Ritesh Agarwal Fathers Death: ଗୁରୁଗ୍ରାମ ବିଲଡିଂରୁ ଖସିପଡି ପ୍ରାଣ ହରାଇଲେ ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ପିତା
Advertisement
Article Detail0/zeeodisha/odisha1604067

Ritesh Agarwal Fathers Death: ଗୁରୁଗ୍ରାମ ବିଲଡିଂରୁ ଖସିପଡି ପ୍ରାଣ ହରାଇଲେ ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ପିତା

OYO Room Founder Fathers Death: ମାର୍ଚ୍ଚ ୧୦ ତାରିଖ ଶୁକ୍ରବାର ଗୁରୁଗ୍ରାମସ୍ଥିତ ଏକ ବିଲଡିଂରୁ ଖସିପଡି ପ୍ରାଣ ହରାଇଛନ୍ତି ଓୟୋ ରୁମ୍ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ପିତା ରମେଶ ଅଗ୍ରୱାଲ

Ritesh Agarwal Fathers Death: ଗୁରୁଗ୍ରାମ ବିଲଡିଂରୁ ଖସିପଡି ପ୍ରାଣ ହରାଇଲେ ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ପିତା

Ritesh Agarwals Father Ramesh Agarwals Death: ମାର୍ଚ୍ଚ ୧୦ ତାରିଖ ଶୁକ୍ରବାର ଗୁରୁଗ୍ରାମସ୍ଥିତ ଏକ ବିଲଡିଂରୁ ଖସିପଡି ପ୍ରାଣ ହରାଇଛନ୍ତି ଓୟୋ ରୁମ୍ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ପିତା ରମେଶ ଅଗ୍ରୱାଲ। ବାପା ରମେଶ ଅଗ୍ରୱାଲଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୁଅ ରିତେଶ ଅଗ୍ରୱାଲ।

ଏନେଇ ରିତେଶ ଅଗ୍ରୱାଲ (Ritesh Agarwal) କହିଛନ୍ତି, "ଭାରି ହୃଦୟ ସହିତ, ମୋ ପରିବାର ଏବଂ ମୁଁ କହିବାକୁ ଚାହୁଁଛି ଯେ ମୋର ପିତା ରମେଶ ଅଗ୍ରୱାଲଙ୍କ ମାର୍ଚ୍ଚ ୧୦ ତାରିଖରେ ଦେହାନ୍ତ ହୋଇଯାଇଛି। ତାଙ୍କ ମୃତ୍ୟୁ ଆମ ପରିବାର ପାଇଁ ଏକ ବଡ କ୍ଷତି। ମୋ ବାପା ଏକ ସମ୍ପୂର୍ଣ୍ଣ ଜୀବନ ଜିଇଁଛନ୍ତି। ସେ ଆମକୁ ପ୍ରତିଦିନ ପ୍ରେରଣା ଯୋଗାଇଛନ୍ତି। ମୋ ବାପାଙ୍କ ଦୟା ଆମକୁ କଠିନ ସମୟ ଦେଇ ଆମକୁ ଆଗକୁ ବଢାଇଛି। ତାଙ୍କ କଥା ଆମ ହୃଦୟରେ ଗଭୀର ଭାବରେ ସ୍ୱର ଉଠାଇବ। ଏଭଳି ଦୁଃଖ ସମୟରେ ଆମର ଗୋପନୀୟତାକୁ ସମ୍ମାନ କରିବାକୁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ। " 

ଏହି ଘଟଣା ଓୟୋ ରୁମ୍ ପ୍ରତିଷ୍ଠାତା (OYO Room Founder) ରିତେଶ ଅଗ୍ରୱାଲଙ୍କ ବିବାହର କିଛି ଦିନ ପରେ ଘଟିଛି। ନିକଟରେ ଏହି ୩୦ ବର୍ଷୀୟ କୋଟିପତି ବ୍ୟବସାୟୀ ଜଣଙ୍କ ଗୀତାଂଶ ସୁଦଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଦିଲ୍ଲୀ ସ୍ଥିତ ଏକ ପଞ୍ଚ ତାରକା ହୋଟେଲ ଠାରେ ମଧ୍ୟ ଏହି ବିବାହର ଏକ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟି ଆୟୋଜିତ ହୋଇଥିଲା। ଏହି ବିବାହ ଉତ୍ସବରେ ସଫ୍ଟବ୍ୟାଙ୍କ ଗ୍ରୁପ୍‌ର ସିଇଓ ମାସାଯୋଶୀ ସୋନଙ୍କ ସମେତ ଅନେକ ଶିଳ୍ପପତି ଏବଂ ବ୍ୟବସାୟୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଯୋଗ ଦେଇଥିଲେ।

କେବଳ ୧୭ ବର୍ଷ ବୟସରେ ରିତେଶ ଅଗ୍ରୱାଲ ତାଙ୍କର ଉଦ୍ୟୋଗୀ ଯାତ୍ରା ଆରମ୍ଭ କରିଥିଲେ। ନିଜର ଏକ ଷ୍ଟାର୍ଟଅପ୍ ସୃଷ୍ଟି କରିବାର ସ୍ୱପ୍ନକୁ ସାକାର କରିବା ପାଇଁ କଲେଜ ଛାଡିଥିଲେ। ରିତେଶ ଅଗ୍ରୱାଲ ତାଙ୍କର ଏକ ଅନଲାଇନ୍ ଟ୍ରାଭେଲ୍ ଏଗ୍ରିଗେଟର୍ ପ୍ଲାଟଫର୍ମ ବିକାଶ କରିବାକୁ ଲାଗିଲେ ଯାହା ଶେଷରେ OYO ରୁମ ରୂପ ନେଇଥିଲା।