Winter Session: ସୁନ୍ଦରଗଡ଼କୁ ଉତ୍ତର ଓଡ଼ିଶାରେ ସାମିଲ କରିବା ପ୍ରସଂଗରେ ମଧ୍ୟ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି ବିଜେଡି। ସୁନ୍ଦରଗଡ଼କୁ ଉତ୍ତର ଓଡ଼ିଶାରେ ସାମିଲ କରି ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଢିବାକୁ ଯୋଜନା କରୁଥିବା ନେଇ ବିଜେଡ଼ି ଅଭିଯୋଗ ଆଣିଥିଲା।
Trending Photos
Sundargarh: ଭୁବନେଶ୍ୱର: ସୁନ୍ଦରଗଡ଼କୁ ଉତ୍ତର ଓଡ଼ିଶାରେ ସାମିଲ କରିବା ପ୍ରସଂଗରେ ମଧ୍ୟ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି ବିଜେଡି। ସୁନ୍ଦରଗଡ଼କୁ ଉତ୍ତର ଓଡ଼ିଶାରେ ସାମିଲ କରି ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଢିବାକୁ ଯୋଜନା କରୁଥିବା ନେଇ ବିଜେଡ଼ି ଅଭିଯୋଗ ଆଣିଥିଲା। ତେବେ ଏହାକୁ ନେଇ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ କହିଛନ୍ତି କି ସୁନ୍ଦରଗଡ଼ର ବିକାଶ କରିବାକୁ ସରକାର ଚିନ୍ତା କରୁଛନ୍ତି। ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ପଶ୍ଚିମ ଓଡ଼ିଶାରୁ ଏହାକୁ ନେଇ ଉତ୍ତର ଓଡ଼ିଶାରେ ମିଶାଇବାକୁ ଚଳାଇଥିବା ମସୁଧାକୁ ପଶ୍ଚିମ ଓଡ଼ିଶାବାସୀ କେବେ ବରଦାସ୍ତ କରିପାରିବେନି। ସରକାରଙ୍କ ଏହି ଯୋଜନାକୁ ଆମେ କଡ଼ା ବିରୋଧ କରୁଛୁ।
Also Read: ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁ ପ୍ରସଙ୍ଗ: ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କଲା ବିଜେଡି, କ୍ଷମା ମାଗନ୍ତୁ ସରକାର
Also Read: Odisha Budget: ଉପସ୍ଥାପିତ ହେଲା ୨୦୨୪-୨୫ ବର୍ଷ ପାଇଁ ଅତିରିକ୍ତ ବଜେଟ
ସେ ଆହୁରି ମଧ୍ୟ କହିଛନ୍ତି କି ସୁନ୍ଦରଗଡ଼ ବାସିନ୍ଦାଙ୍କ ଚାଲିଚଳନି କଦାପି ଉତ୍ତର ଓଡ଼ିଶାର ଚାଲିଚଳନୀ ସହିତ ମିଶିବ ନାହିଁ। ଆମେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ସାମିଲ ଅଛି। ପଶ୍ଚିମ ଓଡ଼ିଶାର ପରମ୍ପରା ଠାରୁ ଆରମ୍ଭ କରି କଥାବାର୍ତ୍ତ ପର୍ଯ୍ୟନ୍ତ ଆମେ ପଶ୍ଚିମ ଓଡ଼ିଶା ସହିତ ରହିଛୁ। ଆମେ ସୁନ୍ଦରଗଡ଼ର ବିକାଶ ଚାହୁଁଛୁ। ଏଦିଗରେ ସରକାର ନେବାକୁ ଥିବା ସମସ୍ତ ପଦକ୍ଷେପକୁ ଆମେ ସମର୍ଥନ ଜଣାଉଛୁ। କିନ୍ତୁ ମୁଖ୍ୟମନ୍ତ୍ରୀ ଦେଇଥିବା ବକ୍ତବ୍ୟକୁ ଆମେ ବିରୋଧ କରୁଛୁ। ମୁଖ୍ୟମନ୍ତ୍ରୀ ତାଙ୍କର ବକ୍ତବ୍ୟକୁ ପ୍ରତ୍ୟାହାର କରିନେବାକୁ ସୁନ୍ଦରଗଡ଼ବାସୀ ଦାବି କରିଛନ୍ତି। ଆମେ କଦାପି ଉତ୍ତରଓଡ଼ିଶାରେ ସାମିଲ ହେବୁ ନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି।