Top 10 News: ଚୁଟକୀରେ ପଢିନିଅନ୍ତୁ ଦିନତମାମର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
ମହିଳା ବି ହେବେ ଅଗ୍ନିନିର୍ବାପକ, ବଦଳିବ ପଦବୀର ନାମ
ରାଜ୍ୟ ଅଗ୍ନିଶମ ବିଭାଗରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ବର୍ଷ ପୁରୁଣା ପରମ୍ପରାକୁ ଭଙ୍ଗ କରିବାକୁ ଯୋଜନା କରିଛି ବିଜେପି ସରକାର। ମହାଳାଙ୍କୁ ସଶକ୍ତ କରିବା ତଥା ସାହସୀ ମହିଳାଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଏହା ଏକ ଯୁଗାନ୍ତକାରୀପଦକ୍ଷେପ ହେବ ବୋଲି ଆଶା କରାଯାଇଛି। ଏହିକ୍ରମରେ ଆଗ୍ନିକ ଭାବେ ଏଣିକି ମହିଳାଙ୍କୁ ନିଯୁକ୍ତି ମିଳିବ। ଏଥିଲାଗି ଏହି ପଦବୀର ନାଁ ‘ଫାୟାର ମେନ୍’ ବଦଳରେ ‘ଫାୟାର ଫାଇଟର’ ରଖିବାକୁ ଉପମୁଖ୍ୟମନ୍ତ୍ରୀ ସୂଚନର ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଘୋଷଣା କରିବେ ବୋଲି ସେ କହିଛନ୍ତି।
ଉଠିଲା ଗନ୍ଧମାର୍ଦ୍ଦନ ପ୍ରସଙ୍ଗ
ଆଜି ବିଧାନସଭାର ଦ୍ୱିତୀୟ ଦିନରେ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠାଇଛି ମୁଖ୍ୟ ବିରୋଧୀଦଳ। ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି। ଜଙ୍ଗଲ ଓ ପରିବେଶ ବିଜେପି ସରକାର ନଷ୍ଟକରୁଥିବା ଅଭିଯୋଗ କରି କ୍ଷୋଭ ପ୍ରକାଶ କରିଛନ୍ତି ଆଚାର୍ଯ୍ୟ। ଏଥିସହ ଗନ୍ଧମାର୍ଦ୍ଦନକୁ ନେଇ ଗୃହକୁ ବିଗତ ଦିନର ତଥ୍ୟ ଦେଇବାକୁ ମଧ୍ୟ ପଛେଇ ନାହାନ୍ତି।
ଆଇଆଇଟିଏଫ୍: ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଓଡ଼ିଶା ମଣ୍ଡପକୁ ରୌପ୍ୟ ପୁରସ୍କାର
ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ‘୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୪’ରେ ‘ଓଡ଼ିଶା ମଣ୍ଡପ’କୁ ରୌପ୍ୟ ପଦକ ମିଳିଛି। ଏହି ବିଶାଳ ବାଣିଜ୍ୟ ମେଳାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ‘ଓଡ଼ିଶା ମଣ୍ଡପ’କୁ ଏହି ପୁରସ୍କାର ମିଳିଛି। ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ପ୍ରମୁଖ ଆବାସିକ ଆୟୁକ୍ତ ଶ୍ରୀଯୁକ୍ତ ବିଶାଲ ଗଗନ ଓଡ଼ିଶା ସରକାରଙ୍କ ତରଫରୁ ଏହି ପୁରସ୍କାର ଗ୍ରହଣ କରିଥିଲେ।
୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ଉପରେ କଟକଣା
