Belgrade: ବିଦ୍ୟାଳୟରେ ୧୪ ବର୍ଷୀୟ ଛାତ୍ରର ଅନ୍ଧାଧୁନିଆ ଗୁଳିମାଡ଼, ୮ ଶିଶୁଙ୍କ ସମେତ ୯ ମୃତ
Advertisement
Article Detail0/zeeodisha/odisha1679043

Belgrade: ବିଦ୍ୟାଳୟରେ ୧୪ ବର୍ଷୀୟ ଛାତ୍ରର ଅନ୍ଧାଧୁନିଆ ଗୁଳିମାଡ଼, ୮ ଶିଶୁଙ୍କ ସମେତ ୯ ମୃତ

Belgrade School Firing: ମେ ୩ ତାରିଖ ବୁଧବାର ହୋଇଥିବା ଗୁଳି ବିନିମୟରେ କମ୍ପି ଉଠିଛି ସର୍ବିଆ ରାଜଧାନୀ ବେଲଗ୍ରେଡ ଠାରେ ଅବସ୍ଥିତ ଭ୍ଲାଡିସ୍ଲାଭ ରିବନିକର ନାମକ ପ୍ରାଥମିକ ବିଦ୍ୟାଳୟ। ଏହି ଘଟଣାରେ ୯ ଜଣଙ୍କ ମୃତ୍ୟ ହୋଇଥିବା ଜଣାପଡ଼ିଛି। 

Belgrade: ବିଦ୍ୟାଳୟରେ ୧୪ ବର୍ଷୀୟ ଛାତ୍ରର ଅନ୍ଧାଧୁନିଆ ଗୁଳିମାଡ଼, ୮ ଶିଶୁଙ୍କ ସମେତ ୯ ମୃତ

Belgrade School Shooting: ୟୁରୋପୀୟ ଦେଶ ସର୍ବିଆର ରାଜଧାନୀ ବେଲଗ୍ରେଡ ଠାରେ ଅବସ୍ଥିତ ଏକ ବିଦ୍ୟାଳୟରେ ଗୁଳି ବିନିମୟ ହୋଇଥିବାର ଘଟଣା ସାମ୍ନାକୁ ଆସିଛି। ବ୍ରିଟିଶ ଗଣମାଧ୍ୟମ ବିବିସି ଅନୁଯାୟୀ, ଜଣେ ୧୪ ବର୍ଷୀୟ ଛାତ୍ର ଏକ ବିଦ୍ୟାଳୟରେ ଛାତ୍ର ଏବଂ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଛନ୍ତି। ସର୍ବିଆ ନ୍ୟୁଜ ଏଜେନ୍ସି ତାଞ୍ଜୁଗ ରିପୋର୍ଟ ଦର୍ଶାଇ ବିବିସି ପକ୍ଷରୁ କୁହାଯାଇଛି ଯେ ଗୁଳି ବିନିମୟରେ ଅତି କମରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୮ ଜଣ ଶିଶୁ ଅଛନ୍ତି। ଗୁଳି ବିନିମୟ ଘଟଣାରେ ଜଣେ ସପ୍ତମ ଶ୍ରେଣୀର ଜଣେ ଛାତ୍ରଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି।

ଦେଶର ଏକ ବିଦ୍ୟାଳୟରେ ହୋଇଥିବା ଗୁଳିମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଛି ସର୍ବିଆର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ। ଏନେଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଛି ଯେ ଜଣେ ୧୪ ବର୍ଷୀୟ ବାଳକ ବୁଧବାର ସକାଳେ ରାଜଧାନୀ ବେଲଗ୍ରେଡସ୍ଥିତ ଏକ ବିଦ୍ୟାଳୟର ଶ୍ରେଣୀଗୃହରେ ଅନ୍ୟ ଛାତ୍ର ତଥା ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବା ପୂର୍ବରୁ ତାଙ୍କ ଶିକ୍ଷକଙ୍କୁ ଗୁଳି ଚଳାଇଥିଲା। ରିପୋର୍ଟ ଅନୁଯାୟୀ ଏହି ଘଟଣା ଭ୍ଲାଡିସ୍ଲାଭ ରିବନିକର ନାମକ ପ୍ରାଥମିକ ବିଦ୍ୟାଳୟରେ ଘଟିଥିବାର ଜଣାପଡ଼ିଛି। ଏଠାକାର ଜଣେ ଛାତ୍ରଙ୍କ ପିତା ମିଲନ ମିଲୋସେଭିକ୍ କହିଛନ୍ତି ଯେ ଗୁଳିମାଡ଼ ହୋଇଥିବା ଶ୍ରେଣୀରେ ତାଙ୍କ ଝିଅ ରହିଥିଲା।

