Santokh Singh Chaudhary Passes Away: ଯାତ୍ରା ସମୟରେ ସାନ୍ତୋଖ ସିଂ ଚୌଧୁରୀଙ୍କ ନିଶ୍ୱାସ ହଠାତ୍ ଫୁଲିବା ଆରମ୍ଭ କଲା ଓ ପରେ ସେ ରାସ୍ତାରେ ପଡିଗଲେ । ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସାନ୍ତୋଖ ସିଂ ଚୌଧୁରୀଙ୍କ ଜୀବନ ରକ୍ଷା ହୋଇପାରି ନାହିଁ । କଂଗ୍ରେସ ସାଂସଦ ସାନ୍ତୋଖ ସିଂ ଚୌଧୁରୀଙ୍କ ନିଧନ ପରେ ଭାରତ ଯୋଡ଼ୋ ଯାତ୍ରା ବନ୍ଦ କରାଯାଇଛି ।
Trending Photos
Santokh Singh Chaudhary Passes Away: ଭାରତ ଯୋଡ଼ୋ ଯାତ୍ରା ସମୟରେ କଂଗ୍ରେସ ସାଂସଦ (Congress MP) ସାନ୍ତୋଖ ସିଂ ଚୌଧୁରୀ (Santokh Singh Chaudhary) ଙ୍କ ଦେହାନ୍ତ ହୋଇଛି । କଂଗ୍ରେସ ସାଂସଦ ସାନ୍ତୋଖ ସିଂ ଚୌଧୁରୀ ରାହୁଲ ଗାନ୍ଧୀ (Rahul Gandhi) ଙ୍କ ସହ ଭାରତ ଯୋଡ଼ୋ ଯାତ୍ରା (Bharat Jodo Yatra) ରେ ଚାଲୁଥିଲେ, ସେତେବେଳେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଯାତ୍ରା ସମୟରେ ସାନ୍ତୋଖ ସିଂ ଚୌଧୁରୀଙ୍କ ନିଶ୍ୱାସ ହଠାତ୍ ଫୁଲିବା ଆରମ୍ଭ କଲା ଓ ପରେ ସେ ରାସ୍ତାରେ ପଡିଗଲେ । ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସାନ୍ତୋଖ ସିଂ ଚୌଧୁରୀଙ୍କ ଜୀବନ ରକ୍ଷା ହୋଇପାରି ନାହିଁ । କଂଗ୍ରେସ ସାଂସଦ ସାନ୍ତୋଖ ସିଂ ଚୌଧୁରୀଙ୍କ ନିଧନ ପରେ ଭାରତ ଯୋଡ଼ୋ ଯାତ୍ରା ବନ୍ଦ କରାଯାଇଛି ।
କଂଗ୍ରେସ ସାଂସଦ ଚୌଧୁରୀ ସାନ୍ତୋଖ ସିଂଙ୍କ ମୃତ୍ୟୁକୁ ନେଇ ପଞ୍ଜାବର ସିଏମ ଭଗବନ୍ତ ମାନ ଦୁଃଖ ପ୍ରକାଶ କରିଛନ୍ତି । ପଞ୍ଜାବୀ ଭାଷାରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଟ୍ୱିଟ୍ କରି କହିଛନ୍ତି ଯେ, ଜଲନ୍ଦରରୁ କଂଗ୍ରେସ ସାଂସଦ ସାନ୍ତୋଖ ସିଂ ଚୌଧୁରୀଙ୍କ ଅକାଳ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।
ଏଠାରେ କହି ରଖୁଛୁ ଯେ, କଂଗ୍ରେସ ସାଂସଦ ସାନ୍ତୋଖ ସିଂ ଚୌଧୁରୀଙ୍କ ଦେହାନ୍ତ ହୋଇଛି । ସେ ଫିଲ୍ଲୌର ନିକଟ ଭାରତ ଯୋଡ଼ୋ ଯାତ୍ରା ସମୟରେ ହଠାତ୍ ରାସ୍ତାରେ ଖସିପଡିଥିଲେ ଓ ପରେ ତାଙ୍କୁ ଫାଗୱାରାର ଏକ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ସାନ୍ତୋଖ ସିଂ ଚୌଧୁରୀଙ୍କୁ ମୃତ ଘୋଷଣା କରିଥିଲେ । ସାନ୍ତୋଖ ସିଂ ଚୌଧୁରୀଙ୍କ ପୁତ୍ର ବିକ୍ରମଜିତ୍ ସିଂ ଚୌଧୁରୀ ଫିଲ୍ଲୌରୁର ବିଧାୟକ ଅଛନ୍ତି ।
ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆରେ ରାତାରାତି ହେଲା ଏହି ୱିକେଟ୍ କିପରଙ୍କ ଏଣ୍ଟ୍ରି, ଋଷଭ ପନ୍ତଙ୍କ ପାଇଁ ବିପଦ!
ଅଧିକ ପଢ଼ନ୍ତୁ:-BCCI ହଠାତ୍ ଏହି ଖେଳାଳିଙ୍କ ଶେଷ ହେଉଥିବା କ୍ୟାରିୟରକୁ ବଞ୍ଚାଇଲା, ଟିମ୍ ଇଣ୍ଡିଆରେ ସାମିଲ କରି ଦେଲା 'ଜୀବନଦାନ'
ଅଧିକ ପଢ଼ନ୍ତୁ:-ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜରେ ରୋହିତ-କୋହଲିଙ୍କୁ ମିଳିଲାନି ସ୍ଥାନ, ପୃଥ୍ୱୀ ଶ'ଙ୍କ ହେଲା ରିଟର୍ଣ୍ଣ
କଂଗ୍ରେସ ନେତା ପ୍ରତାପ ସିଂ ବାଜୱା କହିଛନ୍ତି ଯେ, ଦଳର ସାଂସଦ ସାନ୍ତୋଖ ଚୌଧୁରୀଙ୍କ ଦେହାନ୍ତ ହୋଇଛି । ଚୌଧୁରୀ ଫିଲ୍ଲୌରରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏକ ଯାତ୍ରାରେ ଭାଗ ନେଉଥିଲେ ଯେଉଁଠାରେ ସେ ଅଚେତ ହୋଇପଡ଼ିଥିଲେ । ବାଜୱା ନିଜେ ଆଜି ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ଥିଲେ । ସେ କହିଛନ୍ତି ଯେ ଚୌଧୁରୀଙ୍କୁ ଫାଗୱାରାର ଏକ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ତାଙ୍କର ନିଧନ ହୋଇଛି ।