ଓଡ଼ିଆ ଯାତ୍ରୀ କହିଲେ, 'ହାଇଜ୍ୟାକ୍ ହୋଇଗଲା ଟ୍ରେନ'
Advertisement
Article Detail0/zeeodisha/odisha1252775

ଓଡ଼ିଆ ଯାତ୍ରୀ କହିଲେ, 'ହାଇଜ୍ୟାକ୍ ହୋଇଗଲା ଟ୍ରେନ'

ଯଦି କୌଣସି ଯାତ୍ରୀ ରେଳବାଇର କୌଣସି ସେବା କିମ୍ବା ସୁରକ୍ଷା ବାବଦରେ ସୂଚନା ଦେବାମାତ୍ରେ ବିଭାଗ ତାର ସମାଧାନ କରିବାକୁ ପ୍ରତିବଦ୍ଧ। କିନ୍ତୁ ରବିବାର ଏଭଳି ଏକ ଘଟଣା ଘଟିଛି, ଯାହା ପ୍ରାୟ ଦୁଇ ଘଣ୍ଟା ପାଇଁ ହଜାର ହଜାର ଲୋକଙ୍କ ଛାତିରେ ଛନକା ପକାଇ ଦେଇଥିଲା।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ଭାରତୀୟଙ୍କ ଲାଇଫ୍ ଲାଇନ ପାଲଟିଛି ରେଳବାଇ। ପ୍ରତ୍ୟେକ ଦିନ କୋଟି କୋଟି ଲୋକ ରେଳରେ ଯାତାୟତ କରନ୍ତି। ଯାତ୍ରୀଙ୍କୁ ସୁବିଧା ଓ ସୁରକ୍ଷିତ ଯାତ୍ରା ପାଇଁ ରେଳବାଇ ପକ୍ଷରୁ ହେଲ୍ପଲାଇନ ନଂ, ମେଲ ଆଇଡି ଜାରି କରାଯାଇଛି। ଏହା ସହ ସୋସିଆଲ ମିଡିଆରେ ବିଭାଗ ସକ୍ରିୟ ରହୁଛି। ଯଦି କୌଣସି ଯାତ୍ରୀ ରେଳବାଇର କୌଣସି ସେବା କିମ୍ବା ସୁରକ୍ଷା ବାବଦରେ ସୂଚନା ଦେବାମାତ୍ରେ ବିଭାଗ ତାର ସମାଧାନ କରିବାକୁ ପ୍ରତିବଦ୍ଧ। କିନ୍ତୁ ରବିବାର ଏଭଳି ଏକ ଘଟଣା ଘଟିଛି, ଯାହା ପ୍ରାୟ ଦୁଇ ଘଣ୍ଟା ପାଇଁ ହଜାର ହଜାର ଲୋକଙ୍କ ଛାତିରେ ଛନକା ପକାଇ ଦେଇଥିଲା।

ଟ୍ରେନ ହାଇଜ୍ୟାକ ହୋଇଯାଇଛି, ଦୟାକରି ସହାୟତା କରନ୍ତୁ। ଏଭିଳି ମେସେଜ ଦେଖିବା ମାତ୍ରେ ଯେ କେହି ବି ଆତଙ୍କିତ ହେବା ସ୍ୱଭାବିକ। ଆଉ ଏହି ଆତଙ୍କ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା। ଆଉ ରେଳବାଇ ପୋଲିସର ସ୍ପଷ୍ଟିକରଣ ପରେ ପରିସ୍ଥିତି ଶାନ୍ତ ପଡିଥିଲା। ବାସ୍ତବରେ, ରବିବାର ଅପରାହ୍ନ ୪ଟା ବେଳେ କୃଷ୍ଣ ଚନ୍ଦ୍ର ବେହେରା ନାମକ ଜଣେ ଓଡିଆ ବ୍ୟକ୍ତି ଟ୍ରେନ ହାଇଜ୍ୟାକ ହୋଇଯାଇଥିବା ନେଇ ଟ୍ୱିଟରରେ ସୂଚନା ଦେଇଥିଲେ।

Also Read: ପ୍ରବଳ ବର୍ଷାରେ ନିର୍ମାଣ ହେଉଥିଲା ରାସ୍ତା, ଭିଡ଼ିଓ ଭାଇରାଲ ପରେ ୪ କର୍ମଚାରୀ ନିଲମ୍ବିତ

କୃଷ୍ଣ ଚନ୍ଦ୍ର ବେହେରା ଲେଖିଥିଲେ, 'ପ୍ରିୟ @IRCTCofficial @drmsecunderabad ଟ୍ରେନ ନଂ- ୧୨୬୫୦ ହାଇଜ୍ୟାକ ହୋଇଯାଇଛି। ଦୟାକରି ସହାଯ୍ୟ କରନ୍ତୁ।' ଏପରି ସୂଚନା ନିଶ୍ଚିତ ଭାବେ ସେହି ଟ୍ରେନର ଯାତ୍ରୀ ଏବଂ ସମ୍ପର୍କୀୟଙ୍କୁ ବିବ୍ରତ କରିଥିବ। କୃଷ୍ଣ ଚନ୍ଦ୍ରଙ୍କ ଟ୍ୱିଟର ପ୍ରାୟ ଦୁଇ ଘଣ୍ଟା ପରେ ସିକନ୍ଦରାବାଦ ରେଳବାଇ ସୁରକ୍ଷା ବଳ @rpfscrର ଉତ୍ତର ଆସିଥିଲା। ରେଳବାଇ ସୁରକ୍ଷା ବଳ କହିଥିଲା, 'ରେଳ ହାଇଜ୍ୟାକ ହୋଇନାହିଁ। ଟ୍ରେନର ଗତିପଥ ବଦଳିଛି। ଆତଙ୍କିତ ହୁଅନ୍ତୁ ନାହିଁ।'

fallback

ସୂଚନାଯୋଗ୍ୟ, ସମ୍ପର୍କକ୍ରାନ୍ତୀ ଏକ୍ସପ୍ରେସ (ଟ୍ରେନ ନଂ- ୧୨୬୫୦) କର୍ଣ୍ଣାଟକରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା। କିନ୍ତୁ କୌଣସି କାରଣ ବଶତଃ ରେଳକୁ ଡାଇଭର୍ଟ କରାଯାଇଥିଲା। ତେବେ ଟ୍ରେନ ଡାଇଭର୍ଟ ହେବାର ଏକା ପ୍ରଥମ ଘଟଣା ନୁହଁ। ଟ୍ରାକ ମରାମତି, ଖରାପ ପାଣିପାଗ କିମ୍ବା ଅନ୍ୟାନ୍ୟ କାରଣ ପାଇଁ ରେଳ ଗୁଡିକ ଡାଇଭର୍ଟ କରାଯାଇଥାଏ। କିଛି ଟ୍ରେନ ଡାଇଭର୍ଟର ସୂଚନା ପୂର୍ବରୁ ଦିଆଯାଇଥାଏ ତ ବେଳେ ବେଳେ ଯାତ୍ରା ସମୟରେ ଟ୍ରେନର ଗତିପଥ ବଦଳାଇ ଦିଆଯାଏ।