ପହଞ୍ଚି ଜଣେ ମହିଳା ପୋଲିସ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି ଏହି ଶିଶୁ ଜଣଙ୍କ। ଯାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ବର୍ତ୍ତମାନ ଏହା ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମହିଳା ପୋଲିସ କର୍ମଚାରୀଙ୍କ ପାଖରେ ନିଜର ଅଭିଯୋଗ କହୁଛି ସେ। ଏହି ପୋଲିସ ଅଧିକାରୀ ଜଣଙ୍କ ଶିଶୁର ଅଭିଯୋଗକୁ ଏକ ପୃଷ୍ଠାରେ ମଧ୍ୟ ଲେଖୁଛନ୍ତି। 

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ (Viral Video) ଆପଣ ଦେଖିପାରିବେ ଯେ ଏକ ଛୋଟ  ଥାନାରେ ପହଞ୍ଚି ନିଜ ମାଆଙ୍କ ବିରୋଧରେ ପୋଲିସ ପାଖରେ ଅଭିଯୋଗ କରୁଛି। ଏହି ଶିଶୁର ମାଆ ଜଣଙ୍କ ଚକୋଲେଟ୍ ଚୋରି କରି ନେଇଥାନ୍ତି। ଯେଉଁ କାରଣରୁ ଶିଶୁଟି କ୍ରୋଧିତ ହୋଇ ପୋଲିସ୍ ପାଖରେ ପହଞ୍ଚି ଅଭିଯୋଗ କରିଛି। ଥାନାରେ ପହଞ୍ଚି ସେ କେବଳ ବିରୋଧରେ ଅଭିଯୋଗ କରିନାହିଁ ବରଂ ନିଜ ମାଆଙ୍କୁ ଜେଲରେ ରଖିବାକୁ ମଧ୍ୟ କହୁଛି। ନିଜ ପିତାଙ୍କ ସହ ଥାନାରେ ପହଞ୍ଚି ମାଆଙ୍କ ବିରୋଧରେ ଅଭିଯୋଗ କରିଛି। ଶିଶୁର ଅଭିଯୋଗ ଥିଲା ଯେ ତାହାର ଜିଦ୍ ପାଇଁ ମାଆ ତାଙ୍କୁ ଗାଳି ଦେଇଥିଲେ।

ଭାଇରାଲ ଭିଡିଓରେ ପୋଲିସ ଜଣଙ୍କ ତାକୁ ବାରମ୍ବାର ପଚାରୁଛନ୍ତି ମମି ଆଉ କ'ଣ କୁହନ୍ତି? ନିଜ ଶୈଳୀରେ ସେହି ପିଲାଟି ସବୁକିଛି କହିଦେଉଛି। ବର୍ତ୍ତମାନ ଅନେକ ଲୋକ ଏହି ଭିଡିଓ ଦେଖିବା ପରେ ଏହାକୁ ପସନ୍ଦ କରିଛନ୍ତି। ପରେ ସେମାନେ ନିଜର ମତାମତ ମଧ୍ୟ ଦେଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ ହୋଇଛି। 

ମଧ୍ୟ ପ୍ରଦେଶ (Madhya Pradesh) ବୁରହାନପୁର ଜିଲ୍ଲାରେ (Burhanpur District) ଘଟିଯାଇଛି ଏହି ଘଟଣା। ଥାନାରେ ପହଞ୍ଚି ଅଭିଯୋଗ କରିଥିବା ଶିଶୁକୁ ରାଜ୍ୟ ଗୃହମନ୍ତ୍ରୀ (Madhya Pradesh Home Minister) ନରୋତ୍ତମ ମିଶ୍ରା (Dr Narottam Mishra) ସାଇକେଲ ଏବଂ ଚକୋଲେଟ୍ ଉପହାର ଦେଇଛନ୍ତି। ମଙ୍ଗଳବାର ଏହି ଶିଶୁକୁ ପୋଲିସ ପକ୍ଷରୁ ଉପହାର ଦିଆଯିବା ପରେ ରାଜ୍ୟ ଗୃହ ବିଭାଗ (Madhya Pradesh Home Department) ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଯୋଗେ ଏକ ଭିଡିଓ ସେୟାର କରିଛି। ଯେଉଁଥିରେ ଶିଶୁଟି ପୋଲିସ (Madhya Pradesh Police) ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଖୁସିରେ ସାଇକେଲ ଚଲାଉଥିବାର ନଜର ଆସିଛି।

ରବିବାର ଶିଶୁଟି ସବ-ଇନ୍ସପେକ୍ଟର ପ୍ରିୟଙ୍କା ନାୟକଙ୍କ ନିକଟରେ ଅଭିଯୋଗ କରିବା ପାଇଁ ବୁରହାନପୁର ଜିଲ୍ଲାର ଦାଦତଲାଇ ଥାନାରେ ପହଞ୍ଚିଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ପିଲାଟି ତାଙ୍କ ମାଆ ବିରୋଧରେ ଚକଲେଟ ଚୋରି କରୁଥିବାର ଅଭିଯୋଗ କରିଛି। ଏନେଇ ଇନ୍ସପେକ୍ଟର କହିଛନ୍ତି ଯେ ଯେତେବେଳେ ପୋଲିସ ତାକୁ ଅଭିଯୋଗ ପତ୍ରରେ ଦସ୍ତଖତ କରିବାକୁ କହିଥିଲେ, ସେତେବେଳେ ସେ କାଗଜରେ ଗାର ଟାଣି ଦେଇଥିଲା।

ପୁଅର ବାପା କହିଛନ୍ତି ଯେ ଗାଧୋଇବା ପରେ ପିଲାଟି କପାଳରେ ଏକ କଳା ଟିକା ଲଗାଇବାକୁ ମନା କରିଦେଇଥିଲା। ଯେଉଁଥିପାଇଁ ମାଆ ତାଙ୍କୁ ଗାଳି ଦେଇଥିଲେ। ଏହା ପରେ ପିଲାଟି ତାଙ୍କ ମାଆ ବିରୋଧରେ ଅଭିଯୋଗ କରିବାକୁ ଜିଦ ଧରିଥିଲା। ଭିଡିଓ ଭାଇରାଲ ହେବା ପରେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଙ୍ଗଳବାର ଭିଡିଓ କଲ କରି ଏହି ଶିଶୁ ସହ କଥା ହୋଇଥିଲେ। ସେ ପଚାରିଲେ, ସେ କ'ଣ ଚାହୁଁଛନ୍ତି? ଏହା ସହିତ ମନ୍ତ୍ରୀ ଶିଶୁ ପାଇଁ ଚକୋଲେଟ୍ ଏବଂ ସାଇକେଲ ପଠାଇବାକୁ କହିଥିଲେ। ଏହା ପରେ କିଛି ପୋଲିସ କର୍ମଚାରୀ ମନ୍ତ୍ରୀ ପଠାଇଥିବା ଉପହାରକୁ ସେହି ୩ ବର୍ଷର ଶିଶୁକୁ ପ୍ରଦାନ କରିଥିଲେ।