Rawan village: ଏଠାରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂର୍ବରୁ ହୁଏ ରାବଣ ପୂଜା, ଦଶହରାରେ ଶୋକ ପାଳନ
Advertisement
Article Detail0/zeeodisha/odisha1928872

Rawan village: ଏଠାରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂର୍ବରୁ ହୁଏ ରାବଣ ପୂଜା, ଦଶହରାରେ ଶୋକ ପାଳନ

Rawan village: ଏପରି ଏକ ସ୍ଥାନ ଅଛି ଯେଉଁଠି ରାବଣକୁ ଲୋକମାନେ ସମ୍ମାନ ଦେବା ସହିତ ପୂଜା କରିଥାନ୍ତି । ନିଜକୁ ରାବଣର ବଂଶ ବୋଲି ମଧ୍ୟ ଲୋକମାନେ ଭାବନ୍ତି । ଗାଁର ପ୍ରତି ଘରେ ଦେଖିବାକୁ ମିଳିଥାଏ ଜୟ ଲଙ୍କାପତି ।

Rawan village: ଏଠାରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂର୍ବରୁ ହୁଏ ରାବଣ ପୂଜା, ଦଶହରାରେ ଶୋକ ପାଳନ

Rawan village: ଚଳିତ ବର୍ଷ ଅକ୍ଟୋବର ୨୪ ତାରିଖରେ ସାରା ଦେଶରେ ବିଜୟଦଶମୀ ପର୍ବ ପାଳନ କରାଯାଉଛି । ଏହି ଦିନ ପ୍ରଭୁ ଶ୍ରୀରାମ ଲଙ୍କାପତି ରାବଣର ବଧ କରିଥିଲେ । ସାଧାରଣତଃ ଲୋକମାନେ ରାବଣକୁ ଅସୁର ବୋଲି ବିବେଚନା କରିଥାନ୍ତି ତେଣୁ ବିଜୟାଦଶମୀରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଲୋକମାନେ ରାବଣକୁ ଭଗବାନ ବୋଲି ଭାବନ୍ତି। ଏଠାରେ କେବଳ ରାବଣର ପୂଜାପାଠ କରାଯାଏ ତାହା ନୁହେଁ ବରଂ ଲୋକମାନେ ଜୟ ରାବଣ, ଜୟ ଲଙ୍କାପତି ରାବଣକୁ ନିଜ ଶରୀରରେ ଟାଟୁ ଆଙ୍କିଛନ୍ତି । ଏଥିସହ ନିଜ ଘରେ ମଧ୍ୟ ରାବଣର ବିଭିନ୍ନ ନାମକୁ ଲେଖାଯାଇଥିବା ଦେଖିବାକୁ ମିଳେ ।

ବିଦିଶା ଜିଲ୍ଲାର ନାଟେରାନ୍ ତହସିଲଠାରୁ ମାତ୍ର ୬ କିଲୋମିଟର ଦୂରରେ ଥିବା ରାବଣ ଗାଁରେ ବାସ କରୁଥିବା ଲୋକମାନେ ରାବଣକୁ ପ୍ରଥମ ସମ୍ମାନିତ ବ୍ୟକ୍ତି ଭାବରେ ବିବେଚନା କରନ୍ତି। ଏଠାକାର ଲୋକମାନେ ନିଜକୁ ରାବଣର ବଂଶ ବୋଲି ଭାବନ୍ତି । ଗ୍ରାମବାସୀଙ୍କ ରାବଣ ପ୍ରତି ଭକ୍ତି ଦେଖି ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଅନ୍ତି । ଉକ୍ତ ଗାଁରେ ଥିବା ବିଦ୍ୟାଳୟ ଏବଂ ଗ୍ରାମ ପଞ୍ଚାୟତ ଅଫିସରେ ମଧ୍ୟ ରାବଣ ନାଁ ଲେଖାଯାଇଥିବା ଦେଖିବାକୁ ମିଳିଥାଏ ।

