Saudi Arabia: ବିନା ଅନୁମତିରେ ହଜ୍ ଯାତ୍ରା କରିବାକୁ ଉଦ୍ୟମ କରି ୧୭ ହଜାରରୁ ଅଧିକ ଗିରଫ
Advertisement
Article Detail0/zeeodisha/odisha1766082

Saudi Arabia: ବିନା ଅନୁମତିରେ ହଜ୍ ଯାତ୍ରା କରିବାକୁ ଉଦ୍ୟମ କରି ୧୭ ହଜାରରୁ ଅଧିକ ଗିରଫ

Saudi Arabia Security Authority: ଆବଶ୍ୟକୀୟ ଅନୁମତି ବିନା ହଜ୍ ଯାତ୍ରା କରିବା ଅଭିଯୋଗରେ ସାଉଦି ଆରବ ସୁରକ୍ଷା କର୍ତ୍ତୃପକ୍ଷ ୧୭ ହଜାର ୬୧୫ ଜଣ ହଜ୍ ଯାତ୍ରୀଙ୍କୁ ଗିରଫ କରିଛନ୍ତି। 

Saudi Arabia: ବିନା ଅନୁମତିରେ ହଜ୍ ଯାତ୍ରା କରିବାକୁ ଉଦ୍ୟମ କରି ୧୭ ହଜାରରୁ ଅଧିକ ଗିରଫ

Hajj Pilgrims Arrested News: ଚଳିତ ବର୍ଷ ଜୁନ ୨୬ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧ ତାରିଖରେ ଶେଷ ହୋଇଛି ହଜ୍ ଯାତ୍ରା। ଏହି ଧାର୍ମିକ ଯାତ୍ରା ଶେଷ ହେବା ପରେ ଆସିଛି ଏତକ ଚମକାଇବା ଭଳି ଖବର। ନିକଟରେ ସାଉଦି ଆରବ ସୁରକ୍ଷା କର୍ତ୍ତୃପକ୍ଷ ଚଳିତ ବର୍ଷ ଆବଶ୍ୟକୀୟ ଅନୁମତି ବିନା ହଜ୍ କରିବାକୁ ଉଦ୍ୟମ କରିବା ଅଭିଯୋଗରେ ୧୭ ହଜାର ୬୧୫ ଜଣ ହଜ୍ ଯାତ୍ରୀଙ୍କୁ ଗିରଫ କରିଛନ୍ତି।

ଏ ସମ୍ପର୍କରେ ଜଣାଇଛନ୍ତି ସ୍ଥାନୀୟ ଜନ ସୁରକ୍ଷା ନିର୍ଦ୍ଦେଶକ ତଥା ହଜ ସୁରକ୍ଷା କମିଟି ଅଧ୍ୟକ୍ଷ ଲେଫ୍ଟ ଜେନେରାଲ ମହମ୍ମଦ ଅଲ ବ୍ୟାସାମି (Lieutenant General Mohammed Al Bassami)। ଚଳିତ ହଜ୍ ଯାତ୍ରା ବେଳେ ଗିରଫ ହୋଇଥିବା ୧୭ ହଜାର ୬୧୫ ଜଣ ହଜ୍ ଯାତ୍ରୀଙ୍କ (Hajj Pilgrims 2023) ମଧ୍ୟରୁ ୯୫୦୯ ଜଣ ଶ୍ରମ, ବାସସ୍ଥାନ ଏବଂ ସୀମା ସୁରକ୍ଷା ନିୟମ ଉଲ୍ଲଂଘନ କରିଛନ୍ତି।

ଏହା ସହିତ ସାଉଦି ଆରବ ସୁରକ୍ଷା କର୍ତ୍ତୃପକ୍ଷ (Saudi Arabia Security Authority) ଦେଶର ବିଭିନ୍ନ ଅଞ୍ଚଳରୁ (Kingdom of Saudi Arabia) ୧୦୫ ନକଲି ହଜ୍ ଅଭିଯାନ ଜବତ କରିଛନ୍ତି। ଏହି ଅଭିଯାନରେ ଜଡ଼ିତ ରହିଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବା ପରେ ସେମାନଙ୍କ ବିରୋଧରେ ମୋକଦ୍ଦମା ଚଳାଇବାକୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। 