ମିଲନ ମିଲୋସେଭିକ୍ କହିଛନ୍ତି ଯେ, ସେ ଖସି ପଳାଇବାରେ ସଫଳ ହୋଇଥିଲେ। ଗୁଳିମାଡ଼ କରିଥିବାର ବାଳକ ଜଣଙ୍କ ପ୍ରଥମେ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଥିଲା। ମୁଁ ସୁରକ୍ଷା କର୍ମୀଙ୍କୁ ଟେବୁଲ ତଳେ ପଡ଼ି ରହିଥିବାର ଦେଖିଥିଲି। ମୁଁ ଦୁଇ ଝିଅ ପିନ୍ଧିଥିବା ପୋଷାକ ରକ୍ତରେ ଭିଜି ଯାଇଥିବାର ଦେଖିଥିଲି।

ସର୍ବିଆ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଗୁଳିମାଡ଼ କାରଣରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୮ ଶିଶୁ ଏବଂ ଅନ୍ୟ ଜଣେ ସୁରକ୍ଷା ଗାର୍ଡ ରହିଛନ୍ତି। ଅନ୍ୟପଟେ ଜଣେ ଶିକ୍ଷକ ଏବଂ ଅନ୍ୟ ୬ ଜଣ ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଗୁଳି ବିନିମୟରେ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଶିଶୁ ଆହତ ହୋଇଥିବା ଗଣମାଧ୍ୟମ ରିପୋର୍ଟ ଦର୍ଶାଇଥିଲା। ହେଲେ ପରେ ମୃତ୍ୟୁ ସଂଖ୍ୟା ୯ ବୋଲି ଜଣାପଡ଼ିଛି।

ଏନେଇ ଜାରି ହୋଇଥିବା ବିବୃତ୍ତି ଅନୁଯାୟୀ, ଭ୍ଲାଡିସ୍ଲାଭ ରିବନିକର ନାମକ ପ୍ରାଥମିକ ବିଦ୍ୟାଳୟରେ ସକାଳ ପ୍ରାୟ ୮:୪୦ ସମୟରେ ଗୁଳି ବିନିମୟ ହେବା ସମ୍ପର୍କରେ ପୋଲିସ ଖବର ପାଇଥିଲା। ସନ୍ଦିଗ୍ଧ ଯୁବକ ସପ୍ତମ ଶ୍ରେଣୀର ଛାତ୍ର ଏବଂ ତାଙ୍କୁ ଗିରଫ କରାଯାଇଛି। ବିବୃତ୍ତିରେ କୁହାଯାଇଛି ଯେ ସନ୍ଦିଗ୍ଧ ତାଙ୍କ ପିତାଙ୍କ ବନ୍ଧୁକରୁ ଅନ୍ୟ ଛାତ୍ର ତଥା ବିଦ୍ୟାଳୟର ସୁରକ୍ଷାକର୍ମଙ୍କ ଉପରକୁ ଗୁଳି ଚଳାଇଥିଲା।

ସର୍ବିଆ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଏହି ଗୁଳି ବିନିମୟରେ ବିଦ୍ୟାଳୟର ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ପୋଲିସ ଏହି ଘଟଣା ସମ୍ପର୍କରେ କୌଣସି ଅତିରିକ୍ତ ସୂଚନା ଦେଇନାହିଁ। ସ୍ଥାନୀୟ ମିଡିଆ ଚ୍ୟାନେଲ ପକ୍ଷରୁ ପ୍ରସାରିତ ଫୁଟେଜ ଅନୁଯାୟୀ ବିଦ୍ୟାଳୟ ବାହାରେ ଚିନ୍ତିତ ପିତାମାତାଙ୍କ ଭିଡ ଦେଖାଯାଇଥିଲା।

ସର୍ବିଆ ରାଜଧାନୀ ବେଲଗ୍ରେଡ ଠାରେ ଅବସ୍ଥିତ ଭ୍ଲାଡିସ୍ଲାଭ ରିବନିକର ପ୍ରାଥମିକ ବିଦ୍ୟାଳୟ ଏକ ଜଣାଶୁଣା ଶିକ୍ଷାନୁଷ୍ଠାନ। ଗୁଳି ବିନିମୟ ପରେ ପୋଲିସ ଏହି ବିଦ୍ୟାଳୟର ଆଖପାଖ ଅଞ୍ଚଳକୁ ସିଲ୍ କରିଦେଇଛି। ସର୍ବିଆ ଭଳି ଦେଶରେ ଛାତ୍ରଛାତ୍ରୀ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟରେ ପଢିଥାନ୍ତି।