ଷ୍ଟେସନ ମାଷ୍ଟରଙ୍କ ପତ୍ନୀ କହିଲେ 'OK', ରେଳବାଇ ହରାଇଲା ୩ କୋଟି ଟଙ୍କା; ଜାଣନ୍ତୁ କିପରି?
Advertisement
Article Detail0/zeeodisha/odisha2506406

ଷ୍ଟେସନ ମାଷ୍ଟରଙ୍କ ପତ୍ନୀ କହିଲେ 'OK', ରେଳବାଇ ହରାଇଲା ୩ କୋଟି ଟଙ୍କା; ଜାଣନ୍ତୁ କିପରି?

Indian Railway: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଯୋଗୁଁ ରେଳବାଇ ତିନି କୋଟି କ୍ଷତି ସହିଛି। ଏହା ପରେ ସ୍ୱାମୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା ଏବଂ ମାମଲା ଛାଡପତ୍ରରେ ପହଞ୍ଚିଥିଲା। ଏହା ପରେ ଉଭୟ ପକ୍ଷରୁ ଅବୈଧ ସମ୍ପର୍କ ଥିବା ଅଭିଯୋଗ ଆରମ୍ଭ ହୋଇଥିଲା।

 

Indian Railway

Indian Railway: ଏକ ନିଆରା ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଷ୍ଟେସନ୍ ମାଷ୍ଟରଙ୍କ ନିଜ ପତ୍ନୀଙ୍କ ସହ ଝଗଡା କରିବାକୁ ନେଇ ରେଳବାଇକୁ ମଧ୍ୟ ଅସୁବିଧାରେ ପକାଇଛି। ଗୋଟିଏ ପଟେ ଷ୍ଟେସନ ମାଷ୍ଟର ଚାକିରି ହରାଇଛନ୍ତି ଏବଂ ଅନ୍ୟ ପଟେ ରେଳବାଇକୁ ମଧ୍ୟ ୩ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି। 

ବାସ୍ତବରେ ବିଶାଖାପାଟନମର ଜଣେ ବ୍ୟକ୍ତି (ସ୍ୱାମୀ) ଷ୍ଟେସନ ମାଷ୍ଟର ଥିଲେ। ଡ୍ୟୁଟିରେ ଥିବାବେଳେ ଫୋନରେ ନିଜ ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଗୋଟିଏ ହାତରେ ଅଫିସ୍ ଫୋନ୍ ଥିଲା ଏବଂ ଅନ୍ୟ ପଟେ ଘରେ ତାଙ୍କ ପତ୍ନୀଙ୍କ ସହ କଥାବାର୍ତ୍ତା ହେଉଥିଲା। ଝଗଡା ବେଳେ ପତ୍ନୀ ପତିକୁ ଫୋନରେ କହିଥିଲେ ଘରକୁ ଆସ, ଆମେ ପରେ କଥା ହେବା। ସ୍ୱାମୀ କହିଥିଲା 'OK'। ଅଫିସ୍ ଫୋନରେ ଅନ୍ୟ ଜଣେ ଷ୍ଟେସନ୍ ମାଷ୍ଟର ଅନୁଭବ କରିଥିଲେ ଯେ ଏହି ଓକେ ବୋଧହୁଏ ତାଙ୍କ ପାଇଁ ଥିଲା। ତେଣୁ ସେ ଟ୍ରେନ ଛାଡିବାକୁ ସଙ୍କେତ ଦେଇଥିଲେ। ଗାଡି ଯେଉଁ ରାସ୍ତାରେ ଯାଇଥିଲା ତାହା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହି କାରଣରୁ ରେଳବାଇ ୩ କୋଟି ଟଙ୍କା କ୍ଷତି ସହିଛି।

ପୂର୍ବରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ରେଳବାଇରେ ହୋଇଥିବା କ୍ଷତି ପରେ ସ୍ୱାମୀଙ୍କୁ ନିଲମ୍ବିତ କରାଯାଇଥିଲା। ଏହା ପରେ ସ୍ୱାମୀ ଛାଡପତ୍ର ପାଇବା ପାଇଁ ବିଶାଖାପାଟନମ୍ ପରିବାର କୋର୍ଟରେ ପହଞ୍ଚିଥିଲେ। ଯେତେବେଳେ ଛାଡପତ୍ର ପ୍ରସଙ୍ଗ ସାମ୍ନାକୁ ଆସିଲା, ସେତେବେଳେ ମାମଲା ବଢ଼ିବାରେ ଲାଗିଲା ଏବଂ ଉଭୟ ସ୍ୱାମୀ-ସ୍ତ୍ରୀଙ୍କଠାରୁ ଅଭିଯୋଗ ଆସିବାକୁ ଲାଗିଲା। ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ପତ୍ନୀ ଏପର୍ଯ୍ୟନ୍ତ ନିଜ ପ୍ରେମିକ ସହିତ ସମ୍ଫର୍କ ରଖିଛନ୍ତି। ଯେତେବେଳେ ପତ୍ନୀ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଯୌତୁକ ଓ ଭାଉଜ ସହ ଅନୈତିକ ସମ୍ପର୍କ ରଖିଥିବାର ଅଭିଯୋଗ କରିଛନ୍ତି। ବର୍ତ୍ତମାନ ମାମଲାର ଶୁଣାଣି ଚାଲିଛି।