ବୁଧବାର ଛୋଟ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ଦିଗରେ ଅଷ୍ଟ୍ରେଲିଆ ଏକ ପ୍ରମୁଖ ପଦକ୍ଷେପ ନେଇଛି। ଅଷ୍ଟ୍ରେଲିଆ ସଂସଦ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି। ବୁଧବାର ଦିନ ଏକ ବିଲ୍ ଗୃହୀତ ହୋଇଥିଲା, ଯାହାକୁ ଏହାର ପ୍ରତିନିଧି ସଭାର ଅଧିକାଂଶ ସମର୍ଥନ କରିଥିଲେ ଏବଂ ବିପକ୍ଷରେ ୧୦୨ଟି ଭୋଟ ପଡ଼ିଥିଲା।
ଆମ୍ବଟାକୁଆ ମୃତ୍ୟୁ ଅନାହାରଜନିତ ନୁହେଁ, ଫୁଡ୍ ପଏଜନିଂ ପାଇଁ ହୋଇଛି : ଖାଦ୍ୟଯୋଗାଣ ମନ୍ତ୍ରୀ
କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କା ଗାଁର ୩ଜଣ ଆଦିବାସୀ ମହିଳାଙ୍କ ମୃତ୍ୟୁ ଅନାହାରଜନିତ ନୁହେଁ ବରଂ ଫୁଡ୍ ପଏଜନିଂ ପାଇଁ ହୋଇଛି ବୋଲି ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟ କରିଛନ୍ତି । ବିରୋଧୀ ଦଳ ପକ୍ଷରୁ ଅନାହାର ମୃତ୍ୟୁକୁ ନେଇ କରାଯାଉଥିବା ହଟ୍ଟଗୋଳ ଓ ଅଭିଯୋଗକୁ ଖଣ୍ଡନ କରି ଆଜି ବିଧାନସଭାରେ ଖାଦ୍ୟଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କା ଗାଁରେ ୩ଜଣ ମହିଳାଙ୍କ ମୃତ୍ୟୁ ଘଟଣାର ତଦନ୍ତ ସରକାର କରିଛନ୍ତି । ଏହି ତଦନ୍ତରୁ ଜଣାପଡ଼ିଛି ଯେ ବାସି ଖାଦ୍ୟ ରଖିବାରୁ ତାହା ବିଷାକ୍ତ ହୋଇଯାଇଥିଲା ଯାହାକୁ ଖାଇ ସେମାନଙ୍କର ମୃତ୍ୟୁ ଘଟିଛି ।
୧୭୭୦୬୮ ଭୂତ ହିତାଧିକାରୀ ନେଇଛନ୍ତି ରାସନ
ପୂର୍ବ ସରକାରରେ ଭୂତ ପାଉଥିଲେ ରାସନ। ମୃତ୍ୟୁ ପରେ ବି ହିତାଧିକାରୀଙ୍କ ନାଁରେ ଦିଆ ହୋଇଆସୁଛି ରାସନ। ଜଣେ କି ଦୁଇ ଜଣ ମୃତ ହିତାଧିକାରୀ ନୁହେଁ ମୋଟ ୧ ଲକ୍ଷ ୭୭ ହଜାର ୬୮ ଭୂତ ହିତାଧିକାରୀ ରାସନ ପାଉଛନ୍ତି। ଇ-କେୱାଇସି ପ୍ରକ୍ରିୟାରୁ ମୃତ ହିତାଧିକାରୀଙ୍କ ବାବଦରେ ଜଣା ପଡ଼ିଥିବା ଗୃହରେ ମନ୍ତବ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ବିଧାୟକଙ୍କୁ ଆକ୍ରମଣ ମାମଲା: ଶୁଣାଣି ସ୍ଥଗିତ
ଯାଜପୁର ଧର୍ମଶାଳା ବିଧାୟକ ହିଂମାଶୁ ସାହୁଙ୍କୁ ଆକ୍ରମଣ ମାମଲା। ଜିଲ୍ଲା ଦୌରାଜଜ୍ ୧୦ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଶୁଣାଣି ସ୍ଥଗିତ ରଖିଛନ୍ତି ଏବଂ ଇନଜୁରି ଏବଂ ସିଡି ରିପୋର୍ଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଛନ୍ତି। ସେପଟେ ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ଯାଜପୁର ଟାଉନ ଥାନାରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରିବାପରେ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ପହଞ୍ଚିଛନ୍ତି ଟିମ୍। ବିଧାୟକଙ୍କୁ ଆକ୍ରମଣରେ ଗିରଫ ହୋଇଥିବା ୧୪ ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହା ସହ କ୍ରାଇମବ୍ରାଞ୍ଚ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ମଧ୍ୟ ଉପସ୍ଥିତ ଥିଲେ।
