Modi Govt White Paper: ଶ୍ୱେତ ପତ୍ର ଜାରି କଲେ ମୋଦି ସରକାର; ଗଣିଲେ ୟୁପିଏ ଶାସନ କାଳରେ ହୋଇଥିବା ବିଫଳତା
Advertisement
Article Detail0/zeeodisha/odisha2101013

Modi Govt White Paper: ଶ୍ୱେତ ପତ୍ର ଜାରି କଲେ ମୋଦି ସରକାର; ଗଣିଲେ ୟୁପିଏ ଶାସନ କାଳରେ ହୋଇଥିବା ବିଫଳତା

Modi Govt Releases White Paper on UPA Govt Failures: ଚଳିତ ବର୍ଷ ସଂସଦର ବଜେଟ୍ ଅଧିବେଶନ ସମୟରେ ଶ୍ୱେତ ପତ୍ର ଉପସ୍ଥାପନ କରିଛନ୍ତି ମୋଦି ସରକାର। ଯେଉଁଥିରେ ମୋଦି ସରକାରଙ୍କ ୧୦ ବର୍ଷର ସଫଳତା ଏବଂ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ମେଣ୍ଟର ଶାସନ କାଳରେ ହୋଇଥିବା ବିଫଳତା ସମ୍ପର୍କରେ ଦର୍ଶାଯାଇଛି।

 Modi Govt White Paper: ଶ୍ୱେତ ପତ୍ର ଜାରି କଲେ ମୋଦି ସରକାର; ଗଣିଲେ ୟୁପିଏ ଶାସନ କାଳରେ ହୋଇଥିବା ବିଫଳତା

Modi Govt Releases White Paper on UPA Govt Failures: ବିଗତ ୧୦ ବର୍ଷ ଧରି ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ବର୍ତ୍ତମାନ ନିର୍ବାଚନ ଇତିହାସରେ ସର୍ବନିମ୍ନ ସ୍ତରରେ ପହଞ୍ଚି ସାରିଛି। ଅନ୍ୟପଟେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଦଳକୁ ଘେରିବାରେ କୌଣସି ସୁଯୋଗ ହାତଛଡ଼ା କରୁନାହିଁ। ବିଜେପି କେବଳ ନିର୍ବାଚନରେ କଂଗ୍ରେସକୁ ପରାସ୍ତ କରୁନାହିଁ। ବରଂ ସଂସଦରେ କୌଣସି ପ୍ରସଙ୍ଗରେ କଂଗ୍ରେସକୁ ଜବାବ ଦେବାରେ ​​ବିଜେପି ପଛଘୁଞ୍ଚା ଦେଉନାହିଁ। ଏବେ ସଂସଦରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ବର୍ତ୍ତମାନର ମୋଦି ସରକାର କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାରଙ୍କ କାର୍ଯ୍ୟକାଳରେ ହୋଇଥିବା ବିଫଳତା ଉପରେ ଏକ ଶ୍ୱେତପତ୍ର ଆଣିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ସରକାରଙ୍କ ୧୦ ବର୍ଷର କାର୍ଯ୍ୟକାଳ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ ଆନୁଷ୍ଠାନିକ ଭାବରେ ଏକ ଶ୍ୱେତପତ୍ର ସଂସଦରେ ଉପସ୍ଥାପନ କରିଛନ୍ତି।

ଚଳିତ ବର୍ଷ ସଂସଦର ବଜେଟ୍ ଅଧିବେଶନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଘୋଷଣା କରିଥିଲେ। ଯେଉଁଥିରେ ଅର୍ଥମନ୍ତ୍ରୀ ସଂସଦର ଉଭୟ ଗୃହରେ ଶ୍ୱେତପତ୍ର ଉପସ୍ଥାପନ କରିବା କଥା କହିଥିଲେ। ଯାହା ମାଧ୍ୟମରେ ମୋଦି ସରକାରଙ୍କ ୧୦ ବର୍ଷର କାର୍ଯ୍ୟକାଳ (୨୦୧୪-୨୦୨୪) ସମୟରେ କରାଯାଇଥିବା କାର୍ଯ୍ୟର ହିସାବ ସଂସଦରେ ଉପସ୍ଥାପନ କରିବେ। ଏହା ସହିତ ଏହି ଶ୍ୱେତ ପତ୍ର ମାଧ୍ୟମରେ ଗତ ୨୦୦୪ ବର୍ଷରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ରରେ କ୍ଷମତାସୀନ ରହିଥିବା କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାରଙ୍କ ଅର୍ଥନୈତିକ କ୍ଷେତ୍ରରେ ଭୁଲ ପରିଚାଳନା ଏବଂ ଭୁଲ ନୀତି ବିଷୟରେ ଅବଗତ କରାଇବେ। ବର୍ତ୍ତମାନ ବଜେଟ ଅଧିବେଶନରେ ସଂସଦରେ  ଶ୍ୱେତ ପତ୍ର ଉପସ୍ଥାପନ କରିଛନ୍ତି ମୋଦି ସରକାର।

