Odisha Assembly: ମୁଲତବୀ ନୋଟିସ୍ ଗ୍ରହଣ କରାଯାଇଥିବା ବେଳେ ବିଜେଡିର କଣ ଅସୁବିଧା ଯେ, ବାରମ୍ବାର କାହିଁକି ବିଜେଡି ଗୃହରେ ହୋ ହଲ୍ଲା କରୁଛନ୍ତି ସେଥିପାଇଁ ବିଜେଡି କ୍ଷମା ପ୍ରାର୍ଥନା କରୁ ବୋଲି ବିଜେପି ବିଧାୟକ ମାନେ ଦାବି କରିଛନ୍ତି । ଏହାସହ କେବଳ ଯେ ବିଜେପି ନୁହେଁ କଂଗ୍ରେସ ମଧ୍ୟ ବିଜେଡିକୁ ଜୋରଦାର ଟାର୍ଗେଟ୍ କରିଛି।
Trending Photos
Odisha Assembly: ବଜେଟ ଅଧିବେଶନର ଆଜି ତୃତୀୟ ଦିନ । ପ୍ରଶ୍ନକାଳ ସ୍ବଭାବିକ ଚାଲିବକି କି ନାହିଁ ତାକୁ ନେଇ ସନ୍ଦେହ ଦେଖାଦେଇଥିଲା ବେଳେ ଚାଷୀ ଓ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ବିଜେଡି ସରକାରଙ୍କୁ ଘେରିଥିଲା। ତେବେ ସରକାର ଏହି ସମୟରେ ଜବାବ ରଖିନଥିଲେ। ଆଜି ମହିଳା-ଶିଶୁ ବିକାଶ, ନିର୍ମାଣ, ପର୍ଯ୍ୟଟନ, ଅବକାରୀ, ମିଶନ ଶକ୍ତି, ଆଇନ ବିଭାଗର ପ୍ରଶ୍ନକାଳ ରହିଥିଲା ମାତ୍ର ବିରୋଧୀ ଓ ସରକାର ମୁହାଁମୁହିଁ ହୋଇଥିଲେ। ଏହାରି ମଧ୍ୟରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏକ ବିସ୍ଫୋରକ ବୟାନ ରଖିଛନ୍ତି । ଗୃହକୁ କଣ ପାଣ୍ଡିଆନ ଚଳେଇବେ ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ।
ବିରୋଧୀଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ, ଚାଷୀ ପ୍ରସଙ୍ଗରେ ବିରୋଧୀ ମୁଲତବୀ ନୋଟିସ୍ ଆଣିଥିଲେ । ଆମେ ଆଲୋଚନା ହେଉ ବୋଲି ଚାହୁଁଥିଲୁ, କିନ୍ତୁ କଣ ପାଇଁ ଗୃହକୁ କାଲିଠାରୁ ମୁଲତବୀ କରାଯାଉଛି, ଲବିରେ କିଛି ବିଜେଡି ନେତା କହିଥିଲେ ଯେ, ପାଣ୍ଡିଆନ କହିଛନ୍ତି ବୋଲି ଆମେ ଗୃହକୁ ଚଲାଇଦେଉନୁ। ପାଣ୍ଡିଆନଙ୍କ ନମ୍ବର ୱାନ୍ ଚାମଚା ହେବାକୁ ଏଠି ବିଜେଡିରେ ପ୍ରତିଯୋଗୀତା ଚାଲିଛି। କିଏ ବାହାର ଲୋକ ପାଇଁ ଏଠି ଗୃହ ଚାଲିପାରିବନି ବୋଲି ଆକ୍ଷେପ କରିଛନ୍ତି ଜୟ ନାରାୟଣ ମିଶ୍ର । ତେବେ ଜୟ ନାରାୟଣ ଦେଇଥିବା ଏପରି ବିସ୍ଫୋରକ ବୟାନକୁ ନେଇ ଚିହିଁକି ଉଠିଛି ବିଜେଡି।
ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଜୟନାରାୟଣ ମିଶ୍ର ଦେଇଥିବା ଏପରି ବୟାନକୁ ସେ ବାଦ୍ ଦିଅନ୍ତୁ ବା ଫେରାଇ ନିଅନ୍ତୁ। ଗୃହରେ ମନ ଗଢା କାହାଣୀ କହିବା ସହ ଗୃହରେ ନାମ ନଥିବା ଲୋକଙ୍କୁ ବାଦ୍ ଦିଆଯାଉ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି। ଦି ଦିନ ହେଲାଣି ଗୃହ ଚାଲିପାରୁନାହିଁ। ମୁଲତବୀ ନୋଟିସ୍ ଗ୍ରହଣ କରାଯାଇଥିବା ବେଳେ ବିଜେଡିର କଣ ଅସୁବିଧା ଯେ, ବାରମ୍ବାର କାହିଁକି ବିଜେଡି ଗୃହରେ ହୋ ହଲ୍ଲା କରୁଛନ୍ତି ସେଥିପାଇଁ ବିଜେଡି କ୍ଷମା ପ୍ରାର୍ଥନା କରୁ ବୋଲି ବିଜେପି ବିଧାୟକ ମାନେ ଦାବି କରିଛନ୍ତି । ଏହାସହ କେବଳ ଯେ ବିଜେପି ନୁହେଁ କଂଗ୍ରେସ ମଧ୍ୟ ବିଜେଡିକୁ ଜୋରଦାର ଟାର୍ଗେଟ୍ କରିଛି।
ଏହାପରେ ଯେତେବେଳେ ମିଡିଆ ବାର୍ତ୍ତାରେ ପ୍ରମିଳା ମଲ୍ଲିକ ଏ କଥାକୁ ଖଣ୍ଡନ କରିବା ସହ କହିଥିଲେ ଯେ, ନବୀନ ପଟ୍ଟନାୟକ ଦଳର ମୁଖ୍ୟ ତାଙ୍କରି ନେତୃତ୍ୱରେ ବିଜେଡି ଚାଲିଛି । ତାଙ୍କରି ନିର୍ଦ୍ଦେଶରେ ଗୃହରେ ନିଜର ମୁଦ୍ଦାକୁ ରଖିବା ସହ ରାଜ୍ୟବାସୀ ହକ୍ ପାଇଁ ଲଢେଇ କରିବୁ । ତେଣୁ ଜୟନାରାୟଣ ମିଶ୍ର ଏମିତି ଏକ ମନ୍ତବ୍ୟ ଦେଇ ନିଜର ପବ୍ଲିସିଟି କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ୍।
Also Read: Phalguna Grah Gochar 2025: ଫାଲଗୁନ ମାସରେ ୭ ଟି ଶକ୍ତିଶାଳୀ ଗ୍ରହର ଚଳନ, ଏହିସବୁ ରାଶିର ଖୋଲିବ ଭାଗ୍ୟ
Also Read: Gold Price Prediction: କାହିଁକି ହୁ ହୁ ହୋଇ ବଢିଚାଲିଛି ସୁନା ଦର, ଜାଣିରଖନ୍ତୁ ୫ଟି ବଡ଼ କାରଣ