ସାଉଦି ଆରବ ଜନ ସୁରକ୍ଷା ନିର୍ଦ୍ଦେଶକ (Director of Public Security of Saudi Arabia) କହିଛନ୍ତି ଯେ ଆବଶ୍ୟକୀୟ ଅନୁମତି ବିନା ହଜ୍ ଯାତ୍ରା କରୁଥିବା ମୋଟ ୨ ଲକ୍ଷ ୨ ହଜାର ୬୯୫ ଜଣ ହଜ୍ ଯାତ୍ରୀଙ୍କୁ ମକ୍କା ପ୍ରବେଶ ଦ୍ୱାର ଅଟକାଇ ଦିଆଯାଇଥିଲା। ସେହି ପରି ମୋଟ ୧ ଲକ୍ଷ ୨୮ ହଜାର ୯୯୯ ଗାଡି ଯାହାର ମକ୍କା ଏବଂ ପବିତ୍ର ସ୍ଥାନ ପ୍ରବେଶ କରିବାକୁ ଅନୁମତି ନାହିଁ ତାହାକୁ ମଧ୍ୟ ରୋକି ଦିଆଯାଇଥିଲା।

ହଜ୍ ସୁରକ୍ଷା କମିଟି ଅଧ୍ୟକ୍ଷ (Chairman of the Haj Security Committee Saudi Arabia) ହଜ୍ ସୁରକ୍ଷା ବାହିନୀ ଉଦ୍ୟମକୁ (Hajj Security Forces Saudi Arabia) ପ୍ରଶଂସା କରିବା ସହ ଉଚ୍ଚ ଦକ୍ଷତା ଏବଂ ବୃତ୍ତିଗତ କାର୍ଯ୍ୟ ସହିତ ହଜ୍ ଯାତ୍ରା (Hajj Pilgrimage 2023) ସହ ଜଡିତ ସୁରକ୍ଷା ତଥା ସାଙ୍ଗଠନିକ ଯୋଜନା କାର୍ଯ୍ୟକାରୀ କରିଥିବା ଉପରେ ଗୁରୁତ୍ୱାରୋପ କରିଥିଲେ। 

ଇସଲାମ ଧର୍ମର ୫ ପବିତ୍ର ଧାର୍ମିକ କର୍ତ୍ତବ୍ୟ (Five Pillars of Islam) ମଧ୍ୟରୁ ହଜ୍ ଯାତ୍ରା (Hajj Pilgrim) ହେଉଛି ଅନ୍ୟତମ। ଶାରୀରିକ ତଥା ଆର୍ଥିକ ଦୃଷ୍ଟିକୋଣରୁ ମଜବୁତ ରହିଥିବା ସମସ୍ତ ମୁସଲମାନଙ୍କ ପାଇଁ ଜୀବନରେ ଥରେ ହଜ୍ ଯାତ୍ରା କରିବା ଆବଶ୍ୟକ। ଯାହାର ଆରମ୍ଭ ଆଜକୁ ପ୍ରାୟ ୧୪୦୦ ବର୍ଷ ପୂର୍ବେ ହୋଇଥିଲା। ହଜ୍ ଯାତ୍ରୀ ସେମାନଙ୍କୁ ଇଶ୍ବରଙ୍କ ନିକଟତର କରିବା ପାଇଁ ଏହି ପବିତ୍ର ଧାର୍ମିକ ଯାତ୍ରା କରିଥାନ୍ତି। ଇସଲାମ ଧର୍ମର ପବିତ୍ର ସ୍ଥାନ କାବା (Islamic Holy Sites Kaaba) ଠାରେ ଧାର୍ମିକ ପ୍ରାର୍ଥନା ହେବା (Islamic Religious Prayer) ପରେ ଆରମ୍ଭ ହୋଇଥିଲା ହଜ୍ ଯାତ୍ରା।

କୋରୋନା ମହାମାରୀ ପରେ ଚଳିତ ବର୍ଷ ହୋଇଥିବା ହଜ୍ ଯାତ୍ରା ସ୍ୱାଭାବିକ ସ୍ଥିତି ମଧ୍ୟରେ ସମ୍ପନ୍ନ ହୋଇଛି। ଯାହା ଜୁନ୍ ୨୬ ତାରିଖରୁ ଆରମ୍ଭ ଜୁଲାଇ ୧ ତାରିଖରେ ଶେଷ ହୋଇଥିଲା। ଅନ୍ୟପଟେ ଜୁନ୍ ୨୮-୨୯ ତାରିଖରେ ଇଦ୍ ଅଲ-ଆଦା (Eid al-Adha 2023) ପାଳିତ ହୋଇଥିଲା। ସେହିପରି ରମଜାନ (Ramadan 2023) ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହୋଇ ଅପ୍ରେଲ ୨୧ ତାରିଖରେ ଶେଷ ହୋଇଥିଲା।