ଗାଁରେ ଥିବା ରାବଣ ମନ୍ଦିରର ପୁରୋହିତ ପଣ୍ଡିତ ନରେଶ ତିୱାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାବଣ ମନ୍ଦିରଠାରୁ ଉତ୍ତର ଦିଗରେ ତିନି କିଲୋମିଟର ଦୂରରେ ଏକ ବୁଦ୍ଧ ପାହାଡ ଅଛି। ପ୍ରାଚୀନ କାଳରେ ବୁଦ୍ଧ ନାମକ ଏକ ଭୂତ ଏହି ପାହାଡ ଉପରେ ରହୁଥିଲା ବୋଲି ବିଶ୍ୱାସ କରାଯାଏ। ସେହି ବୁଦ୍ଧ ନାମକ ଭୁତ ରାବଣ ସହିତ ଲଢିବାକୁ ଚାହୁଁଥିଲା । ଯେତେବେଳେ ସେ ଯୁଦ୍ଧ ପାଇଁ ଲଙ୍କାରେ ପହଞ୍ଚିଲେ, ସେତେବେଳେ ସେ ଲଙ୍କାର ଚମତ୍କାର ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇଯାଇଥିଲେ । ତାଙ୍କ ମନରେ ଥିବା କ୍ରୋଧ କ୍ରମଶଃ କମିବାକୁ ଲାଗିଥିଲା । ଦିନେ ରାବଣ ଭୂତକୁ ପଚାରିଲା, "ତୁମେ କାହିଁକି ଏଠାକୁ ଆସି କିଛି ନ କହି ଫେରିଯାଉଛ ?" ଉତ୍ତରରେ ବୁଦ୍ଧ ରାକ୍ଷସ କହିଥିଲା ଯେ, ମହାରାଜ ପ୍ରତ୍ୟେକ ଥର ମୁଁ ଆପଣଙ୍କ ସହିତ ଯୁଦ୍ଧ କରିବାର ଇଚ୍ଛା ନେଇ ଆସିଥାଏ । କିନ୍ତୁ ଆପଣଙ୍କ ଅଞ୍ଚଳର ସୌନ୍ଦର୍ଯ୍ୟ ସହ ଆପଣଙ୍କୁ ଦେଖି ମୋର ମନର ରାଗ ଶାନ୍ତ ହୋଇଯାଏ । ତାପରେ ରାବଣର ଉତ୍ତର ଥିଲା ଯେ, ତୁମେ ଏକ ସ୍ଥାନରେ ମୋର ଏକ ପ୍ରତିମୂର୍ତ୍ତି ତିଆରି କରି ତା ସହିତ ଲଢିବା ଉଚିତ୍ । ପରେ ଭୁତ ସେବେଠାରୁ ଏହି ପ୍ରତିମୂର୍ତ୍ତି ତିଆରି କରିଛି ବୋଲି ଲୋକକଥା ରହିଆସିଛି। ମୂର୍ତ୍ତିଟି ଲୋକଲୋଚନକୁ ଆସିବା ପରେ ଲୋକମାନେ ସେଠାରେ ରାବଣ ମନ୍ଦିର ନିର୍ମାଣ କରିଥିଲେ। ରାବଣ ପ୍ରତି ଲୋକଙ୍କ ଦୃଢ ବିଶ୍ୱାସ ରହିଛି । ଗାଁର ଯେକୌଣସି ବ୍ୟକ୍ତି ନୂଆ ଗାଡି କିଣନ୍ତି ସେ ସେଥିରେ ରାବଣଙ୍କ ନାମ ଲେଖନ୍ତି ।