ସୁନ୍ଦରଗଡ଼କୁ ଉତ୍ତର ଓଡ଼ିଶାରେ ମିଶାଇବା ପ୍ରସଙ୍ଗକୁ ବିଜେଡିର ବିରୋଧ
ସୁନ୍ଦରଗଡ଼କୁ ଉତ୍ତର ଓଡ଼ିଶାରେ ସାମିଲକୁ ଦାବିକୁ ବିଜେଡିର ବିରୋଧ। ସୁନ୍ଦରଗଡ଼କୁ ଉତ୍ତର ଓଡ଼ିଶାରେ ସାମିଲ କରିବା ପ୍ରସଂଗରେ ମଧ୍ୟ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି ବିଜେଡି। ସୁନ୍ଦରଗଡ଼କୁ ଉତ୍ତର ଓଡ଼ିଶାରେ ସାମିଲ କରି ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଢିବାକୁ ଯୋଜନା କରୁଥିବା ନେଇ ବିଜେଡ଼ି ଅଭିଯୋଗ ଆଣିଥିଲା। ତେବେ ଏହାକୁ ନେଇ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ କହିଛନ୍ତି କି ସୁନ୍ଦରଗଡ଼ର ବିକାଶ କରିବାକୁ ସରକାର ଚିନ୍ତା କରୁଛନ୍ତି। ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ପଶ୍ଚିମ ଓଡ଼ିଶାରୁ ଏହାକୁ ନେଇ ଉତ୍ତର ଓଡ଼ିଶାରେ ମିଶାଇବାକୁ ଚଳାଇଥିବା ମସୁଧାକୁ ପଶ୍ଚିମ ଓଡ଼ିଶାବାସୀ କେବେ ବରଦାସ୍ତ କରିପାରିବେନି। ସରକାରଙ୍କ ଏହି ଯୋଜନାକୁ ଆମେ କଡ଼ା ବିରୋଧ କରୁଛୁ।
କାର୍ଯ୍ୟରେ ଯୋଗଦେଲେ ସୁଜାତା
ଆଜିଠାରୁ କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ। ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗଦେଲେ ସୁଜାତା। ଛୁଟି ଆଉ ୬ମାସ ବଢ଼ାଇବାକୁ ଆବେଦନ କରିଥିଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ। ହେଲେ ଛୁଟିକୁ ବଢ଼ାଇଲେ ନାହିଁ ନି ସରକାର। ତେଣୁ କାର୍ଯ୍ୟରେ ଆଜିଠୁ ଯୋଗ ଦେଇଛନ୍ତି ସୁଜାତା କାର୍ତ୍ତିକେୟନ।
ଲାଗୁ ହେବ ଜାତୀୟ ଶିକ୍ଷା ନୀତି
ଚଳିତ ଶିକ୍ଷାବର୍ଷରୁ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି(ଏନଇପି) ୨୦୨୦ ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିବା ବେଳେ ପରବର୍ତ୍ତୀ ସମୟରେ ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତ ପ୍ରକାଶ ପାଇଥିଲା। ୨୦୨୪-୨୫ ଶିକ୍ଷା ବର୍ଷରୁ ସ୍ନାତକ (ୟୁଜି)ରେ ଏହା ଲାଗୁ ହେବା ନେଇ ବିଜ୍ଞପ୍ତିରେ କୁହାଯାଇଥିଲା। ନୂତନ ଶିକ୍ଷା ନୀତି ୨୦୨୦ ଅନୁସାରେ ରାଜ୍ୟର ଶିକ୍ଷାନୁଷ୍ଠାନମାନଙ୍କରେ ୪ ବର୍ଷିଆ ସ୍ନାତକ ପାଠପଢ଼ା ହେବ।