ବଜେଟ୍ ଅଧିବେଶନ ସମୟରେ କେନ୍ଦ୍ର ସରକାର ସଂସଦରେ ଉପସ୍ଥାପନ କରିଥିବା ଶ୍ୱେତ ପତ୍ର ହେଉଛି ଏକ ସୂଚନାପୂର୍ଣ୍ଣ ରିପୋର୍ଟ କାର୍ଡ। ଯେଉଁଥିରେ ସରକାରଙ୍କ ନୀତି, କାର୍ଯ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ଉଲ୍ଲେଖ କରାଯାଇଥାଏ। ବିଶେଷ କରି ସରକାର ଯେକୌଣସି ପ୍ରସଙ୍ଗରେ ବିତର୍କ କରିବାକୁ, ପରାମର୍ଶ ନେବାକୁ କିମ୍ବା ପଦକ୍ଷେପ ନେବାକୁ ଶ୍ୱେତପତ୍ର ଆଗତ କରିଥାନ୍ତି। ହେଲେ ମୋଦୀ ସରକାର କଂଗ୍ରେସ ନେତୃତ୍ୱାଧିନ ୟୁପିଏ ମେଣ୍ଟର ଶାସନ କାଳରେ ହୋଇଥିବା ବିଫଳତା ସମ୍ପର୍କରେ ଦର୍ଶାଇଛନ୍ତି।

ଗୁରୁବାର ସଂସଦରେ ଶ୍ୱେତ ପତ୍ର ଉପସ୍ଥାପନ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ଅବସରରେ ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ମୁଁ ଭାରତୀୟ ଅର୍ଥନୀତି ଉପରେ ଉଭୟ ହିନ୍ଦୀ ଏବଂ ଇଂରାଜୀ ସଂସ୍କରଣରେ ଶ୍ୱେତ ପତ୍ର ଉପସ୍ଥାପନ କରୁଛି। ଯେଉଁଥିରେ କୁହାଯାଇଛି ଯେ ୟୁପିଏ ସରକାର ଦେଶର ଆର୍ଥିକ ଭିତ୍ତିଭୂମିକୁ ଦୁର୍ବଳ କରିଦେଇଛି। ଟଙ୍କାର ମୂଲ୍ୟ ହ୍ରାସ ପାଇଛି, ବ୍ୟାଙ୍କିଂ କ୍ଷେତ୍ର ସଙ୍କଟରେ ରହିଛି, ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ପାଇଛି, ବଡ଼ ଧରଣର ଋଣ ନିଆଯାଇଛି ଏବଂ ସରକାରୀ ରାଜସ୍ୱର ଅପବ୍ୟବହାର କରାଯାଇଛି। ଏହା ବ୍ୟତୀତ ୟୁପିଏ ସରକାରର ଶାସନ କାଳରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଉଲ୍ଲେଖ କରାଯାଇଛି।

ଏହା ବ୍ୟତୀତ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଫଳାଫଳ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସଂସଦରେ ଶ୍ୱେତ ପତ୍ର ଉପସ୍ଥାପନ କରିଛନ୍ତି ମୋଦି ସରକାର। ଏଭଳି ପରିସ୍ଥିତିରେ ମୋଦି ସରକାର ଶ୍ୱେତ ପତ୍ର ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରିଛନ୍ତି ଯେ ଗତ ୨୦୧୪ ବର୍ଷ ପର୍ଯ୍ୟନ୍ତ ଦେଶ ଆର୍ଥିକ ଦୃଷ୍ଟିକୋଣରୁ କେଉଁଠାରେ ଥିଲା ଏବଂ ବର୍ତ୍ତମାନ କେଉଁଠାରେ ରହିଛି। ଏହା ସହିତ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାର ଗତ ୨୦୧୪ ବର୍ଷରେ କ୍ଷମତାସୀନ ହେବା ପର ଠାରୁ ମିଳିଥିବା ସଫଳତା ସମ୍ପର୍କରେ ଶ୍ୱେତପତ୍ର ମାଧ୍ୟମରେ ଦର୍ଶାଯାଇଛି।