ପ୍ରଥମେ ରାବଣ ପୂଜା
ରାବଣ ମନ୍ଦିର ନିକଟରେ ଗୋଟିଏ ପୋଖରୀ ରହିଛି । କୁହାଯାଏ ଏହି ପୋଖରୀର କାଦୁଅ ଦେହରେ ଲାଗିବା ଦ୍ୱାରା ଲୋକଙ୍କ ଚର୍ମ ରୋଗ ମଧ୍ୟ ଭଲ ହୋଇଯାଏ। ବିଶ୍ୱାସର ସହିତ ଲୋକମାନେ ଏହି ପୋଖରୀର ମାଟିକୁ ବିଦେଶକୁ ମଧ୍ୟ ନେଇଛନ୍ତି । ସାରା ଦେଶରେ ରାବଣ ପୋଡିକୁ ନେଇ ବହୁତ କ୍ରେଜ୍ ଅଛି, କିନ୍ତୁ ଏଠାରେ ରାବଣ ପୋଡି ହୁଏ ନାହିଁ ବରଂ ପୂଜା କରାଯାଏ । ଦଶହରା ଦିନ ରାବଣ ଗାଁରେ ଶୋକ ପାଳନ କରାଯାଏ । ରାବଣକୁ ଲୋକମାନେ ଗାଁର ଦେବତା ଭାବରେ ପୂଜା କରନ୍ତି । କୌଣସି ପୂଜା କରିବା ପୂର୍ବରୁ ପ୍ରଥମ ପୂଜା ରାବଣର ହୋଇଥାଏ । ବିବାହ ପରି ଶୁଭ କାର୍ଯ୍ୟରେ ରାବଣ ବରଣ ନହେବା ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଆରମ୍ଭ ହୁଏନାହିଁ ।

ପଣ୍ଡିତଙ୍କ କହିବାନୁଯାୟୀ, ଥରେ ଗ୍ରାମବାସୀ ମୂର୍ତ୍ତି ନିର୍ମାଣ କରିବାକୁ ଚେଷ୍ଟା କରିଥିଲେ ସେହି ସମୟରେ ଗାଁରେ ନିଆଁ ଲାଗିଯାଇଥିଲା। ସମସ୍ତ ସମ୍ପ୍ରଦାୟର ଲୋକମାନେ ଏହି ଗାଁରେ ଥିବା ମନ୍ଦିରରେ ରାବଣ ପୂଜା କରନ୍ତି। ଏଠାକାର ଲୋକମାନେ ଭଗବାନ ଶ୍ରୀରାମ ଏବଂ ରାବଣ ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝନ୍ତି ନାହିଁ । ପଣ୍ଡିତ ନରେଶ ମହାରାଜ ଏକଥା ମଧ୍ୟ କହିଛନ୍ତି ଯେ, ରାବଣ ଆମର ସମଗ୍ର ଗାଁର ପ୍ରିୟ ତଥା ଇଷ୍ଟ ଦେବତା। ତେଣୁ ଜୟ ଲଙ୍କେଶ୍ୱର, ଜୟ ଲଙ୍କାପତି, ଜୟ ରାବଣ, ଇତ୍ୟାଦି ନାମକୁ ଲୋକମାନେ ନିଜ ଗାଡିରେ ଲେଖିଥାନ୍ତି । ସ୍ଥାନୀୟ ଅଞ୍ଚଳରେ ଚାଲୁଥିବା ଟ୍ରାକ୍ଟର, ଟ୍ରଲି, ଜିପ୍, ମୋଟରସାଇକେଲ ଭଳି ସମସ୍ତ ଯାନରେ ରାବଣର ବିଭିନ୍ନ ନାମ ଲେଖାଯାଇଥାଏ ।

Also Read- Vastu Tips: ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏହି କାମ, ମା’ଲକ୍ଷ୍ମୀ ହେବେ ପ୍ରସନ୍ନ

Also Read- Health Tips: ଡେଙ୍ଗୁ ସମୟରେ ପଇଡ ପାଣି, ଅମୃତଭଣ୍ଡା ପତ୍ର ରସ ପିଉଛନ୍ତି କି? ଜାଣନ୍ତୁ ସଠିକ ପଦ୍ଧତି